ଆମେରିକା, ବ୍ରିଟେନରେ ଅଧିକାଂଶ ଶିଶୁ କରୋନା ସଂକ୍ରମିତ: ଭାରତ ପାଇଁ ବିପଦ ସଙ୍କେତ!

ନୂଆଦିଲ୍ଲୀ,୧୨ ।୮: ଭାରତରେ କରୋନାର ତୃତୀୟ ଲହର ଆସିବାକୁ ଥିବା ବେଳେ ଏଥିରେ ଶିଶୁମାନେ ଅଧିକ ପରିମାଣରେ ସଂକ୍ରମିତ ହେବେ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି । ଏବେ ଆମେରିକା ଓ ବ୍ରିଟେନରେ ତୃତୀୟ ଲହର ଆସିଯାଇଥିବା କୁହାଯାଉଛି । କାରଣ ସେଠାରେ ପୂର୍ବ ଲହର ଅପେକ୍ଷା ଏବେ ୫୦ ପ୍ରତିଶତ ଅଧିକ ଶିଶୁ କରୋନାରେ ଆକ୍ରାନ୍ତ ହେଉଥିବା ଦେଖାଯାଇଛି । ୧୮ ବର୍ଷରୁ କମ୍ ବୟସର ଶିଶୁମାନେ ଏଥିରେ ଆକ୍ରାନ୍ତ ହେଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଅଲବାମା, ଅରକଂସାସା, ଲୁସିୟାନା ଓ ଫ୍ଲୋରିଡାରେ ୧୮ ବର୍ଷରୁ କମ୍ ବୟସର ଅଧିକାଂଶ ଶିଶୁ କରୋନା ଦ୍ୱାରା ସଂକ୍ରମିତ ହେଉଛନ୍ତି । ଏବେ ୭ ନିବଜାତ ଶିଶୁ ଏନ୍‌ଆଇସିୟୁରେ ଥିବା ବେଳେ ୨ ଆଇସିୟୁରେ ଓ ୨ଜଣ ଭେଣ୍ଟିଲେଟରରେ ଜୀବନ ସହ ଲଢୁଥିବା କୁହାଯାଉଛି । ଲୁସିୟାନାରେ ଜୁଲାଇ ଶେଷ ସପ୍ତାହ ବେଳକୁ ସବୁଠାରୁ ଅଧିକ ୪୨୩୨ ଶିଶୁ କରୋନା ମହାମାରୀ ଦ୍ୱାରା ସଂକ୍ରମିତ ହୋଇଥିଲେ । ଏଠାରେ ୧୫-୨୦ ଜୁଲାଇ ମଧ୍ୟରେ ୫ବର୍ଷ ବୟସରୁ କମ୍ ବୟସର ପ୍ରାୟ ୪୦ ଶିଶୁ କରୋନାରେ ପୀଡ଼ିତ ହୋଇଥିଲେ । ଭାରତରେ ପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହରରେ ଅଧିକ ଶିଶୁ ସଂକ୍ରମିତ ହୋଇଥିବା ବେଳେ ତୃତୀୟ ଲହରରେ ଏହାଠାରୁ ଅଧିକ ଶିଶୁ ସଂକ୍ରମିତ ହେବା ଆଶଙ୍କା କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଇଇଟି ବିଭ୍ରାଟ: ବିହାର, ମହାରାଷ୍ଟ୍ର ପରେ ଦିଲ୍ଲୀ ଲିଙ୍କ୍‌

ନୂଆଦିଲ୍ଲୀ,୨୪ା୬: ଏନ୍‌ଇଇଟି-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାରେ ବିହାର, ଏବଂ ମହାରାଷ୍ଟ୍ର ପରେ ଦିଲ୍ଲୀର ସମ୍ପୃକ୍ତି ଥିବା ପଦାକୁ ଆସିଛି। ବିହାର ପୋଲିସର ଆର୍ଥତ୍କ ଅପରାଧ...

କେଜ୍‌ରିଓ୍ବାଲଙ୍କୁ ମିଳିବ ଆଶ୍ୱସ୍ତି! ଦିଲ୍ଲୀ ହାଇକୋର୍ଟରୁ ଆସିଲା ବଡ଼ ଅପ୍‌ଡେଟ

ନୂଆଦିଲ୍ଲୀ,୨୪।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଜାମିନ ବିରୋଧରେ ଇଡି ଆବେଦନ ଉପରେ ମଙ୍ଗଳବାର ହାଇକୋର୍ଟଙ୍କ ନିଷ୍ପତ୍ତି ଆସିବ।...

ରାଜ୍ୟ ସଭାରେ ଜେପି ନଡ୍ଡାଙ୍କୁ ମିଳିଲା ଗୁରୁ ଦାୟିତ୍ୱ

ନୂଆଦିଲ୍ଲୀ,୨୪।୬: ଚଳିତ ବର୍ଷ ଲୋକ ସଭା ନିର୍ବାଚନେି ବିଜୟୀ ହୋଇଥିବା ଏମପିମାନେ ସୋମବାର ୧୮ତମ ଲୋକ ସଭାର ପ୍ରଥମ ସଂସଦ ଅଧିବେଶନରେ ଶପଥ ଗ୍ରହଣ କରିଥିଲେ।...

ପାସପୋର୍ଟ ଆବେଦନ କରୁଥିବା ଲୋକଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୨୪।୬: ପାସପୋର୍ଟ ପାଇଁ ଆବେଦନ କରୁଥିବା ଲୋକଙ୍କ ପାଇଁ ପ୍ରକ୍ରିୟାରେ ଉନ୍ନତି ଆଣିବାକୁ ମୋଦି ସରକାର ନିରନ୍ତର ଉଦ୍ୟମ କରୁଛନ୍ତି। ଏହି କ୍ରମରେ କେନ୍ଦ୍ର ବୈଦେଶିକ...

କିଏ ସେହି ଏମପି ଯିଏ ହାତରେ ସମ୍ବିଧାନ ଧରି ନେଲେ ଶପଥ

ନୂଆଦିଲ୍ଲୀ,୨୪।୬: ସୋମବାର ୧୮ ତମ ଲୋକ ସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିଲା। ଏହି ସମୟରେ ଆସାମର ଧୁବ୍ରି ଲୋକ ସଭା ଆସନରୁ କଂଗ୍ରେସ ଏମପି...

ଗୋଟିଏ ବାଇକ୍‌ରେ ଆସୁଥିଲେ ପରିବାରର ୫ ସଦସ୍ୟ, ସମସ୍ତଙ୍କର ମୃତ୍ୟୁ

ପ୍ରୟାଗରାଜ, ୨୪।୬: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାର ସମ୍ପୂର୍ଣ୍ଣ ଶେଷ ହୋଇଯାଇଛି । ସଂପର୍କୀୟଙ୍କ ବାହାଘର ସାରି ଫୋରୁଥିବା ବେଳେ ଟ୍ରକ୍‌ ଧକ୍କା...

ଓଡ଼ିଆରେ ଶପଥ ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ,୨୪ା୬: ସୋମବାର ପାର୍ଲାମେଣ୍ଟ ଅଧିବେଶନ ଆରମ୍ଭ ହେବା ପରେ କାଚଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଏମ୍‌ପିମାଙ୍କ ଶପଥପାଠ କରାଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ମାତୃଭାଷା...

NEET ପ୍ରଶ୍ନପତ୍ର ପ୍ରଘଟ ମାମଲା; କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ପଶ୍ଚିମବଙ୍ଗ,୨୪।୬: ନିଟ୍-ୟୁଜି ୨୦୨୪ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଭିନ୍ନ ଦିଗରୁ ଅନେକ ସମାଲୋଚନାର ଶିକାର ହେବାକୁ ପଡୁଛି। ଏହାରି ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri