ବାଦ୍ୟଯନ୍ତ୍ର କାରିଗରଙ୍କ ଜୀବିକା ଉପରେ କରୋନା ମାଡ଼

ଲୋଇସିଂହା,୨।୮(ଡି.ଏନ.ଏ.): ମହାମାରୀ କରୋନା ବିଭିନ୍ନ ବର୍ଗର ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି। ଏଥିରୁ ବାଦ୍‌ ପଡିନାହାନ୍ତି ବାଦ୍ୟଯନ୍ତ୍ର ପ୍ରସ୍ତୁତକାରୀ କାରିଗର। ସେମାନଙ୍କ ରୋଜଗାର ବାଟ ବନ୍ଦ ହୋଇଯାଇଛି। ଏଭଳି ଦୁର୍ଦ୍ଦିନରେ ଗତି କରୁଛନ୍ତି ସୁବର୍ଣ୍ଣପୁର ଜିଲା କୁମୁଣ୍ଡେ ଗ୍ରାମର ଏକ ପରିବାର। ତରଭା ବ୍ଲକ ରାଣୀସର୍ଡା ପଞ୍ଚାୟତ କୁମୁଣ୍ଡେ ଗାଁରୁ ଆସି ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଛେଳବାହାଲ ରାସ୍ତା ପାର୍ଶ୍ୱରେ ରୁହନ୍ତି ବସନ୍ତ ବେହେରାଙ୍କ ପରିବାର। ବସନ୍ତ ଜଣେ ବାଦ୍ୟ କାରିଗର। ବାପଅଜାଙ୍କଠାରୁ ତାଲିମ ପାଇବା ପରେ ବସନ୍ତ ପୁରୁଣା ବାଦ୍ୟକୁ ମରାମତି କରୁଛନ୍ତି। ଠିକଡି ଖୋଲ, ଉଦଣ୍ଡି ଖୋଲ, ମର୍ଦଲ, ମାନ୍ଦଳ, ଢୋଲ, ନିଶାନ, ତାସା ଆଦି ନୂଆ ବାଦ୍ୟଯନ୍ତ୍ର ପ୍ରସ୍ତୁତିରେ ସେ ଜଣେ ସିଦ୍ଧହସ୍ତ। ତାଙ୍କ ବାଦ୍ୟଯନ୍ତ୍ରର ଚାହିଦା ରହିଛି। ସେଥିପାଇଁ ସୁବର୍ଣ୍ଣପୁର, ବଲାଙ୍ଗୀର, ବରଗଡ ସମେତ ବିଭିନ୍ନ ସ୍ଥାନରୁ ଗ୍ରାହକମାନେ ବସନ୍ତଙ୍କ ହାତତିଆରି ବାଦ୍ୟଯନ୍ତ୍ର ନେବାକୁ ଆସିଥାନ୍ତି। ଏଥିରୁ ଯାହା ରୋଜଗାର ହୁଏ ସେଥିରେ ତାଙ୍କ ପରିବାର ଚଳେ। ହେଲେ ଚଳିତ ବର୍ଷ ବାଦ୍ୟଯନ୍ତ୍ର ବ୍ୟବସାୟୀ ନାହିଁ। ବହୁ କଷ୍ଟରେ କୁମ୍ଭକାରଙ୍କଠାରୁ ମାଟିର ଖୋଳ, ଚମାରଙ୍କଠାରୁ ଚମଡା କିଣି ସେ ବହୁ ବାଦ୍ୟଯନ୍ତ୍ର ନିର୍ମାଣ କରି ରଖିଛନ୍ତି। ହେଲେ କରୋନା କଟକଣା ଲାଗି ଧାର୍ମିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ ବିବାହ ବ୍ରତ ବନ୍ଦ ରହିଛି। ଫଳରେ ବାଦ୍ୟଯନ୍ତ୍ର ନେବାକୁ ଆଗୁଆ କହିଥିବା ଲୋକେ ଆଉ ଆସୁ ନାହାନ୍ତି। ସେହିଭଳି ପୁରୁଣା ବାଦ୍ୟଯନ୍ତ୍ର ମରାମତି କାମ ବି ବନ୍ଦ ରହିଛି। ଏପରି ପରିସ୍ଥିତିରେ ପରିବାର ଚଳିବା ଖୁବ୍‌ କଷ୍ଟକର ହେଉଛି। ଘରେ ରଖାଯାଇଥିବା ବାଦ୍ୟଯନ୍ତ୍ର ଚମଡା ନଷ୍ଟ ହେବାକୁ ବସିଛି। ଆଉ କେତେଦିନ ଏପରି ପରିସ୍ଥିତି ଲାଗି ରହିବ ସେହି ଚିନ୍ତାରେ ବସନ୍ତଙ୍କ ପରିବାର ଅଛନ୍ତି।
ସରକାରୀ ସହାୟତା କହିଲେ ତାଙ୍କୁ ପ୍ରତିମାସରେ ୫ଶହ ଟଙ୍କା ଭତ୍ତା ମିଳୁଛି। ହେଲେ ଅନ୍ୟକିଛି ସହାୟତା ତାଙ୍କୁ ମିଳୁନି ବୋଲି ବସନ୍ତ କହିଛନ୍ତି। ଗୀତ ଓ ସଙ୍ଗୀତକୁ ଜୀବନ ଦେଇଥାଏ ବାଦ୍ୟଯନ୍ତ୍ର। ହେଲେ ସେହି ସାମଗ୍ରୀ ତିଆରି ଓ ମରାମତି କରୁଥିବା କାରିଗରଙ୍କ ପ୍ରତି କାହାର ନଜର ନାହିଁ। ଏପରି ଅବହେଳାକୁ ସହିବା ଅସହ୍ୟ ବୋଲି ବସନ୍ତ କୁହନ୍ତି। ଅନ୍ୟପକ୍ଷେ ତାଙ୍କ ପାଖରେ କୌଣସି ପ୍ରାମାଣପତ୍ର ନାହିଁ। ସେଥିପାଇଁ ସେ କାରିଗର ତଥା କଳାକାର ଭତ୍ତା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି ବୋଲି ସେ କ୍ଷୋଭର ସହ କହିଛନ୍ତି। ସରକାର ଏହି କରୋନା ବିପତ୍ତି କାଳରେ ବିଭିନ୍ନ ବର୍ଗର ଲୋକଙ୍କୁ ସହାୟତା ଦେଉଛନ୍ତି। ଏଣୁ ବାଦ୍ୟଯନ୍ତ୍ର ତିଆରି ଓ ମରାମତି କରୁଥିବା କାରିଗରଙ୍କୁ ସହାୟତା ଦିଆଯାଉ ବୋଲି ସେ ଦାବି କରିଛନ୍ତିv


Enter your email to get our daily news in your inbox.

All Right Reserved By Dharitri.Com

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

ଓଜନ ହ୍ରାସ ଔଷଧ ବେଆଇନ ବିକ୍ରିକଲେ ଲାଇସେନ୍ସ ରଦ୍ଦ: କେନ୍ଦ୍ରର ଚେତାବନୀ

ନୂଆଦିଲ୍ଲୀ,୨ା୪:ଓଜନ ହ୍ରାସ ପାଇଁ ଉଦ୍ଦିଷ୍ଟ ଔଷଧଗୁଡ଼ିକ ଭାରତୀୟ ବଜାରରେ ସହଜରେ ଉପଲବ୍ଧ ହେଉଥିବାରୁ ଏହାର ଅପବ୍ୟବହାର ବଢ଼ିବାରେ ଲାଗିଛି। ଏଭଳି ଡ୍ରଗ୍ସ ବିକ୍ରେତାଙ୍କ ଲାଇସେନ୍ସ ରଦ୍ଦ କରାଯିବା…

୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍‌ଏଚ୍‌-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। କୋରାପୁଟ ଜିଲା ବଙ୍ଗଳାଗୁଡ଼ା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri