ଭେଣ୍ଟିଲେଟର ରପ୍ତାନିକୁ କେନ୍ଦ୍ରର ମଞ୍ଜୁରୀ

ନୂଆଦିଲ୍ଲୀ,୨।୮: କେନ୍ଦ୍ର ସରକାର ଭେଣ୍ଟିଲେଟର ରପ୍ତାନିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ବର୍ଗର ରପ୍ତାନି କ୍ଷେତ୍ରରେ ଏହା ବଡ ନିଷ୍ପତ୍ତି ବୋଲି କୁହାଯାଉଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଯେ, ଦେଶରେ କରୋନା ମୃତ୍ୟୁହାର ବର୍ତ୍ତମାନ ୨.୫% ରହିଛି। ୩୧ ଜୁଲାଇ ସୁଦ୍ଧା କେବଳ ୦.୨୨% କରୋନା ସଂକ୍ରମିତ ଭେଣ୍ଟିଲେଟରରେ ରହିଥିଲେ। ଅପରପକ୍ଷରେ ଭାରତରେ ଭେଣ୍ଟିଲେଟର ପ୍ରସ୍ତୁତ କରୁଥିବା କମ୍ପାନୀଗୁଡିକ ସଂଖ୍ୟାରେ ବୃଦ୍ଧି ଘଟିଥିବା ଜଣାପଡିଛି। ଜାନୁୟାରୀ ମାସ ତୁଳନାରେ ଦେଶ ମଧ୍ୟରେ ଭେଣ୍ଟିଲେଟର ନିର୍ମାତାଙ୍କ ସଂଖ୍ୟାରେ ୨୦% ବୃଦ୍ଧି ହୋଇଛି। ଭାରତରେ ପ୍ରସ୍ତୁତ ହେଉଥିବା ଭେଣ୍ଟିଲେଟର କରୋନା ବିରୋଧୀ ଲଢେଇରେ ଯୋଗଦାନ ରଖିବ ବୋଲି କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ଟୁଇଟଯୋଗେ ସୂଚନା ଦେଇଛନ୍ତି। ଏହି କ୍ଷେତ୍ରରେ ଦେଶରେ କମ୍ପାନୀଗୁଡିକ ଅଧିକ ସଂଖ୍ୟାରେ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବେ ବୋଲି ସେ ଆଶାବାଦୀ ରହିଛନ୍ତି। ପୂର୍ବରୁ କେନ୍ଦ୍ର ସରକାର ଭେଣ୍ଟିଲେଟର ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଥନୀତିକୁ ନେଇ ଟୁଇଟରରେ ଅର୍ଥମନ୍ତ୍ରୀ-ବାୟୋକନ ମୁଖ୍ୟ ମୁହାଁମୁହିଁ

ନୂଆଦିଲ୍ଲୀ,୨୦-୯: ଦେଶର ଆର୍ଥିକ ପରିସ୍ଥିତିକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏବଂ ବାୟୋକନ ଲିମିଟେଡ ମୁଖ୍ୟ କିରଣ ମଜୁମଦାର ସ’ ଗୁରୁବାର ଟୁଇଟରରେ ମୁହାଁମୁହିଁ ହୋଇଥିଲେ।...

ବର୍ଷକରେ ବନ୍ଦ ହୋଇଛି ୫୫୦୦ ଏଟିଏମ୍‌, ୬୦୦ ଶାଖା

ନୂଆଦିଲ୍ଲୀ,୨୩-୮: ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଖର୍ଚ୍ଚ କମାଇବା ଲାଗି ଉଦ୍ୟମ ଜାରି ରଖିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସେମାନେ ବଡ଼ ସହରରେ ନିଜର ଏଟିଏମ୍‌ ଓ ଶାଖା...

ପିଏମ୍‌ କିଷାନ ଲାଗି ଆଧାର ହେବ ଅନିବାର୍ଯ୍ୟ

ନୂଆଦିଲ୍ଲୀ,୧୧-୧୨: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା(ପିଏମ୍‌-କିଷାନ)ର ଲାଭ ନେବା ଲାଗି ଡିସେମ୍ବର ୧ ପରଠାରୁ ଆଧାର ଅନିବାର୍ଯ୍ୟ ହେବ। ଆଧାର ପ୍ରମାଣନ ହୋଇଥିବା କୃଷକଙ୍କ...

ରାଜକୋଷକୁ ୨.୫ ଲକ୍ଷ କୋଟିର ଝଟକା ଲାଗିବ

ନୂଆଦିଲ୍ଲୀ,୨୮।୮: କୋଭିଡ୍‌ ମହାମାରୀ ଦେଶର ଅର୍ଥ ବ୍ୟବସ୍ଥା ଉପରେ ସଙ୍କଟଜନକ ସ୍ଥିତି ସୃଷ୍ଟି କରିଛି। ଘରୋଇ ବଜାରରେ କାରବାର ଠିକ୍‌ ନ ଥିବା ବେଳେ ଟିକସ...

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ପକ୍ଷରୁ ଜିଓ ୱାର୍ଲଡ୍‌ ସେଣ୍ଟର ଉଦ୍‌ଘାଟିତ

ମୁମ୍ବାଇ,୬।୩: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌) ପକ୍ଷରୁ ଦେଶର ସର୍ବବୃହତ୍‌ ଏବଂ ସମ୍ମାନଜନକ ବହୁମୁଖୀ ଗନ୍ତବ୍ୟସ୍ଥଳ ଜିଓ ୱାର୍ଲଡ୍‌ ସେଣ୍ଟରର ଉଦ୍‌ଘାଟନ ନିକଟରେ ହୋଇଯାଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର...

ଭିଡିଓକନ ମାମଲା;ସ୍ବାମୀଙ୍କ ସହ ଚନ୍ଦା କୋଚ୍ଚରଙ୍କୁ ଇଡି ସମନ

ନୂଆଦିଲ୍ଲୀ,୨୪-୪: ଭିଡିଓକନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଚନ୍ଦା କୋଚ୍ଚର ଏବଂ ତାଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କୁ ସମନ...

୧୩ରୁ ସିଆଇଆଇ ଏଣ୍ଟରପ୍ରାଇଜ ଓଡ଼ିଶା

ଭୁବନେଶ୍ୱର,୯-୧୧: କନଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ(ସିଆଇଆଇ) ପକ୍ଷରୁ ଏଣ୍ଟରପ୍ରାଇଜ ଓଡ଼ିଶା ଚଳିତ ମାସ ୧୩ରୁ ୧୬ ଯାଏ ସ୍ଥାନୀୟ ପ୍ରଦର୍ଶନୀ ପଡିଆଠାରେ ଅନୁଷ୍ଠିତ ହେବ। ଏହାର...

ଡିଜେଲ୨୮ ପଇସା ବୃଦ୍ଧି

ଭୁବନେଶ୍ୱର/ନୂଆଦିଲ୍ଲୀ,୨୭।୯: ଦିନକର ବିରତି ପରେ ପୁଣି ଥରେ ଡିଜେଲ ଦରରେ ପରିବର୍ତ୍ତନ ଘଟିଛି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମ (ଆଇଓସିଏଲ୍‌)ର...

Advertisement
Archives

Model This Week