ବାଦ୍ୟଯନ୍ତ୍ର କାରିଗରଙ୍କ ଜୀବିକା ଉପରେ କରୋନା ମାଡ଼

ଲୋଇସିଂହା,୨।୮(ଡି.ଏନ.ଏ.): ମହାମାରୀ କରୋନା ବିଭିନ୍ନ ବର୍ଗର ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି। ଏଥିରୁ ବାଦ୍‌ ପଡିନାହାନ୍ତି ବାଦ୍ୟଯନ୍ତ୍ର ପ୍ରସ୍ତୁତକାରୀ କାରିଗର। ସେମାନଙ୍କ ରୋଜଗାର ବାଟ ବନ୍ଦ ହୋଇଯାଇଛି। ଏଭଳି ଦୁର୍ଦ୍ଦିନରେ ଗତି କରୁଛନ୍ତି ସୁବର୍ଣ୍ଣପୁର ଜିଲା କୁମୁଣ୍ଡେ ଗ୍ରାମର ଏକ ପରିବାର। ତରଭା ବ୍ଲକ ରାଣୀସର୍ଡା ପଞ୍ଚାୟତ କୁମୁଣ୍ଡେ ଗାଁରୁ ଆସି ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଛେଳବାହାଲ ରାସ୍ତା ପାର୍ଶ୍ୱରେ ରୁହନ୍ତି ବସନ୍ତ ବେହେରାଙ୍କ ପରିବାର। ବସନ୍ତ ଜଣେ ବାଦ୍ୟ କାରିଗର। ବାପଅଜାଙ୍କଠାରୁ ତାଲିମ ପାଇବା ପରେ ବସନ୍ତ ପୁରୁଣା ବାଦ୍ୟକୁ ମରାମତି କରୁଛନ୍ତି। ଠିକଡି ଖୋଲ, ଉଦଣ୍ଡି ଖୋଲ, ମର୍ଦଲ, ମାନ୍ଦଳ, ଢୋଲ, ନିଶାନ, ତାସା ଆଦି ନୂଆ ବାଦ୍ୟଯନ୍ତ୍ର ପ୍ରସ୍ତୁତିରେ ସେ ଜଣେ ସିଦ୍ଧହସ୍ତ। ତାଙ୍କ ବାଦ୍ୟଯନ୍ତ୍ରର ଚାହିଦା ରହିଛି। ସେଥିପାଇଁ ସୁବର୍ଣ୍ଣପୁର, ବଲାଙ୍ଗୀର, ବରଗଡ ସମେତ ବିଭିନ୍ନ ସ୍ଥାନରୁ ଗ୍ରାହକମାନେ ବସନ୍ତଙ୍କ ହାତତିଆରି ବାଦ୍ୟଯନ୍ତ୍ର ନେବାକୁ ଆସିଥାନ୍ତି। ଏଥିରୁ ଯାହା ରୋଜଗାର ହୁଏ ସେଥିରେ ତାଙ୍କ ପରିବାର ଚଳେ। ହେଲେ ଚଳିତ ବର୍ଷ ବାଦ୍ୟଯନ୍ତ୍ର ବ୍ୟବସାୟୀ ନାହିଁ। ବହୁ କଷ୍ଟରେ କୁମ୍ଭକାରଙ୍କଠାରୁ ମାଟିର ଖୋଳ, ଚମାରଙ୍କଠାରୁ ଚମଡା କିଣି ସେ ବହୁ ବାଦ୍ୟଯନ୍ତ୍ର ନିର୍ମାଣ କରି ରଖିଛନ୍ତି। ହେଲେ କରୋନା କଟକଣା ଲାଗି ଧାର୍ମିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ ବିବାହ ବ୍ରତ ବନ୍ଦ ରହିଛି। ଫଳରେ ବାଦ୍ୟଯନ୍ତ୍ର ନେବାକୁ ଆଗୁଆ କହିଥିବା ଲୋକେ ଆଉ ଆସୁ ନାହାନ୍ତି। ସେହିଭଳି ପୁରୁଣା ବାଦ୍ୟଯନ୍ତ୍ର ମରାମତି କାମ ବି ବନ୍ଦ ରହିଛି। ଏପରି ପରିସ୍ଥିତିରେ ପରିବାର ଚଳିବା ଖୁବ୍‌ କଷ୍ଟକର ହେଉଛି। ଘରେ ରଖାଯାଇଥିବା ବାଦ୍ୟଯନ୍ତ୍ର ଚମଡା ନଷ୍ଟ ହେବାକୁ ବସିଛି। ଆଉ କେତେଦିନ ଏପରି ପରିସ୍ଥିତି ଲାଗି ରହିବ ସେହି ଚିନ୍ତାରେ ବସନ୍ତଙ୍କ ପରିବାର ଅଛନ୍ତି।
ସରକାରୀ ସହାୟତା କହିଲେ ତାଙ୍କୁ ପ୍ରତିମାସରେ ୫ଶହ ଟଙ୍କା ଭତ୍ତା ମିଳୁଛି। ହେଲେ ଅନ୍ୟକିଛି ସହାୟତା ତାଙ୍କୁ ମିଳୁନି ବୋଲି ବସନ୍ତ କହିଛନ୍ତି। ଗୀତ ଓ ସଙ୍ଗୀତକୁ ଜୀବନ ଦେଇଥାଏ ବାଦ୍ୟଯନ୍ତ୍ର। ହେଲେ ସେହି ସାମଗ୍ରୀ ତିଆରି ଓ ମରାମତି କରୁଥିବା କାରିଗରଙ୍କ ପ୍ରତି କାହାର ନଜର ନାହିଁ। ଏପରି ଅବହେଳାକୁ ସହିବା ଅସହ୍ୟ ବୋଲି ବସନ୍ତ କୁହନ୍ତି। ଅନ୍ୟପକ୍ଷେ ତାଙ୍କ ପାଖରେ କୌଣସି ପ୍ରାମାଣପତ୍ର ନାହିଁ। ସେଥିପାଇଁ ସେ କାରିଗର ତଥା କଳାକାର ଭତ୍ତା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି ବୋଲି ସେ କ୍ଷୋଭର ସହ କହିଛନ୍ତି। ସରକାର ଏହି କରୋନା ବିପତ୍ତି କାଳରେ ବିଭିନ୍ନ ବର୍ଗର ଲୋକଙ୍କୁ ସହାୟତା ଦେଉଛନ୍ତି। ଏଣୁ ବାଦ୍ୟଯନ୍ତ୍ର ତିଆରି ଓ ମରାମତି କରୁଥିବା କାରିଗରଙ୍କୁ ସହାୟତା ଦିଆଯାଉ ବୋଲି ସେ ଦାବି କରିଛନ୍ତିv


Enter your email to get our daily news in your inbox.

All Right Reserved By Dharitri.Com

ପୁଅଙ୍କ ଲଢ଼େଇ, ବାପାଙ୍କ ଚିନ୍ତା

ବଲାଙ୍ଗୀର,୨୬ା୪(ବୀରେନ୍ଦ୍ର କୁମାର ଝାଙ୍କର):୨୦୨୪ ନିର୍ବାଚନରେ ନିଜ ପୁଅକୁ ପ୍ରାର୍ଥୀ କରି ରାଜ୍ୟର ଅନେକ ବରିଷ୍ଠ ଏବଂ ସଫଳ ରାଜନେତା ଏବେ ଷ୍ଟାର ପ୍ରଚାରକ ପାଲଟିଛନ୍ତି। ବିଶେଷକରି...

ମୁଣ୍ଡଜାମିନ ରଖି ପୁତୁରାକୁ ମାରିଲେ କକା

ଟିଟିଲାଗଡ଼,୨୧ା୪(ଶରତ ମିଶ୍ର)ଟଙ୍କା ପାଇଁ ମଣିଷ କେତେ କ୍ରୂର ହୋଇଯାଏ ତାହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ବେଲପଡ଼ା ଗ୍ରାମରେ। ୧୪...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ନବୀନ ଖେଳିଲେ ପଶ୍ଚିମ ଓଡ଼ିଶା କାର୍ଡ

ବଲାଙ୍ଗୀର, ୧୮ା୪(ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଶ୍ଚିମ ଓଡ଼ିଶାରେ...

୩ଦିନ ହେଲା ଜଳଯୋଗାଣ ବନ୍ଦ: ପାଣି ପାଇଁ ଭରସା ନଦୀଜଳ

ସଇଁତଳା, ୧୪ା୪ (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ଡ଼େଙ୍ଗ ପଞ୍ଚାୟତବାସୀ ଏବେ ଘୋର ପାନୀୟ ଜଳକଷ୍ଟରେ ରହିଛନ୍ତି। ପାଇପ୍‌ ଫାଟି ଯାଇଥିବାରୁ...

ସୋନିଆଙ୍କୁ ଭେଟିଲେ ନରସିଂହ

ବଲାଙ୍ଗୀର,୧୪ା୪(ବୀରେନ୍ଦ୍ର କୁମାର ଝାଙ୍କର)କଂଗ୍ରେସ ଦଳର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଶନିବାର ବଲାଙ୍ଗୀର ବିଧାୟକ ତଥା ବିଧାନ ସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ...

ଏଭଳି ନେତା ଦଳ ଛାଡିଲେ ପ୍ରଭାବ ପଡିବନି- ଶିବାଜୀ 

ବଲାଙ୍ଗୀର,୧୧ା୪ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଭାଜପାର ପୂର୍ବତନ  ଜିଲା ସଭାପତି ପ୍ରଭାସ ପାଣିଗ୍ରାହୀ ଭାଜପାରୁ ଇସ୍ତଫା ଦେଇ ବିଜେଡିରେ ଯୋଗ  ଦେଇଛନ୍ତି। ଭୁବନେଶ୍ୱରଠାରେ ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri