ଥମୁଛି କରୋନା: ୨୪ ଘଣ୍ଟାରେ ଲକ୍ଷେ ୬୩୬ ନୂଆ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ,୭।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲକ୍‌ଡାଉନ୍‌ ପ୍ରଭାବରୁ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା କମିବାରେ ଲାଗିଛି। ୬୧ ଦିନ ପରେ ଦେଶରେ ନୂଆ କରୋନା ଆକ୍ରାନ୍ତ ସର୍ବନିମ୍ନରେ ପହଞ୍ଚିଛି। ରବିିବାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୪ ହଜାର ୪୬୦ ଥିବାବେଳେ ମୃତକଙ୍କ ସଂଖ୍ୟା ୨,୬୭୭ ଥିଲା । ତେବେ ସୋମବାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ସହିତ ମୃତକଙ୍କ ସଂଖ୍ୟା କମିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬୩୬ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୨,୪୨୭ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୧ ଲକ୍ଷ ୭୪ ହଜାର ୩୯୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ୧୪ ଲକ୍ଷ ୧ ହଜାର ୬୦୯ ଜଣ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ୨୩ କୋଟି ୨୭ ଲକ୍ଷ ୮୬ ହଜାର ୪୮୨ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ଅପରପକ୍ଷରେ ୩୬ କୋଟି ୬୩ ଲକ୍ଷ ୩୪ ହଜାର ୧୧୧ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୬ ଦିନରେ ଗଲା ୩୭ଜଣଙ୍କ ଜୀବନ: ପଦାରେ ପଡ଼ିଲା ପ୍ରଶାସନର ଅବ୍ୟବସ୍ଥା

ମୁଜଫରପୁର,୧୯।୫: ବିହାରରେ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଥିବା ବେଳେ ଏବେ ଏହାର ପ୍ରଭାବ ଗ୍ରାମାଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି। ରାଜ୍ୟ ଗ୍ରାମାଞ୍ଚଳର ପଞ୍ଚାୟତରେ ଥିବା...

ଡେଙ୍ଗୁ ଭଳି କମୁଛି କରୋନା ରୋଗୀଙ୍କ ପ୍ଲେଟଲେଟ!

ନୂଆଦିଲ୍ଲୀ,୧୪ ।୯: କରୋନା ଭାଇରସ ସଂକ୍ରମଣକୁ ନେଇ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ଏବେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ...

CORONAVIRUS UPDATE: ସୁସ୍ଥ ହେଲେ ଆଉ୧୨୦, ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୨୫୯୪କୁ ବୃଦ୍ଧି

ଭୁବନେଶ୍ୱର,୧୩।୬(ବ୍ୟୁରୋ): ରାଜ୍ୟରେ ଆଉ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆରୋଗ୍ୟମାନଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୩୩ ଜଣ ଥିବା ବେଳେ ଗଜପତିର ୧୮, ସୋନପୁରର...

ଜୁଲାଇ ୨ରେ ଭାଜପା ପାର୍ଲାମେଣ୍ଟାରୀ ପାର୍ଟି ମିଟିଂ

ନୂଆଦିଲ୍ଲୀ,୩୦।୬: ଆସନ୍ତା ଜୁଲାଇ ୨ରେ ଭାଜପା ପାର୍ଲାମେଣ୍ଟାରୀ ପାର୍ଟି ମିଟିଂ ଆୟୋଜନ କରାଯାଇଥିବା ରବିବାର ସୂଚନା ଦିଆଯାଇଛି। ଏହା ପାର୍ଲାମେଣ୍ଟାରୀ ଲାଇବ୍ରେରୀରେ ଜିଏମ୍‌ସି ବାଲଯୋଗୀ ଅଡିଟୋରିୟମରେ...

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ଠାକରେ

ମୁମ୍ବାଇ,୨୭ ।୧୧: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ପ୍ରାୟ ୫ ମାସ ପୂରଣ ହୋଇଯାଇଥିଲେ ବି ଏପର୍ଯ୍ୟନ୍ତ ଏହାକୁ ନେଇ ଚାଲିଛି ବୟାନ...

ଝାଡ଼ଖଣ୍ଡ ଭୋଟବେଳେ ହିଂସା: ଗୁଳିମାଡ଼ରେ ଜଣେ ମୃତ, ୨ ଗୁରୁତର

ରାଞ୍ଚି, ୭ା୧୨(ପି.ଟି.): ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ହିଂସାକାଣ୍ଡ ଘଟିଛି। ସିସାଇ ବିଧାନସଭା ଆସନ ଅନ୍ତର୍ଗତ ବଧନି ଗ୍ରାମର ୩୬ ନଂ. ବୁଥରେ କୌଣସି...

ନିଦ୍ରା ପାଲଟିଲା ମହାନିଦ୍ରା: ୧୬ ଶ୍ରମିକ ମୃତ

ଜଲଗାଓ୍ବଁ,୧୫।୨: ମହାରାଷ୍ଟ୍ର ଜଲଗାଓ୍ବଁରେ ଏକ ସଡ଼କ ଦୁର୍ଘଟଣାରେ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ଏକ ଅମୃତ ଭଣ୍ଡା ବୋଝେଇ ଟ୍ରକ୍‌ ଜଲଗାଓ୍ବଁର ରାବେରକୁ ଯାଉଥିଲା। ତେବେ...

ଚନ୍ଦ୍ରର ନିକଟତର ହେଲା ଲ୍ୟାଣ୍ଡର୍‌

ଚେନ୍ନାଇ: ଚନ୍ଦ୍ରଯାନ-୨ ଅର୍ବିଟରରୁ ପ୍ରଥମ ମୁନ୍‌ ଲ୍ୟାଣ୍ଡର ବିକ୍ରମ ଅଲଗା ହେବା ପରେ ମଙ୍ଗଳବାର ପ୍ରଥମ ଓ ବୁଧବାର ଦ୍ୱିତୀୟ ଡି-ଅର୍ବିଟାଲ ଅପରେଶନ ସକାଳ ୩...

Advertisement


Archives

Model This Week

Why Dharitri