୨୦୨୩ରେ ଚାଇନାରେ କରୋନା ବିସ୍ଫୋରଣ ଆଶଙ୍କା, ୧୦ ଲକ୍ଷରୁ ଅଧିକ ଲୋକଙ୍କର ହୋଇପାରେ ମୃତ୍ୟୁ…

ସିକାଗୋ,୧୭।୧୨ : ଚାଇନାରେ କରୋନା ମାମଲାରେ କ୍ରମାଗତ ବୃଦ୍ଧି ଘଟିଛି। ଏଠାରେ ପରିସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଆମେରିକାର ସିକାଗୋସ୍ଥିତ ଇନଷ୍ଟିଚ୍ୟୁଟ ଫର୍‌ ହେଲଥ ମେଟ୍ରିକ୍ସ ଆଣ୍ଡ ଏଭାଲ୍ୟୁମେଣ୍ଟର ନୂତନ ଆକଳନ ଅନୁଯାୟୀ ଚାଇନାରେ ହଠାତ କଡ଼ା କରୋନା କଟକଣାକୁ ହଟାଇବା ଦ୍ୱାରା ୨୦୨୩ ସୁଦ୍ଧା ଏକ କରୋନା ବିସ୍ଫୋରଣ ଘଟିପାରେ ଏବଂ ଏଥିରେ ୧୦ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇପାରେ।

ସେହିପରି ହଂକଂ ଚାଇନାରେ କରୋନାଙ୍କ ଅବସ୍ଥା ଉପରେ ଏକ ଅଧ୍ୟୟନ କରିଛି। ଏଥିରେ ମଧ୍ୟ କୁହାଯାଇଛି ଯେ କରୋନା ସଂକ୍ରମଣ ଯୋଗୁ ଚାଇନାରେ ପ୍ରାୟ ୧୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇପାରେ। ଚାଇନା ସରକାର କ୍ରମାଗତ ଭାବରେ କରୋନା କରୋନା କଟକଣାକୁ କୋହଳ କରୁଥିବାରୁ ଏଭଳି ହେବାର ଆଶଙ୍କା ପ୍ରକାଶ ପାଇଛି। ଏକ ସପ୍ତାହ ପୂର୍ବରୁ ଚାଇନାରେ ଶୂନ କୋଭିଡ ନୀତି ଛାଡ କରାଯାଇଥିଲା।

ବିଶେଷଜ୍ଞଙ୍କ ଅନୁଯାୟୀ ଚାଇନା ସରକାର କୌଣସି ବୁଷ୍ଟର ଡୋଜ ବିନା କରୋନା କଟକଣାକୁ କୋହଳ କରୁଛନ୍ତି। ଏହି କାରଣରୁ, ପ୍ରତି ୧୦ ଲକ୍ଷ ଲୋକଙ୍କ ମଧ୍ୟରୁ ୬୮୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିବାର ଆଶଙ୍କା ରହିଛି। ଏହି ଅନୁସନ୍ଧାନଗୁଡ଼ିକ ଏପର୍ଯ୍ୟନ୍ତ ସର୍ବସାଧାରଣରେ ପ୍ରକାଶ କରାଯାଇ ନାହିଁ କିନ୍ତୁ ବ୍ଲୁମବର୍ଗର ଗଣନାକୁ ଆଧାର କରି ଚାଇନାରେ ପ୍ରାୟ ୯୬୪,୪୦୦ ଲୋକଙ୍କ ମୃତ୍ୟୁ ଘଟିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଇନଷ୍ଟିଚ୍ୟୁଟ ଫର୍‌ ହେଲଥ ମେଟ୍ରିକ୍ସ ଆଣ୍ଡ ଏଭାଲ୍ୟୁମେଣ୍ଟର ଆକଳନ ଅନୁଯାୟୀ, ୨୦୨୩ ଏପ୍ରିଲ ୧ ରେ ଚାଇନାରେ ସଂକ୍ରମଣ ମାମଲା ସର୍ବାଧିକ ହେବ। ସେତେବେଳେ ମୃତ୍ୟୁ ସଂଖ୍ୟା ୩,୨୨,୦୦୦ରେ ପହଞ୍ଚିବ। ଇନଷ୍ଟିଚ୍ୟୁଟ ଫର୍‌ ହେଲଥ ମେଟ୍ରିକ୍ସ ଆଣ୍ଡ ଏଭାଲ୍ୟୁମେଣ୍ଟର ନିର୍ଦ୍ଦେଶକ ଖ୍ରୀଷ୍ଟୋଫର୍‌ ମୁରେ କହିଛନ୍ତି ଯେ ସେତେବେଳକୁ ଚାଇନା ଜନସଂଖ୍ୟାର ଏକ ତୃତୀୟାଂଶ ଲୋକ ସଂକ୍ରମିତ ହେବେ।

କରୋନା କଟକଣା ହଟାଯିବା ପରଠାରୁ ଚାଇନାର ଜାତୀୟ ସ୍ବାସ୍ଥ୍ୟ ପ୍ରାଧିକରଣ କୌଣସି ସରକାରୀ ମୃତ୍ୟୁ ଖବର ଦେଇନାହିଁ। ଶେଷ ସରକାରୀ ମୃତ୍ୟୁ ୩ ଡିସେମ୍ବରରେ ରେକର୍ଡ କରାଯାଇଥିଲା। ଚାଇନାରେ ମୋଟ ମହାମାରୀ ମୃତ୍ୟୁ ସଂଖ୍ୟା ୫,୨୩୫ ରହିଛି। ତେଣୁ ସଂକ୍ରମଣର ମୃତ୍ୟୁ ହାର ବିଷୟରେ ଧାରଣା ପାଇବା ପାଇଁ ଆମେ ହଂକଂର ସହାୟତା ନେଇଥିଲୁ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?