ଥରେ କି ଦୁଇଥର ନୁହେଁ, ୧୦ ଥର ଆସିଲା ନେଗେଟିଭ୍‌ ରିପୋର୍ଟ; ତଥାପି କରୋନାରେ ଚାଲିଗଲା ଜୀବନ

ଲଣ୍ଡନ,୭।୫: କରୋନା ଭ୍ୟାକ୍ସିନ ଆସିବା ପରେ ଏହି ମହାମାରୀ ସହିତ ଜଡ଼ିତ କିଛି ଜଟିଳ ସମସ୍ୟା ସାମ୍ନାକୁ ଆସୁଛି। ଏମିତି ଏକ ମାମଲା ବ୍ରିଟେନରୁ ଆସିଛି। ଏଠାକାର ୫୫ ବର୍ଷୀୟା ଜଣେ ମହିଳା ଲଗାତର କରୋନା ଟେଷ୍ଟ କରାଉଥିଲେ। ଏମିତିକି ଥରେ କି ଦୁଇ ଥର ନୁହେଁ ୧୦ ଥର ତାଙ୍କର କରୋନା ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଏହା ସତ୍ତ୍ୱେ ତାଙ୍କର କରୋନାରେ ମୃତ୍ୟୁ ଘଟିଛି। ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଏକ ରିପୋର୍ଟ ଅନୁଯାୟୀ, ଡେବ୍ରା ଶ ହର୍ନିଆ ନାମକ ଏହି ମହିଳା ଅପରେଶନ ପାଇଁ ରୟାଲ ଷ୍ଟକ୍‌ ୟୁନିଭରସିଟି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏଠାରେ ତାଙ୍କର ଅପରେଶନ କରାଯାଇଥିଲା। ପରବର୍ତ୍ତୀ ସମୟରେ ସେ ସୁସ୍ଥ ଥିଲେ। ମାତ୍ର ହଠାତ୍‌ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କଲେ। ଏହା ପରେ ସେ କୋମାକୁ ଚାଲିଗଲେ। ଦୁଇ ସପ୍ତାହ ହସ୍ପିଟାଲରେ ରହିବା ପରେ ପରପାରିକୁ ଚାଲିଗଲେ। ତାଙ୍କର ମୃତ୍ୟୁ କରୋନା ଯୋଗୁ ହୋଇଥିବା ଶୁଣି ପରିବାର ସଦସ୍ୟଙ୍କ ହୋସ୍‌ ଉଡ଼ିଯାଇଛି। କାରଣ ଡେବ୍ରାଙ୍କୁ ଯଦି କରୋନା ହୋଇଥିଲା, ତେବେ ତାଙ୍କୁ କୋଭିଡ୍‌ ଓ୍ବାର୍ଡରେ କାହିଁକି ରଖାଗଲା ନାହିଁ ବୋଲି ପରିବାର ଲୋକେ ପ୍ରଶ୍ନ କରିଛନ୍ତି।

ତାଙ୍କ ପୁଅ କ୍ରିସ୍‌ କହିଛନ୍ତି, ମା’ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କର ପ୍ରତିଦିନ କୋଭିଡ୍‌ ଟେଷ୍ଟ୍‌ କରାଯାଉଥିଲା। ସବୁ ସମୟରେ ହିଁ ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସୁଥିଲା। ତେବେ କେମିତି କରୋନାରେ ମୃତ୍ୟୁ ଘଟିଲା ବୋଲି ସେ କହିଛନ୍ତି। କ୍ରିସ୍‌ କହିଛନ୍ତି, ତାଙ୍କ ମୃତ୍ୟୁ ପ୍ରମାଣପତ୍ରରେ କରୋନାରେ ମୃତ୍ୟୁ ହୋଇଥିବା ଲେଖାଯାଇଛି। ଯାହା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ବୋଲି ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ପାଇଁ ନେପାଳରେ ହିଂସା

କାଠମାଣ୍ଡୁ,୨୧।୨: ନେପାଳକୁ ଆମେରିକାର ୫୦୦ ନିୟୁତ ଡଲାର ସହାୟତା ଚୁକ୍ତିନାମାକୁ ବିରୋଧ କରି ହୋଇଥିବା ବିକ୍ଷୋଭ ହିଂସାତ୍ମକ ରୂପ ନେଇଛି। ନେପାଳ ପାର୍ଲାମେଣ୍ଟ ବାହାରେ ବିକ୍ଷୋଭକାରୀମାନେ...

ଲମ୍ବା ଜିଭ ଥିବା ଶିଶୁ

ଓକଲାହାମର ଫାରା ରଥ୍‌ ଗର୍ଭବତୀ ଥିବା ସମୟରେ ଅଲଟ୍ରାସାଉଣ୍ଡ କରାଇଥିଲେ ଆଉ ଯାହା ଦେଖିଲେ ତାଙ୍କୁ ବେଶ୍‌ କୌତୂହଳମୟ ଲାଗିଥିଲା। ଅଲଟ୍ରାସାଉଣ୍ଡ ଦେଖିଲେ ଲାଗୁଥିଲା ତାଙ୍କ...

ଲାଞ୍ଚ କାରବାର ତାଲିକାରେ ତଳକୁ ଖସିଲା ଭାରତ, ଚାଇନା-ପାକିସ୍ତାନ-ବାଂଲାଦେଶ-ନେପାଳରେ ସ୍ଥିତି ଖରାପ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୮।୧୧: ଲାଞ୍ଚ କାରବାର ମାମଲାରେ ପୂର୍ବବର୍ଷ ତୁଳନାରେ ଭଲ ପ୍ରଦର୍ଶନ କରିଛି। ଗତ ବର୍ଷଠାରୁ ଏହା ୫ଟି ସ୍ଥାନ ତଳକୁ ଖସି ଆସିଛି। ଗତ ବର୍ଷ...

ଖାଲି ପାଦର ଫଟୋ ବିକି ଦିନକୁ ରୋଜଗାର କରୁଛନ୍ତି ୬୦ ହଜାର

ନୂଆଦିଲ୍ଲୀ: ଡିଜିଟାଲ ମାର୍କେଟିଂର ସମୟରେ ଲୋକମାନେ ଟଙ୍କା ରୋଜଗାର କରିବାର ନୂଆ ନୂଆ ଉପାୟ ଆପଣାଉଛନ୍ତି। ଏହି କ୍ରମରେ ଜଣେ ଯୁବତୀ ନିଜ ପାଦର ଫଟୋ...

ସୀମାରେ ୫୦ ହଜାର ସେନା ମୁତୟନ କଲାଣି ଚାଇନା

ବେଜିଂ,୧୧ ।୯: ଗୋଟିଏ ପଟେ ଚାଇନା ଭାରତ ସହ ଶାନ୍ତି କଥାବାର୍ତ୍ତା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଅନ୍ୟପଟେ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲ୍‌ଏସି)ରେ ଯୁଦ୍ଧ ପାଇଁ...

ଅଣ୍ଡରଓ୍ବାଲର୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ କରୋନା ପଜିଟିଭ୍‌

କରାଚି‌,୫।୬: ପାକିସ୍ତାନ କରାଚିରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ପାକିସ୍ତାନରେ ଲୁଚି ରହିଥିବା ଅଣ୍ଡରଓ୍ବାଲର୍ଡ ଡନ୍‌ ତଥା ଭାରତର ମୋଷ୍ଟ...

ଚାଇନା ଗ୍ୟାସ ପ୍ଲାଣ୍ଟରେ ବିସ୍ଫୋରଣ: ୧୦ ମୃତ

ହେନାନ୨୦।୭: ଚାଇନାର ହେନାନରେ ଥିବା ଏକ ଗ୍ୟାସ ପ୍ଲାଣ୍ଟରେ ଶୁକ୍ରବାର ଅପରାହ୍ନରେ ହୋଇଥିବା ବିସ୍ଫୋରଣରେ ଅତିକମରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯ ଆହତ...

ଆଉ ୨ ଯୁଦ୍ଧ ଅପରାଧୀଙ୍କୁ ୧୧ ବର୍ଷ ଜେଲ

କିଭ୍‌, ୧ା୬: ୟୁକ୍ରେନ୍‌ରେ ଯୁଦ୍ଧ ଅପରାଧ କରିଥିବା ଆଉ ଦୁଇ ରୁଷୀୟ ସୈନ୍ୟଙ୍କୁ କିଭ୍‌ର ଏକ କୋର୍ଟ ମଙ୍ଗଳବାର ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

Advertisement
Archives

Model This Week