ଚାଇନାର ଲ୍ୟାବରୁ ହୋଇଛି କରୋନା ଲିକ୍‌: ଏଫବିଆଇ…

ଓ୍ବାଶିଂଟନ,୧।୩ : କରୋନା ଭାଇରସ ବିଷୟରେ ଏକ ବଡ ଖବର ଆସିଛି। ଆମେରିକାର ଅନୁସନ୍ଧାନକାରୀ ଏଜେନ୍ସି ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ (ଏଫବିଆଇ) ର ନିର୍ଦ୍ଦେଶକ ଦାବି କରିଛନ୍ତି ଯେ ଏହି ଭୂତାଣୁ ଚାଇନାର ଏକ ଲ୍ୟାବରେ ସୃଷ୍ଟି ହୋଇଛି। ଏଠାରୁ ଏହା ଲିକ୍‌ ହୋଇ ସମଗ୍ର ବିଶ୍ୱକୁ ବ୍ୟାପି ଯାଇଥିଲା। ଏଫବିଆଇ ନିର୍ଦ୍ଦେଶକ ଖ୍ରୀଷ୍ଟୋଫର ରେ କହିଛନ୍ତି ଯେ ଚାଇନା ସରକାରଙ୍କ ନିୟନ୍ତ୍ରିତ ଲାବୋରେଟୋରୀରେ କୋଭିଡ-୧୯ ପ୍ରସ୍ତୁତ ହୋଇଛି ବୋଲି ବ୍ୟୁରୋ ବିଶ୍ୱାସ କରେ। ଫକ୍ସ ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ ଖ୍ରୀଷ୍ଟୋଫର କହିଛନ୍ତି, ’ଏଫବିଆଇ ଦୀର୍ଘ ଦିନ ଧରି ଆକଳନ କରିଛି ଯେ ମହାମାରୀର ଉତ୍ପତ୍ତି ଏକ ସମ୍ଭାବ୍ୟ ଲାବୋରେଟୋରୀ ଘଟଣା।

କରୋନାଭାଇରସ ବିସ୍ଫୋରଣ ପରେ ଏଫବିଆଇର ଏହା ହେଉଛି ପ୍ରଥମ ସରକାରୀ ବିବୃତ୍ତି। ତେବେ ଚାଇନା ଏଭଳି ଅଭିଯୋଗକୁ ଖଣ୍ଡନ କରିବାରେ ଲାଗିଛି। ଖ୍ରୀଷ୍ଟୋଫରଙ୍କ ବିବୃତ୍ତିର ଗୋଟିଏ ଦିନ ପୂର୍ବରୁ ଚାଇନାରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ଚାଇବା କରୋନାଭାଇରସ ବିଷୟରେ ଅଧିକ ସଚ୍ଚୋଟ ହେବାକୁ କହିଥିଲେ।

ଚାଇନା ମହାମାରୀର ଉତ୍ସ ଜାଣିବା ପାଇଁ ପ୍ରୟାସରେ ବାଧା ସୃଷ୍ଟି କରୁଛି। ଏହା ସମସ୍ତଙ୍କ ପାଇଁ ଦୁର୍ଭାଗ୍ୟଜନକ। କେତେକ ଅଧ୍ୟୟନରୁ ଜଣାପଡିଛି ଯେ ଚାଇନାର ଉହାନର ଏକ ଲ୍ୟାବରେ ଏହି ଭୂତାଣୁ ବିକଶିତ କରାଯାଇଥିଲା। ଏଠାରୁ ଏହା ପଶୁମାନଙ୍କ ନିକଟରେ ପହଞ୍ଚିଲା ଏବଂ ପରେ ପଶୁମାନଙ୍କଠାରୁ ମଣିଷକୁ ଆସିଥିଲା।

ଉହାନରେ ବିଶ୍ୱର ଅଗ୍ରଣୀ ଭାଇରସ ଲାବୋରେଟୋରୀ ହେଉଛି ଉହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି। କରୋନାଭାଇରସ ସମ୍ବନ୍ଧରେ ଏହିଠାରେ ଅନୁସନ୍ଧାନ ଚାଲିଥିଲା। ଏହାଠାରୁ ମାତ୍ର ୪୦ ମିନିଟ ଦୂରରେ ଏକ ସାମୁଦ୍ରିକ ଖାଦ୍ୟ ଏବଂ ମାଂସ ବଜାର ଅଛି। ଭୂତାଣୁ ଲିକ ହେବା ପରେ ଏହା ଏହି ବଜାର ମାଧ୍ୟମରେ ସାଧାରଣ ଲୋକଙ୍କ ମଧ୍ୟରେ ବ୍ୟାପିବାରେ ଲାଗିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାମସହାୟ ପ୍ରସାଦ ଯାଦବ ହେଲେ ନେପାଳର ନୂତନ ଉପରାଷ୍ଟ୍ରପତି

କାଠମାଣ୍ଡୁ,୧୭।୩: ମାଡେସି ନେତା ରାମସହାୟ ପ୍ରସାଦ ଯାଦବ ନେପାଳର ନୂତନ ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି। ଶୁକ୍ରବାର ନେପାଳର ନିର୍ବାଚନ ଆୟୋଗ ଏହା ଘୋଷଣା କରିଛନ୍ତି।...

ଦକ୍ଷିଣ କୋରିଆ ରାଜପଥରେ ଅଗ୍ନିକାଣ୍ଡ: ୫ ଜଣଙ୍କ ଜୀବନ ଗଲା

ସିଓଲ,୨୯ା୧୨: ଗୁରୁବାର ଦକ୍ଷିଣ କୋରିଆର ଏକ ପ୍ରମୁଖ ଏକ୍ସପ୍ରେସଓ୍ବେରେ ବଡ଼ ଅଗ୍ନିକାଣ୍ଡ ଘଟିଛି। ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ୩୦ରୁ ଊର୍ଦ୍ଧ୍ୱ ଲୋକ ଆହତ...

କରୋନା ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ: ଗଞ୍ଜାମ ଜିଲାପାଳଙ୍କୁ ଫୋନକରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର, ୧୪।୪(ଡି.ଏନ୍‌.ଏ.): କରୋନା ମୁକାବିଲା ନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ବହୁତ ଭଲ କାମ କରୁଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ଆମେରିକାରେ ୩ ଫୁଟ୍‌ ତୁଷାରପାତ

ଓ୍ବାଶିଂଟନ,୧ା୧୦: ଆମେରିକାରେ ଗ୍ରୀଷ୍ମଋତୁ ଶେଷ ହେବାର ସପ୍ତାହେ ପରେ ସେଠାରେ ପ୍ରବଳ ତୁଷାର ଝଡ଼ ହୋଇଛି। ପଶ୍ଚିମାଞ୍ଚଳରେ ରବିବାର ରେକର୍ଡ ପରିମାଣର ୩ ଫୁଟ୍‌ ଉଚ୍ଚରେ...

ମଉଳିଲା ଉଦ୍ଧବଙ୍କ ଆଶା

ମୁମ୍ବାଇ,୧।୫: ମହାରାଷ୍ଟ୍ରରେ ଖାଲିପଡ଼ିଥିବା ୯ ବିଧାନ ପରିଷଦ ଆସନ ପାଇଁ ନିର୍ବାଚନ କରାଇବାକୁ ରାଜ୍ୟପାଳ ଭଗତ ସିଂ କୋଶ୍ୟାରି ଗୁରୁବାର ଇସିଙ୍କୁ ଅନୁରୋଧ କରିଛନ୍ତି। ଫଳରେ...

ଲିସିଚାଂସ୍କ ସହରକୁ କବଜା କଲା ରୁଷିଆ, ୨୦୦୦ ୟୁକ୍ରେନ ସେନାଙ୍କୁ ବି ଘେରିଲା

କ୍ୱିଭ/ମସ୍କୋ, ୨୫ ।୬: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ୪ ମାସ ପୂରଣ ହୋଇଥିଲେ ବି ଏବେବି ରୁଷିଆ ପକ୍ଷରୁ ଲାଗାତାର ଭାବେ ୟୁକ୍ରେନ ଉପରେ ଆକ୍ରମଣ ଜାରି...

ସଂସ୍କୃତରେ ଶପଥ ନେଲେ ମୂଳ ଭାରତୀୟ ସାଂସଦ: ଭିଡ଼ିଓ ଭାଇରାଲ

ଓ୍ବିଲିଂଟନ୍‌,୨୬।୧୧: ନ୍ୟୁଜିଲାଣ୍ଡରେ ମୂଳ ଭାରତୀୟ ସାଂସଦ ଡ. ଗୌରବ ଶର୍ମା ଇତିହାସ ରଚିଛନ୍ତି। ସେ ସଂସ୍କୃତରେ ପଦ ଏବଂ ଗୋପନୀୟତାର ଶପଥ ପାଠ କରିଛନ୍ତି। ହିମାଚଳ...

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବ ପାମ୍ପଡ଼: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୨୪।୭: ସମଗ୍ର ଦେଶରେ କରୋନା ଭାଇରସ ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କରୋନା ସହ ମୁକାବିଲା ପାଇଁ ସମଗ୍ର ବିଶ୍ୱ ଭ୍ୟାକସିନ୍‌ ପ୍ରସ୍ତୁତି...

Advertisement
Archives

Model This Week