ଗଣେଶ ପୂଜା ପରେ କରୋନା ସଂକ୍ରମଣ ବଢ଼ିବା ଆଶଙ୍କା, ସ୍ବାସ୍ଥ୍ୟ ଅଧିକାରୀଙ୍କ ସତର୍କ ସୂଚନା…

ମୁମ୍ବାଇ,୧୨।୯: ଗଣେଶ ପୂଜା ପରେ ମହାରାଷ୍ଟ୍ରରେ କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏନେଇ ରାଜ୍ୟ ସର୍ଭେଲାନ୍ସ୍‌ ଅଧିକାରୀ ଡ.ପରାଦୀପ୍‌ ଆଓ୍ବଟେ ଚେତାବନୀ ଦେଇଛନ୍ତି। କେରଳରେ ଓନାମ ପର୍ବ ପରେ କରୋନା ସଂକ୍ରମଣ ବଢ଼ିଥିବା ବେଳେ ଏହାର ପୁନରାବୃତ୍ତି ମହାରାଷ୍ଟ୍ରରେ ହେବାର ଆଶଙ୍କା ରହିଥିବା ନେଇ ସେ ସତର୍କ ସୂଚନା ଜାରି କରିଛନ୍ତି।

ଗଣେଶ ପୂଜାରେ ଭିଡ଼ ଜମିବା ସହ ଲୋକେ କରୋନା ମାର୍ଗଦର୍ଶିକା ପାଳନ କରି ନାହାନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଜିଲାକୁ ପରାମର୍ଶ ଜାରି କରିଛନ୍ତି ଏବଂ ପାଞ୍ଚଟି ଜିଲାକୁ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି। ଶୀଘ୍ର ନମୁନା ପରୀକ୍ଷା ସହିତ ଆକ୍ରାନ୍ତଙ୍କୁ ଆଇସୋଲେଶନରେ ରଖି ଆବଶ୍ୟକ ଔଷଧ ପ୍ରଦାନ କରିବାକୁ ସରକାର ପରାମର୍ଶ ଦେଇଛନ୍ତି ବୋଲି ସେ କହିଛନ୍ତି।

ଗତ ସାତ ଦିନ ମଧ୍ୟରେ ରାଜ୍ୟରେ ପଜିଟିଭିଟି ହାର ୨.୬୭ ପ୍ରତିଶତ ରହିଛି। କିନ୍ତୁ ଆଠଟି ଜିଲାରେ ବୃଦ୍ଧିି ପାଉଥିବା ସଂକ୍ରମଣକୁ ନେଇ ଅଧିକାରୀମାନେ ଚିନ୍ତିତ ଅଛନ୍ତି। ଡ .ଇଶ୍ୱର ଗିଲାଡା ପରିସ୍ଥିତିକୁ ଅତ୍ୟନ୍ତ ଦ୍ୱନ୍ଦ୍ୱପୂର୍ଣ୍ଣ ବୋଲି କହିିଛନ୍ତି। ସଂକ୍ରମଣ ବଢ଼ିବା ସହିତ ଟିକାକରଣ ଅଭିଯାନ ମଧ୍ୟ ନିରନ୍ତର ଚାଲୁ ନ ଥିବାରୁ ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଯେ ଗୋଟିଏ ପଟେ ସରକାର ଗଣେଶ ପର୍ବକୁ ପୃଥକ ଭାବରେ ପାଳନ କରିବାକୁ କହୁଥିବା ବେଳେ ଅନ୍ୟପକ୍ଷରେ ହଜାର ହଜାର ବସରେ ଲୋକଙ୍କୁ କୋଙ୍କଣ ଅଞ୍ଚଳକୁ ନେବାକୁ ପ୍ରସ୍ତୁତ ରହିଛନ୍ତି। ଏପରି ପରିସ୍ଥିତିରେ କିପରି ମହାମାରୀକୁ ନିୟନ୍ତ୍ରଣ କରିହେବ ବୋଲି ସେ ଚିନ୍ତା ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁକୁଳିଲେ ଜେସିକା ଲାଲ ହତ୍ୟାକାଣ୍ଡର ଦୋଷୀ ମନୁ ଶର୍ମା

ନୂଆଦିଲ୍ଲୀ,୨।୬: ବହୁ ଚର୍ଚ୍ଚିତ ଜେସିକା ଲାଲ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଥିବା ମନୁ ଶର୍ମା ସୋମବାର ମୁକୁଳିଛନ୍ତି। ସେଣ୍ଟେନ୍ସ ରିଭ୍ୟୁ ବୋର୍ଡର ସୁପାରିସ କ୍ରମେ ଦିଲ୍ଲୀର...

ଆରପାରିରେ ରିଷି କପୁର

ମୁମ୍ବାଇ,୩୦।୪: ବଲିଉଡ୍‌ ଅଭିନେତା ରିଷି କପୁରଙ୍କର ଗୁରୁବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ଦେଖାଯିବାରୁ ରିଷିଙ୍କ...

ବିହାରରେ ପୁଣି ନୀତିଶ-ସୁଶୀଲଙ୍କ ସରକାର: ଏନ୍‌ଡ଼ିଏର ନିଷ୍ପତ୍ତି

ପାଟନା,୧୫।୧୧: ବିହାରରେ ପୁଣି ନୀତିଶ କୁମାର ଏବଂ ସୁଶୀଲ ମୋଦିଙ୍କ ଯୋଡ଼ି ଶାସନ ଡୋର ଧରିବେ। ଏନେଇ ରବିବାର ଏନ୍‌ଡ଼ିଏ ବୈଠକରେ ସ୍ଥିର ହୋଇଛି। ନିତୀଶଙ୍କୁ...

୬୪୫ ସ୍କୁଲରେ ହେବ ଅସ୍ଥାୟୀ ହସ୍ପିଟାଲ

ନୂଆଦିଲ୍ଲୀ,୨୪।୩: କେନ୍ଦ୍ର ସରକାର କରୋନା ଭାଇରସର ସଂକ୍ରମଣକୁ ଦେଖି ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛନ୍ତି। ଏବେ ପ୍ରାୟ ୬୪୫ ନବୋଦୟ ବିଦ୍ୟାଳୟ ହଷ୍ଟେଲକୁ ସରକାର ଅସ୍ଥାୟୀ...

ଲୋକ ସଭା ଉପବାଚସ୍ପତି ପଦ ଓ୍ବାଇଏସଆର୍‌ କଂଗ୍ରେସକୁ ଦିଆଯାଇପାରେ

ନୂଆଦିଲ୍ଲୀ. ୧୨।୬: ଆନ୍ଧ୍ର ପ୍ରଦେଶର ଜଗନମୋହନଙ୍କ ନେତୃତ୍ୱାଧୀନ ଓ୍ବାଇଏସଆର କଂଗ୍ରେସକୁ ଏଥର ଲୋକ ସଭା ଉପବାଚସ୍ପତି ପଦ ଅଫର୍‌ ଭାଜପା ଦେଇପାରେ। ମଙ୍ଗଳବାର ଭାଜପା ସାଂସଦ...

କମିବ ଖରିଫ ଉତ୍ପାଦନ

ନୂଆଦିଲ୍ଲୀ,୧୦।୯(ପି.ଟି.): ଚଳିତ ଖରିଫ୍‌ ଋତୁରେ କମ୍‌ ଅଞ୍ଚଳରେ ଧାନ ବୁଣାଯାଇଥିବାରୁ ଚାଉଳ ଉତ୍ପାଦନ ୧୦ରୁ ୧୨ ନିୟୁତ ଟନ୍‌ କମିପାରେ ବୋଲି କେନ୍ଦ୍ର ସରକାର ପୂର୍ବାନୁମାନ...

ରାଜ୍ୟରେ ସୁସ୍ଥ ହେଲେ ଆଉ ୩୨୧୭ କରୋନା ଆକ୍ରାନ୍ତ: ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୧୨।୯(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୩୨୧୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ  ସର୍ବାଧିକ ୬୪୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ମୟୂରଭଞ୍ଜରୁ ୨୮୧, କଟକରୁ ...

କରୋନା ଟିକା ନେବା ପରେ ଏହି ସମସ୍ୟାର ସମ୍ମୁଖୀନ ହେଲେ ମହିଳା

ଲଣ୍ଡନ,୨୩।୪: କରୋନା ମହାମାରୀ ସମଗ୍ର ବିଶ୍ୱରେ ପୁଣି ଆତଙ୍କ ଖେଳାଇଲାଣି। ଏହି ସଂକ୍ରମଣକୁ କମ୍‌ କରିବା ପାଇଁ ପୂରା ଦୁନିଆରେ ଟିକାକରଣ ଅଭିଯାନ ଜୋରଦାର ଚାଲିଛି।...

Advertisement
Archives

Model This Week