ସମ୍ପର୍କରେ ଦୂରତା ଆଣୁଛି କରୋନା ସଂକ୍ରମଣ: ଦାମ୍ପତ୍ୟ ଜୀବନ ବିପର୍ଯ୍ୟସ୍ତ

ଓ୍ବାଶିଂଟନ, ୨୩।୮: କରୋନା ମହାମାରୀ ସଂକ୍ରମଣ ଯୋଗୁ ଏବେ ଦାମ୍ପତ୍ୟ ଜୀବନ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଦମ୍ପତିମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରକ୍ଷା କରିବାକୁ ବିଶେଷଜ୍ଞମାନେ ବାରଣ କରିଛନ୍ତି। ଏହାଦ୍ୱାରା ଆକ୍ରାନ୍ତ ସାଥୀଙ୍କଠାରୁ କରୋନା ସଂକ୍ରମଣ ଅନ୍ୟ ଜଣଙ୍କୁ ହେବାର ଆଶଙ୍କା ରହିଥିବା ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। କରୋନା ଶାରୀରିକ ସମ୍ପର୍କ ଦ୍ୱାରା ବ୍ୟାପି ନ ଥାଏ। ମାତ୍ର ଆକ୍ରାନ୍ତ ହୋଇଥିବା ସାଥୀଙ୍କ ନିକଟକୁ ଗଲେ ସଂକ୍ରମଣର ଆଶଙ୍କା ରହିଥାଏ। ଯଦି କୌଣସି ଲକ୍ଷଣ ପ୍ରକାଶ ପାଉଛି ତେବେ ଘରେ ଦମ୍ପତିମାନେ ପରସ୍ପର ମଧ୍ୟରେ ୨ ମିଟର ଦୂରତା ବଜାୟ ରଖିବା ଆବଶ୍ୟକ। ଅପରପକ୍ଷରେ ନମୁନା ରିପୋର୍ଟ କରୋନା ପିଜିଟିଭ୍‌ ଆସିଲେ ତୁରନ୍ତ ନିଜକୁ ଆଇସୋଲେଶନ କରିନେବା ଉଚିତ୍‌। ଏହା ଦ୍ୱାରା ଅନ୍ୟ ସାଥୀଙ୍କୁ କରୋନା ଭୂତାଣୁ ସଂକ୍ରମଣ ହେବାର ଆଶଙ୍କା ଆଉ ରହି ନ ଥାଏ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି। ପରିଷ୍କାର ପରିଚ୍ଛନ୍ନତା, ମାସ୍କ୍‌ର ବ୍ୟବହାର ଏବଂ ଆକ୍ରାନ୍ତଙ୍କଠାରୁ ଦୂରତା ବଜାୟ ରଖିଲେ କରୋନା ସହିତ ଲଢ଼େଇରେ ମଣିଷ ସମାଜ ବିଜୟୀ ହୋଇ ପାରିବ ବୋଲି ବିଶେଷଜ୍ଞ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ସମସ୍ୟା ଦୂର କରେ ଗୁଜୁରାତି

ଗୁଜୁରାତି ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ଥାଏ। ଖାଦ୍ୟକୁ ସ୍ବାଦିଷ୍ଟ ଏବଂ ସୁଗନ୍ଧିତ କରିବା ପାଇଁ ଗୁଜୁରାତିର ବ୍ୟବହାର କରାଯାଇଥାଏ। ଏହା ମୁଖ ଦୁର୍ଗନ୍ଧ ମଧ୍ୟ...

ତିନିଫୁଟିଆ ମହାରାଜା ଦୋସା

ସମ୍ବଲପୁର ଜିଲା ରେଙ୍ଗାଲି ବାଇପାସ ଛକ ନିକଟରେ ହଟ୍‌ସ୍ପାଇସ ରେସ୍ତୋରାଁ ରହିଛି। ୧୦ ନମ୍ବର ରାଜପଥ (ବିଜୁ ଏକ୍ସପ୍ରେସ) ପାର୍ଶ୍ୱରେ ଏହା ରହିଥିବାରୁ ରାଜ୍ୟର ବିଭିନ୍ନ...

କଶ୍ମୀର ପନିର

ଆବଶ୍ୟକୀୟ ସାମଗ୍ରୀ: ତେଲ-ଅଧା ଚାମଚ, ଲବଙ୍ଗ- ୩ଟି, ତେଜପତ୍ର-୧ଟି, ଡାଳଚିନି ୧ ଖଣ୍ଡ, ଜିରା-୧ ଚାମଚ, ଗୁଜୁରାତି- ୩ଟି, ଅଦା ପେଷ୍ଟ-୧ଚାମଚ, ପାନମଧୁରି ଗୁଣ୍ଡ- ୧ଚାମଚ,...

ନବଧା ଶକ୍ତି ସ୍ବରୂପିଣୀ

ସାରା ଦେଶ ଏବେ ମା’ ଆଦ୍ୟାଶକ୍ତିଙ୍କ ଆବାହନରେ ମଗ୍ନ। ମା’ ଆସିବେ ଦୁଷ୍ଟ ଶକ୍ତିର ସଂହାର କରିବେ। ଏଥିପାଇଁ ତ ଏବେ ସବୁଆଡେ ଚାଲିଛି ନବରାତ୍ର...

ହୃଦ୍‌ଘାତ ସୃଷ୍ଟି କରିପାରେ ପାଟି ଇନ୍‌ଫେକ୍‌ଶନ

ଆମେ ଖାଇ ସାରିବା ପରେ ଭଲ ଭାବରେ ପାଟି ସଫା କରିବା ଦରକାର। ନ ହେଲେ ଦାନ୍ତ ମୂଳରେ ଖାଦ୍ୟର ଅବଶିଷ୍ଟାଂଶ ରହି ପାଟିରେ ଇନ୍‌ଫେକଶ୍‌ନ...

ଏହି ୫ ରାଶିର ଝିଅମାନେ ପୁଅଙ୍କୁ ନିଜପ୍ରତି କରିଥାନ୍ତି ଆକର୍ଷିତ

ରାଶି ଦ୍ୱାରା ମଣିଷର ଗୁଣ ଏବଂ ବିଘ୍ନତା ବିଷୟରେ ସବୁକିଛି ଜଣାପଡ଼ିଥାଏ। ପ୍ରତିଦିନର ରାଶିଫଳ ମାଧ୍ୟମରେ ଦିନଟି କିପରି ବିତିବ ତାହା ଜଣାପଡ଼ିଥାଏ। ଯାହା ଫଳରେ...

ଘରର ଏସବୁ ସ୍ଥାନରେ ଲଗାନ୍ତୁ ନାହିଁ ମୃତବ୍ୟକ୍ତିଙ୍କ ଫଟୋ: ହେବ ଧନ ହାନି

ହିନ୍ଦୁଧର୍ମ ଅନୁଯାୟୀ ପିତୃପୁରୁଷଙ୍କ ଶ୍ରାଦ୍ଧର ବିଶେଷ ମହତ୍ତ୍ୱ ରହିଛି। କୁହାଯାଏ ଯେ, ଯେଉଁମାନେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଅନ୍ତି ନାହିଁ ସେମାନଙ୍କୁ ବହୁ ପାପ ସହିବାକୁ ପଡିଥାଏ।...

ଆୟୁର୍ବେଦର ପ୍ରିୟ ସନ୍ତାନ ‘ବ୍ରାହ୍ମୀ’: ଏକାଧିକ ସ୍ବାସ୍ଥ୍ୟସମସ୍ୟାରୁ ଦୂରେଇ ରଖେ; ସେବନର ଉପାୟ ଜାଣନ୍ତୁ…

‘ବ୍ରାହ୍ମୀ’କୁ ଆୟୁର୍ବେଦର ପ୍ରିୟ ସନ୍ତାନ ବୋଲି କୁହାଯାଏ। ହଜାର ହଜାର ବର୍ଷ ଧରି ଆୟୁର୍ବେଦରେ ବ୍ରାହ୍ମୀକୁ ବ୍ୟବହାର କରାଯାଉଛି। ଏହା ମସ୍ତିଷ୍କର ସ୍ବାସ୍ଥ୍ୟ ପାଇଁ ଯଥେଷ୍ଟ...

Advertisement


Archives

Model This Week