ପ୍ରଘଟ ହେଉଛି କରୋନା ସଂକ୍ରମିତଙ୍କ ତଥ୍ୟ

ଅନୁଗୋଳ ଅଫିସ, ୧୩ା୭: କରୋନା ସଂକ୍ରମିତଙ୍କ ପରିଚୟ ବାହାରେ ପ୍ରକାଶ ନ କରିବାକୁ ସରକାରଙ୍କ କଡ଼ା ନିର୍ଦ୍ଦେଶ ରହିଛି। କିନ୍ତୁ ଅନୁଗୋଳ ଜିଲାରେ ଠିକ୍‌ ଭାବେ ଏହା ପାଳନ କରାଯାଉ ନ ଥିବା ଦେଖାଯାଉଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲା ପ୍ରଶାସନକୁ ଦିଆଯାଉଥିବା ସଂକ୍ରମିତଙ୍କ ତାଲିକା ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କେବଳ ଏହି ତାଲିକା ନୁହେଁ ଜିଲାପାଳଙ୍କ ଅଫିସ କିମ୍ବା ଆବାସିକ କାର୍ଯ୍ୟାଳୟରୁ ବାହାରୁଥିବା ବିଭିନ୍ନ ଅର୍ଡର ଜିଲାର ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଜାଣିବା ପୂର୍ବରୁ ସୋସିଆଲ ମିଡିଆକୁ ଚାଲିଯାଉଛି। କେଉଁ ଉଦ୍ଦେଶ୍ୟରେ ସରକାରୀ ନିର୍ଦ୍ଦେଶନାମାର ଏପରି ଉଲ୍ଲଂଘନ କରାଯାଉଛି ତାହା ଜଣାପଡ଼ୁ ନ ଥିବା ବେଳେ କାର୍ଯ୍ୟାଳୟର ଅଧିକାରୀମାନଙ୍କ ମଧ୍ୟରେ ଯେ ତାଳମେଳ ନାହିଁ ତାହା ଏଥିରୁ ସ୍ପଷ୍ଟ ହେଉଥିବା ଚର୍ଚ୍ଚା ହେଉଛି।
ଅନୁଗୋଳରୁ ପ୍ରଥମ କରି ବାହାରିଥିବା କରୋନା ସଂକ୍ରମିତଙ୍କ ତାଲିକା ସୋସିଆଲ ମିଡିଆରେ ଘୂରି ବୁଲିଲା। ଏ ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବା ପରେ ଥାନାରେ ଏତଲା ଦିଆଯାଇଥିଲା। କିନ୍ତୁ କିଏ ଭାଇରାଲ କଲା ତାହାର ପ୍ରମାଣ ନ ପାଇବାରୁ ପୋଲିସ ମାମଲାକୁ ବନ୍ଦ କରିଦେଲା। ଗତ ୫ ତାରିଖରେ ଜିଲାରେ ଥିବା ବିଭିନ୍ନ ଶିଳ୍ପସଂସ୍ଥା ଉଦ୍ଦେଶ୍ୟରେ ଜିଲାପାଳଙ୍କ ନିର୍ଦ୍ଦେଶନାମା ମଧ୍ୟ ସାମାଜିକ ଗଣମାଧ୍ୟମରେ ଦେଖାଯାଇଥିଲା। ଏକ ଶିଳ୍ପସଂସ୍ଥାରେ କାର୍ଯ୍ୟରତ କେତେଜଣ କର୍ମଚାରୀଙ୍କ ସ୍ବାବ୍‌ ରିପୋର୍ଟ ପଜିଟିଭ୍‌ ଆସିବା ପରେ ତାହାର ତାଲିକା ଗତ ୭ ତାରିଖରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ପଛରେ କାହାର ହାତ ଅଛି ତାହା ଜଣାପଡ଼ୁ ନାହିଁ। ଜିଲାପାଳ ମନୋଜ କୁମାର ମହାନ୍ତି ଏ ନେଇ କାହିଁକି କଡ଼ା ପଦକ୍ଷେପ ଗ୍ରହଣ କରୁନାହାନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଜିଲାପାଳ କହିଛନ୍ତି, ଘଟଣା ନଜରକୁ ଆସିଛି। ସରକାରୀ ତଥ୍ୟ ଯେପରି ଭାଇରାଲ ନ ହେବ ସେଥିପାଇଁ ଗ୍ରୁପ୍‌ରେ ମେସେଜ ଦିଆଯାଉଛି। ଭବିଷ୍ୟତରେ ଏପରି କରି କେହି ଧରାପଡ଼ିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମାହେଶ୍ୱରୀ ରାଇସ ମିଲ ଦେଲା ୧୦ ହଜାର

ମାଧପୁର, ୧୭ା୪- କରୋନା ମୁକାବିଲା ପାଇଁ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମାଧପୁର ମାହେଶ୍ୱରୀ ରାଇସ ମିଲ୍ ତରଫରୁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ୧୦ ହଜାର...

ରଦ୍ଦ ହେଲା ବିକ୍ରମ ସାହୁଙ୍କ ମଦ ଲାଇସେନ୍ସ

ଅନୁଗୋଳ ଅଫିସ, ୨୭।୬ – ଲକ୍‌ଡାଉନ ବେଳେ ସିଲ୍‌ ହୋଇଥିବା ଅନୁଗୋଳ କରଡାଗାଡିଆସ୍ଥିତ ମଦ ଭାଟିରେ ଚୋରା କାରବାର ଅଭିଯୋଗରେ ଗତ ଏପ୍ରିଲ୍‌ ୨୩ ବିଳମ୍ବିତ...

ଏମ୍‌ସିଏଲ୍‌ ଖଣି ପରିଦର୍ଶନ କଲେ ସିଆଇଏଲ୍‌ ଅଧ୍ୟକ୍ଷ: ଉତ୍ପାଦନ ସହ ସୁରକ୍ଷାକୁ ଅଧିକ ପ୍ରାଧାନ୍ୟ

ତାଳଚେର,୨୮ା୨(ନି.ପ୍ର.) – ଦେଶ ଅଗ୍ରଗତି କରୁଥିବା ବେଳେ କୋଇଲାର ଚାହିଦା ଦିନକୁ ଦିନ ବଢୁଛି। ତେଣୁ କୋଇଲା ଉତ୍ପାଦନ ଓ ସୁରକ୍ଷାକୁ ଅଧିକ ପ୍ରାଧାନ୍ୟ ଦିଆଯିବ...

ଛାତ୍ର କଂଗ୍ରେସ କଲା ଟୁଇଟ୍‌

ଅନୁଗୋଳ ଅଫିସ, ୧।୫ – ଲକ୍‌ଡାଉନ କଟକଣା ଉଲ୍ଲଂଘନ କରି ଡିସ୍‌ ସଫେଇ ବାହାନାରେ ଅନୁଗୋଳ କଳାକେନ୍ଦ୍ରରେ ବୁଧବାର ପୌରପାଳିକାର କେତେଜଣ କର୍ମଚାରୀ ଭୋଜିର ଆୟୋଜନ...

୫ ଜଣିଆ ଡକାୟତ ଦଳ ଗିରଫ

ତାଳଚେର,୧୩ା୩(ନି.ପ୍ର.) – ତାଳଚେର ବ୍ଲକ ଡେରା ନିକଟସ୍ଥ ସୁଭଦ୍ରା ପେଟ୍ରୋଲ ପମ୍ପରୁ ଲୁଟ୍‌ ଯୋଜନା କରୁଥିବାବେଳେ ଏକ ୫ ଜଣିଆ ଡକାୟତ ଦଳକୁ ମଙ୍ଗଳବାର ସନ୍ଧ୍ୟାରେ...

ମୌସୁମୀ ପୂର୍ବରୁ ଜଳବନ୍ଦୀ

ଅନୁଗୋଳ ଅଫିସ,୫ା୬ – ମୌସୁମୀ ଆସିବା ପୂର୍ବରୁ ଅନୁଗୋଳ ପୌରପରିଷଦର ୯ନଂ. ଓ୍ବାର୍ଡ ବଣିଆବାହଳ ଅଞ୍ଚଳ ଜଳବନ୍ଦୀ ହୋଇପଡ଼ିଛି। ବୁଧବାର କାଳବୈଶାଖୀ ବର୍ଷା ପରେ ଏପରି...

ଗୋଦାମରେ ହେଲାଣି ଗଦା

ଅନୁଗୋଳ ଅଫିସ, ୧୩ା୧୦: ଦୀପାବଳି ଆହୁରି ୧୨ ଦିନ ଦୂର। ବାଣ ବିକ୍ରି ଓ ଫୁଟାଇବାକୁ ଅନୁମତି ଦିଆଯିବ କି ନାହିଁ, ଏଯାଏ ନିଷ୍ପତ୍ତି ନେଇନି...

୧୨୭ ପିଲାଙ୍କୁ ପଢାଉଛନ୍ତି ୨ ଶିକ୍ଷକ

ବଇଣ୍ଡା,୧୬।୩(ଡି.ଏନ.ଏ.) ଶିକ୍ଷାର ବିକାଶ ପାଇଁ ସରକାରଙ୍କ ଯୋଜନା ବହୁ ବିଦ୍ୟାଳୟରେ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁନି। ଭିତ୍ତିଭୂମି, ଶିକ୍ଷକ ଅଭାବ ପିଲାଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି କରୁଥିବାରୁ...

Advertisement
Archives

Model This Week