କରୋନା ବଦଳାଇଛି ପେସା, ପରିଚୟ

ବଅଁରପାଳ,୨୧ା୮(ଡି.ଏନ.ଏ.)

ସାଧାରଣତଃ ଚୈତ୍ର ମାସରେ ଦଣ୍ଡଯାତ୍ରା ଅନୁଷ୍ଠିତ ହୋଇଥାଏ। ଶିବଙ୍କ ଉପାସନା ପୂର୍ବକ ଦଣ୍ଡୁଆମାନେ ବ୍ରତ ପାଳନ କରିବା ସହ ଧୂଳିଦଣ୍ଡ, ପାଣିଦଣ୍ଡ ପ୍ରଦର୍ଶନ କରିଥାନ୍ତି। ରାତିରେ ମାନସିକଧାରୀଙ୍କ ଘରେ ଦଣ୍ଡନୃତ୍ୟ ପରିବେଷଣ ହୋଇଥାଏ। ମାତ୍ର ବାଦଦଣ୍ଡ କଥା ଭିନ୍ନ। ଏହା ବର୍ଷର ବଭିନ୍ନ ପର୍ବପର୍ବାଣି ଏବଂ ଯାନିଯାତ୍ରା ବେଳେ ଆୟୋଜନ କରାଯାଇଥାଏ। ବିଶେଷକରି ଦୋଳଯାତ୍ରା, ଶନିଶ୍ଚର ମେଳା, ଶିବରାତ୍ରି, ଶୀତଳଷଷ୍ଠୀ, ଗଣେଶପୂଜା, ବିଶକର୍ମାପୂଜା, ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଆଦିରେ ଏହା ଅନୁଷ୍ଠିତ ହୋଇଥାଏ। ଏଥିରେ ୨ଟି ଦଣ୍ଡନୃତ୍ୟ ଦଳ ସାମିଲ ହୋଇ ଶିବ-ପାର୍ବତୀ, ଶବର-ଶବରୁଣୀ, ଯୋଗୀ-ଯୋଗୀଆଣୀ, ପତ୍ରସଉରା-ସୌରାଣୀ, କେଳା-କେଳୁଣୀ ଆଦି ବେଶ୍‌ରେ କଳା ପରିବେଷଣ କରି ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିଥାନ୍ତି। ଢେଙ୍କାନାଳ ଅନୁଗୋଳ ଜିଲାରେ ଏହି ବାଦଦଣ୍ଡର ବେଶ୍‌ ଆଦର ରହିଛି। ପ୍ରାୟ ୫ ହଜାର କଳାକାର ବିଭିନ୍ନ ପାର୍ଟି ସହ ଜଡିତ ରହି ବର୍ଷତମାମ ଅଭିନୟ କରିଥାନ୍ତି। ରାତିକ ପାଇଁ ଜଣେ ସାଧାରଣ କଳାକାର ୨ରୁ ୩ ହଜାର ଟଙ୍କା ନେଉଥିବା ବେଳେ ପ୍ରତିଷ୍ଠିତ କଳାକାରଙ୍କ କ୍ଷେତ୍ରରେ ପାଉଣା ୧୦ ହଜାରରୁ ମଧ୍ୟ ଅଧିକ ରହିଥାଏ। ଅନେକେ ସେମାନଙ୍କ ପାର୍ଟିସହ ବାର୍ଷିକ ଚୁକ୍ତି ହିସାବରେ ଅର୍ଥ ନେଇଥାନ୍ତି। କିନ୍ତୁ ମହାମାରୀ କରୋନା କାରଣରୁ ଗତ ମାର୍ଚ୍ଚରୁ ଏହି ଲୋକକଳା ପରିବେଷଣ ବନ୍ଦ ରହିଛି। ଇତିମଧ୍ୟରେ ୫ ମାସ ବିତିଯାଇଥିଲେ ବି ସ୍ଥିତିରେ ପରିବର୍ତ୍ତନ ଆସିନାହିଁ। ଏହି ସଂକ୍ରମଣ କେବେ ଦୂର ହେବ ସେ ନେଇ ମଧ୍ୟ ସରକାରଙ୍କ ନିକଟରେ ନିର୍ଦ୍ଦିଷ୍ଟ ଉତ୍ତର ନାହିଁ। ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଜାକଜମକରେ ପର୍ବପର୍ବାଣି ପାଳନ ଉପରେ କଟକଣା ଲଗାଯାଇଥିବାରୁ ବାଦଦଣ୍ଡ ପରିବେଷଣ ହୋଇପାରୁ ନାହିଁ। ଫଳରେ ଏହି ଲୋକକଳାକୁ ନିଶା ଓ ପେସା କରି ଚଳୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର କଳାକାରମାନେ ରୋଜଗାର ହରାଇଛନ୍ତି। ଦୀର୍ଘଦିନ ଧରି ପରିବାର ଚଳାଇବାରେ ଅସୁବିଧା ହେତୁ ବହୁ ଦଣ୍ଡ କଳାକାର ଏବେ ନିଜ ପରିଚୟ ଭୁଲି ପରିବା ବେପାର, ରାଜମିସ୍ତ୍ରି ଓ ନିର୍ମାଣ ଶ୍ରମିକ ସାଜିଛନ୍ତି।

ପରିବା ବିକୁଛନ୍ତି ପ୍ରତ୍ୟୁଷ ସାହୁ
ଗଡ଼ସନ୍ତ୍ରିର ପ୍ରତିଷ୍ଠିତ ବାଦଦଣ୍ଡ କଳାକାର ହେଲେ ପ୍ରତ୍ୟୁଷ ସାହୁ। ଦୀର୍ଘ ବର୍ଷର କ୍ୟାରିୟର ମଧ୍ୟରେ ସେ ୫ ଶହରୁ ଅଧିକ ମଞ୍ଚରେ ନୃତ୍ୟ ପରିବେଷଣ କରିଛନ୍ତି। ଏହା ହିଁ ଥିଲା ତାଙ୍କର ଏକମାତ୍ର ରୋଜଗାରର ମାଧ୍ୟମ। ବର୍ଷ ତମାମ ଏଥିରୁ ଭଲ ଅର୍ଥ ଆୟ କରୁଥିଲେ। ମାତ୍ର କରୋନା କଟକଣା ଯୋଗୁ ଗତ ୫ ମାସ ଧରି ସେ ବହୁ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ବାଦଦଣ୍ଡ ବନ୍ଦ ହୋଇଯାଇଥିବାରୁ ସେ ବେରୋଜଗାର ହୋଇପଡ଼ିଥିଲେ। ପରିବାର ଚଳାଇବାର କିଛି ଉପାୟ ନ ଥିବାରୁ ବାଧ୍ୟ ହୋଇ ପେସା ବଦଳାଇ ଏବେ ପରିବା ବେପାର କରୁଥିବା କହିଛନ୍ତି।
ପାର୍ଟି ପରିଚାଳକ ଏବେ ରାଜମିସ୍ତ୍ରି
ଜଟିଆ ଦଣ୍ଡନୃତ୍ୟ ପାର୍ଟିର ପରିଚାଳକ ପ୍ରଶ୍ନ ପୃଷ୍ଟି କହିଛନ୍ତି, ତାଙ୍କ ନିକଟରେ ୫୦ କଳାକାର କାର୍ଯ୍ୟ କରୁଥିଲେ। ବର୍ଷ ବର୍ଷ ଧରି ସେମାନେ ରୋଜଗାର ସହ ପରିବାର ଚଳାଉଥିଲେ। ମାତ୍ର କରୋନା କଟକଣା ଲାଗୁ ହେବା ପରଠାରୁ ଏହି ଲୋକକଳା ବନ୍ଦ ରହିଛି। ଫଳରେ ବର୍ଷ ଯାକର କାର୍ଯ୍ୟକ୍ରମ ହାତଛଡ଼ା ହୋଇଯାଇଛି। ଆୟ ବନ୍ଦ ହୋଇଯାଇଥିବାରୁ କଳାକାରମାନେ ପେସା ବଦଳାଇଥିବା ବେଳେ ଏବେ ସେ ନିଜେ ରାଜମିସ୍ତ୍ରି କାର୍ଯ୍ୟ କରୁଛନ୍ତି।
ପରିଚୟ ଏବେ ନିର୍ମାଣ ଶ୍ରମିକ
ଦଣ୍ଡ କଳାକାର ଚିନ୍ମୟ ସାମଲ କହିଛନ୍ତି, ଗୋଟିଏ ଦିନ ଦଣ୍ଡ ନୃତ୍ୟ ପରିବେଷଣ କଲେ ୧ ହଜାରରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରାପ୍ୟ ମିଳିଥାଏ। ସବୁଠାରୁ ବଡ଼ କଥା ହେଲା ଆମେ କଳାକାର ଭାବେ ସମାଜରେ ପରିଚିତ ଥିଲୁ। କିନ୍ତୁ କରୋନାକୁ ନେଇ କଟକଣା ଲାଗୁ ହେବା ପରଠାରୁ ଆମର ସେହି ପରିଚୟ ଧୀରେ ଧୀରେ ଚାଲିଯିବାକୁ ବସିଛି। କଳା ପରିବେଷଣ ବନ୍ଦ ହୋଇଯାଇଥିବାରୁ ରୋଜଗାର ପାଇଁ ନିର୍ମାଣ ଶ୍ରମିକ ସାଜିବାକୁ ବାଧ୍ୟ ହୋଇଛି।
କଳା ଛାଡ଼ିଛନ୍ତି କଳାକାର: ସଂଘ ସଭାପତି
ଦଣ୍ଡ ସଂସ୍କୃତି ମହାସଂଘ ସଭାପତି ହରମୋହନ ସାହୁ କହିଛନ୍ତି, କରୋନା ଯୋଗୁ ଓଡ଼ିଶାର ଲୋକକଳା ଦଣ୍ଡନୃତ୍ୟର ଅବସ୍ଥା ଦୁର୍ବଳ ହୋଇଯାଇଛି। ଢେଙ୍କାନାଳ ଓ ଅନୁଗୋଳ ଜିଲାରେ ପ୍ରାୟ ୫ ହଜାର ଦଣ୍ଡ କଳାକାର ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ରୋଜଗାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ତେଣୁ ବହୁ କଳାକାର ବାଧ୍ୟ ହୋଇ କଳାକୁ ଛାଡି ଅନ୍ୟ ପେଶା ପ୍ରତି ଆଗ୍ରହ ଦେଖାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri