ସହରରୁ ଗାଁ କରୋନା କାୟା

ନୂଆଦିଲ୍ଲୀ,୧୫ା୫: ଗ୍ରାମାଞ୍ଚଳର ଲୋକେ ଅସୁସ୍ଥ ହେଲେ ଉନ୍ନତ ସ୍ବାସ୍ଥ୍ୟସେବା ଆଶାରେ ସହରକୁ ଚିକିତ୍ସା ପାଇଁ ଯାଇଥାଆନ୍ତି। କିନ୍ତୁ ବଡ଼ ବଡ଼ ସହରରେ ମହାମାରୀର ଦ୍ୱିତୀୟ ଲହର ବୋଝ ସମ୍ଭାଳି ନ ପାରି ସ୍ବାସ୍ଥ୍ୟ ଭିତ୍ତିଭୂମି ଭୁଶୁଡ଼ି ପଡ଼ିଥିବାରୁ ଗାଁରେ ରହୁଥିବା ସଂକ୍ରମିତମାନେ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି । ଗାଁ ଗହଳିର ଛୋଟିଆ ହସ୍ପିଟାଲ ବାରଣ୍ଡାରେ ପରିଜନଙ୍କ ମୃତଦେହ ରଖି ଆମତ୍ୀୟସ୍ବଜନ ଭୋ ଭୋ କାନ୍ଦୁଥିବାର କରୁଣ ଚିତ୍ର ଟିଭିରେ ଦେଖିବାକୁ ମିଳୁଛି । ମୃତକଙ୍କ ପରିବାର ଲୋକେ କହୁଛନ୍ତି, ସରକାର ତ ନାକ ତଳ ସହରୀଙ୍କୁ ଚିକିତ୍ସା କରିପାରୁ ନାହାନ୍ତି, ଆମ କଥା କିଏ ପଚାରେ ।
ଦେଶରେ ନୋଭେଲ କରୋନା ଭାଇରସ୍‌ର ଦୌରାମତ୍‌ୟ କମିବାର ନାଁ ନେଉନାହିଁ। ଭାକ୍ସିନ, ଅକ୍ସିଜେନ ଓ ଅନ୍ୟ ଜରୁରୀ ଡାକ୍ତରୀ ଉପକରଣର ଅଭାବ ଜନଜୀବନକୁ ଦୁର୍ବିଷହ କରିଦେଇଛି। ଗାଁରୁ ସହର ସବୁଠି ସଂକ୍ରମଣର ଆତଙ୍କ ଓ ମୃତ୍ୟୁର ବିଭୀଷିକା ଭାରତର ଦୁର୍ବଳ ସ୍ବାସ୍ଥ୍ୟସେବା ବ୍ୟବସ୍ଥାର ଅସଲ ଚିତ୍ରକୁ ପଦାରେ ପକାଇଛି। ଶୁକ୍ରବାର ପୂର୍ବାହ୍ନ ୧୦ଟା ସୁଦ୍ଧା (୨୪ ଘଣ୍ଟାର ରେକର୍ଡ)କୁ ଦେଖି ନିରାଶ ହେବାକୁ ପଡ଼ିଛି। କୋଭିଡ୍‌-୧୯ ଭୂତାଣୁ ଦେଶରେ ଦିନକ ମଧ୍ୟରେ ୪,୦୦୦ ଜଣଙ୍କ ଜୀବନ ନେଇଛି। ଏହାସହ ମୋଟ ମୃତକଙ୍କ ସଂଖ୍ୟା ୨,୬୨,୩୧୭କୁ ବୃଦ୍ଧି ପାଇଛି। ସେହିପରି ୩,୪୩,୧୪୪ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୪୦,୪୬,୮୦୯ରେ ପହଞ୍ଚତ୍ଛି। ତେବେ ଏହା କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ। ହିସାବ ବହିର୍ଭୂତ ସଂକ୍ରମିତ ଓ ମୃତକଙ୍କ ପ୍ରକୃତ ସଂଖ୍ୟାକୁ ଯୋଡ଼ାଗଲେ ଆହୁରି ଭୟାନକ ଚିତ୍ର ସାମ୍ନାକୁ ଆସିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ମତରେ ଦିନକ ଭିତରେ ପୃଥିବୀର ମୋଟ ସଂକ୍ରମଣର ୫୦% ଓ ମୃତ୍ୟୁସଂଖ୍ୟାର ୩୦% କେବଳ ଭାରତରେ ରହିଛି।
କୋଭିଡ୍‌ ପ୍ରହାରରେ ଭାରତର ଗ୍ରାମାଞ୍ଚଳ ଛାରଖାର ହୋଇଯାଇଛି। ତୁରନ୍ତ ବ୍ୟବସ୍ଥା ନ କଲେ ସ୍ଥିତି ଆହୁରି ଖରାପ ହେବ ବୋଲି ଜଳଜଳ ଦିଶୁଛି। ଏଥିଲାଗି ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭୂପିନ୍ଦର ସିଂ ହୁଡା ଲେଖିଛନ୍ତି, କେନ୍ଦ୍ର ସରକାର ବିକେନ୍ଦ୍ରୀକରଣ ଉପରେ ଗୁରୁତ୍ୱ ଦେବା ଜରୁରୀ ହୋଇପଡ଼ିଛି। ରାଜ୍ୟଗୁଡ଼ିକ ମଧ୍ୟ ସମସ୍ତ ତଥ୍ୟ ହାସଲ କରନ୍ତୁ। ନିଜ ଦକ୍ଷତା ବୃଦ୍ଧି ସହ ପଞ୍ଚାୟତଗୁଡ଼ିକୁ କୋଭିଡ୍‌ ମୁକାବିଲାର ମୁଖ୍ୟାଳୟ ରୂପେ ବ୍ୟବହାର କରନ୍ତୁ। କେନ୍ଦ୍ର ଓ ରାଜ୍ୟ ସରକାରମାନେ ସମନ୍ବୟ ରକ୍ଷା କରି ସଂକ୍ରମଣ ରୋକିବା ଦିଗରେ ଉଦ୍ୟମ କରନ୍ତୁ। ଦେଶର ୭୫% ହସ୍ପିଟାଲ ସହରାଞ୍ଚଳରେ ରହିଛି। ବର୍ତ୍ତମାନ ସେଗୁଡ଼ିକର ଅବସ୍ଥା ନ କହିବା ଭଲ। ଅବଶିଷ୍ଟ ୨୫% ଡାକ୍ତରଖାନା ଥିବା ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିପାରିଲେ ସ୍ଥିତିରେ ସୁଧାର ଆସିପାରେ।
ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ରିପୋର୍ଟ ଅନୁସାରେ ଗ୍ରାମାଞ୍ଚଳରେ ନୂଆ ସଂକ୍ରମଣ ମାମଲା ୩୬% ଥିଲା। ଚଳିତମାସରେ ଏହା ୪୮ ପ୍ରତିଶତକୁ ବୃଦ୍ଧି ପାଇଛି।
ଭାରତର ମୋଟ ଜନସଂଖ୍ୟାର ୬୫% ଗ୍ରାମାଞ୍ଚଳରେ ବସବାସ କରନ୍ତି। କିନ୍ତୁ କରୋନା ସଂକ୍ରମଣର ଦ୍ୱିତୀୟ ଲହର ତାଣ୍ଡବ ରଚିଚାଲିଥିବାବେଳେ ସୀମିତ ସ୍ବାସ୍ଥ୍ୟସେବା, ତାଲିମପ୍ରାପ୍ତ ଡାକ୍ତରୀ ଷ୍ଟାଫ୍‌ଙ୍କ ଅଭାବ, ଭାକ୍ସିନ ନ ପହଞ୍ଚତ୍ବା, ଟେଷ୍ଟିଂ ବ୍ୟବସ୍ଥା ନ ରହିବା ଅଭୂତପୂର୍ବ ମାନବିକ ସଙ୍କଟକୁ ଜନ୍ମ ଦେଇଛି।
ଗାଁଗୁଡ଼ିକରେ ସଚେତନତା ଅଭାବରୁ ବହୁସଂଖ୍ୟକ ଲୋକ କୋଭିଡ୍‌ ଟେଷ୍ଟ ପାଇଁ ନମୁନା ଦେବାକୁ ଏବେ ମଧ୍ୟ କୁଣ୍ଠାବୋଧ କରୁଛନ୍ତି। ଏପରି କି ଟେଷ୍ଟ କରିବା ପରେ ପଜିଟିଭ୍‌ ଚିହ୍ନଟ ହେଲେ ମଧ୍ୟ ଅନେକେ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହେଉନାହାନ୍ତି। କରୋନାକୁ ଏକ ସାଧାରଣ ଜ୍ୱର ମନେକରି ଲୋକଙ୍କ ସହ ଅବାଧ ମିଳାମିଶା କରୁଥିବାରୁ ସଂକ୍ରମଣ ବଢ଼ିବାରେ ଲାଗିଛି।
ଗାଁଗୁଡ଼ିକରେ କରୋନା ସଂକ୍ରମଣ ବଢ଼ିଚାଲିଲେ ପରିଣାମ କେବଳ ଜୀବନହାନିରେ ସୀମିତ ରହିବ ନାହଁ। ସ୍ଥାନୀୟଠାରୁ ନେଇ ଜାତୀୟସ୍ତର ପର୍ଯ୍ୟନ୍ତ ଅର୍ଥନୀତି ବହୁଳ ଭାବେ ପ୍ରଭାବିତ ହେବ। ଏପରି କି ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇ ଦେଶରେ ଖାଦ୍ୟ ସଙ୍କଟ ମୁଣ୍ଡ ଟେକିବ।
କୋଭିଡ୍‌ଜନିତ ଆହ୍ବାନ ଗ୍ରାମାଞ୍ଚଳରେ କର୍ମନିଯୁକ୍ତି ହ୍ରାସ ସହ ଲୋକଙ୍କ ଆୟକୁ ଦୁର୍ବଳ କରିଦେବ। ତେଣୁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଅଭାବ ଅନଟନରେ ଥିବା ଗାଁ ଲୋକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ନଗଦ ସହାୟତା ରାଶି ପଠାନ୍ତୁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝାରଖଣ୍ଡର ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ: ଜନସାଧାରଣଙ୍କ ପାଇଁ ସୂଚନା ଜାରି କଲା ନନ୍ଦିପଦା ପୋଲିସ

ହାଟଡିହୀ, ୪।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲାରେ ଝାରଖଣ୍ଡର ଏକ ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ ଥିବା ନେଇ ସୂଚନା ମିଳିବା ପରେ, ନନ୍ଦିପଦା ପୋଲିସ ପକ୍ଷରୁ ଜନସାଧାରଣଙ୍କ…

ସୁୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ଏମାନଙ୍କୁ ଆଉ ମିଳିବନି ପେଟ୍ରୋଲ…

ନୂଆଦିଲ୍ଲୀ,୪।୮: ବିନା ଥାର୍ଡ ପାର୍ଟି ବୀମାରେ ଚାଲୁଥିବା ଗାଡ଼ିକୁ ନେଇ କଠୋର ହେଲେ ସୁପ୍ରିମକୋର୍ଟ। ଅଦାଲତ କହିଛନ୍ତି ଯେଉଁ ଗାଡ଼ିଗୁଡ଼ିକର ବୈଧ ଥାର୍ଡ ପାର୍ଟି ବୀମା ନାହିଁ…

ବିଜୟଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଲେ ଜୁନିୟର ଷ୍ଟାଲିନ୍‌, କହିଲେ ମୋ ସହ…

ନୂଆଦିଲ୍ଲୀ,୪।୮: ତାମିଲନାଡୁର ବିରୋଧୀ ଦଳ ନେତା ଏବଂ ଡିଏମକେ ନେତା ଉଦୟନିଧି ଷ୍ଟାଲିନ୍ ମଙ୍ଗଳବାର ଦିନ ଟିଭିକେ ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏକ ଜନସଭାରେ…

ଉପନିର୍ବାଚନରେ ପରାଜୟ ପରେ ଭାଜପାର ବଡ଼ ଆକ୍ସନ, ଭାଙ୍ଗିଦେଲା ଦଳର…

ନୂଆଦିଲ୍ଲୀ,୪।୮: ଦତିଆ ବିଧାନସଭା ଉପନିର୍ବାଚନରେ ମିଳିଥିବା ଶୋଚନୀୟ ପରାଜୟ ପରେ ଭାଜପା ଏକ ବଡ଼ ନିଷ୍ପତ୍ତି ନେଇଛି। ଦଳ ସଂଗଠନରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ସମଗ୍ର ଜିଲ୍ଲା…

ପୃଥିବୀରେ ମାଡ଼ ହେବ ଭୟଙ୍କର ଆଷ୍ଟ୍ରୋଏଡ, ବୈଜ୍ଞାନିକ କହିଦେଲେ ତାରିଖ; ୨୨ଟି ପରମାଣୁ ବୋମା ଭଳି ଘଟିବ ପ୍ରଳୟ !

ନୂଆଦିଲ୍ଲୀ,୪।୮: ପୃଥିବୀରେ ମାଡ଼ ହେବ ବିରାଟ ଆଷ୍ଟ୍ରୋଏଡ୍ । ଧ୍ୱଂସ ହୋଇଯିବ ସବୁ କିଛି । ଛାରଖାର ହୋଇଯିବ ପୃଥିବୀ। ଯାହାକୁ ନେଇ ବୈଜ୍ଞାନିକମାନେ ଛାନିଆ ହେଲେଣି…

ବୁଧବାର ଚନ୍ଦ୍ରରେ ହେବ ଭୟଙ୍କର ବିସ୍ଫୋରଣ, ପ୍ରଚଣ୍ଡ ଶବ୍ଦରେ ହୋଇଯିବ ଛାରଖାର!

ନୂଆଦିଲ୍ଲୀ,୪।୮: ଆସନ୍ତା ୫ ତାରିଖ ବୁଧବାରରେ ସ୍ପେସ୍ ଏକ୍ସ ରକେଟର ୩,୯୦୦ କି.ଗ୍ରା ଓଜନର ଏକ ଟୁକୁଡା ଚନ୍ଦ୍ରପୃଷ୍ଠରେ ବିସ୍ଫୋରଣ ହେବ। ୨୦୨୫ ଜାନୁଆରୀ ୧୫ରେ ସ୍ପେସ…

ଆସନ୍ତାକାଲି ଠାରୁ ମିଳିବ ଶୁଦ୍ଧ ପେଟ୍ରୋଲ? E20ରୁ ମିଳିବ ମୁକ୍ତି, ବଡ଼ ବୟାନ ଦେଲେ ସରକାର…

ନୂଆଦିଲ୍ଲୀ,୪।୮:: ଗତ କିଛି ଦିନ ଧରି, ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ, ସରକାର E20 ପେଟ୍ରୋଲକୁ ପର୍ଯ୍ୟାୟକ୍ରମେ ବନ୍ଦ…

ଏଣିକି UPI ପେମେଣ୍ଟରେ ଲାଗିବ ଏକ୍ସର୍ଟା ଚାର୍ଜ? ଜାଣନ୍ତୁ କେତେ ଟ୍ରାଞ୍ଜାକ୍ସନ କଲେ ଦେବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୪।୮: ସରକାର ୟୁପିଆଇ (UPI) ମାଧ୍ୟମରେ ପେମେଣ୍ଟ କରିବାକୁ ନେଇ ଏକ ବଡ଼ ପରିବର୍ତ୍ତନ କରିବାକୁ ପ୍ରସ୍ତୁତି କରୁଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ‘ପେମେଣ୍ଟ ଆଣ୍ଡ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri