ଭାକ୍ସିନ ପାଇଁ ଗ୍ଲୋବାଲ ଟେଣ୍ଡର ଆହ୍ବାନ କଲା ରାଜ୍ୟ

ଭୁବନେଶ୍ୱର,୧୫ା୫ (ବ୍ୟୁରୋ): କୋଭିଡ୍‌ ଟିକା କିଣିବା ପାଇଁ ଓଡ଼ିଶା ସରକାର ଶୁକ୍ରବାର ଗ୍ଲୋବାଲ ଟେଣ୍ଡର ଆହ୍ବାନ କରିଛନ୍ତି। ଓଡ଼ିଶା ରାଜ୍ୟ ମେଡିକାଲ କର୍ପୋରେଶନ ଲିଃ (ଓଏସ୍‌ଏମ୍‌ସିଏଲ୍‌) ପକ୍ଷରୁ ଏନେଇ ଇ-ଟେଣ୍ଡର ପୋର୍ଟାଲ (https://tendersodisha.gov.in) ଜରିଆରେ ଯୋଗ୍ୟ ବିଡର୍‌ଙ୍କଠାରୁ ଦରଖାସ୍ତ ଆହ୍ବାନ କରାଯାଇଛି। ଟିକା ଯୋଗାଣକାରୀ ଆଗ୍ରହୀ ପକ୍ଷମାନେ ମେ’ ୧୯ ତାରିଖ ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହେବାକୁ ଥିବା ପ୍ରି-ବିଡ୍‌ ବୈଠକରେ ଯୋଗଦେଇପାରିବେ। ଅନ୍‌ଲାଇନ୍‌ ମିଟିଙ୍ଗର ଲିଙ୍କ୍‌ ସମ୍ପର୍କରେ ଓଏସ୍‌ଏମ୍‌ସିଏଲ୍‌ ଓ୍ବେବ୍‌ସାଇଟ୍‌ରେ ସୂଚନା ଦିଆଯିବ। ୨୦ ତାରିଖ ଅପରାହ୍ନ ୩ଟାରୁ ୨୮ ପୂର୍ବାହ୍ନ ୧୦ଟା ମଧ୍ୟରେ ଅନ୍‌ଲାଇନ୍‌ରେ ପକ୍ଷମାନେ ଆବେଦନ କରିପାରିବେ। ସେହିଦିନ ପୂର୍ବାହ୍ନ ୧୧ଟା ୩୦ରେ ଟେକ୍ନିକାଲ ବିଡ୍‌ ଏବଂ ଅପରାହ୍ନ ୫ଟାରେ ପ୍ରାଇସ୍‌ ବିଡ୍‌ ଖୋଲାଯିବ। ୨ ଡିଗ୍ରୀରୁ ୮ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାରେ ରହିପାରୁଥିବା ୩.୮୦ କୋଟି ଡୋଜ୍‌ ଟିକା ଗ୍ଲୋବାଲ ଇ-ଟେଣ୍ଡର ଜରିଆରେ କିଣିବାକୁ ୪ ଦିନ ତଳେ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରୁ ଆଉ ୭ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୧

ପୁରୀ ଅଫିସ, ୧୯।୬: ପୁରୀ ଜିଲାରୁ ଶୁକ୍ରବାର ପୁଣି ୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ସଂକ୍ରମିତଙ୍କୁ ମିଶାଇ ଜିଲାର ମୋଟ ପଜିଟିଭ...

ମୋଦି ସରକାରଙ୍କ ଆଉ ଜଣେ କେନ୍ଦ୍ରମନ୍ତ୍ରୀ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ,୧୨।୮: କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ୟଶୋ ନାଇକ କରୋନାରେ ପୀଡ଼ିତ ହୋଇଛନ୍ତି। ବୁଧବାର ଆସିଥିବା ସ୍ବାବ ରିପୋର୍ଟରେ ତାଙ୍କର କରୋନା ପଜିଟିଭ୍‌ ବାହାରିଥିବା ଜଣାପଡ଼ିଛି।...

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସଡ୍‌

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ଜେଇଇ ଆଡଭାନ୍ସଡ୍‌ ୨୦୨୧ ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ୩୪୮ ନମ୍ବର ରଖି ଦିଲ୍ଲୀର ମ୍ରିଦୁଲ ଅଗ୍ରଓ୍ବାଲ ଟପ୍‌ ରାଙ୍କରେ ଅଛନ୍ତି। ମହିଳା...

ବିଜେଡିର ମହିଳା ପଦାଧିକାରୀଙ୍କ ତାଲିକା ଘୋଷଣା: ରାଜ୍ୟସ୍ତରୀୟ ପରାମର୍ଶଦାତା ଭାବେ ୫ ଜଣଙ୍କୁ ନିଯୁକ୍ତି

ଭୁବନେଶ୍ୱର,୨୭ା୬(ବ୍ୟୁରୋ): ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ସଂଗଠନ ସଜାଡ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ବିଜେଡି ଗତକାଲି ପର୍ଯ୍ୟବେକ୍ଷକ ଓ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତି...

୧୭ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହେବ ବିଶ୍ୱସ୍ତରୀୟ : ତାଲିକାରେ ଓଡ଼ିଶାର ନାହିଁ ସ୍ଥାନ

ଭୁବନେଶ୍ୱର,୮।୭(ବ୍ୟୁରୋ): କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଦେଶର ୧୭ଟି ପ୍ରମୁଖ କୀର୍ତ୍ତିରାଜି ତଥା ପର୍ଯ୍ୟଟନସ୍ଥଳୀକୁ ବିଶ୍ୱସ୍ତରୀୟ କରିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ବଜେଟ ଉପସ୍ଥାପନ...

ଭଞ୍ଜନଗରରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି

ଭଞ୍ଜନଗର,୨୦।୮(ଡି.ଏନ.ଏ)-ଭଞ୍ଜନଗର ଉପ ଜିଲାପାଳଙ୍କ କାର୍ଯ୍ୟାଳୟରେ ସୋମବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣାଣି କରିଥିଲେ । ଜିଲାପାଳଙ୍କ ନିକଟକୁ ମୋଟ...

ପାରାଦୀପ ସମେତ ୪ ସ୍ଥାନରେ ସରିଲା ପକ୍ଷୀ ଗଣନା

ପାରାଦୀପ,୧୩।୧(ସ୍ବ.ପ୍ର.): କୁଜଙ୍ଗ ବନାଞ୍ଚଳ ପକ୍ଷରୁ ପାରାଦୀପ ସମେତ ୪ଟି ସ୍ଥାନରେ ପକ୍ଷୀ ଗଣନା ସରିଛି। ତେବେ ଚଳିତ ବର୍ଷ ପକ୍ଷୀ ସଂଖ୍ୟା କମିଛି । ଆଉ...

ଦେଶ ପାଇଁ ଲଢ଼ିଥିଲେ, ଏବେ କରୋନାକୁ ହରାଇଲେ

ମୁମ୍ବାଇ, ୧୬।୮: ଦେଶ ପାଇଁ ଲଢ଼ିଥିବା ଜଣେ ୯୮ ବର୍ଷ ବୟସ୍କ ନୌସେନା କର୍ମଚାରୀ ଏବେ କରୋନା ଲଢ଼େଇରେ ବିଜୟୀ ହୋଇଛନ୍ତି। ଏନେଇ ରବିବାର ଭାରତୀୟ...

Advertisement


Archives

Model This Week