ପଞ୍ଜାବରେ ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟର ପ୍ରଥମ ମାମଲା: ମହାରାଷ୍ଟ୍ର-ମଧ୍ୟପ୍ରଦେଶର ଅନେକ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ

ଚଣ୍ଡିଗଡ଼/ମୁମ୍ବାଇ/ଭୋପାଳ,୨୫।୬: ଦେଶରେ କରୋନା ଭାଇରସ୍‌ର ଦ୍ୱିତୀୟ ଲହର ଧୀରେ ଧୀରେ ଏବେ ନିୟନ୍ତ୍ରଣକୁ ଆସୁଛି। କିନ୍ତୁ ଏବେ ବି ସଙ୍କଟ ଜାରି ରହିଛି। ଅନ୍ୟପଟେ ସମ୍ଭାବ୍ୟ ତୃତୀୟ ଲହର ଖୁବ୍‌ଶୀଘ୍ର ଆସିପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଇତିମଧ୍ୟରେ କରୋନାର ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ ଏବେ ସମସ୍ତଙ୍କ ଚିନ୍ତା ବଢ଼ାଇଛି। ପଞ୍ଜାବରେ କରୋନାର ଦ୍ୱିତୀୟ ଲହର ନିୟନ୍ତ୍ରଣକୁ ଆସିବା ପରେ ଏବେ ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ ଚିନ୍ତାର କାରଣ ପାଲଟିଛି। ରାଜ୍ୟରେ ଏହାର ପ୍ରଥମ ମାମଲା ସାମ୍ନାକୁ ଆସିଛି। ଏହାପରେ ଅନ୍ୟ ନମୁନାଗୁଡ଼ିକୁ ମଧ୍ୟ ଜିନୋମ୍‌ ସିକ୍ୱେନ୍ସିଂ ପାଇଁ ପଠାଯାଇଥିବା ଜଣାପଡ଼ିଛି। ଦେଶରେ ଏହି ଭାରିଆଣ୍ଟର ଅନେକ ମାମଲା ସାମ୍ନାକୁ ଆସିଛି। ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ସମେତ ଦେଶର ଅନ୍ୟ ଅଞ୍ଚଳରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ମଧ୍ୟପ୍ରଦେଶରେ ଏପର୍ଯ୍ୟନ୍ତ ୭କରୋନା ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ ମାମଲା ଚିହ୍ନଟ ହୋଇଥିବା ଏଥିଯୋଗୁ ଜଣଙ୍କର ମୃତ୍ୟୁ ଘଟିଛି। ମଧ୍ୟପ୍ରଦେଶର ଉଜୈନରେ ଜଣେ ମହିଳାଙ୍କ ମୃତ୍ୟୁ ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ ଯୋଗୁ ହୋଇଥିବା ଜଣାପଡ଼ିଛି। ଏନେଇ ମଧ୍ୟପ୍ରଦେଶ ମେଡିକାଲ ଶିକ୍ଷା ମନ୍ତ୍ରୀ ବିଶ୍ୱାସ ସାରଙ୍ଗ ସୂଚନା ଦେଇଛନ୍ତି। ଅନ୍ୟପଟେ ମହାରାଷ୍ଟ୍ରରେ ବି କରୋନାର ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ ଆତଙ୍କ ରଚିଛି। କେବଳ ମହାରାଷ୍ଟ୍ରର ରତ୍ନଗିରିରେ ମୋଟ ୯ଟି ମାମଲା ଚିହ୍ନଟ ହୋଇଥିବା ବେଳେ ଏମାନଙ୍କର କୌଣସି ଲକ୍ଷଣ ନ ଥିବା ଜଣାପଡ଼ିଛି। ଏହାକୁ ଦୃଷ୍ଟିରେ ରଖାଯାଇ ମହାରାଷ୍ଟ୍ରର ୪ଟି ଗାଁକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବାୟୁସେନା ଯୁଦ୍ଧ ବିମାନ ମିଗ -୨୧ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍‌ ମୃତ

ଚଣ୍ଡିଗଡ଼,୨୧।୫: ପଞ୍ଜାବର ମୋଗା ନିକଟରେ ଭାରତୀୟ ବାୟୁସେନା ଏକ ଯୁଦ୍ଧ ବିମାନ ମିଗ -୨୧ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରଶିକ୍ଷଣ ସମୟରେ ପ୍ରାପ୍ତ ସୂଚନା ଅନୁଯାୟୀ, ପାଇଲଟ...

ବିଶ୍ୱକପ୍‌କୁ ନେଇ ଉତ୍ସାହିତ ଯବାନ

ଶ୍ରୀନଗର,୧୬।୬: ବିଶ୍ୱ କପ୍‌ କ୍ରିକେଟକୁ ନେଇ ସବୁଆଡେ ଚର୍ଚ୍ଚା। ବିଶେଷ କରି ଭାରତ ପାକିସ୍ତାନ ମ୍ୟାଚକୁ ଯେମିତି କେହି ହାତଛଡା କରିବାକୁ ଚାହାଁନ୍ତି ନାହିଁ। ରବିବାର...

ଡିଏମ୍‌କେରେ ଯୋଗଦେଲେ ତାମିଲନାଡୁ ଭାଜପା ଉପାଧ୍ୟକ୍ଷ

ଚେନ୍ନାଇ,୫।୧୨: ତାମିଲନାଡୁର ଭାରତୀୟ ଜନତା ପାର୍ଟି(ଭାଜପା) ଉପାଧ୍ୟକ୍ଷ ବିଟି. ଅରସକୁମାର ଗୁରୁବାର ଡିଏମ୍‌କେରେ ଯୋଗ ଦେଇଛନ୍ତି। ଡିଏମ୍‌କେ ଅଧ୍ୟକ୍ଷ ଏମ୍‌କେ ଷ୍ଟାଲିନଙ୍କ ଉପସ୍ଥିତିରେ ସେ ଅରିଭାଲୟମଠାରେ...

ବଲିଉଡ୍‌ ଫେଷ୍ଟିଭାଲରେ ସମ୍ମାନିତ ହେବେ ବୋମନ ଇରାନୀ

ମୁମ୍ବାଇ: ବଲିଉଡ୍‌ ଅଭିନେତା ବୋମନ ଇରାନୀଙ୍କୁ ଭାରତୀୟ ଫିଲ୍ମରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଯୋଗୁ ନରଓ୍ବେରେ ଆୟୋଜିତ ହେଉଥିବା ୧୭ତମ ବଲିଉଡ୍‌ ଫେଷ୍ଟିଭାଲରେ ସମ୍ମାନିତ କରାଯିବ।...

ଉଛୁଳିଲାଣି ଯମୁନା: ଆସିପାରେ ସବୁଠାରୁ ବଡ଼ ବନ୍ୟା

ନୂଆଦିଲ୍ଲୀ,୧୯।୮: ଆଗକୁ ଅଛି ଜନ୍ମାଷ୍ଟମୀ। ହେଲେ ଏବେଠାରୁ ଉଛୁଳିଲାଣି ଯମୁନା। ଲଗାଣ ବର୍ଷା ଫଳରେ ଯମୁନା ନଦୀର ଜଳସ୍ତର ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ...

କଂଗ୍ରେସକୁ ପୁଣି ଝଟ୍‌କା

ନୂଆଦିଲ୍ଲୀ,୧୯।୯: ଝାଡ଼ଖଣ୍ଡ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଥିବା ଡ. ଅଜୟ କୁମାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଗୁରୁବାର ସେ ଦିଲ୍ଲୀରେ ଆମ ଆଦମୀ ପାର୍ଟି(ଏଏପି)ରେ...

ମୁଁ ଦୁନିଆରେ କାହାକୁ ଭୟ କରିବି ନାହିଁ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨।୧୦: ଉତ୍ତରପ୍ରଦେଶ ହାଥ୍‌ରାସ ଗଣବଳାତ୍କାର ପୀଡିତାଙ୍କ ପରିବାରକୁ ଭେଟିବାକୁ ଯାଉଥିବା କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏବଂ ତାଙ୍କ ଭଉଣୀ ପ୍ରିୟଙ୍କା ଭଦ୍ରାଙ୍କୁ ଗୁରୁବାର...

ବିଶ୍ୱର ଶହେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ମୋଦି,ମମତା, ପୁନାୱାଲା

ନୂଆଦିଲ୍ଲୀ,୧୬ ।୯: ଟାଇମ୍ ମାଗାଜିନର ୨୦୨୧ ବର୍ଷ ପାଇଁ ପ୍ରକାଶ ପାଇଥିବା ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ...

Advertisement
Archives

Model This Week