ଓଡ଼ିଶାରେ କରୋନା ମୃତ୍ୟୁ ସଂଖ୍ୟା ୨୫.୦୩୨

ବଲାଙ୍ଗୀର, ୨୭ା୧୧(ବୀରେନ୍ଦ୍ର କୁମାର ଝାଙ୍କର): କରୋନା ମହାମାରୀ ସମୟର ଅନେକ ତଥ୍ୟ ଲୋକଲୋଚନକୁ ଆସିନାହିଁ। ସେହି ତଥ୍ୟ ଜାଣିବାକୁ ଲୋକେ ଆଗ୍ରହୀ ଥିଲେ ମଧ୍ୟ ସରକାରୀ ଭାବେ ତଥ୍ୟ ଉପଲବ୍ଧ ହେଉ ନ ଥିବାରୁ ଅନେକାଂଶରେ ନିରାଶ ହେବାକୁ ପଡ଼ିଛି। ବିଶେଷକରି ଓଡ଼ିଶାରେ ଜିଲାୱାରି କରୋନା ମୃତ୍ୟୁ ସଂଖ୍ୟା ସରକାରୀ ଭାବେ କେତେ ଥିଲା ଓ ସରକାର ଘୋଷଣା କରିଥିବା ୫୦ହଜାର ଟଙ୍କାର ଅନୁକମ୍ପା ରାଶି କେତେ ପରିବାରଙ୍କୁ ମିଳିଛି ତାହା ଜଣାପଡ଼ି ନ ଥିଲା। ତେବେ ସୂଚନା ଅଧିକାର ଆଇନ ବଳରେ ଓଡ଼ିଶାରେ କରୋନା ମହାମାରୀ ସମୟର କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏବେ ଉପଲବ୍ଧ ହୋଇଛି। ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା ଏହି ତଥ୍ୟକୁ ସାର୍ବଜନୀନ କରିଛନ୍ତି ।
ମିଳିଥିବା ସୂଚନାରେ ଓଡ଼ିଶାରେ କରୋନା ଯୋଗୁ ୨୫ ହଜାର ୩୨ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଓଡ଼ିଶା ସରକାରଙ୍କ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି ନଂ. ୬୦୭୭/ଆର୍‌ ଆଣ୍ଡ ଡିଏମ୍‌ ତା୨୨ା୧୧ା୨୦୨୩ରିଖ ଯୋଗେ ତଥ୍ୟ ପ୍ରଦାନ କରାଯାଇଛି। ଖୋର୍ଦ୍ଧା ଜିଲାରେ ରାଜ୍ୟର ସର୍ବାଧିକ ୫୯୮୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦେବଗଡ଼ ଜିଲାରେ ସବୁଠୁ କମ୍‌ ୭୪ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। କଟକ ଜିଲାରେ ୩୪୬୮, ସୁନ୍ଦରଗଡ଼ରେ ୧୯୪୧, ଗଞ୍ଜାମରେ ୧୭୭୨, ସମ୍ବଲପୁରରେ ୧୪୬୮, ବରଗଡ଼ରେ ୮୫୮, ପୁରୀରେ ୭୮୪, ବାଲେଶ୍ୱରରେ ୭୬୮, ଅନୁଗୋଳରେ ୭୨୧, ମୟୂରଭଞ୍ଜରେ ୬୪୭, ଯାଜପୁରରେ ୬୪୫ ଓ ବଲାଙ୍ଗୀର ଜିଲାରେ ୫୮୬, କଳାହାଣ୍ଡିରେ ୫୨୪ ଏବଂ କେନ୍ଦୁଝରରେ ୫୨୪ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। ଅନ୍ୟ ଜିଲାରେ ମୃତ୍ୟୁସଂଖ୍ୟା ୫୦୦ ତଳକୁ ରହିଛି। ରାଜ୍ୟରେ ୨୫,୦୩୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବାବେଳେ ସରକାରଙ୍କ ଦ୍ୱାରା ଘୋଷିତ ୫୦ ହଜାର ଟଙ୍କା ଅନୁକମ୍ପା ରାଶି ମୃତକଙ୍କ ପରିବାରବର୍ଗ ପାଇବା କଥା। ହେଲେ ମାତ୍ର ୨୦,୩୯୬ ପରିବାର ଅନୁକମ୍ପା ସହାୟତା ରାଶି ପାଇଥିବା ତଥ୍ୟରୁ ଜଣାପଡ଼ିଛି। ଅନୁକମ୍ପା ସହାୟତା ରାଶି ପାଇବା ପାଇଁ ୨୧,୧୭୫ ମୃତକଙ୍କ ପରିବାର ପକ୍ଷରୁ ଆବେଦନ କରାଯାଇଥିଲା ଅର୍ଥାତ୍‌ ୩୮୫୭ ପରିବାର ପକ୍ଷରୁ ସହାୟତା ରାଶି ପାଇଁ ଆବେଦନ କରାଯାଇ ନ ଥିବା ତଥ୍ୟରେ କୁହାଯାଇଛି।

ଏତେ ସଂଖ୍ୟାରେ ମୃତକଙ୍କ ପରିବାର କାହିଁକି ସରକାରଙ୍କ ଦ୍ୱାରା ଘୋଷିତ ଅନୁକମ୍ପା ରାଶି ପାଇଁ ଆବେଦନ କଲେ ନାହିଁ ଏବଂ ଯଦି ଦୁଃଖାଭିଭୂତ ପରିବାରବର୍ଗ ଆବେଦନ କଲେ ନାହିଁ ସରକାରୀ ସଂସ୍ଥା ସେମାନଙ୍କ ପାଖକୁ କାହିଁକି ସହାୟତା ପହଞ୍ଚାଇଲେ ନାହିଁ ବୋଲି ପଣ୍ଡା ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ସର୍ବଭାରତୀୟ ସ୍ତରରେ କରୋନା ମୃତକଙ୍କ ପାଇଁ ସରକାରୀ ସହାୟତା ଘୋଷଣା କରାଯାଇଥିଲେ ମଧ୍ୟ ସରକାରୀ ବ୍ୟବସ୍ଥାର ଅନୁକମ୍ପା ମୃତକଙ୍କ ପରିବାରବର୍ଗଙ୍କ ପାଇଁ ନ ଥିବା କଥା ଏହି ତଥ୍ୟରୁ ସ୍ପଷ୍ଟ ହୋଇଛି ବୋଲି ପଣ୍ଡା କହିଛନ୍ତି। କେତେକ ଜିଲାରେ ମୃତକଙ୍କ ସଂଖ୍ୟାଠାରୁ ଅଧିକ ଲୋକଙ୍କୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଥିବା ବେଳେ ଆଉ କେତେକ ଜିଲାରେ କମ୍‌ ଲୋକଙ୍କୁ ପ୍ରଦାନ କରାଯାଇଛି । କେନ୍ଦ୍ରାପଡ଼ା ଜିଲାରେ କରୋନା ମୃତ୍ୟୁ ସଂଖ୍ୟା ୨୯୫ ଦର୍ଶାଯାଇଥିବା ବେଳେ ୫୨୦ଜଣଙ୍କୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ସେହିଭଳି ଅନୁଗୋଳ, ବଲାଙ୍ଗୀର, ବାଲେଶ୍ୱର, ବରଗଡ଼, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଜଗତ୍‌ସିଂହପୁର, ଯାଜପୁର, ଝାରସୁଗୁଡ଼ା, ନୟାଗଡ଼ ଓ ପୁରୀ ଜିଲାରେ ମୃତକଙ୍କ ସଂଖ୍ୟା ଅପେକ୍ଷା ଅଧିକ ସଂଖ୍ୟକ ପରିବାବର୍ଗଙ୍କୁ ଅନୁକମ୍ପା ରାଶି ଯୋଗାଇ ଦିଆଯାଇଛି। କିନ୍ତୁ କଟକ, ଖୋର୍ଦ୍ଧା, ବୌଦ୍ଧ, ଗଞ୍ଜାମ, ସମ୍ବଲପୁର, କୋରାପୁଟ, ମାଲକାନଗିରି ଜିଲାରେ ମୃତକଙ୍କ ସଂଖ୍ୟାଠାରୁ ଢେର କମ୍‌ ପରିବାରଙ୍କୁ ଅନୁକମ୍ପା ରାଶି ଯୋଗାଇ ଦିଆଯାଇଛି । ମହାମାରୀ ସମୟରେ ମୃତ୍ୟୁ ସଂଖ୍ୟା ଠିକ୍‌ ଗଣନା କରିବାର ଆବଶ୍ୟକତା ଥିଲେ ମଧ୍ୟ ଏହା ସରକାର କରିପାରିନାହାନ୍ତି। ଅନୁକମ୍ପା ରାଶି ପାଇ ନ ଥିବା ପରିବାରଙ୍କୁ ତୁରନ୍ତ ପ୍ରଦାନ କରିବାକୁ ସୂଚନା ଅଧିକାର କର୍ମୀ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କଠାରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ଏନକାଉଣ୍ଟର: କୁଖ୍ୟାତ ଅପରାଧୀଙ୍କ ଗୋଡ଼ରେ ବାଜିଲା ଗୁଳି…

ସମ୍ବଲପୁର, ୧୭।୫ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା  ବୁର୍ଲା ଥାନା ଅଞ୍ଚଳରେ ରବିବାର ଭୋର ସମୟରେ ଏନକାଉଣ୍ଟର ହୋଇଛି। ଜଣେ କୁଖ୍ୟାତ ଅପରାଧୀଙ୍କୁ ଏହି ଏନକାଉଣ୍ଟର ହୋଇଥିବାବେଳେ…

ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌: ପୁଣେରୁ ବାୟୋଲୋଜି ଅଧ୍ୟାପିକା ଗିରଫ

ନୂଆଦିଲ୍ଲୀ,୧୭ା୫(ପି.ଟି.):ଏନ୍‌ଇଇଟି-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଶନିବାର ପୁଣେରୁ ଜଣେ ଜୀବବିଜ୍ଞାନ ଅଧ୍ୟାପିକାଙ୍କୁ ଗିରଫ କରିଛି। ଉକ୍ତ ଅଧ୍ୟାପିକା ମେ’…

ତାମିଲନାଡୁର ରାଜତାରକା

ଭାରତସାରା ଚର୍ଚ୍ଚା ହେଉଛି ଯେ ଦୁଇବର୍ଷ ତଳେ ରାଜନୈତିକ ଦଳ ତାମିଲାଗା ଭେଟ୍ରି କାଜାଗମ୍‌ (ଟିଭିକେ) ଗଢ଼ି ଅଭିନେତାରୁ ରାଜନେତା ପାଲଟିଥିବା ଚନ୍ଦ୍ରଶେଖରନ୍‌ ଯୋଶେଫ୍‌ ବିଜୟ ଗ୍ରୀନ୍‌…

ନିର୍ବାଚନ ପ୍ରକ୍ରିୟାରେ ଭୋଟର

”ଆଜିକାଲି ଜଣେ ଗୃହହୀନ ବ୍ୟକ୍ତିଙ୍କ ବାସସ୍ଥାନର ଆବଶ୍ୟକତା ପୂରଣ କରିବାକୁ ହେଲେ ବିଏଲ୍‌ଓ (ବୁଥ ସ୍ତରୀୟ ଅଧିକାରୀ) ରାତିରେ ଯାଇ ସେହି ବ୍ୟକ୍ତି ପ୍ରକୃତରେ ତାଙ୍କ ପ୍ରଦତ୍ତ…

ଘରଭଡ଼ା ଦେଇ ନ ପାରି ସ୍ତ୍ରୀ, ଝିଅକୁ ବଳାତ୍କାର ପାଇଁ ଦେଲେ ଅନୁମତି

ମୋରବି (ଗୁଜରାଟ),୧୭ା୫: ଘରଭଡ଼ା ଶୁଝି ନ ପାରିବାରୁ ଜଣେ ଶ୍ରମିକ ତାଙ୍କ ସ୍ତ୍ରୀ ଓ ନାବାଳିକା ଝିଅକୁ ଯୌନ ଶୋଷଣ ପାଇଁ ଘରମାଲିକ(୫୫)ଙ୍କୁ ଅନୁମତି ଦେବା ଭଳି…

ସିବିଏସ୍‌ଇ: ନବମ ଶ୍ରେଣୀରେ ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୭ା୫(ପି.ଟି.): ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦କୁ ନେଇ ଦୀର୍ଘଦିନରୁ ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଏକ ବଡ଼ ପଦକ୍ଷେପ ନେଇଛି।…

ଆଜି ଓଡ଼ିଶା ଗସ୍ତରେ ନୀତିନ୍‌ ନବୀନ

ଭୁବନେଶ୍ୱର, ୧୭।୫(ସୁନିତ୍‌ ମିଶ୍ର): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ନୀତିନ୍‌ ନବୀନ ପ୍ରଥମ ଥର ଲାଗି ୨ ଦିନିଆ ଓଡ଼ିଶା ଗସ୍ତରେ…

ସର୍ବ ଭାରତୀୟ ସ୍ତର କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଙ୍ଘର ବନ୍ଦ ଡାକରା : ୨୦ରେ ବନ୍ଦ ରହିବ ସମସ୍ତ ଔଷଧ ଦୋକାନ

ଦେବଗଡ଼,୧୭।୫ (ଶଶାଙ୍କ ଶେଖର ଝାଙ୍କର): ସର୍ବ ଭାରତୀୟ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଙ୍ଘର ଆହ୍ୱାନ କ୍ରମେ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଙ୍ଘର ଡାକରେ ଦେବଗଡ଼ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri