ଛଠ୍‌ ପୂଜା ଉପରେ କରୋନା ସଙ୍କଟ: କଟକଣା ଜାରି

ନୂଆଦିଲ୍ଲୀ,୧୬।୧୧: ଦୀପାବଳିର ୬ ଦିନ ପରେ ପାଳନ କରାଯାଉଥିବା ଛଠ୍‌ ପର୍ବ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କଟକଣା ଜାରି କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସାର୍ବଜନୀକ ଭାବେ ଛଠ୍‌ ପାଳନ କରା ନ ଯିବା କୁହାଯାଇଛି। ବିହାର ସରକାର ଏନେଇ ମାର୍ଗଦର୍ଶିକା ଜାରି କରିଛନ୍ତି। ସେହିପରି ଝାଡ଼ଖଣ୍ଡ, ଛତିଶଗଡ଼ ଏବଂ ଦିଲ୍ଲୀ ସରକାର ମଧ୍ୟ ସ୍ବତନ୍ତ୍ର ମାର୍ଗଦର୍ଶିକା ପାଳନ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ନଦୀ କୂଳ ଏବଂ ପୋଖରୀ ନିକଟରେ ଭିଡ଼ ନ କରିବାକୁ କୁହାଯାଇଛି। ସେହିପରି ଏହି ଅବସରରେ ହେଉଥିବା ସଙ୍ଗୀତ କାର୍ଯ୍ୟକ୍ରମ ନ କରିବାକୁ କୁହାଯାଇଛି। ଆବଶ୍ୟକସ୍ଥଳେ ଅମାନିଆଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ସାମାଜିକ ଦୂରତା ବଜାୟ ରଖିବା ସହିତ ମାସ୍କ୍‌ ପିନ୍ଧିବା, ୬୦ ବର୍ଷରୁ ଅଧିକ ବୟସ ବ୍ୟକ୍ତି ଏବଂ ୧୦ ବର୍ଷରୁ କମ୍‌ ବୟସ୍କ ଛୋଟପିଲାଙ୍କୁ ଛଠ୍‌ ପର୍ବରେ ସାମିଲ ନ କରିବାକୁ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାନିଟାଇଜ୍‌ ହେଲା ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ

ଛତ୍ରପୁର,୨୫ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ବରିଷ୍ଠ ଅଫିସରମାନେ ମଧ୍ୟ ସଂକ୍ରମିତ ହେଲେଣି। ୧୦ଦିନ ପାଇଁ ସମସ୍ତ ସରକାରୀ...

କିଏ ହେବେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ, ଚିନ୍ତାରେ କଂଗ୍ରେସ… ଶନିବାର ହେବ ଶପଥ ଗ୍ରହଣ

ବେଙ୍ଗାଲୁରୁ,୧୮।୫: କର୍ନାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଏ ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ। ହେଲେ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ...

କାହାନୀ ଘର ଘର କି ଫେମ୍‌ ଅଭିନେତାଙ୍କ ଆତ୍ମହତ୍ୟା

ମୁମ୍ବାଇ,୬।୮: ଦେଶରେ କରୋନା ସଙ୍କଟ ମଧ୍ୟରେ ବଲିଉଡ୍‌ ଓ ଛୋଟ ପରଦାର ସେଲିବ୍ରିଟିଙ୍କ ଆତ୍ମହତ୍ୟା ଜାରି ରହିଛି। ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପ୍ରଶଂସକଙ୍କ...

ଜନ୍ମ ନେବାର ୧୨ଘଣ୍ଟା ମଧ୍ୟରେ ନବଜାତ ଶିଶୁ କରୋନା ପଜିଟିଭ୍‌

ଲଣ୍ଡନ,୮।୬: ସାରା ବିଶ୍ୱରେ କରୋନା ଭାଇରସ୍‌ ସଂକ୍ରମଣ ତୀବ୍ରଗତିରେ ବୃଦ୍ଧି ପାଇବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ...

ପାର୍ଲାମେଣ୍ଟ ବଜେଟ ଅଧିବେଶନରେ ଚାଇନା ଉପରେ ଆଲୋଚନା ହେଉ: କଂଗ୍ରେସ

ନୂଆଦିଲ୍ଲୀ,୨୮।୧(ପି.ଟି.): ଡିଜିପି-ଆଇଜିପି ବାର୍ଷିକ ସମ୍ମିଳନୀରେ ଉପସ୍ଥାପନ କରାଯାଇଥିବା ରିସର୍ଚ୍ଚ ପେପରକୁ ନେଇ କଂଗ୍ରେସ ଶୁକ୍ରବାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଚାଇନା ପ୍ରତି ସରକାରଙ୍କ ଦୁର୍ବଳ...

ଆଜି ରାଜ୍ୟରୁ ସୁସ୍ଥ ହେଲେ ୬୧୬୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୪।୫(ବ୍ୟୁରୋ): ମଙ୍ଗଳବାର ରାଜ୍ୟରୁ ୬୧୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧାରୁ...

ଗୁଜରାଟରେ ଭାଜପାକୁ ସଫଳତା

ନୂଆଦିଲ୍ଲୀ, ୩ ।୩: ଗୁଜରାଟର ୮୧ ମ୍ୟୁନିସିପାଲିଟି, ୩୧ ଜିଲା ପଞ୍ଚାୟତ ଏବଂ ୨୩୧ ତାଲୁକ ପଞ୍ଚାୟତରେ ହୋଇଥିବା ନିର୍ବାଚନର ମଙ୍ଗଳବାର ଭୋଟଗଣନା କରାଯାଇଛି। ସମସ୍ତ...

କଶ୍ମୀରରୁ ଧାରା ୩୭୦ ହଟିବା ପ୍ରସଙ୍ଗ: ଜୁଲାଇରେ ହୋଇପାରେ ଶୁଣାଣି

ନୂଆଦିଲ୍ଲୀ,୨୫।୪: କଶ୍ମୀରରୁ ଧାରା ୩୭୦କୁ ହଟିବା ଏବଂ ଜମ୍ମୁ କାଶ୍ମୀରକୁ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରିବା ବିରୋଧରେ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଛି।...

Advertisement
Archives

Model This Week