କରୋନା ସ୍ଥିତି ନେଇ ପୁଣି ଘନେଇଲା ସଙ୍କଟ, ସାପ୍ତାହିକ ବୃଦ୍ଧି ହାର ୩୫ ପ୍ରତିଶତ…

ନୂଆଦିଲ୍ଲୀ, ୧୮।୪ : କ୍ରମାଗତ ୧୧ ସପ୍ତାହ ହ୍ରାସ ପରେ, ଭାରତରେ ପୁଣିଥରେ ଚଳିତ ସପ୍ତାହରେ କରୋନା ସଂକ୍ରମଣ ମାମଲାରେ ବୃଦ୍ଧି ଘଟିଛି। ଦିଲ୍ଲୀ, ହରିୟାଣା, ଉତ୍ତରପ୍ରଦେଶ ଏବଂ ଏହାର ଆଖପାଖ ରାଜ୍ୟରେ ଗତ ସାତ ଦିନ ମଧ୍ୟରେ ସଂକ୍ରମଣରେ ୩୫ ପ୍ରତିଶତ ବୃଦ୍ଧି ହୋଇଛି।

ଏହି ବୃଦ୍ଧି ତିନିଟି ରାଜ୍ୟରେ ସୀମିତ ରହିଛି। କିନ୍ତୁ ବୃଦ୍ଧି ପାଉଥିବା ସଂଖ୍ୟା ସରକାରଙ୍କ ଚିନ୍ତା ବଢ଼ାଇଛି। ଟାଇମ୍ସ ଅଫ ଇଣ୍ଡିଆର କୋଭିଡ୍‌ ଡାଟାବେସ ଅନୁଯାୟୀ, ରବିବାର (ଏପ୍ରିଲ ୧୧-୧୭) ଶେଷ ହୋଇଥିବା ସପ୍ତାହରେ ଭାରତରେ ୬,୬୧୦ଟି ନୂଆ ମାମଲା ରିପୋର୍ଟ ହୋଇଛି। ଯାହା ଗତ ସାତ ଦିନ ତଳର ୪,୯୦୦ ତୁଳନାରେ ଅଧିକ ରହିଛି।

ଏହା ପୂର୍ବରୁ ଗତ ସପ୍ତାହରେ ପ୍ରାୟ ୭,୦୧୦ ମାମଲା ପଞ୍ଜିକୃତ ହୋଇଥିଲା। କିନ୍ତୁ ଏଥର ତାଲିକାରେ କେରଳର ଆକଳନ ଅନ୍ତର୍ଭୁକ୍ତ ନାହିଁ। କାରଣ ରାଜ୍ୟ ଚଳିତ ସପ୍ତାହରୁ କୋଭିଡ ତଥ୍ୟ ପ୍ରକାଶ କରିବା ବନ୍ଦ କରି ଦେଇଛି। ଗତ ସପ୍ତାହରେ (ଏପ୍ରିଲ ୪-୧୦) କେରଳରେ ୨,୧୮୫ ମାମଲା ରିପୋର୍ଟ କରିଥିଲା।

ଦେଶରେ ଦୈନିକ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ସପ୍ତାହରେ କେବଳ ୨୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ରେକର୍ଡ ହୋଇଛି। ଯାହା ୨୦୨୦ ମାର୍ଚ୍ଚ ୨୩-୨୯ ପରଠାରୁ ଦୁଇ ବର୍ଷ ମଧ୍ୟରେ ସର୍ବନିମ୍ନ। ଗତ ସପ୍ତାହରେ ସମୁଦାୟ ୫୪ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଯେଉଁଥିରୁ ୧୩ ଜଣ କେରଳରୁ ଥିଲେ।

ସଂକ୍ରମଣରେ ବୃଦ୍ଧି ଘଟିଥିବା ସମସ୍ତ ତିନୋଟି ରାଜ୍ୟରେ ଏକ ସପ୍ତାହ ମଧ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣରୁ ଅଧିକ ହୋଇଛି। ଗତ ସପ୍ତାହର ୯୪୩ ଆକ୍ରାନ୍ତଙ୍କ ତୁଳନାରେ ଦିଲ୍ଲୀରେ ଏହା ୨,୩୦୭ ରହିଛି। ଏହାର ବୃଦ୍ଧି ହାର ୧୪୫ ପ୍ରତିଶତ ରହିଛି। ଦେଶରେ ରିପୋର୍ଟ ହୋଇଥିବା ସମସ୍ତ ମାମଲାର ଏକ ତୃତୀୟାଂଶରୁ ଅଧିକ ରାଜଧାନୀରେ ରହିଛି।
ରବିବାର ଦିଲ୍ଲୀରେ ୫୧୭ ଟି ନୂଆ ମାମଲା ରିପୋର୍ଟ ହୋଇଥିଲା ଏବଂ ସଂକ୍ରମଣ ହାର ୪.୨୧ ପ୍ରତିଶତ ରେକର୍ଡ କରାଯାଇଥିଲା। ସ୍ବାସ୍ଥ୍ୟ ବିଭାଗ ଦ୍ୱାରା ଜାରି କରାଯାଇଥିବା ବୁଲେଟିନ ଅନୁଯାୟୀ ସହରରେ କରୋନା ସଂକ୍ରମଣ ଯୋଗୁ ରବିବାର କାହାର ମୃତ୍ୟୁ ଘଟିନାହିଁ।

ହରିୟାଣାରେ, ସାପ୍ତାହିକ ମାମଲା ୧,୧୧୯ କୁ ବୃଦ୍ଧି ପାଇଛି, ଯାହା ପୂର୍ବ ସପ୍ତାହର ୫୧୪ ଥିଲା। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟାରେ ୧୧୮ ପ୍ରତିଶତ ବୃଦ୍ଧି ପାଇଛି। ଉତ୍ତରପ୍ରଦେଶରେ ଚଳିତ ସପ୍ତାହରେ ୫୪୦ଟି ମାମଲା ରେକର୍ଡ କରିଛି ଯାହା ଗତ ସପ୍ତାହଠାରୁ ୨୨୪ ଅଧିକ। ଏଠାରେ ବୃଦ୍ଧି ହାର ୧୪୧ ପ୍ରତିଶତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?