କରୋନା ସ୍ଥିତି ନେଇ ପୁଣି ଘନେଇଲା ସଙ୍କଟ, ସାପ୍ତାହିକ ବୃଦ୍ଧି ହାର ୩୫ ପ୍ରତିଶତ…

ନୂଆଦିଲ୍ଲୀ, ୧୮।୪ : କ୍ରମାଗତ ୧୧ ସପ୍ତାହ ହ୍ରାସ ପରେ, ଭାରତରେ ପୁଣିଥରେ ଚଳିତ ସପ୍ତାହରେ କରୋନା ସଂକ୍ରମଣ ମାମଲାରେ ବୃଦ୍ଧି ଘଟିଛି। ଦିଲ୍ଲୀ, ହରିୟାଣା, ଉତ୍ତରପ୍ରଦେଶ ଏବଂ ଏହାର ଆଖପାଖ ରାଜ୍ୟରେ ଗତ ସାତ ଦିନ ମଧ୍ୟରେ ସଂକ୍ରମଣରେ ୩୫ ପ୍ରତିଶତ ବୃଦ୍ଧି ହୋଇଛି।

ଏହି ବୃଦ୍ଧି ତିନିଟି ରାଜ୍ୟରେ ସୀମିତ ରହିଛି। କିନ୍ତୁ ବୃଦ୍ଧି ପାଉଥିବା ସଂଖ୍ୟା ସରକାରଙ୍କ ଚିନ୍ତା ବଢ଼ାଇଛି। ଟାଇମ୍ସ ଅଫ ଇଣ୍ଡିଆର କୋଭିଡ୍‌ ଡାଟାବେସ ଅନୁଯାୟୀ, ରବିବାର (ଏପ୍ରିଲ ୧୧-୧୭) ଶେଷ ହୋଇଥିବା ସପ୍ତାହରେ ଭାରତରେ ୬,୬୧୦ଟି ନୂଆ ମାମଲା ରିପୋର୍ଟ ହୋଇଛି। ଯାହା ଗତ ସାତ ଦିନ ତଳର ୪,୯୦୦ ତୁଳନାରେ ଅଧିକ ରହିଛି।

ଏହା ପୂର୍ବରୁ ଗତ ସପ୍ତାହରେ ପ୍ରାୟ ୭,୦୧୦ ମାମଲା ପଞ୍ଜିକୃତ ହୋଇଥିଲା। କିନ୍ତୁ ଏଥର ତାଲିକାରେ କେରଳର ଆକଳନ ଅନ୍ତର୍ଭୁକ୍ତ ନାହିଁ। କାରଣ ରାଜ୍ୟ ଚଳିତ ସପ୍ତାହରୁ କୋଭିଡ ତଥ୍ୟ ପ୍ରକାଶ କରିବା ବନ୍ଦ କରି ଦେଇଛି। ଗତ ସପ୍ତାହରେ (ଏପ୍ରିଲ ୪-୧୦) କେରଳରେ ୨,୧୮୫ ମାମଲା ରିପୋର୍ଟ କରିଥିଲା।

ଦେଶରେ ଦୈନିକ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ସପ୍ତାହରେ କେବଳ ୨୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ରେକର୍ଡ ହୋଇଛି। ଯାହା ୨୦୨୦ ମାର୍ଚ୍ଚ ୨୩-୨୯ ପରଠାରୁ ଦୁଇ ବର୍ଷ ମଧ୍ୟରେ ସର୍ବନିମ୍ନ। ଗତ ସପ୍ତାହରେ ସମୁଦାୟ ୫୪ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଯେଉଁଥିରୁ ୧୩ ଜଣ କେରଳରୁ ଥିଲେ।

ସଂକ୍ରମଣରେ ବୃଦ୍ଧି ଘଟିଥିବା ସମସ୍ତ ତିନୋଟି ରାଜ୍ୟରେ ଏକ ସପ୍ତାହ ମଧ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣରୁ ଅଧିକ ହୋଇଛି। ଗତ ସପ୍ତାହର ୯୪୩ ଆକ୍ରାନ୍ତଙ୍କ ତୁଳନାରେ ଦିଲ୍ଲୀରେ ଏହା ୨,୩୦୭ ରହିଛି। ଏହାର ବୃଦ୍ଧି ହାର ୧୪୫ ପ୍ରତିଶତ ରହିଛି। ଦେଶରେ ରିପୋର୍ଟ ହୋଇଥିବା ସମସ୍ତ ମାମଲାର ଏକ ତୃତୀୟାଂଶରୁ ଅଧିକ ରାଜଧାନୀରେ ରହିଛି।
ରବିବାର ଦିଲ୍ଲୀରେ ୫୧୭ ଟି ନୂଆ ମାମଲା ରିପୋର୍ଟ ହୋଇଥିଲା ଏବଂ ସଂକ୍ରମଣ ହାର ୪.୨୧ ପ୍ରତିଶତ ରେକର୍ଡ କରାଯାଇଥିଲା। ସ୍ବାସ୍ଥ୍ୟ ବିଭାଗ ଦ୍ୱାରା ଜାରି କରାଯାଇଥିବା ବୁଲେଟିନ ଅନୁଯାୟୀ ସହରରେ କରୋନା ସଂକ୍ରମଣ ଯୋଗୁ ରବିବାର କାହାର ମୃତ୍ୟୁ ଘଟିନାହିଁ।

ହରିୟାଣାରେ, ସାପ୍ତାହିକ ମାମଲା ୧,୧୧୯ କୁ ବୃଦ୍ଧି ପାଇଛି, ଯାହା ପୂର୍ବ ସପ୍ତାହର ୫୧୪ ଥିଲା। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟାରେ ୧୧୮ ପ୍ରତିଶତ ବୃଦ୍ଧି ପାଇଛି। ଉତ୍ତରପ୍ରଦେଶରେ ଚଳିତ ସପ୍ତାହରେ ୫୪୦ଟି ମାମଲା ରେକର୍ଡ କରିଛି ଯାହା ଗତ ସପ୍ତାହଠାରୁ ୨୨୪ ଅଧିକ। ଏଠାରେ ବୃଦ୍ଧି ହାର ୧୪୧ ପ୍ରତିଶତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବସର ପରେ ପୁନର୍ନିଯୁକ୍ତି ମନା

ଡେରାଡୁନ୍‌, ୯।୯: ଏବେ ଅବସର ଗ୍ରହଣ କରିଥିବା ସରକାରୀ କର୍ମଚାରୀଙ୍କୁ ଆଉ ପୁନର୍ନିଯୁକ୍ତି ମିଳିବ ନାହିଁ। ଏନେଇ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଉତଙ୍କ ସରକାର...

ଖାଦ୍ୟ ବିତରଣ କେନ୍ଦ୍ର ବୁଲି ଦେଖିଲେ ଜିଲାପାଳ

ଭଦ୍ରକ ଅଫିସ,୧୪।୪: ଖାଦ୍ୟ ବିତରଣ କେନ୍ଦ୍ର ବୁଲି ଦେଖିଲେ ଜିଲାପାଳ ଡ଼ ଜ୍ଞାନ ରଞ୍ଜନ ଦାସ। ଭଦ୍ରକ ବ୍ଲକ ବେରହମପୁର ପଞ୍ଚାୟତର ସ୍କୁଲ ଘରେ ଚାଲିଥିବା...

୩୭ ହଜାର ଟପିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୪।୧ : ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସ୍ଥିତି ଅଣାୟତ୍ତ...

ଝାଡ଼ଖଣ୍ଡ ମୁଖ୍ୟ ସଚିବ, ଡିଜିପିଙ୍କୁ ସୁପ୍ରିମକୋର୍ଟଙ୍କ ରିପୋର୍ଟ ତଲବ

ନୂଆଦିଲ୍ଲୀ, ୩୧।୭: ଝାଡ଼ଖଣ୍ଡ ଧାନବାଦ ଜିଲାର ଅତିରିକ୍ତ ଜିଲା ଓ ଦୌରା ଜଜ୍‌ ଉତ୍ତମ ଆନନ୍ଦଙ୍କୁ ଅଟୋ ମଡ଼ାଇ ହତ୍ୟା ଘଟଣାକୁ ସୁପ୍ରିମକୋର୍ଟ ଶୁକ୍ରବାର ନିଜ...

ରାମମନ୍ଦିର: ତମ୍ବା ରହିବ ହଜାରେ ବର୍ଷ

ନୂଆଦିଲ୍ଲୀ, ୨୧ା୮:ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ଓ ଆଗାମୀ ୪୦ ମାସ ମଧ୍ୟରେ ଏକ ବିରାଟ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ...

‘ୟୁଟ୍ୟୁବରେ ଅପଲୋଡ୍‌ କରିଦିଅ’

ନୂଆଦିଲ୍ଲୀ,୨୫।୩: ‘ଦ କଶ୍ମୀର ଫାଇଲ୍ସ’କୁ ବିଭିନ୍ନ ରାଜ୍ୟରେ ଟିକସ୍‌ ଛାଡ଼ କରାଯିବା ପରେ ଜାତୀୟ ରାଜଧାନୀରେ ସମାନ ଦାବି ରଖିଥିଲେ ବିରୋଧୀ ଭାଜପା। ବିଧାନସଭାରେ ଏହାର...

ପୋଲିସ ବାବୁଙ୍କୁ ଚଟକଣା ମାରିଲେ ବାଲି ମାଫିଆ

ଭୋପାଳ, ୧୮।୭: ମଧ୍ୟପ୍ରଦେଶରେ ଆଇନଶୃଙ୍ଖଳା ସ୍ଥିତି ଧୀରେଧୀରେ ବିପନ୍ନ ହେବାରେ ଲାଗିଛି। ଅପରାଧୀଙ୍କ ମନରେ ପୋଲିସ ପ୍ରତି ଭୟ ନ ଥିବା ଦେଖିବାକୁ ମିଳୁଛି। ଏବେ...

ପାକିସ୍ତାନ ଅପେକ୍ଷା ଚାଇନା ଅଧିକ କ୍ଷତିକାରକ: ପାଓ୍ବାର

ନୂଆଦିଲ୍ଲୀ,୧୨।୭: ଭାରତ-ଚାଇନା ସୀମା ବିବାଦକୁ ନେଇ ଏବେ ଏନ୍‌ସିପି ନେତା ଶରଦ ପାଓ୍ବାର କହିଛନ୍ତି ପ୍ରକୃତରେ ଭାରତର ଶତ୍ରୁ ପାକିସ୍ତାନ ନୁହେଁ ବରଂ ଚାଇନା। ପାକିସ୍ତାନ...

Advertisement
Archives

Model This Week