Posted inଫୁରସତ

ଘରକୁ ଘର ଯାଇ ଗରିବ ପିଲାଙ୍କୁ ପଢ଼ାଉଛନ୍ତି ଏହି ଦିବ୍ୟାଙ୍ଗ ଶିକ୍ଷକ, ବିଭିନ୍ନ ମହଲରୁ ଛୁଟୁଛି ପ୍ରଶଂସାର ସୁଅ

କରୋନା ମହାମାରୀ ସମୟରେ ବିଶେଷକରି ପିଲାମାନଙ୍କ ପାଠପଢ଼ା ବ୍ୟାହତ ହୋଇଛି। ଏହି ଦୁଃସ୍ଥିତି ସମୟରେ ଏମିତି କେତେକ ଶିକ୍ଷକ ଅଛନ୍ତି, ଯେଉଁମାନେ ପିଲାମାନଙ୍କୁ ଉଚିତ୍‌ ଶିକ୍ଷା ଦେବାରେ ଆଦୌ ଅବହେଳା କରୁନାହାନ୍ତି। ଏହି ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ମନ୍ଦଶୌରରେ ଜଣେ ଦିବ୍ୟାଙ୍ଗ ଶିକ୍ଷକଙ୍କ କ୍ଷେତ୍ରରେ। ଯିଏକି କରୋନା ମହାମାରୀ ସମୟରେ ଛାତ୍ରୀଛାତ୍ରଙ୍କୁ ନିରନ୍ତର ଶିକ୍ଷା ପ୍ରଦାନ କରିଆସୁଛନ୍ତି। କରୋନା ଯୋଗୁ ସ୍କୁଲ ବନ୍ଦ। ତଥାପି ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବା ସହ ଏବଂ ହୋମ୍‌ଓ୍ବାର୍କ ପୂର୍ବପରି ଚାଲୁରଖିଛନ୍ତି।
ସ୍କୁଲଗୁଡ଼ିକ ବନ୍ଦ ହେବା ପରଠାରୁ ରାଜ୍ୟ ସରକାର ଜୁଲାଇ ୭ରୁ ‘ନିଜ ଘର ନିଜ ବିଦ୍ୟାଳୟ’ ଯୋଜନା ଅଧୀନରେ ପିଲାମାନଙ୍କୁ ଘରେ ଶିକ୍ଷା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ସରକାରୀ ଆଦେଶନାମା କେତେଦୂର ପାଳନ ହେଉଛି ତାହା କାହାକୁ ଅଛପା ନାହିଁ। ତେବେ ଏହି ସମୟରେ ଜଣେ ଦିବ୍ୟାଙ୍ଗ ଶିକ୍ଷକ ପ୍ରତିଦିନ ପିଲାମାନଙ୍କୁ ନିଷ୍ଠା ସହକାରେ ପଢ଼ାଉଛନ୍ତି।


ଏହି ଶିକ୍ଷକଙ୍କ ନାମ ରାମେଶ୍ୱର। ପିଲାମାନଙ୍କୁ ପଢ଼ାଇବା ପାଇଁ ଦୃଢ଼ ଇଚ୍ଛାଶକ୍ତି ରହିଛି ରାମେଶ୍ୱରଙ୍କର। ପିଲାମାନେ ମଧ୍ୟ ଏମିତି ଶିକ୍ଷକଙ୍କୁ ପାଇବା ପାଇଁ ବ୍ୟାକୁଳ। ପ୍ରତିଦିନ ଚାହିଁ ରହିଥାନ୍ତି କେତେବେଳେ ସାର୍‌ ଆସି ତାଙ୍କୁ ପଢ଼ାଇବେ। ଏହି ଗରିବ ପିଲାମାନେ ଅନ୍‌ଲାଇନ୍‌ ପାଠପଢ଼ାରୁ ବଞ୍ଚିତ। ତେଣୁ ରାମେଶ୍ୱରଙ୍କ ଶିକ୍ଷାଦାନ ଏହି ସମୟରେ ବେଶ୍‌ ଆକୃଷ୍ଟ କରୁଛି। ସେ ପ୍ରତିଦିନ ସକାଳେ ସହରର ବିଭିନ୍ନ ଅଞ୍ଚଳରେ ଠିକ୍‌ ସମୟରେ ପହଞ୍ଚି ନିଜ ଗାଡ଼ିରେ ପହଞ୍ଚନ୍ତି। ସେଠାରେ ପିଲାମାନଙ୍କୁ ପଢ଼ାଇଥାନ୍ତି। ସମସ୍ତ ପିଲାଙ୍କୁ ହୋମ୍‌ଓ୍ବାର୍କ ଦିଅନ୍ତି ଏବଂ ଚେକ୍‌ ମଧ୍ୟ କରନ୍ତି। ଯେଉଁଠି ଖୋଲା ସ୍ଥାନ ଦେଖନ୍ତି ସେଠାରେ କିଛି ପିଲାଙ୍କୁ ଏକାଠି କରି ପଢ଼ାଇଥାନ୍ତି।


ରାମେଶ୍ୱର କୁହନ୍ତି, ସରକାରଙ୍କ ଯୋଜନା ‘ଆମ ଘର ଆମ ବିଦ୍ୟାଳୟ’ ଯୋଜନା ଅନୁଯାୟୀ ଜୁଲାଇ ୭ରୁ ସେ ପ୍ରତିଦିନ ସକାଳେ ପିଲାମାନଙ୍କୁ ଶିକ୍ଷା ଦେବାକୁ ନିଜ ଗାଡ଼ିରେ ବାହାରି ପଡ଼ନ୍ତି। ସକାଳ ୧୦ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସେ ପିଲାମାନଙ୍କୁ ପଢ଼ାଇଥାନ୍ତି। ସିଏମ୍‌ ଶିବରାଜ ସିଂ ମଧ୍ୟ ରାମେଶ୍ୱରଙ୍କୁ ଟୁଇଟ୍‌ କରି ପ୍ରଶଂସା କରିଛନ୍ତି। ଚନ୍ଦ୍ରପୁରା ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ରାମେଶ୍ୱର ଅଧିକାଂଶ ଗରିବ ପିଲାଙ୍କୁ ଶିକ୍ଷାଦାନ କରିଥାନ୍ତି। ତାଙ୍କର ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଜିମାଲି ପାହାଡ଼ରେ ଉଡ଼ିଲା ତ୍ରିରଙ୍ଗା

କଲ୍ୟାଣସିଂହପୁର,୧୫।୮(ଦୀପକ କୁମାର ପରିଡ଼ା): ବହୁ ଚର୍ଚ୍ଚିତ ସିଜିମାଲି ଅଞ୍ଚଳରେ ‘ମା’ ମାଟି ମାଳି ସୁରକ୍ଷା ମଞ୍ଚ’ ଆନୁକୂଲ୍ୟରେ ୮୦ତମ ସ୍ବଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ…

ଖୋର୍ଦ୍ଧାରେ ପତାକା ଉତ୍ତୋଳନ କଲେ ଜିଲାପାଳ

ଖୋର୍ଦ୍ଧା,୧୫।୮: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ୮୦ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ବିଜେବି ହାଇସ୍କୁଲ ଖେଳପଡିଆରେ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଜଲାପାଳ ଅମ୍ରିତ ଋତୁରାଜ…

କେସିଙ୍ଗାରେ ପାଳିତ ହେଲା ୮୦ ତମ ସ୍ବାଧୀନତା ଦିବସ

କେସିଙ୍ଗା,୧୫।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସି କାର୍ଯ୍ୟାଳୟରେ ଅଧ୍ୟକ୍ଷ ନୃପରାଜ ଯାଦବ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ବିଦ୍ୟାପୀଠ ଖେଳ ପଡିଆରେ ନାଗରିକକମିଟି ପକ୍ଷରୁ…

୪୯ ନମ୍ବର ଜାତୀୟ ରାଜପଥରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୧୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟି ଓ…

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ସୁଭଦ୍ରା ସହ ମଧୁବାବୁ ପେନସନ୍ ଯୋଜନାରେ ମିଳିବ ଅଧିକ ଲାଭ, ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri