କରୋନା ଓ ଏକ୍‌ମୋ ଯନ୍ତ୍ର

ଡା.ପ୍ରଫୁଲ୍ଲ କୁମାର ଦାସ

ସମ୍ପ୍ରତି ରାଜ୍ୟରେ କୋଭିଡ୍‌ ସ୍ଥିତି ଅତି ଉଦ୍‌ବେଗଜନକ ରହିଛି ଓ ପ୍ରତିଦିନ ଫୁସ୍‌ଫୁସ୍‌ଜନିତ ସଂକ୍ରମଣ କାରଣରୁ ଅନେକ ଲୋକଙ୍କର ପ୍ରାଣହାନି ଘଟୁଛି। ଯେତିକିବେଳେ ଭାରତ ବର୍ଷରେ ରୋଗୀମାନଙ୍କ ଲାଗି ମେଡିକାଲ ଅମ୍ଳଜାନ, ଆଇସିୟୁ ଏବଂ ଭେଣ୍ଟିଲେଟର ଯୋଗାଣ ନେଇ ସଂଘର୍ଷ ଚାଲିଛି, ଠିକ୍‌ ସେତିକିବେଳେ ଓଡ଼ିଶାରେ ଏହାର ଆବଶ୍ୟକତା ଓ କୋଭିଡ୍‌ ମୁକାବିଲାରେ ଯଥାର୍ଥତାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି। ଏହା ନିଃସନ୍ଦେହ ଜିଲା ମୁଖ୍ୟାଳୟ କଥା ଦୂରେ ଥାଉ, ମେଡିକାଲ କଲେଜ, ଏପରି କି ଓଡ଼ିଶା ଏମ୍‌ସରେ ବି ଏହି ଯନ୍ତ୍ର ଉପଲବ୍ଧ ନାହିଁ। ଏକଥା ନୁହେଁ ଯେ ମେଶିନର ଦାମ୍‌ ଦୁର୍ମୂଲ୍ୟ, ପାଖାପାଖି ୪୦ଲକ୍ଷ ଟଙ୍କା ହେବ। କିନ୍ତୁ ଉପଯୁକ୍ତ ତଥା ଅଭିଜ୍ଞ ବା ପ୍ରଶିକ୍ଷିତ ମାନବସମ୍ବଳ ବଡ଼ ବାଧକ ସାଜିଥିବା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଓଡ଼ିଶାରେ ଏହି ଯନ୍ତ୍ର ନ ଥିବା ଯୋଗୁ ଲୋକମାନେ ଚିକିତ୍ସା ପାଇଁ ସୁଦୂର କୋଲକତା ଏବଂ ଚେନ୍ନାଇକୁ ଏରୋପ୍ଲେନ ଯୋଗେ ଯାଉଛନ୍ତି।
ଗୁରୁତର ଅସୁସ୍ଥ ରୋଗୀମାନଙ୍କ ନିକଟରେ ଯେତେବେଳେ ଅମ୍ଳଜାନ ସହାୟତା ବିଫଳ ହୁଏ, ଅମ୍ଳଜାନକୁ ବଜାୟ ରଖିବାରେ ବିଶେଷଜ୍ଞମାନେ ଯାନ୍ତ୍ରିକ ଭେଣ୍ଟିଲେସନ ବ୍ୟବହାର କରିବାକୁ ଚେଷ୍ଟା କରନ୍ତି। ଅର୍ଥାତ୍‌ ଅତି ଗୁରୁତର ପରିିସ୍ଥିତିରେ, ଡାକ୍ତରମାନେ ଏକ୍‌ମୋ (ଏକ୍ସଟ୍ରାକୋରୋରାଲ ମେମ୍ବ୍ରନ୍‌ ଅମ୍ଳଜାନ) ପ୍ରୟୋଗ କରିବାକୁ ବାଛି ପାରନ୍ତି; ଯାହା ଏକ କୃତ୍ରିମ ହୃଦୟ ବା ଆହୁରି ସରଳ ଭାବେ କହିଲେ ଶରୀର ବାହାରେ କୃତ୍ରିମ ଫୁସ୍‌ଫୁସ୍‌ ଭାବରେ କାର୍ଯ୍ୟ କରିଥାଏ। ଏହା ରୋଗୀର ରକ୍ତରୁ ଅଙ୍ଗାରକାମ୍ଳ ବାହାର କରିଥାଏ ଏବଂ ଏଥିରେ ଅମ୍ଳଜାନ ଯୋଗ କରିଥାଏ। ଚିକିତ୍ସା ବିଜ୍ଞାନୀଙ୍କ ମତରେ କୋଭିଡ୍‌-୧୯ ରୋଗୀଙ୍କ ପାଇଁ ଏହା ବିଶେଷ ପ୍ରଭାବ ରଖେ। ଏହା ବ୍ୟକ୍ତିକୁ ଜୀବାଣୁ ମୁକାବିଲା ପାଇଁ ଅତିରିକ୍ତ ସମୟ ଦେଇଥାଏ। ଅତ୍ୟଧିକ ରୋଗରେ ପୀଡ଼ିତ ରୋଗୀଙ୍କ ପାଇଁ ଏହି ଅତିରିକ୍ତ ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାଦ୍ୱାରା ଜଣେ ରୋଗୀକୁ ୩୦ଦିନ ପର୍ଯ୍ୟନ୍ତ ରଖାଯାଇପାରିବ। ଗୋଟିଏ ଧାଡ଼ିରେ କହିଲେ ଯେଉଁ କୋଭିଡ୍‌-୧୯ ନିମୋନିଆରେ ପୀଡ଼ିତ ଗୁରୁତର ରୋଗୀଙ୍କୁ ରକ୍ତ ଅମ୍ଳଜାନ ସ୍ତର ବଜାୟ ରଖିବା ଲାଗି ଭେଣ୍ଟିଲେସନ ପର୍ଯ୍ୟାପ୍ତ ହେଉନାହିଁ, ସେମାନଙ୍କୁ ବର୍ତ୍ତମାନ ଏହି ଚିକିତ୍ସା ଅନେକ ସାହାଯ୍ୟ କରିପାରିବ ବା ଅନେକଙ୍କ ଜୀବନ ରକ୍ଷା ହୋଇପାରିବ।
ଚିକିତ୍ସା ବିଜ୍ଞାନୀଙ୍କ ମତରେ ଏହା ଏକ ଜଟିଳ ଟିମ୍‌ୱାର୍କ କାରଣ ଏହି ଚିକିତ୍ସା ଲାଗି ନିଶ୍ଚେତକ ବିଶେଷଜ୍ଞ, ହୃଦ୍‌ରୋଗ ବିଶେଷଜ୍ଞ, ହୃଦ୍‌ବକ୍ଷ ଶଲ୍ୟ ବିଶେଷଜ୍ଞ, ଏକାଧିକ ରକ୍ତ ସଞ୍ଚାଳନ ସହାୟକ ପ୍ରମୁଖଙ୍କୁ ନେଇ ଗୋଟିଏ ଟିମ୍‌ ସୃଷ୍ଟି କରାଯିବାର ଆବଶ୍ୟକତା ରହିଥାଏ। ଚବିଶ ଘଣ୍ଟିଆ ସେବା ରୋଗୀକୁ ଦରକାର। ଜାତୀୟସ୍ତରରେ ଅନେକ ବିଶେଷଜ୍ଞଙ୍କ ମତ ହେଉଛି ଠିକ୍‌ ସମୟରେ ଯଦି ଏକ୍‌ମୋ ଯନ୍ତ୍ର ବ୍ୟବହାର କରାଯାଏ ତେବେ ୫୫ ପ୍ରତିଶତ ରୋଗୀ ବଞ୍ଚି ଯିବେ। ହେଲେ ସେମାନଙ୍କର ଅନ୍ୟ କୌଣସି ବିଶେଷ ସମସ୍ୟା ଯେମିତି କି ସେମାନେ ଅତ୍ୟନ୍ତ ବୟସ୍କ ହୋଇ ନ ଥିବେ କିମ୍ବା ଦୀର୍ଘସ୍ଥାୟୀ ରୋଗ ନ ଥିବ। ଏତେ ଗୁରୁତର ସେବା ଯୋଗାଉଥିବା ଏଭଳି ଏକ ଉପଯୋଗୀ ଯନ୍ତ୍ର ଓଡ଼ିଶା କାହିଁକି କରିପାରିବନାହିଁ? ଏଠାରେ ସୂଚାଇ ଦିଆଯାଇପାରେ କି ସାରା ଭାରତରେ ମାତ୍ର ୨୧ଟି ସ୍ଥାନରେ ସରକାରୀ ଭାବେ ଏହି ଯନ୍ତ୍ର ଉପଲବ୍ଧ ଅଛି। ଏହା ହିଁ ସୂଚାଉଛି, ଏହି ଚିକିତ୍ସାରେ କେତେ ଜଟିଳତା ରହିଛି। ଏପରି କି ସବୁ ଏମ୍‌ସରେ ମଧ୍ୟ ଏହି ସେବା ଉପଲବ୍ଧ ନାହିଁ। ରାଜ୍ୟ ସରକାର ନୀତିଗତ ଭାବେ ଏହି ଯନ୍ତ୍ର କିଣିବା ଲାଗି ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ସମସ୍ୟାଟି ହେଲା, ଓଡ଼ିଶାରେ ସରକାରୀ ସ୍ତରରେ ପର୍ଯ୍ୟାପ୍ତ ହୃଦ୍‌ବକ୍ଷ ଶଲ୍ୟ ବିଶେଷଜ୍ଞ ନାହାନ୍ତି। ଏଥିପାଇଁ ଆବଶ୍ୟକ ରକ୍ତ ସଞ୍ଚାଳନ ସହାୟକଙ୍କର ମଧ୍ୟ ରାଜ୍ୟରେ ଘୋର ଅଭାବ ରହିଛି। ଏହି ଜଟିଳ ଚିକିତ୍ସା ପଦ୍ଧତି ଅନୁଯାୟୀ ଏହି ଯନ୍ତ୍ର ସାହାଯ୍ୟରେ ରୋଗୀକୁ ୨୪ଘଣ୍ଟା ପର୍ଯ୍ୟବେକ୍ଷଣ କରିବାକୁ ପଡ଼ିଥାଏ। ଏଣୁ ଅଧିକ ସଂଖ୍ୟକ ରକ୍ତ ସଞ୍ଚାଳନ ସହାୟକଙ୍କର ଆବଶ୍ୟକତା ରହିଛି।
ଏକଥା ସତ ଯେ ଏକ୍‌ମୋ ମେଶିନ ଏବଂ ଫୁସ୍‌ଫୁସ୍‌ ପ୍ରତିରୋପଣ ବ୍ୟବସ୍ଥା ଉଭୟ କୋଭିଡ୍‌-୧୯ କ୍ଷେତ୍ରରେ ସଞ୍ଜୀବନୀ ହେବ, କିନ୍ତୁ ଏହା କାର୍ଯ୍ୟକାରୀ କରିବା ସେତେ ସହଜ ନୁହେଁ, ଯେମିତି କୁହାଯାଉଛି। ଏକ୍‌ମୋ ଯନ୍ତ୍ର ଆଣିବା ପାଇଁ ହେଲେ ଅତିକମ୍‌ରେ ଆଉ ଚାରିଜଣ ରକ୍ତସଞ୍ଚାଳକ ଏବଂ ଅଧିକ ହୃଦ୍‌ବକ୍ଷ ଶଲ୍ୟଙ୍କର ଆବଶ୍ୟକତା ରହିଛି। ଏଠାରେ ଉଲ୍ଲେଖଥାଉ କି, କେବଳ ଟିକା, ଅମ୍ଳଜାନ, ଆଇସିୟୁ ବା ଭେଣ୍ଟିଲେଟର ନୁହେଁ, ଫୁସ୍‌ଫୁସ୍‌ ପ୍ରତିରୋପଣ ଏବଂ ଏକ୍‌ମୋ ଯନ୍ତ୍ର ଅଥବା କୃତ୍ରିମ ଫୁସ୍‌ଫୁସ୍‌ ବ୍ୟବସ୍ଥା କୋଭିଡ୍‌ କ୍ଷେତ୍ରରେ ବଡ଼ ଉପାଦେୟ ହେବ। କେବଳ କଟକ ବଡ଼ ମେଡିକାଲ ନୁହେଁ, ରାଜ୍ୟର ସମସ୍ତ ମେଡିକାଲ କଲେଜ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହେବା ଦରକାର ବୋଲି କିଛି ସ୍ବାସ୍ଥ୍ୟବିଜ୍ଞାନୀ ଗଣମାଧ୍ୟମକୁ ଜଣାଇଛନ୍ତି।
କନ୍‌ସଲଟାଣ୍ଟ ରେଡିଓଲୋଜିଷ୍ଟ, ଏମ୍‌ଆରଆଇ କେନ୍ଦ୍ର, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ, ମୋ: ୯୪୩୭୦୨୩୪୪୩


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri