ବେକରେ ଛୁରି ଭୁସିଲେ କରୋନା ଆକ୍ରାନ୍ତ

କଟକ ଅଫିସ,୫।୬: କଟକ ଜିଲା ଟାଙ୍ଗୀଠାରେ ଥିବା ଏକ କୋଭିଡ୍‌ କେୟାର ସେଣ୍ଟର(ସିସିସି)ରେ ଜଣେ କରୋନା ଆକ୍ରାନ୍ତ ବେକରେ ଛୁରି ଭୁସି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅସ୍ତ୍ରୋପଚାର ପରେ ତାଙ୍କ ବେକରୁ ଛୁରି କଢାଯାଇଛି। ଏଥିସହ ତାଙ୍କୁ କୋଭିଡ୍‌ ଓ୍ବାର୍ଡରେ ରଖି ଚିକିତ୍ସା କରାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ଚୌଦ୍ୱାର ଥାନା ଅଧୀନ ଦେବୀନଗର ଗ୍ରାମର ସୁକୁମାର ସୁବୁଦ୍ଧିରାୟଙ୍କ ମୋବାଇଲ ଦୋକାନ ରହିଛି। ଲକ୍‌ଡାଉନ୍‌ ଯୋଗୁ ଦୋକାନ ବନ୍ଦ ରହୁଥିବାରୁ ମାନସିକ ଚାପରେ ରହୁଥିଲେ। ଇତିମଧ୍ୟରେ ସେ କରୋନାରେ ଆକ୍ରାନ୍ତ ହୋଇ ହୋମ୍‌ ଆଇସୋଲେଶନରେ ଥିଲେ। ୨ ଦିନ ତଳେ ଟାଙ୍ଗୀଠାରେ ଥିବା ସିସିସିରେ ଭର୍ତ୍ତି ହୋଇଥିଲେ। ତେବେ ସିସିସିକୁ ଯିବା ସମୟରେ ଫଳ କାଟିବା ପାଇଁ ସାଙ୍ଗରେ ଏକ ଛୁରି ନେଇଥିଲେ। ଶୁକ୍ରବାର ସେହି ଛୁରିକୁ ନିଜ ବେକରେ ଭୁଶି ଦେଇଥିଲେ। ଅଧିକ ରକ୍ତସ୍ରାବ ହେବାରୁ ତାଙ୍କୁ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏ ସମ୍ପର୍କରେ ଏସ୍‌ସିବି ମେଡିକାଲ ଜରୁରିକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା କହିଛନ୍ତି, ଅସ୍ତ୍ରୋପଚାର ପରେ କରୋନା ଆକ୍ରାନ୍ତଙ୍କ ବେକରୁ ଛୁରି କଢାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ସୁକୁମାର ମାନସିକ ଭାରସାମ୍ୟ ହରାଇ ଏପରି କରିଥାଇପାରନ୍ତି ବୋଲି ତାଙ୍କ ପରିବାର ସଦସ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ୍‌ରୁ ଆରମ୍ଭ ହେଲାଣି ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌…

ମୁମ୍ବାଇ,୨୩।୬: ଦେଶରେ କରୋନା ମହାମାରୀ ଭୂତାଣୁର ନୂଆ ଭାରିଆଣ୍ଟ୍‌ ଡେଲ୍ଟା ପ୍ଲସ୍‌ ମହାରାଷ୍ଟ୍ରରେ ଅଢ଼େଇ ମାସ ତଳୁ ଆରମ୍ଭ ହୋଇ ସାରିଛି। ଏପ୍ରିଲ୍‌ ୫ରେ ଜଣେ...

ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ତାଲା

ଖଣ୍ଡପଡ଼ା,୨୩ା୧୦(ସ୍ବ.ପ୍ର.): କେନ୍ଦ୍ର ସରକାର ପ୍ରତି ପଞ୍ଚାୟତରେ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ନିର୍ମାଣ ନିମନ୍ତେ ୧୦ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେଉଛନ୍ତି। ବିଭିନ୍ନ ପଞ୍ଚାୟତରେ ଏହି...

ବାସନ୍ତୀକ ନବରାତ୍ର ପର୍ବ: ଚଳଚଞ୍ଚଳ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୩।୩(ଡି.ଏନ.ଏ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀ ପୀଠରେ ବାସନ୍ତୀକ ନବରାତ୍ର ପର୍ବ ଲାଗି ବୁଧବାର ରାତ୍ରରୁ ଚଳଚଞ୍ଚଳ ହୋଇ ଉଠିଛି। ପଣ୍ଡିତଙ୍କ ବେଦ...

ଶ୍ରୀମନ୍ଦିରରେ ପଣାସଂକ୍ରାନ୍ତି ନୀତି: ଆଜିଠୁ ନୂତନ ପାଞ୍ଜି ପ୍ରଚଳନ

ପୁରୀ ଅଫିସ,୧୩ା୪: ଶ୍ରୀମନ୍ଦିରରେ ପଣା ସଂକ୍ରାନ୍ତି ବା ମେଷ ସଂକ୍ରାନ୍ତି ଅବସରରେ ମହାପ୍ରଭୁଙ୍କ ନୀତି ସମ୍ପନ୍ନ ହୋଇଛି। ଦୈନନ୍ଦିନ ନୀତି ଅନୁଯାୟୀ, ଦ୍ୱାରଫିଟା, ମଙ୍ଗଳ ଆଳତି,...

ସଡକ ଦୁର୍ଘଟଣାରେ ୨ବାଇକ ଆରୋହୀ ମୃତ

ମୁରିବାହାଲ, ୧୮ା୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ଥାନା ଅନ୍ତର୍ଗତ ଜୁଆଡିପାଲି ନିକଟରେ ବୁଧବାର ସନ୍ଧ୍ୟାରେ ଏକ ଅଜଣା ଗାଡି ଧକ୍କାରେ ଏକ ବାଇକରେ ଥିବା ୨...

ପାଳିରେ ଚାଲିଛି ସ୍ବାସ୍ଥ୍ୟସେବା

ରଣପୁର,୨୯ା୮(ସୁକାନ୍ତ କିଶୋର ଡ଼ାକୁଆ ): ରଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ଲାଗି ରହୁଥିଲା ବେଳେ ପାଳି କରି ରୋଗୀସେବା ଚାଲିଛି। ଶଯ୍ୟାଗୁଡିକ ଖାଲି...

କାଜୁ ଜଙ୍ଗଲରୁ ୫ ଛୁଆ ଭାଲୁ ଉଦ୍ଧାର

ଖୋର୍ଦ୍ଧା ଅଫିସ,୨୨।୪:ଗଙ୍ଗପଡ଼ା ଟୋଲଗେଟ୍‌ କାଜୁ ଜଙ୍ଗଲରୁ ୫ଟି ଭାଲୁ ଛୁଆଙ୍କୁ ବନ ବିଭାଗ ଗୁରୁବାର ଉଦ୍ଧାର କରିଛି। ଏହି ଭାଲୁ ଛୁଆମାନଙ୍କୁ କେହି ଜଙ୍ଗଲ ଭିତରେ...

କଲଭର୍ଟ ଗାର୍ଡ଼ୱାଲ ମରାମତି ଦାବି

ଖଣ୍ଡପଡ଼ା,୧୪ା୮(ସ୍ବ.ପ୍ର.):ଖଣ୍ଡପଡ଼ା-ବାହାଡ଼ା ରାସ୍ତା ପୂର୍ତ୍ତ ବିଭାଗ ବଙ୍ଗଳା ନିକଟସ୍ଥ ରାସ୍ତାରେ ଥିବା ଏକ କଲଭର୍ଟ ଗାର୍ଡୱାଲ ଭାଙ୍ଗି ତଳେ ଖସିପଡିଛି ା କିଛିଦିନ ତଳେ ଏକ ବାଲି...

Advertisement
Archives

Model This Week