Posted inଖେଳ

କୋରେ ଆଣ୍ଡରସନଙ୍କ ଅବସର

ଖ୍ରୀଷ୍ଟଚର୍ଚ୍ଚ, ୬ା୧୨ (ପି.ଟି.)-ବାରମ୍ବାର ଆଘାତଜନିତ ସମସ୍ୟାରେ ରହିବାପରେ ନ୍ୟୁଜିଲାଣ୍ଡ ଅଲରାଉଣ୍ଡର କୋରେ ଆଣ୍ଡରସନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌ଏ)ର ମେଜର ଲିଗ୍‌ କ୍ରିକେଟ (ଏମ୍‌ସିଏଲ୍‌) ସହ ଏକ ୩ ବର୍ଷିଆ ଚୁକ୍ତି କରିଛନ୍ତି। ଏକଦା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ଦ୍ରୁତ ଶତକ ହାସଲ କରି ରେକର୍ଡ ଅଧିକାରୀ ହୋଇଥିବା ଏହି ୨୯ବର୍ଷୀୟ ଅଲରାଉଣ୍ଡର ତାଙ୍କ କ୍ୟାରିୟରରେ ନ୍ୟୁଜିଲାଣ୍ଡ ତରଫରୁ ୧୩ ଟେଷ୍ଟ, ୪୯ ଅନ୍ତର୍ଜାତୀୟ ଦିନିକିଆ ଏବଂ ୩୧ ଅନ୍ତର୍ଜାତୀୟ ଟି୨୦ ଖେଳିଛନ୍ତି। ଗତ ଦୁଇ ବର୍ଷ ହେଲା କିନ୍ତୁ ସେ ଜାତୀୟ ଦଳରେ ସ୍ଥାନ ପାଇ ପାରିନାହାନ୍ତି। ସମସ୍ତ ଫର୍ମାଟରେ ମୋଟ ୯୩ ଅନ୍ତର୍ଜାତୀୟ ଗେମ୍‌ ଖେଳି ସେ ୨୨୭୭ ରନ ସଂଗ୍ରହ କରିଛନ୍ତି। ତନ୍ମଧ୍ୟରେ ଦୁଇଟି ଶତକ ଏବଂ ୧୦ଅର୍ଦ୍ଧଶତକ ରହିଛି। ସେ ୯୦ଟି ଉଇକେଟ ମଧ୍ୟ ଅକ୍ତିଆର କରିଛନ୍ତି। ୨୦୧୪ ଜାନୁୟାରୀ ୧ରେ କୁଇନ୍ସଟାଉନ୍‌ଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆରେ ୩୬ଟି ବଲ୍‌ରେ ଦ୍ରୁତତମ ଶତକ ହାସଲ କରି ରେକର୍ଡର ଅଧିକାରୀ ହୋଇଥିଲେ। ମାତ୍ର ବର୍ଷକ ପରେ ଏବି ଡି’ଭିଲର୍ସ ସମାନ ଦଳ ବିପକ୍ଷରେ ୩୧ବଲ୍‌ରେ ତାଙ୍କର ଏହି ରେକର୍ଡକୁ ଭଙ୍ଗ କରିଦେଇଥିଲେ। ଆଣ୍ଡରସନ କହିଛନ୍ତି ନ୍ୟୁଜିଲାଣ୍ଡ ତରଫରୁ ପ୍ରତିନିଧିତ୍ୱ କରିଥିବାରୁ ସେ ଗୌରବାନ୍ବିତ ମନେକରନ୍ତି। ନିଜ ଦେଶ ପକ୍ଷରୁ ଅଧିକ ମ୍ୟାଚ ଖେଳିପାରି ନ ଥିବାରୁ ସେ ଦୁଃଖିତ। ଆଣ୍ଡରସନ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଦିଲ୍ଲୀ ଡେୟାର ଡେଭିଲ୍ସ, ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳିଛନ୍ତି। ୨୦୧୫ ବିଶ୍ୱକପ୍‌ରେ ରନର୍ସଅପ୍‌ ହୋଇଥିବା ନ୍ୟୁଜିଲାଣ୍ଡ ଦଳର ସେ ଅନ୍ୟତମ ସଦସ୍ୟ ଥିଲେ। ଆଘାତଜନିତ ସମସ୍ୟା ତାଙ୍କ କ୍ୟାରିୟରକୁ ପ୍ରଭାବିତ କରିଥିଲା। ନ୍ୟୁଜିଲାଣ୍ଡ ତରଫରୁ ସେ ଶେଷଥର ପାଇଁ ୨୦୧୮ରେ ଏକ ଅନ୍ତଜର୍ର୍ାତୀୟ ଟି୨୦ ମ୍ୟାଚ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

କାହିଁକି ଚର୍ଚ୍ଚାରେ ରିୟାନ ପରାଗଙ୍କ ସେଲିବ୍ରେଶନ? ଗୁଜରାଟକୁ ହରାଇବା ପରେ ସେ ପଡ଼ିଆରେ କ’ଣ କରିଥିଲେ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗର ନୂଆ ସିଜିନରେ ଜଣେ ନୂତନ ପୂର୍ଣ୍ଣକାଳୀନ ଅଧିନାୟକଙ୍କ ସହିତ ପ୍ରବେଶ କରି, ରାଜସ୍ଥାନ ରୟାଲ୍ସ କ୍ରିକେଟର ଏକ ଚମତ୍କାର ପ୍ରଦର୍ଶନ କରିଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri