କୃଷକ ଧର୍ମଘଟକୁ ୧୦ ଶ୍ରମିକ ସଙ୍ଗଠନର ସମର୍ଥନ

ନୂଆଦିଲ୍ଲୀ: କୃଷକ ସଙ୍ଗଠନଗୁଡିକ ପକ୍ଷରୁ ୮ ଡିସେମ୍ବରରେ ଦିଆଯାଇଥିବା ଧର୍ମଘଟ ଡାକରାକୁ ଦେଶର ୧୦ ପ୍ରମୁଖ ଶ୍ରମିକ ସଙ୍ଗଠନ ସମର୍ଥନ ଜଣାଇଛନ୍ତି। ଶ୍ରମିକ ସଙ୍ଗଠନଗୁଡିକ ୨୬ ନଭେମ୍ବରରେ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଥିଲେ। ନିଟକରେ ପାସ୍‌ ହୋଇଥିବା ଶ୍ରମ କୋଡ୍‌ ବିଲ୍‌ ସହ ଅନ୍ୟ କେତେକ ପ୍ରସଙ୍ଗକୁ ଆଧାର କରି ସଙ୍ଗଠନଗୁଡିକ ଧର୍ମଘଟକୁ ଓହ୍ଲାଇଥିଲେ। ସେହିଭଳି କୃଷକମାନେ ମଧ୍ୟ ସରକାରଙ୍କ ଦ୍ୱାରା ପାସ୍‌ ହୋଇଥିବା ବିଭିନ୍ନ ବିଲ୍‌ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି। ବିଶେଷକରି ପଞ୍ଜାବ ଏବଂ ହରିୟାଣାର କୃଷକ ନୂଆଦିଲ୍ଲୀରେ ଧାରଣା ଦେଇଥିବା ବେଳେ ସରକାରଙ୍କ ସହ ଆଲୋଚନା ବିଫଳ ହୋଇଛି। ଫଳରେ ସେମାନେ ବାଧ୍ୟହୋଇ ଆନ୍ଦୋଳନକୁ ଓହ୍ଲାଇଥିବା ଜଣାପଡିଛି। ୧୦ ଶ୍ରମିକ ସଙ୍ଗଠନ ମଧ୍ୟରେ ଇଣ୍ଡିଆନ ନ୍ୟାଶନାଲ ଟ୍ରେଡ୍‌ ୟୁନିୟନ କଂଗ୍ରେସ, ଅଲ ଇଣ୍ଡିଆ ଟ୍ରେଡ୍‌ ୟୁନିୟନ କଂଗ୍ରେସ, ହିନ୍ଦ୍‌ ମଜଦୁର ସଭା, ସେଣ୍ଟର ଅଫ୍‌ ଇଣ୍ଡିଆନ ଟ୍ରେଡ୍‌ ୟୁନିୟନ୍ସ, ଅଲ୍‌ ଇଣ୍ଡିଆ ୟୁନାଇଟେଡ୍‌ ଟ୍ରେଡ୍‌ ୟୁନିୟନ ସେଣ୍ଟର, ଟ୍ରେଡ୍‌ ୟୁନିୟନ କୋଅର୍ଡିନେଶନ ସେଣ୍ଟର, ସେଲ୍ଫ ଏମ୍ପ୍ଲଏଡ୍‌ ଓ୍ବିମେନ୍ସ ଆସୋସିଏଶନ, ଅଲ୍‌ ଇଣ୍ଡିଆ ସେଣ୍ଟ୍ରାଲ କାଉନସିଲ ଅଫ୍‌ ଟ୍ରେଡ୍‌ ୟୁନିୟନ୍ସ, ଲେବର ପ୍ରୋଗ୍ରେସିଭ ଫେଡେରେଶନ ଏବଂ ୟୁନାଇଡେଟ୍‌ ଟ୍ରେଡ୍‌ ୟୁନିୟନ କଂଗ୍ରେସ ରହିଛନ୍ତି। ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବା ନେଇ ସଙ୍ଗଠନଗୁଡିକ ଦାବି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରୀ କର୍ମଚାରୀଙ୍କ ବଲ୍ଲେ ବଲ୍ଲେ! କେନ୍ଦ୍ର କର୍ମଚାରୀଙ୍କ ଭଳି ବଢିବ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୨୯ା୭: ପଶ୍ଚିମବଙ୍ଗର ହଜାର ହଜାର ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁବ୍‌ ଭଲ ଖବର ସାମ୍ନାକୁ ଆସିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ମହଙ୍ଗା ଭତ୍ତା (DA) କୁ ନେଇ…

ଏହି ବଡ଼ ବ୍ୟାଙ୍କ୍‌ ହୋଇଯିବ ବନ୍ଦ! ଆକାଉଣ୍ଟରେ ଟଙ୍କା ଥିଲେ ତୁରନ୍ତ କରନ୍ତୁ ଏହି କାମ…

ନୂଆଦିଲ୍ଲୀ, ୨୯।୭: ଯଦି ଆପଣ ପ୍ରତିଦିନ ପେଟିଏମ୍ (Paytm) ଆପ୍‌ ଜରିଆରେ ୟୁପିଆଇ (UPI) ପେମେଣ୍ଟ, ମୋବାଇଲ୍ ରିଚାର୍ଜ କିମ୍ବା ବିଲ୍ ପରିଶୋଧ କରୁଛନ୍ତି, ତେବେ ଆପଣଙ୍କ…

Rule Change From 1st August: ପହିଲାରୁ ବଦଳିବ ଏହି ୫ ବଡ଼ ନିୟମ! LPG, ବ୍ୟାଙ୍କ ଠାରୁ ନେଇ ଟ୍ରେନ୍ ଟିକେଟ୍ ପର୍ଯ୍ୟନ୍ତ ପଡିବ ପ୍ରଭାବ, ଜାଣନ୍ତୁ…

ନୂଆଦିଲ୍ଲୀ, ୨୮।୭: ଜୁଲାଇ ମାସ ଶେଷ ହେବାକୁ ଯାଉଛି, ଏବଂ ଚାରି ଦିନ ପରେ ଅର୍ଥାତ୍ ଅଗଷ୍ଟ ମାସ ଆରମ୍ଭ ହେବା ସହ ଅନେକ ବଡ଼ ପରିବର୍ତ୍ତନ…

ପକେଟ ଉପରେ ବଢ଼ିବ ବୋଝ! ଅଗଷ୍ଟରୁ ମହଙ୍ଗା ହେବ କାର୍‌, ଟିଭି, ଫ୍ରିଜ୍‌ ସହ…ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ, ୨୮।୭: ଅଗଷ୍ଟରୁ ପର୍ବପର୍ବାଣୀ ଋତୁ ଆରମ୍ଭ ହେବା ସହିତ ମହଙ୍ଗା ମଧ୍ୟ ଆପଣଙ୍କୁ ଅପେକ୍ଷା କରିଛି। ସକାଳର ଚା’ଠାରୁ ଆରମ୍ଭ କରି କାର୍‌ ପର୍ଯ୍ୟନ୍ତ ଅଗଷ୍ଟରେ…

ଅପେକ୍ଷାର ଅନ୍ତ! ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ ନେଇ RBIକୁ ସରକାର କହିଲେ…

ନୂଆଦିଲ୍ଲୀ,୨୭।୭: ଖୁବଶୀଘ୍ର ମାର୍କେଟକୁ ଆସିବ ୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ । କ୍ଷେତ୍ର ପରୀକ୍ଷଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା…

ଅଗଷ୍ଟ ୧ରୁ ବଦଳିବ ଗ୍ୟାସ ସିଲିଣ୍ଡର ଦର! ମହଙ୍ଗା ହେବ କି ଶସ୍ତା ଜାଣନ୍ତୁ

ନୂଆଦିଲ୍ଲୀ, ୨୭।୭: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଯୋଗୁଁ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ର ସମ୍ମୁଖୀନ ହେବାକୁ ପଡିଥିଲା । ତେଲ, ଗ୍ୟାସ ଏବଂ ଅନେକ…

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri