କେବଳ ନକଲ

ଥରେ କଂଗ୍ରେସ ନେତା ଶଶୀ ଥରୁର ଏକ ଟୁଇଟ୍‌ରେ ଅଭିଯୋଗ କରିଥିଲେ ଯେ ଭାଜପା ୨୩ଟି କଂଗ୍ରେସ ଯୋଜନାର ନାମ ବଦଳାଇ ଦେଇଛି। ସେ ମଧ୍ୟ କହିଥିଲେ, ମୋଦିଙ୍କର ଏକ ‘ନାମ ପରିବର୍ତ୍ତନକାରୀ’ ସରକାର ଚାଲିଛିି, ‘ପ୍ରଭାବଶାଳୀ’ ସରକାର ନୁହେଁ। ସେତେବେଳେ ତାଙ୍କ ଦାବି ଉପରେ ଗୁରୁତ୍ୱ ଦିଆଯାଇ ନ ଥିଲା। ପରେ ଜଣାପଡ଼ିଲା, ସେ ଦାବି କରିଥିବା ୨୩ ଯୋଜନା ମଧ୍ୟରୁ ୧୯ ଠିକ୍‌। ଜଣାପଡ଼ିଲା ଯେ, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ହେଉଛି ୟୁପିଏ ସରକାରଙ୍କ ମୌଳିକ ସଞ୍ଚୟ ବ୍ୟାଙ୍କ ଜମା ଖାତା; ବେଟି ବଚାଓ, ବେଟି ପଢ଼ାଓ ଯୋଜନା ୟୁପିଏ ସମୟର ଜାତୀୟ ଶିଶୁକନ୍ୟା ଦିବସ କାର୍ଯ୍ୟକ୍ରମ ସହ ସମାନ; ଦିନ୍‌ଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା ଥିଲା ରାଜୀବ ଗ୍ରାମୀଣ ବିଦ୍ୟୁତୀକରଣ ଯୋଜନା; ନବୀକରଣ ଏବଂ ସହରୀ ପରିବର୍ତ୍ତନ ପାଇଁ ଅଟଳ ମିଶନ ଥିଲା ଜବାହରଲାଲ ନେହେରୁ ଜାତୀୟ ସହରୀ ନବୀକରଣ ମିଶନର ନାମକରଣ; କଂଗ୍ରେସର ନିମ୍‌ କୋଟେଡ୍‌ ୟୁରିଆ ସହିତ ଭାଜପାର ନିମ୍‌ କୋଟେଡ୍‌ ୟୁରିଆ ସମାନ; ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ଯୋଜନା ହେଉଛି ୟୁପିଏର ମୃତ୍ତିକା ସ୍ବାସ୍ଥ୍ୟ ଏବଂ ଉର୍ବରତା ପରିଚାଳନା ଉପରେ ଜାତୀୟ ପ୍ରକଳ୍ପ; ଅଟଳ ପେନ୍‌ସନ ଯୋଜନା ହେଉଛି ସ୍ବାବଲମ୍ବନ ଯୋଜନା; ଏପରିକି ମୋଦିଙ୍କ ମେକ୍‌ ଇନ୍‌ ଇଣ୍ଡିଆ ୟୁପିଏର ଜାତୀୟ ଉତ୍ପାଦନ ନୀତି (ଏନ୍‌ଏମ୍‌ପି)ର ନୂତନ ନାମ। ଏହା କେବଳ ପୁନଃ ନାମକରଣ ନୁହେଁ; ଅନେକ କ୍ଷେତ୍ରରେ ସମ୍ପୂର୍ଣ୍ଣ ନୀତିର ଢାଞ୍ଚାକୁ ନକଲ କରାଯାଇଛି। ମେକ୍‌ ଇନ୍‌ ଇଣ୍ଡିଆ ଏବଂ ଏନ୍‌ଏମ୍‌ପି ମଧ୍ୟରେ ଏକ ତୁଳନାମତ୍କ ଛବି ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗର ପ୍ରେସ୍‌ନୋଟ୍‌ (୨୦୧୧) ଏବଂ ଜାତୀୟ ଉତ୍ପାଦନ କ୍ଷେତ୍ରର ମେକ୍‌ ଇନ୍‌ ଇଣ୍ଡିଆ ୱେବ୍‌ସାଇଟ ପୃଷ୍ଠାରୁ ଜଣାପଡ଼ିଛି। ୧ ଦଶନ୍ଧି ମଧ୍ୟରେ ଜିଡିପିରେ ଉତ୍ପାଦନର ଅଂଶକୁ ୨୫ ପ୍ରତିଶତକୁ ବୃଦ୍ଧି କରିବା ଏବଂ ୧୦୦ ନିୟୁତ ନିଯୁକ୍ତି ସୃଷ୍ଟି କରିବା ବିଷୟ ୟୁପିଏର ଏନ୍‌ଏମ୍‌ପି ଯୋଜନାରେ କୁହାଯାଇଥିଲା। ମେକ୍‌ ଇନ୍‌ ଇଣ୍ଡିଆ ଦେଶର ଜିଡିପିରେ ଉତ୍ପାଦନର ଅଂଶ ୨୫ ପ୍ରତିଶତକୁ ବୃଦ୍ଧି ଏବଂ ଉତ୍ପାଦନରେ ୨୦୨୨ ସୁଦ୍ଧା ୧୦୦ ମିଲିୟନ ଅତିରିକ୍ତ ନିଯୁକ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଛି ବୋଲି ଚାହୁଁଥିବା ପ୍ରକାଶ କରିଥିଲା। ୟୁପିଏର ଏନ୍‌ଏମ୍‌ପି କହେ, ଏହା ମଧ୍ୟମ ଅବଧିରେ ଉତ୍ପାଦନ କ୍ଷେତ୍ରର ଅଭିବୃଦ୍ଧି ୧୨-୧୪ ପ୍ରତିଶତକୁ ବୃଦ୍ଧି କରିବ। ଅନ୍ୟପକ୍ଷରେ ମେକ୍‌ ଇନ୍‌ ଇଣ୍ଡିଆ ଦର୍ଶାଏ, ଏହା ମଧ୍ୟମ ଅବଧିରେ ଉତ୍ପାଦନ କ୍ଷେତ୍ରର ଅଭିବୃଦ୍ଧି ୧୨-୧୪ ପ୍ରତିଶତକୁ ବୃଦ୍ଧି ପାଇବ। ଏନ୍‌ଏମ୍‌ପି ଦର୍ଶାଏ, ଗ୍ରାମୀଣ ପ୍ରବାସୀ ତଥା ସହରାଞ୍ଚଳ ଗରିବଙ୍କ ମଧ୍ୟରେ ଉପଯୁକ୍ତ ଦକ୍ଷତା ସୃଷ୍ଟି କରିବା ଲାଗି ଏହି ନୀତି ଆବଶ୍ୟକ। ସେହିଭଳି ମେକ୍‌ ଇନ୍‌ ଇଣ୍ଡିଆ ସ୍ପଷ୍ଟ କରେ ଯେ ଏହା ସମାବେଶୀ ଅଭିବୃଦ୍ଧି ପାଇଁ ଗ୍ରାମୀଣ ପ୍ରବାସୀ ତଥା ସହରୀ ଗରିବଙ୍କ ମଧ୍ୟରେ ଉପଯୁକ୍ତ ଦକ୍ଷତା ବୃଦ୍ଧି କରିବା ଆବଶ୍ୟକ। ୟୁପିଏର ଏନ୍‌ଏମ୍‌ପି ନୀତି କହେ ଯେ ଏହା ଉପତ୍ାଦନରେ ଘରୋଇ କ୍ଷେତ୍ରର ମୂଲ୍ୟବୃଦ୍ଧି ଏବଂ ବୈଷୟିକ ଦକ୍ଷତା ବୃଦ୍ଧି କରିବ। ମେକ୍‌ ଇନ୍‌ ଇଣ୍ଡିଆ ମଧ୍ୟ କହେ, ଏହା ଘରୋଇ କ୍ଷେତ୍ରର ମୂଲ୍ୟ ବୃଦ୍ଧି ଏବଂ ବୈଷୟିକ ଦକ୍ଷତା ବୃଦ୍ଧି କରିବ।
ମୋଦି ସରକାରରେ ଡିଜିଟାଲ ଇଣ୍ଡିଆ ପୂର୍ବ ସରକାରଙ୍କ ଇ-ଗଭର୍ନାନ୍ସ ଯୋଜନା ସହ ସମାନ। ସ୍କିଲ୍‌ ଇଣ୍ଡିଆ ଯାହା ୟୁପିଏର ନ୍ୟାଶନାଲ ସ୍କିଲ୍‌ ଡେଭଲପ୍‌ମେଣ୍ଟ ପ୍ରୋଗ୍ରାମ ସେୟା। ମିଶନ ଇନ୍ଦ୍ରଧନୁଷ୍‌ ଥିଲା ୟୁନିଭର୍ସାଲ ଇମ୍ୟୁନାଇଜେଶନ ପ୍ରୋଗ୍ରାମ ଏବଂ ପିଏଏଚ୍‌ଏଏଲ୍‌ ଥିଲା ଏଲ୍‌ପିଜି ପାଇଁ ପ୍ରଥମ ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର ଯୋଜନା। ସମସ୍ତ ପଞ୍ଚାୟତକୁ ବ୍ରଡ୍‌ବ୍ୟାଣ୍ଡ ସଂଯୋଗ ଯୋଗାଇବାକୁ ଲକ୍ଷ୍ୟ ରଖି ୨୫ ଅକ୍ଟୋବର ୨୦୧୧ରେ ସ୍ବୀକୃତ ହୋଇଥିବା ନ୍ୟାଶନାଲ ଅପ୍ଟିକ ଫାଇବର ନେଟ୍‌ୱର୍କ ହେଉଛି ଏବକାର ଭାରତ ନେଟ୍‌। ରାଜୀବ ଆବାସ ଯୋଜନାକୁ ସର୍ଦ୍ଦାର ପଟେଲ ଜାତୀୟ ସହରୀ ଗୃହ ନିର୍ମାଣ ମିଶନର ନାମ ଦିଆଗଲା। ବାସ୍ତବତା ହେଉଛି, ୟୁପିଏ ସମୟର ଯୋଜନାଗୁଡ଼ିକ ନିର୍ବିବାଦୀୟ ଏବଂ ଦାରିଦ୍ର୍ୟ ଦୂରକାରୀ। କିନ୍ତୁ ମୋଦିଙ୍କ ଯୋଜନାଗୁଡ଼ିକର ଆକର୍ଷକ ନାମ ଅଛି, କାରଣ ସେ ବ୍ୟକ୍ତିଗତ ଭାବେ ନାମ ବଦଳାଇବା ଲାଗି ଅତ୍ୟଧିକ ପରିଶ୍ରମ କରିଛନ୍ତି। ମୋର ଜଣେ ବନ୍ଧୁ ଲକ୍ଷ୍ୟକଲେ ଯେ ଧନୀଙ୍କ ଉଦ୍ଦେଶ୍ୟରେ କରାଯାଇଥିବା ମୋଦିଙ୍କ ଯୋଜନାଗୁଡ଼ିକର ଇଂରାଜୀ ନାମ ଅଛି, ଯଥା-ଡିଜିଟାଲ ଇଣ୍ଡିଆ, ସ୍କିଲ୍‌ ଇଣ୍ଡିଆ, ଷ୍ଟାର୍ଟ ଅପ୍‌ ଇଣ୍ଡିଆ, ମେକ୍‌ ଇନ୍‌ ଇଣ୍ଡିଆ, ଯାହା ଆକାଂକ୍ଷାକୁ ସୂଚିତ କରୁଛି। ଗରିବଙ୍କ ପାଇଁ ଯୋଜନା ସବୁ ହିନ୍ଦୀ ନାମରେ ହୋଇଛି; ଯଥା ଉଜ୍ଜ୍ୱଳା ଯୋଜନା, ସ୍ବଚ୍ଛ ଭାରତ ଅଭିଯାନ, ବେଟି ପଢ଼ାଓ ବେଟି ବଚାଓ, ଜନ ଧନ, ଗରିବ କଲ୍ୟାଣ, ପିଏମ୍‌ କିଷାନ, ମୁଦ୍ରା ଯୋଜନା।
ୟୁପିଏର ସ୍ବତନ୍ତ୍ର ପରିଚୟ ଯୋଜନା ଥିଲା ଆଧାର। କିନ୍ତୁ ଆଧାର ଏକ ଆପରାଧିକ କାର୍ଯ୍ୟକ୍ରମ ଏବଂ ଏହାର ସିବିଆଇ ତଦନ୍ତ କରାଯିବ ବୋଲି ଭାଜପା ଅଭିଯୋଗ କରିଥିଲା। ଦେଶରେ ବେଆଇନ ପ୍ରବାସୀଙ୍କ ରହଣିକୁ ବୈଧ କରିବା ଲାଗି ଏହା ଏକ ବିପଜ୍ଜନକ କାର୍ଯ୍ୟକ୍ରମ। ଆଧାର ମଧ୍ୟ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଂଘନ କରୁଛି ବୋଲି ମୀନାକ୍ଷୀ ଲେଖୀ ବେଙ୍ଗାଲୁରୁରେ କଂଗ୍ରେସ ନେତା ତଥା ଆଧାରର ବିନ୍ଧାଣି ନନ୍ଦନ ନିଲେକାନିଙ୍କ ବିରୋଧରେ ପ୍ରଚାର କରୁଥିବାବେଳେ କହିଥିଲେ। ସେ ଆହୁରି କହିଥିଲେ, ନାମ ଦରଜ କରିଥିବା ଲୋକଙ୍କ ସମ୍ପୂର୍ଣ୍ଣ ବାୟୋମେଟ୍ରିକ ତଥ୍ୟ ଦେଶ ବାହାରେ ଗଚ୍ଛିତ ହୋଇଛି। ନିଲେକାନିଙ୍କ ପ୍ରତିଦ୍ୱନ୍ଦ୍ୱୀ ଅନନ୍ତ କୁମାର (ଯିଏ ଶେଷରେ ଜିତିଲେ) କହିଥିଲେ ଯେ, ଆଧାର ହେଉଛି ଦେଶର ସବୁଠାରୁ ବଡ଼ ଠକେଇ। ତା’ ପର ମାସରେ ଅନନ୍ତ କୁମାର କହିଥିଲେ, ଭାଜପା ଆଧାରକୁ ହଟାଇଦେବ। ମୋଦି ନିଜେ ଆଧାର ବିରୋଧରେ କହିଥିଲେ, ଏଥିରେ ଖର୍ଚ୍ଚ ହୋଇଥିବା ଅର୍ଥ ନଷ୍ଟ ହୋଇଛି, ଏନ୍‌ଆର୍‌ଇଜିଏସ୍‌ ଅବୈଧ ଉପାୟରେ ଅର୍ଥ ରୋଜଗାର କରିବା ପାଇଁ ଉଦ୍ଦିଷ୍ଟ ଏବଂ ସୂଚନା ଅଧିକାର (ଆର୍‌ଟିଆଇ) ଆଇନ ଏକ ବେକାର ଯୋଜନା। କିନ୍ତୁ ପରେ ଭାଜପା ତଥା ମୋଦି ସରକାର ଆଧାରକୁ ଗ୍ରହଣ କରିବା ସହ ଏହାକୁ ସମସ୍ତ ଭାରତୀୟଙ୍କ ପାଇଁ ବାଧ୍ୟତାମୂଳକ କରିଛି। ଏନ୍‌ଡିଏ ଭାରତର ସାମାଜିକ କଲ୍ୟାଣ ଯୋଜନାଗୁଡ଼ିକୁ ବିସ୍ତାର କରିଥିବାବେଳେ ସେଥିରୁ ଅନେକକୁ ପୂର୍ବ ସରକାରଙ୍କଠାରୁ ନକଲକରି ନିଜର ବୋଲି ଦର୍ଶାଇବାର ବାହାନା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri