ପୋଲିସ ପାଇଁ ପାର୍ବଣ ଭିଡ଼ ଚ୍ୟାଲେଞ୍ଜ

ଭୁବନେଶ୍ୱର ୨୦।୯ (ବ୍ୟୁରୋ):ଦୁର୍ଗା ପୂଜା ପାଇଁ ରାଜଧାନୀ ଭୁବନେଶ୍ୱରରେ ପ୍ରସ୍ତୁତି ଜୋର୍‌ଦାର ଚାଲିଛି। ଧୁମ୍‌ଧାମ୍‌ରେ ପୂଜା କରିବାକୁ ଆୟୋଜକମାନେ ଲାଗି ପଡିଥିବାବେଳେ ପୂଜା ବୁଲିବାକୁ ସହରବାସୀ ଉତ୍ସାହର ସହ ଚାହିଁ ରହିଛନ୍ତି। ଦୁଇବର୍ଷ ପରେ ଏଥର ବିନା କଟକଣାରେ, ଭକ୍ତଙ୍କ ମେଳରେ ଦୁର୍ଗାପୂଜା ହେଉଥିବାରୁ ଅଧିକ ଭିଡ଼ ହେବାର ସମ୍ଭାବନା ରହିଛି। ବିଶେଷକରି ପୂଜାମଣ୍ଡପ ନିକଟରେ ପାର୍କିଂ ଓ ଟ୍ରାଫିକ୍‌ ଜାମ୍‌ ଲୋକଙ୍କ ପାଇଁ ବଡ଼ ସମସ୍ୟା ଆଣିବ। ତେଣୁ ପାର୍ବଣ ଭିଡ଼ ପରିଚାଳନା କମିଶନରେଟ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ। ଏବେଠୁ ଆବଶ୍ୟକ ପଦକ୍ଷେପ ନିଆ ନ ଗଲେ ପୂଜା ବୁଲିବାକୁ ଆସି ଲୋକେ ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଫସିବା ଆଶଙ୍କା ରହିଛି।
ରାଜଧାନୀରେ ଏଥର ୧୭୦ରୁ ଅଧିକ ମଣ୍ଡପରେ ଦୁର୍ଗାପୂଜା ଆୟୋଜନ କରାଯାଉଛି। ଏଥିମଧ୍ୟରୁ ଜାତୀୟ ରାଜପଥ ପାର୍ଶ୍ୱ ଓ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଅଧିକାଂଶ ମଣ୍ଡପ ରହିଛି। ରସୁଲଗଡ଼ ଦୁର୍ଗାପୂଜା ମଣ୍ଡପରେ ଏଥର ଦିଲ୍ଲୀ ଅକ୍ଷରଧାମ ମନ୍ଦିର ତୋରଣ ନିର୍ମାଣ କରାଯାଉଛି। ଜାତୀୟ ରାଜପଥ ପାର୍ଶ୍ୱ ତଥା ସହରର ପ୍ରମୁଖ ଛକରେ ପୂଜା ହେଉଥିବାରୁ ଏଠାରେ ଅଧିକ ଗହଳି ହୋଇଥାଏ। କିନ୍ତୁ ଏଠାରେ ସେପରି ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ନାହିଁ। ଏଥିସହ ଓଭରବ୍ରିଜ ତଳ ସର୍ଭିସ ରୋଡ୍‌ରେ ଗାଡ଼ି ଚଳାଚଳ ଏବଂ ମଣ୍ଡପକୁ ଯିବାକୁ ବିଭିନ୍ନ ପାର୍ଶ୍ୱରୁ ଲୋକମାନେ ରାସ୍ତା ପାର ହେବେ। ଏସବୁ କାରଣ ପାଇଁ ଏଠାରେ ଟ୍ରାଫିକ୍‌ ସମସ୍ୟା ଦେଖାଦେବ। ଭିଡ଼ ନିୟନ୍ତ୍ରଣ କରିବା ପୋଲିସ ପାଇଁ ବଡ଼ କଷ୍ଟକର ହେବ। ସେହିଭଳି ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ସହରର ଅନ୍ୟତମ ନୟାପଲ୍ଲୀ ଦୁର୍ଗା ପୂଜାମଣ୍ଡପ ନିକଟରେ ମଧ୍ୟ ପାର୍କିଂ ବ୍ୟବସ୍ଥା ନାହିଁ। ଏଠାରେ ମଧ୍ୟ ସମାନ ସମସ୍ୟା ଉପୁଜିବ ବୋଲି ଆଶଙ୍କା କରାଯାଉଛି। ଅନ୍ୟପକ୍ଷରେ କଟକ ରୋଡ୍‌ରେ ଅଧିକାଂଶ ପୂଜା ମଣ୍ଡପ ରହିଛି। ଅନ୍ୟ ଦିନଗୁଡ଼ିକରେ କଟକ ରୋଡ଼ରେ ପ୍ରବଳ ଭିଡ଼ ସୃଷ୍ଟି ହୁଏ। ବମିଖାଲ ଓ ଷ୍ଟେଶନ ବଜାର ଭଳି ବଡ଼ ପୂଜା ମଣ୍ଡପ ରହିଥିଲେ ମଧ୍ୟ ଏସବୁ ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇନାହିଁ। ପୂଜା ବୁଲିବାକୁ ଆସିବାକୁ ଥିବା ଲୋକେ ନିଜ ବାଇକ ଓ କାର ପାର୍କିଂ କରିବା ବଡ଼ ସମସ୍ୟା ହେବ। ତେବେ ରାଜଧାନୀରେ ପୂର୍ବ ଅପେକ୍ଷା ଜନସଂଖ୍ୟା ସହ ଗାଡ଼ି ସଂଖ୍ୟା ମଧ୍ୟ ବୃଦ୍ଧି ହୋଇଛି। ବିଭିନ୍ନ ଛକଗୁଡ଼ିକରେ ଟ୍ରାଫିକ ସମସ୍ୟା ଦେଖାଯାଉଛି। ପାର୍ବଣରେ ଏହି ସମସ୍ୟା ଦୁଇଗୁଣ ହେବାର ଆଶଙ୍କା ଥିବାରୁ କମିଶନରେଟ ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି।
ଏନେଇ ଦ୍ୱୈତନଗରୀ ସିଟି ଟ୍ରାଫିକ୍‌ ଡିସିପି ଠାକୁର ପ୍ରସାଦ ପାତ୍ର କହିଛନ୍ତି, ରାସ୍ତାଘାଟରେ ପାର୍କିଂ ନ କରିବାକୁ ଲୋକଙ୍କୁ ଆମେ ଅନୁରୋଧ କରିବୁ। ଯେଉଁ ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି ସେଠାରେ ପାର୍କିଂ କରି ମଣ୍ଡପ ନିକଟକୁ ଆସିବାକୁ କୁହାଯିବ। ପ୍ରତ୍ୟେକ ମେଢ଼ ପାଇଁ ପୋଲିସ ମୁତୟନ କରାଯିବ। ଟ୍ରାଫିକ୍‌ ପାଇଁ ଯେଉଁ ସ୍ଥାନରେ ୱାନ୍‌ ୱେ ଦରକାର ସେନେଇ ବ୍ୟବସ୍ଥା କରାଯିବ। ଭିଡ଼ ନିୟନ୍ତ୍ରଣ ପାଇଁ ଲୋକଙ୍କୁ ବାଟ କଢ଼େଇ ନିଆଯିବ ବୋଲି ଡିସିପି ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri