ନିରାଶ ଚାଷୀଙ୍କ ପାଇଁ ସମବାୟ ସମିତି

ଢେଙ୍କାନାଳ ଅଫିସ,୨୮ା୩: ଜାତୀୟକରଣ ବ୍ୟାଙ୍କରୁ ହତାଶ ହୋଇଥିବା ଚାଷୀଙ୍କୁ ସମବାୟ ସମିତି ସାହାଯ୍ୟର ହାତ ବଢାଇଥାଏ। ଚାଷୀମାନଙ୍କ ହିତରେ ସର୍ବଦା କୃଷି ସମବାୟ ସମିତିଗୁଡିକ କାର୍ଯ୍ୟକରି ଆସୁଛି ବୋଲି ଢେଙ୍କାନାଳ ସମବାୟ ସମିତି ଉପନିବନ୍ଧକ ସରୋଜିନୀ ଜେନା କହିଛନ୍ତି। ଢେଙ୍କାନାଳ ସଦର ବ୍ଲକ ବଣସିଂହ ପ୍ରାଥମିକ କୃଷି ସମବାୟ ସମିତି ପରିସରରେ ଶନିବାର ଅନୁଷ୍ଠିତ ବ୍ୟାଙ୍କ ସେବା ଓ ଋଣମେଳା କର୍ମଶାଳାକୁ ଉଦ୍‌ଘାଟନ କରି ଉପ ନିବନ୍ଧକ ଜେନା ଏହା କହିଛନ୍ତି।
କର୍ମଶାଳାରେ ସମ୍ମାନିତ ଅତିଥି ଭାବେ ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଲଳିତ କୁମାର ସାହୁ, ବ୍ଲକ କୃଷି ଅଧିକାରୀ ପ୍ରମୋଦ କୁମାର ପଣ୍ଡା, ସହକାରୀ ମତ୍ସ୍ୟ ଅଧିକାରୀ ପ୍ରଶାନ୍ତ କୁମାର ନନ୍ଦ, ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ଢେଙ୍କାନାଳ ପରିଚାଳକ ଚୌଧୁରୀ ଶୈଳେନ୍ଦ୍ର କୁମାର ଦାସ, କୋଅପରେଟିଭ ସୁପରଭାଇଜର ଆଲୋକ ବେହେରା ଓ ସତ୍ୟବ୍ରତ ଦାସ, ସମବାୟ ନିରୀକ୍ଷକ ଦେବାଶିଷ ସାହୁ, ଜିଲା ପରିଷଦ ସଦସ୍ୟ ପୂର୍ଣ୍ଣିମା ଦେହୁରୀ, ରାଧାଦେଈପୁର ସମିତି ସଭ୍ୟ ଗଙ୍ଗାଧର ସେଠୀ ପ୍ରମୁଖ କର୍ମଶାଳାରେ ଅତିଥି ଭାବେ ଯୋଗ ଦେଇଥିଲେ। ସମିତି ସଭାପତି ଅଶୋକ କୁମାର ସ୍ବାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମଶାଳାକୁ ସମିତିର ପରିଚାଳନା ପରିଷଦ ନିର୍ଦ୍ଦେଶକ ଶିଶିର ଶତପଥୀ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସଭାପତି ପ୍ରକାଶ ଚନ୍ଦ୍ର ହୋତା, ଚାଷୀ ଶତ୍ରୁଘ୍ନ ହୋତା, ରାଧାଦେଈପୁର ସରପଞ୍ଚ ଟୁନିସିନି ବାରିକ, ଜଳଧର ବେହେରା, ସମିତି ସମ୍ପାଦକ ସୁବ୍ରତ ରାଉତ, ପରିଚାଳନା ବୋର୍ଡ ନିର୍ଦ୍ଦେଶକ ନିରାକାର ପୁହାଣ, ସରୋଜ ଶତପଥୀ, ପ୍ରସନ୍ନ କୁମାର ପଣ୍ଡା, ସୁଶାନ୍ତ ହୋତା, ଭାଗ୍ୟଧର ପରିଡା, ଦୟମନ୍ତୀ ଶତପଥୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କର୍ମଶାଳାରେ ବଣସିଂହ ଓ ରାଧାଦେଈପୁର ଅଞ୍ଚଳର ବହୁ ଚାଷୀ ଯୋଗ ଦେଇଥିଲେ। ଏହି ଅବସରରେ ୫ଜଣ ଚାଷୀଙ୍କୁ କିଷାନ କ୍ରେଡିଟ୍‌ କାର୍ଡ ଯୋଜନାରେ କାର୍ଡ ବଣ୍ଟନ କରାଯାଇଥିଲା।
ସେହିପରି ସଦର ବ୍ଲକ ଗେଙ୍ଗୁଟିଆ କୃଷି ସମବାୟ ସମିତିରେ ବ୍ୟାଙ୍କିଙ୍ଗ ସେବା ଓ ଋଣ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ସମବାୟ ଉପନିବନ୍ଧକ ସରୋଜିନୀ ଜେନା ମୁଖ୍ୟ ଅତିଥି, ସମବାୟ ନିରୀକ୍ଷକ ସୁଚିସ୍ମିତା ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସମିତି ସଭାପତି ସୁଧୀର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉପସଭାପତି କମଳିନୀ ମହାନ୍ତି ଧନ୍ୟବାଦ ଦେଇଥିଲେ। ଶିବିରରେ ଗେଙ୍ଗୁଟିଆ, ବାରଦା, ସାଙ୍କୁଲେଇ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟ ଏବଂ ଚାଷୀ ବସନ୍ତ କୁମାର ରାଉତଙ୍କୁ ସମ୍ମାନିତ କରାଯାଇଥିଲା। ସମିତି ନିର୍ଦ୍ଦେଶକ ଅକ୍ଷୟ ମଲ୍ଲିକ, ନିରଞ୍ଜନ ମହାନ୍ତି, ନବକିଶୋର ସାହୁ, ବିଦ୍ୟାଧର ବିଶ୍ୱାଳ, କୋଇ ମଲ୍ଲିକ, ଭାରତୀ ପଟ୍ଟନାୟକ, ପ୍ରଭାତ ଦାସ, ଚନ୍ଦରା ମଲ୍ଲିକ, ବିରଞ୍ଚି ମଲ୍ଲିକ, ଡମ୍ବରୁଧର ବେହେରା, ସମିତି ସମ୍ପାଦକ ସୁଧୀର କୁମାର ସାହୁ, ସହ ସମ୍ପାଦକ ସୌଭାଗ୍ୟ କୁମାର ମିଶ୍ର, ଡିଇଓ ଅଶ୍ୱିନୀ କୁମାର ସାହୁ, କର୍ମଚାରୀ ମନୋଜ ନାୟକ ଏବଂ ବୀଣାକାର ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ। ପ୍ରଦୀପ କୁମାର ମଲ୍ଲିକ ମଞ୍ଚ ସଞ୍ଚାଳନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?