ଦେଶ ପ୍ରଗତିରେ ସମବାୟ

ଭାରତରେ ସ୍ବାଧୀନତାର ବହୁ ପୂର୍ବରୁ ସମବାୟ ଆନ୍ଦୋଳନର ମୂଳଦୁଆ ପଡ଼ିଥିଲା। କିନ୍ତୁ ତାହା କୃଷିଋଣ ପ୍ରଦାନ ମଧ୍ୟରେ ଥିଲା ସୀମିତ। ପଞ୍ଚବାର୍ଷିକ ଯୋଜନା ପ୍ରଣୟନ ତଥା ରୂପାୟନ ପରେ ଆମ ଦେଶରେ ସମବାୟ କ୍ଷେତ୍ରରେ ଅନେକ କିଛି ଯୁଗାନ୍ତକର ପଦକ୍ଷେପ ନିଆଯାଇଛି। ଦେଶର ଅର୍ଥନୈତିକ ପ୍ରଗତିର ଏକ ବଳିଷ୍ଠ ମାଧ୍ୟମ ରୂପେ ସମବାୟ ପ୍ରତିପାଦିତ। ସମବାୟ ଯୋଜନା ପରିଷଦ ୧୯୪୭ ମସିହାରେ ଦୃଢ଼ ମତପୋଷଣ କରିଥିଲେ ଯେ ଅର୍ଥନୈତିକ ଯୋଜନାର ଗଣତନ୍ତ୍ରୀକରଣ ପ୍ରକ୍ରିୟାରେ ସମବାୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହା ଗ୍ରାମାଞ୍ଚଳର ଲୋକଙ୍କୁ ଯୋଜନାବଦ୍ଧ ଅର୍ଥନୈତିକ ବିକାଶ ପ୍ରକ୍ରିୟା ମାଧ୍ୟମରେ ସଚେତନ କରିଥିଲା। ପ୍ରଥମ ପଞ୍ଚବାର୍ଷିକ ଯୋଜନାରେ ସମବାୟ ଆନ୍ଦୋଳନକୁ ଦେଶରେ ଯୋଜନାବଦ୍ଧ ଅର୍ଥନୈତିକ ପ୍ରଗତିର ଅପରିହାର୍ଯ୍ୟ ମାଧ୍ୟମ ରୂପେ ଅଭିହିତ କରାଯାଇଥିଲା। କିନ୍ତୁ ସମବାୟ ଆନ୍ଦୋଳନର ପ୍ରଗତି ତଥା ଭୂମିକା ଅଧ୍ୟୟନ କରି ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଗଠିତ ଅଲ୍‌ ଇଣ୍ଡିଆ ରୁରାଲ ସର୍ଭେ କମିଟି ରିପୋର୍ଟ ୧୯୫୪ ମସିହାରେ ପ୍ରତିକୂଳ ମନ୍ତବ୍ୟ ଦେଇଥିଲେ ଯେ, ଭାରତରେ ସମବାୟ ଆନ୍ଦୋଳନ ବିଫଳ ହୋଇଛି, ଏହାକୁ ସଫଳ କରିବା ପାଇଁ ସରକାର ସମବାୟକୁ ନିର୍ଣ୍ଣାୟକ ଭୂମିକା ରୂପେ ଗ୍ରହଣ କରିଛନ୍ତି। ଯେଉଁ ସବୁ କୃଷି ପରିବାର ସାହୁକାରଙ୍କଠାରୁ ଋଣ ଗ୍ରହଣ କରୁଥିଲେ ସେମାନଙ୍କ ଦୁର୍ଦ୍ଦଶା ଅକଥନୀୟ ହୋଇପଡ଼ିଥିବା ବେଳେ ଏବେ ଦେଶରେ ବିନିଯୋଗ ହୋଇଥିବା ମୋଟ୍‌ କୃଷିଋଣର ଶତକଡ଼ା ୬୭ ଭାଗ ଅର୍ଥ ସମବାୟ ମାଧ୍ୟମରେ ଯୋଗାଇ ଦିଆଯାଇଛି। ଜମିର ଉନ୍ନତୀକରଣ, ଆଧୁନିକ ପଦ୍ଧତିରେ ଚାଷ, ଉନ୍ନତ ଯନ୍ତ୍ରପାତିର ବ୍ୟବହାର, ଅଧିକ ଅମଳକ୍ଷମ ବିହନ ଏବଂ ଜୈବିକ କୃଷି ତଥା ସାର ପ୍ରୟୋଗ କରି ଖାଦ୍ୟଶସ୍ୟ ଉପତ୍ାଦନର ବୃଦ୍ଧି ଏବଂ ଅର୍ଥନୈତିକ ଜୀବନର ମାନଦଣ୍ଡ ବୃଦ୍ଧି କରାଇବା ପାଇଁ ସମବାୟ ସମିତିମାନଙ୍କର ସେବା ପ୍ରଣିଧାନଯୋଗ୍ୟ।
ଜମିର ଉନ୍ନତୀକରଣ ପାଇଁ ଗଭୀର କୂପ ଓ ନଳକୂପ ଖନନ, କେନାଲ ଓ ନଦୀର ପ୍ରବାହିତ ଜଳକୁ ପମ୍ପଦ୍ୱାରା ଚାଷଜମିକୁ ପାଣି ମଡ଼ାଇବା ନିମନ୍ତେ ଆର୍ଥିକ ସହାୟତା, ବିଭିନ୍ନ ପ୍ରକାର ଫଳ ବଗିଚା ପାଇଁ ଋଣ ଯୋଗାଇ ଦିଆଯାଉଛି। ସହରାଞ୍ଚଳଗୁଡ଼ିକରେ ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କଗୁଡ଼ିକ ଛୋଟ ଛୋଟ ପାନ ଦୋକାନୀ, ପରିବା ଓ ଫଳ ବିକାଳି, ରିକ୍ସାବାଲା, ସାଇକେଲ ଦୋକାନୀ, ଅଟୋରିକ୍ସା, ଜନାସେବା କେନ୍ଦ୍ର, କ୍ଷୁଦ୍ର ବ୍ୟବସାୟୀ, ଟ୍ରାଭେଲ୍ସ, ଡି.ଟି.ପି. ପ୍ରକାଶନ, ବହି ବନ୍ଧେଇ, ମନୋହରି ଓ ତେଜରାତି ଦୋକାନ ପାଇଁ ଋଣ ପ୍ରଦାନ କରୁଛନ୍ତି। ଫଳରେ ଉକ୍ତ ବ୍ୟବସାୟରୁ କିଛି ଲାଭ ପାଇ ଲୋକେ ଦୈନନ୍ଦିନ ଗୁଜୁରାଣ ମେଣ୍ଟାଉଛନ୍ତି। ଏହା ସହିତ ବେକାରି ସମସ୍ୟା ଦୂରୀଭୂତ ହୋଇପାରିଛି। ସୁଲଭ ମୂଲ୍ୟରେ ଗ୍ରାମାଞ୍ଚଳରେ ସମବାୟ ସମିତି ଦ୍ୱାରା ସାର, ବିହନ, ପୋକମରା ଔଷଧ, ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ସୁଲଭ ମୂଲ୍ୟରେ ଖାଉଟି ସାମଗ୍ରୀ ଯୋଗାଣ, ସଭ୍ୟମାନଙ୍କୁ ବାସଗୃହ ନିର୍ମାଣ ପାଇଁ ଋଣ ଯୋଗାଣ, କୁଶଳୀ କାରିଗରଙ୍କୁ ଆର୍ଥିକ ସହାୟତା ପ୍ରଦାନ, ଚାଷୀ ତଥା ସମବାୟର ସଭ୍ୟମାନଙ୍କ ଦ୍ୱାରା ଉପତ୍ାଦିତ ତଥା ସଂଗୃହୀତ ଦ୍ରବ୍ୟର ଉପଯୁକ୍ତ ବିପଣନ ଇତ୍ୟାଦି ଅନେକ ସୁବିଧା ଓ ସେବା ସମବାୟ ଦ୍ୱାରା ପ୍ରଦାନ କରାଯାଉଛି। ଅର୍ଥନୈତିକ ଓ ଗୁଣାତ୍ମକ ପ୍ରଗତି ପ୍ରକ୍ରିୟାରେ ଋଣର ପ୍ରକୃତ ବିନିଯୋଗ, ଠିକ୍‌ ସମୟରେ ଋଣ ପରିଶୋଧ, ଆର୍ଥିକ ତଥା ସାମାଜିକ ଜୀବନର ଉନ୍ନତି ସାଧନ ଓ ଜନସଚେତନତା ସୃଷ୍ଟି କରାଯାଇ ଆମତ୍ବିଶ୍ୱାସ, ଆମତ୍ନିର୍ଭରଶୀଳ ଏବଂ ଦୃଢ଼ ମନୋବଳର ବାତାବରଣ ସୃଷ୍ଟିକରି ସର୍ବସାଧାରଣଙ୍କର ଉନ୍ନତି ସାଧନ ପାଇଁ ସମବାୟ ଆନ୍ଦୋଳନ ଉତ୍ସର୍ଗୀକୃତ।
ଗ୍ରାମାଞ୍ଚଳରେ କାର୍ଯ୍ୟ କରୁଥିବା ପ୍ରତ୍ୟେକ ପ୍ରାଥମିକ ସେବା ସମବାୟ ସମିତି ସ୍ବଚ୍ଛଳଭାବେ କାର୍ଯ୍ୟ କରିବା ଆବଶ୍ୟକ। କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ସମବାୟ ପୁନଃ ଦୃଢ଼ୀକରଣ ଯୋଜନା ଏକ ସମୟ ଉପଯୋଗୀ ପଦକ୍ଷେପ। ଏହା କାର୍ଯ୍ୟକାରୀ ହେଲେ ଅନେକ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟକ୍ଷମ ହୋଇପାରିବେ ଏବଂ କେନ୍ଦ୍ର ସମବାୟ ବ୍ୟାଙ୍କଗୁଡ଼ିକ ଅଧିକ ଦକ୍ଷତା ହାସଲ କରିପାରିବେ। ଏହା ବ୍ୟତୀତ ଗ୍ରାମାଞ୍ଚଳରେ ସଚେତନତାର ଅଭାବ ପରିଲକ୍ଷିତ ହେଉଛି। ଦୀର୍ଘଦିନ ହେଲା କିଷାନ୍‌ କ୍ରେଡିଟ୍‌ କାର୍ଡ ପ୍ରଚଳନର ସୁବିଧା ଅନେକ ସଭ୍ୟ ପାଇପାରିନାହାନ୍ତି। ଆଜି ମଧ୍ୟ ସମିତି କର୍ମଚାରୀଙ୍କ ଦ୍ୱାରା କିଷାନ୍‌ କ୍ରେଡିଟ୍‌ କାର୍ଡଧାରୀଙ୍କର ବ୍ଲାଙ୍କ୍‌ କିଷାନ୍‌ କ୍ରେଡିଟ୍‌ ଚେକ୍‌ ଓ ବ୍ଲାଙ୍କ ବ୍ୟାଙ୍କ ଚେକ୍‌ ଉପରେ ଦସ୍ତଖତ ନିଆଯାଇ କିଷାନ୍‌ କ୍ରେଡିଟ୍‌ ପାସ୍‌ବୁକ୍‌ ସହିତ ସମିତିରେ ମହଜୁଦ ରଖାଯାଉଛି। କାର୍ଡଧାରୀମାନଙ୍କୁ ନ ଜଣାଇ ସମୟ କ୍ରମେ ସେବା ସମବାୟ ସମିତିର ସମ୍ପାଦକମାନେ ବ୍ଲାଙ୍କ୍‌ ଚେକ୍‌କୁ ପୂରଣ କରି ବ୍ୟାଙ୍କ କର୍ମଚାରୀମାନଙ୍କ ସଲାସୁତରାରେ କାର୍ଡଧାରୀମାନଙ୍କ ନାମରେ ଋଣ ଉଠାଇ ନିଜ ନିକଟରେ ରଖି କେତେକ କ୍ଷେତ୍ରରେ କିଛି ପରିମାଣର ଋଣ ଦିଅନ୍ତି। ଚାଷୀଟି ସମିତି ସମ୍ପାଦକଙ୍କୁ ବିଶ୍ୱାସ କରି ବ୍ଲାଙ୍କ ଚେକ୍‌ରେ ଦସ୍ତଖତ କରି ଦେଉଥିଲାବେଳେ ସମିତି ସମ୍ପାଦକ ଋଣୀର ବିଶ୍ୱାସରେ ବିଷ ଦେଇ ଚାଲିଛନ୍ତି। କିଷାନ କ୍ରେଡିଟ୍‌ ପାସ୍‌ବୁକ୍‌ଗୁଡ଼ିକ ମଧ୍ୟ ସମବାୟ ସମିତି ସମ୍ପାଦକଙ୍କ ନିକଟରେ ରହିଥାଏ। ଋଣୀ ସଭ୍ୟଟି କେତେ ଟଙ୍କା ଋଣ ନେଲା ତାହା ଜାଣିପାରେ ନାହିଁ। ଚାଷୀମାନଙ୍କୁ କୃଷିଋଣ ବିଷୟରେ ସଚେତନ କରାଯାଏ ନାହିଁ।
ସଭ୍ୟମାନେ ସମବାୟର କାର୍ଯ୍ୟଧାରାରେ ସକ୍ରିୟ ଅଂଶ ଗ୍ରହଣ କରିବା ଆବଶ୍ୟକ। ସମବାୟର କାର୍ଯ୍ୟଧାରାରେ ଅଂଶଗ୍ରହଣ କରୁଥିବା ଉଭୟ କର୍ମଚାରୀ ଓ ପରିଚାଳନା ପରିଷଦର ସଭ୍ୟମାନଙ୍କର କର୍ତ୍ତବ୍ୟ ସମ୍ପାଦନରେ ନିଷ୍ଠା, ସଚ୍ଚୋଟତା, ଏକାଗ୍ରତା ଏବଂ ଅଙ୍ଗୀକାରବଦ୍ଧତା ରହିବା ଅପରିହାର୍ଯ୍ୟ। ଆଧୁନିକ ଜ୍ଞାନ କୌଶଳର ପ୍ରକୃଷ୍ଟ ବିନିଯୋଗ, ଉଜ୍ଜ୍ୱଳ ମାନବସମ୍ବଳ ବିକାଶ, ସ୍ବଚ୍ଛତା ଏବଂ କ୍ରିୟାଶୀଳତା ଏବଂ କମ୍ପ୍ୟୁଟରୀକରଣ ଦ୍ୱାରା ସମସ୍ତ କାର୍ଯ୍ୟ ସ୍ବଚ୍ଛତା ସହ କାର୍ଯ୍ୟ କରିପାରିଲେ ଦେଶ ପ୍ରଗତିର ବଳିଷ୍ଠ ମାଧ୍ୟମ ରୂପେ ଜନସାଧାରଣଙ୍କୁ ସମବାୟ ମାଧ୍ୟମରେ ସେବା ଯୋଗାଇ ଦେବାର ଅବକାଶ ରହିଛି। ସରକାରଙ୍କର ମୁଖ୍ୟ କର୍ତ୍ତବ୍ୟ ହେଲା ପ୍ରତି ପ୍ରାଥମିକ ସମବାୟ ସମିତିର ଋଣ ତନଖି କାର୍ଯ୍ୟ ସୁପରିଚାଳନା ପାଇଁ ସୁପରଭାଇଜରମାନଙ୍କୁ ନିଯୁକ୍ତି ଦେବା ସଙ୍ଗେ ସଙ୍ଗେ ସରକାରୀ ଅଧିକାରୀଙ୍କ ଦ୍ୱାରା କମ୍ପ୍ୟୁଟରୀକରଣ ଠିକ୍‌ ରୂପେ ହୋଇଛି ବୋଲି ସହକାରୀ ସମବାୟ ନିବନ୍ଧକମାନଙ୍କ ଦ୍ୱାରା ସରକାରଙ୍କୁ ତଥ୍ୟ ଯୋଗାଇଲେ ଏହାର ସୁଫଳ ଜନସାଧାରଣ ପାଆନ୍ତେ। ଋଣ ଦୁର୍ନୀତର ମୂଳୋପତ୍ାଟନ ପାଇଁ ସରକାର ବିହିତ ପଦକ୍ଷେପ ନେବାପାଇଁ ତତ୍କାଳୀନ ଦୁର୍ନୀତିଗ୍ରସ୍ତ କର୍ମଚାରୀମାନଙ୍କୁ କାର୍ଯ୍ୟରୁ ନିବୃତ୍ତ କରି ସେମାନଙ୍କୁ ଉପଯୁକ୍ତ ଦଣ୍ଡବିଧାନ କରାଯିବା ଦରକାର। ସେମାନଙ୍କଠାରୁ ଧାର୍ଯ୍ୟ ଅର୍ଥ ତତ୍କାଳିକଭାବେ ଆଦାୟ କରାଗଲେ ଦେଶ ପ୍ରଗତିରେ ସମବାୟର କାର୍ଯ୍ୟ ପ୍ରଶଂସନୀୟ ହୋଇପାରିବ। ସମବାୟ ସମୀକ୍ଷା ବିଭାଗରେ ସଚ୍ଚୋଟତା ନିହାତି ଆବଶ୍ୟକ। ଏହାର ବିଲୋପ ହେବା ଆବଶ୍ୟକ। ନାବାର୍ଡ ଦ୍ୱାରା ପ୍ରାଥମିକ ସମବାୟ ସମିତିକୁ ସିଧାସଳଖ ଋଣ ଯୋଗାଇବା ପାଇଁ ସମବାୟ ସମିତି ଆଇନ୍‌ରେ ସଂଶୋଧନ ହେବା ଆବଶ୍ୟକ। ସମିତିର ପରିଚାଳନା ପରିଷଦକୁ ଉପଯୁକ୍ତ ଦକ୍ଷତା ଥିବା ଶିକ୍ଷିତ ଓ ସଚ୍ଚୋଟ ବ୍ୟକ୍ତିମାନଙ୍କୁ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ କରିବା ସହିତ ସେମାନଙ୍କୁ ବୈଠକ ଭାର ଦିଆଯିବା ଆବଶ୍ୟକ। ନଚେତ୍‌ ସମବାୟ କର୍ମଚାରୀ ଓ ପରିଚାଳନା ପରିଷଦ ମଧ୍ୟରେ ମତପାର୍ଥକ୍ୟ ଦେଖାଦେଇ ଦୂରତ୍ୱ ବୃଦ୍ଧିପାଉଛି। ଏ ସବୁକୁ ବିଚାରକୁ ନେଇ ସମବାୟରେ ଯେତେ ଶୀଘ୍ର ସଂସ୍କାର ପାଇଁ ପଦକ୍ଷେପ ନିଆଯାଇପାରିବ ସେତେ ଶୀଘ୍ର ଏହାର ସୁଫଳ ଜନସାଧାରଣ ପାଇପାରିବେ। ନଚେତ୍‌ ବୁଡ଼ିଗଲା ଗୋଡ଼ ତଳକୁ ତଳକୁ ନୀତିରେ ସମବାୟରେ ସମସ୍ତ ପ୍ରକାର କାର୍ଯ୍ୟ ବିଫଳ ହେବ।

ପ୍ରତାପ ଚନ୍ଦ୍ର ସାମଲ
ମୋ: ୯୦୯୦୩୨୫୮୦୨

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରାୟ ଏକ ଦଶନ୍ଧି ପୂର୍ୱରୁ ମହାରାଷ୍ଟ୍ର ପଶ୍ଚିମଘାଟ ପର୍ୱତମାଳା ଆଖପାଖ ଗାଁଗୁଡ଼ିକରେ ଜଳସଙ୍କଟ ଯୋଗୁ କୃଷିରେ ବାଧା ଉପୁଜୁଥିଲା। ସେଠାକାର ବୋର୍‌ଓ୍ୱେଲ କାମ କରୁ ନ...

ଖଜୁରି ଗଛର କି ଗୁଣ ଗାଇବି

ଦେଶର ସମ୍ୱିଧାନ କହେ ଆଇନ ଦୃଷ୍ଟିରେ ସମସ୍ତେ ସମାନ। ହେଲେ ବାସ୍ତବ କ୍ଷେତ୍ରରେ ତାହାର କାର୍ଯ୍ୟାନ୍ୱୟନ ବା ଅନୁପାଳନ ବେଳେ ହୁଏ କିନ୍ତୁ ଠିକ୍‌ ତା’ର...

ବିଲୁପ୍ତି ପଥେ ନୀଳରକ୍ତ କଙ୍କଡ଼ା

ମାନବ ଜାତି ପାଇଁ ପରମ ଉପକାରୀ ବନ୍ଧୁ ହେଉଛି ବିରଳ ନୀଳରକ୍ତ କଙ୍କଡ଼ା। ତା’ର ନୀଳରକ୍ତର କଣିକାରେ ଭରି ରହିଛି ଅମୂଲ୍ୟ ଔଷଧୀୟ ଗୁଣ। ବାଲେଶ୍ୱର...

ସମୟ ଧାରାରେ ଚକ୍ରବୃଦ୍ଧି ସୁଧ

ଚକ୍ରବୃଦ୍ଧି ସୁଧ (କମ୍ପାଉଣ୍ଡ ଇଣ୍ଟରେଷ୍ଟ)ର ଧାରଣା ମାନବ ଇତିହାସରେ ସବୁଠୁ ଶକ୍ତିଶାଳୀ ତଥା ବିପଜ୍ଜନକ ଆବିଷ୍କାର। ଏହି ଶବ୍ଦ ସଂସ୍କୃତ ଶବ୍ଦକୋଷ ଓ ବୈଧ-ଅର୍ଥନୈତିକ ସାହିତ୍ୟରେ...

ଦରମା ଦେଇପାରୁନି ଆମେରିକା

ଶ୍ବର ବିକଶିତ ଦେଶ ଆମେରିକାରେ ଅଚଳାବସ୍ଥା। ୧୪ ଲକ୍ଷରୁ ଅଧିକ ଫେଡେରାଲ କର୍ମଚାରୀଙ୍କୁ ବେତନ ନ ମିଳବା , ୪୧ ଲକ୍ଷ ନିମ୍ନ ଆୟକାରୀ ଆମେରିକୀୟଙ୍କ...

ମାନବାଧିକାର, ଆମର ଦୈନନ୍ଦିନ ଆବଶ୍ୟକତା

ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ ହେଉଛି । ଚଳିତ ବର୍ଷ ଜାତିସଂଘ ତରଫରୁ ଏହି ଦିବସ ପାଇଁ ସ୍ଲୋଗାନ ରହିଛି ”ମାନବାଧିକାର,...

ଗାନ୍ଧୀ ବିଭାଜନକାରୀ

ଭାରତ ୨୦୪୭ ସୁଦ୍ଧା ବିକଶିତ ହେବ ବୋଲି କେନ୍ଦ୍ର ସରକାର ବାରମ୍ବାର ଦୋହରାଉଛନ୍ତି। ବିକଶିତ ଦେଶ ଗଢ଼ିବାର ସ୍ବପ୍ନ ଦେଖାଯିବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। କିନ୍ତୁ...

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ଟିଭି ଶୋ’ ଦେଖି ଷ୍ଟ୍ରବେରି ଚାଷ ଆରମ୍ଭକରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ସେ ବିନା ମାଟି ଅର୍ଥାତ୍‌ କେବଳ ପାଣି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri