Posted inଖେଳ

କୁଚ୍‌ ବିହାର ଟ୍ରଫି: ହାଇଦ୍ରାବାଦକୁ ମିଳିଲା ୩, ଓଡ଼ିଶା ୧ ପଏଣ୍ଟରେ ସନ୍ତୁଷ୍ଟ

ବରଗଡ଼,୧୨।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଏବଂ ଜିଲା କ୍ରିକେଟ ଆସୋସିଏଶନ ସହଯୋଗରେ ବରଗଡ଼ କ୍ରିଷ୍ଣା ବିକାଶ ଗ୍ରାଉଣ୍ଡରେ ଅନୁଷ୍ଠିତ ୧୯ବର୍ଷରୁ କମ୍‌ କୁଚ୍‌ ବିହାର ଟ୍ରଫିରେ ହାଇଦ୍ରାବାଦ-ଓଡ଼ିଶା ମ୍ୟାଚ୍‌ ଅମୀମାଂସିତ ଭାବେ ଶେଷ ହୋଇଛି । ହାଇଦ୍ରାବାଦ ପ୍ରଥମ ଇନିଂସରେ ଅଗ୍ରଣୀ ଭିତ୍ତିରେ ୩ ପଏଣ୍ଟ ଏବଂ ଓଡ଼ିଶାକୁ ୧ ପଏଣ୍ଟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ହାଇଦ୍ରାବାଦର ପ୍ରଥମ ଇନିଂସ ସ୍କୋର ୫୦୩ ଜବାବରେ ଓଡ଼ିଶା ଅସମାପ୍ତ ୧୮୯/୪ରୁ ଖେଳ ଆରମ୍ଭ କରିଥିଲା। ପୂର୍ବଦିନର ଅପରାଜିତ ବ୍ୟାଟର ଶ୍ରେୟାଂଶ ଭରଦ୍ୱାଜ ନିଜର ଦ୍ୱିଶତକ ପୂରଣ କରିବା ସହିତ ୩୯୧ ବଲର ସାମ୍ନା କରି ୨୫୬ରନ୍‌ କରିଥିଲେ। ଏହି ଇନିଂସରେ ୨୬ ଚୌକା ଓ ୧୧ ଛକା ସାମିଲ ଥିଲା। ସମ୍ବିତ ବେଜା ୭୯ ରନ୍‌ କରିଥିଲେ। ଉଭୟ ଖେଳାଳି ଆଉଟ ହେବା ସହିତ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ନିମ୍ନକ୍ରମରେ ମହମ୍ମଦ ସୋହେଲ ଖାଁ ୫୪ର ଓ ଶୁଭମ ପ୍ରିୟଦର୍ଶୀଙ୍କ ୨୮ରନ୍‌ ସତ୍ତ୍ବେ ଦଳ ୪୮୧ରନ୍‌ କରି ଅଲଆଉଟ୍‌ ହୋଇଥିଲା। ହାଇଦ୍ରାବାଦ ଦଳ ପକ୍ଷରୁ ପ୍ରଣବ ବର୍ମା ୪, ଏସ୍‌. ନିଶାନ୍ତ ୩ ଓ ଦିନେଶ ରାଠୋର ୨ ଉଇକେଟ୍‌ ନେଇଥିଲେ।

ମ୍ୟାଚ୍‌ ପରେ ଜିଲା କ୍ରିକେଟ୍‌ ଆସୋସିଏଶନର ଯୁଗ୍ମ ସମ୍ପାଦକ ସଚ୍ଚିଦାନନ୍ଦ ପଣ୍ଡାଙ୍କ ସଂଯୋଜନାରେ ଖେଳାଳି ଏବଂ ମ୍ୟାଚ୍‌ ଅଫିସିଆଲଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସମୟରେ ଓଡ଼ିଶାର ସମସ୍ତ ଖେଳାଳିଙ୍କ ସମେତ ପୂର୍ବତନ ରଣଜୀ ଖେଳାଳି ତଥା ମୁଖ୍ୟ କୋଚ୍‌ ନଟରାଜ ବେହେରା, ବସନ୍ତ ମହାନ୍ତି, ପର୍ଯ୍ୟବେକ୍ଷକ ତଥା ରଣଜୀ ଖେଳାଳି ପ୍ରଭଞ୍ଜନ ମଲ୍ଲିକ, ମ୍ୟାନେଜର ପ୍ରଦୀପ ନନ୍ଦ ପ୍ରମୁଖଙ୍କୁ ସ୍ମାରକୀ ପ୍ରଦାନ କରାଯାଇଥିଲା। ସେହିପରି ହାଇଦ୍ରାବାଦ ଦଳର ସମସ୍ତ ସପୋର୍ଟ ଷ୍ଟାଫଙ୍କୁ ମଧ୍ୟ ସ୍ମାରକୀ ପ୍ରଦାନ କରାଯାଇଥିଲା। ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ବିକାଶ ଗ୍ରୁପ୍‌ର ପ୍ରବନ୍ଧନ ନିର୍ଦ୍ଦେଶକ ଡି. ବିବେକ, ଜିଲା କ୍ରିକେଟ ଆସୋସିଏଶନ ସଭାପତି ହରିହର ପ୍ରଧାନ, ସମ୍ପାଦକ ରବି ପଣ୍ଡା, ଉପସଭାପତି ଶୁଭ୍ରାଂଶୁ ଶେଖର ମହାପାତ୍ର, କୋଷାଧ୍ୟକ୍ଷ ଗୁରୁଦତ୍ତ ଦାଶ, ପୂର୍ବତନ ସମ୍ପାଦକ ସୁବ୍ରତ ଚାଟାର୍ଜୀ, ଗିରିଜା ପ୍ରସାଦ ନାଥ, ସନ୍ତୋଷ ପଣ୍ଡା, ପ୍ରଦୀପ ନନ୍ଦ୍‌, ବିକାଶ ଗ୍ରୁପ୍‌ର କ୍ରୀଡ଼ା ଅଧିକାରୀ ପୀତାମ୍ବର ପ୍ରଧାନ, କ୍ରିକେଟ କୋଚ୍‌ ଅଶୋକ ସିଂ, ରୂପକ ପ୍ରଧାନ, ଓସିଏ କ୍ୟୁରେଟର କେଶବ ସିଂ, ବିକାଶ ଗ୍ରାଉଣ୍ଡ କ୍ୟୁରେଟର ରେଣ୍ଟୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri