Posted inଜାତୀୟ

କେବଳ ବିବାହ ପାଇଁ ଧର୍ମ ପରିବର୍ତ୍ତନ ନୁହେଁ ଠିକ୍‌, ଟିପ୍ପଣୀ ଦେଲେ କୋର୍ଟ…

ପ୍ରୟାଗରାଜ,୩।୮: ଉତ୍ତରପ୍ରଦେଶରେ ଲଭ ଜିହାଦ ଘଟଣା ବଢ଼ିବାରେ ଲାଗିଛି। ସମ୍ପ୍ରତି ଏଭଳି ମାମଲାଗୁଡ଼ିକରେ ଐତିହାସିକ ଚିରିତ୍ର ଆକବର ଏବଂ ଯୋଧାବାଈଙ୍କ କାହାଣୀକୁ ଅନ୍ତର୍ଭୁକ୍ତ କରାଯାଇଛି। ଆହ୍ଲାବାଦ ହାଇକୋର୍ଟ ମଙ୍ଗଳବାର ବିବାହ ପାଇଁ ଧର୍ମ ପରିବର୍ତ୍ତନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। କେବଳ ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିବା ଠିକ୍‌ ନୁହେଁ ବୋଲି କୋର୍ଟ ଟିପ୍ପଣୀ ଦେଇଛନ୍ତି। ଏକ ମାମଲାର ଶୁଣାଣି ସମୟରେ ହାଇକୋର୍ଟ କହିଛନ୍ତି ଯେ, ଧର୍ମ ପରିବର୍ତ୍ତନକୁ ଏଡାଇବା ପାଇଁ ମୋଗଲ ସମ୍ରାଟ ଆକବର ଏବଂ ଯୋଧାବାଈଙ୍କ ବିବାହର ଉଦାହରଣ ଦେଇଛନ୍ତି। କୋର୍ଟ କହିଛନ୍ତି ଆକବର-ଯୋଧାବାଈଙ୍କ ବିବାହରୁ କିଭଳି ଧର୍ମ ପରିବର୍ତ୍ତନକୁ ଏଡ଼ାଇ ଦେଇହେବ ତାହାର ଶିକ୍ଷା ଲାଭ କରିବାର ଆବଶ୍ୟକତା ରହିଛି।
କୋର୍ଟ କହିଛନ୍ତି ଆକବର-ଯୋଧାବାଈ ବିବାହ କରିଥିଲେ। ମାତ୍ର ଏଥିରେ ଧର୍ମ ପରିବର୍ତ୍ତନ ହୋଇ ନ ଥିଲା। ଉଭୟେ ପରସ୍ପରକୁ ସମ୍ମାନ କରୁଥିଲେ ଏବଂ ପରସ୍ପରର ଧାର୍ମିକ ଭାବନାକୁ ମଧ୍ୟ ସମ୍ମାନ କରୁଥିଲେ। ଉଭୟଙ୍କ ଦାମ୍ପତ୍ୟ ସମ୍ପର୍କରେ ଧର୍ମ ମଧ୍ୟ ଆସି ନ ଥିଲା। ଉତ୍ତରପ୍ରଦେଶର ଏଟା ଜିଲାର ବାସିନ୍ଦା ଜାଭେଦଙ୍କ ଜାମିନ ଆବେଦନ ମାମଲାର ଶୁଣାଣି ସମୟରେ କୋର୍ଟ ଏଭଳି କହିଛନ୍ତି।
ଈଶ୍ବରଙ୍କ ଉପରେ ବିଶ୍ୱାସ ଅବା ଆସ୍ଥା ପ୍ରକାଶ ପାଇଁ ସ୍ବତନ୍ତ୍ର ପୂଜା ବ୍ୟବସ୍ଥା ରହିବା ଜରୁରୀ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ସେହିପରି ବିବାହ କ୍ଷେତ୍ରରେ ବିବାହ କରୁଥିବା ଦୁଇଜଣ ସମାନ ଧର୍ମର ହୋଇଥିବା ମଧ୍ୟ ଅନାବଶ୍ୟକ। କେବଳ ବିବାହ ପାଇଁ ଧର୍ମ ପରିବର୍ତ୍ତନ ଦ୍ୱାରା କୌଣସି ନିର୍ଦ୍ଦିଷ୍ଟ ଧର୍ମ ଉପରେ ବିଶ୍ୱାସ ଅବା ଆସ୍ଥା ସୃଷ୍ଟି ହୋଇ ନ ଥାଏ।
ଏହି ନିଷ୍ପତ୍ତି ସର୍ବଦା ଚାପ, ଭୟ ଏବଂ ଲୋଭ ଯୋଗୁ ଗ୍ରହଣ କରାଯାଇଥାଏ। କେବଳ ବିବାହ ପାଇଁ ଧର୍ମ ପରିବର୍ତ୍ତନ ଭୁଲ ଏବଂ ଏହାର କୌଣସି ସାମ୍ବିଧାନିକ ବୈଧତା ମଧ୍ୟ ନାହିଁ। ବ୍ୟକ୍ତିଗତ ଲାଭ ପାଇଁ କରାଯାଇଥିବା ଧର୍ମ ପରିବର୍ତ୍ତନ ନିଷ୍ପତ୍ତି କେବଳ ବ୍ୟକ୍ତିର କ୍ଷତି କରେ ନାହିଁ ବରଂ ଏହା ଦେଶ ତଥା ସମାଜକୁ ମଧ୍ୟ କ୍ଷତି ପହଞ୍ଚାଏ । ଏହା ସମାଜ ପାଇଁ ବିପଜ୍ଜନକ ।

ଏହି ରାୟରେ ଦର୍ଶାଯାଇଛି ଯେ ଜୀବନ ସାଥୀ, ଧର୍ମ, ବିଶ୍ୱାସ ଏବଂ ଉପାସନା ଏହାକୁ ସମ୍ମାନ ଦେଇ, ଦାମ୍ପତ୍ୟ ସମ୍ପର୍କକୁ ସୁଦୃଢ଼ କରାଯାଇପାରିବ। ଖଣ୍ଡପୀଠ କହିଛନ୍ତି ଯେ, ସମ୍ବିଧାନ ସମସ୍ତଙ୍କୁ ସମ୍ମାନର ସହ ବଞ୍ଚିବାର ଅଧିକାର ଦେଇଥାଏ, ଲୋକମାନେ ସମ୍ମାନ ପାଇଁ ନିଜ ଘର ଛାଡିଥାନ୍ତି, ଅପମାନ ପାଇଁ ବେଳେବେଳେ ଧର୍ମ ପରିବର୍ତ୍ତନ କରନ୍ତି। ଧର୍ମର ଠିକାଦାରମାନଙ୍କୁ ଏନେଇ ନିଜକୁ ସଂସ୍କାର କରିନେବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି। ତେବେ ନାଗରିକଙ୍କ ଧର୍ମର ପରିବର୍ତ୍ତନ ଯୋଗୁଁ ଦେଶ ଦୁର୍ବଳ ହୋଇଯାଏ। ବିଭ୍ରାନ୍ତକାରୀ ଶକ୍ତି ଏହାର ଲାଭ ପାଆନ୍ତି, ଇତିହାସ ହେଉଛି ସାକ୍ଷୀ ଯେ ଆମେ ବିଭାଜିତ ହୋଇଥିଲୁ, ଦେଶ ଉପରେ ଆକ୍ରମଣ କରାଯାଇଥିଲା ଏବଂ ଆମେ ପରାଧୀନ ହୋଇଥିଲୁ ବୋଲି ଅଦାଲତ କହିଛନ୍ତି।

ଧର୍ମକୁ ଜୀବନଶୈଳୀ ଭାବରେ ମଧ୍ୟ କୋର୍ଟ ସ୍ବୀକାର କରିଛନ୍ତି। ଆସ୍ଥା ଏବଂ ବିଶ୍ୱାସକୁ ବନ୍ଧା ଯାଇପାରିବ ନାହିଁ। ଏଥିରେ ଭୟ ଏବଂ ଲୋଭର କୌଣସି ସ୍ଥାନ ନାହିଁ। କୋର୍ଟ କହିଛନ୍ତି ଯେ ବିବାହ ଏକ ପବିତ୍ର ସଂସ୍କାର। ନାଗରିକ ନିଜ ଇଛା ଅନୁସାରେ ଧର୍ମ ପରିବର୍ତ୍ତନ କରିବା ସହିତ ପସନ୍ଦର ବିବାହ କରିପାରିବେ। ଏହା ମଧ୍ୟ ସାମ୍ବିଧାନିକ ଅଧିକାର।

ସୂଚନାଯୋଗ୍ୟ, ଏହି ମାମଲାରେ ଅଭିଯୁକ୍ତ ଜାଭେଦ ଅନସାରୀଙ୍କ ବିରୋଧରେ ଅପହରଣ, ଷଡଯନ୍ତ୍ର ଏବଂ ଧର୍ମ ପରିବର୍ତ୍ତନ କରିଥିବା ଅଭିଯୋଗ ଆସିଥିଲା। ଉର୍ଦ୍ଦୁରେ ଲିଖିତ କାଗଜରେ ଜାଭେଦ ପୀଡିତାଙ୍କ ଠାରୁ ଦସ୍ତଖତ ନେଇଥିବା ଅଭିଯୋଗ ହୋଇଛି। ଜାଭେଦ ପୂର୍ବରୁ ବିବାହିତ ଥିବା କଥାକୁ ମଧ୍ୟ ପୀଡିତାଙ୍କଠାରୁ ଲୁଚାଇ ରଖିଥିଲେ। ମିଥ୍ୟା କହି ଧର୍ମ ପରିବର୍ତ୍ତନ କରିଥିଲେ।

ପୀଡିତା ଅଭିଯୋଗ କରିଥିଲେ ଯେ ୨୦୨୦ ନଭେମ୍ବର ୧୭ ଅପରାହ୍ନ ୫ରେ ଜଲେସର ବଜାରଠାରେ କିଛି ଲୋକ ତାଙ୍କୁ କାର୍‌ରେ ଅପହରଣ କରିଥିଲେ। ନଭେମ୍ବର ୧୮ରେ କଡ଼କଡ଼ଡୁମା କୋର୍ଟରେ ତାଙ୍କର ଧର୍ମ ପରିବର୍ତ୍ତନ କରାଯାଇଥିଲା। ଏହାପରେ ନଭେମ୍ବର ୨୮ରେ ତାଙ୍କ ବିବାହ କରାଯାଇଥିବା ପୀଡିତା ଅଭିଯୋଗ କରିଥିଲେ। ଜାଭେଦ କୋର୍ଟରେ ନିଜ ସପକ୍ଷରେ କହିଥିଲେ ଯେ ଉଭୟ ବୟସ୍କ ଏବଂ ଇଚ୍ଛାରେ ଧର୍ମ ପରିବର୍ତ୍ତନ କରିଛନ୍ତି। ଏହି ମାମଲାର ଶୁଣାଣି କରି କୋର୍ଟ ଅଭିଯୁକ୍ତଙ୍କ ଜାମିନ ଆବେଦନ ନାମଞ୍ଜୁର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?