Posted inଜାତୀୟ

କେବଳ ବିବାହ ପାଇଁ ଧର୍ମ ପରିବର୍ତ୍ତନ ନୁହେଁ ଠିକ୍‌, ଟିପ୍ପଣୀ ଦେଲେ କୋର୍ଟ…

ପ୍ରୟାଗରାଜ,୩।୮: ଉତ୍ତରପ୍ରଦେଶରେ ଲଭ ଜିହାଦ ଘଟଣା ବଢ଼ିବାରେ ଲାଗିଛି। ସମ୍ପ୍ରତି ଏଭଳି ମାମଲାଗୁଡ଼ିକରେ ଐତିହାସିକ ଚିରିତ୍ର ଆକବର ଏବଂ ଯୋଧାବାଈଙ୍କ କାହାଣୀକୁ ଅନ୍ତର୍ଭୁକ୍ତ କରାଯାଇଛି। ଆହ୍ଲାବାଦ ହାଇକୋର୍ଟ ମଙ୍ଗଳବାର ବିବାହ ପାଇଁ ଧର୍ମ ପରିବର୍ତ୍ତନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। କେବଳ ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିବା ଠିକ୍‌ ନୁହେଁ ବୋଲି କୋର୍ଟ ଟିପ୍ପଣୀ ଦେଇଛନ୍ତି। ଏକ ମାମଲାର ଶୁଣାଣି ସମୟରେ ହାଇକୋର୍ଟ କହିଛନ୍ତି ଯେ, ଧର୍ମ ପରିବର୍ତ୍ତନକୁ ଏଡାଇବା ପାଇଁ ମୋଗଲ ସମ୍ରାଟ ଆକବର ଏବଂ ଯୋଧାବାଈଙ୍କ ବିବାହର ଉଦାହରଣ ଦେଇଛନ୍ତି। କୋର୍ଟ କହିଛନ୍ତି ଆକବର-ଯୋଧାବାଈଙ୍କ ବିବାହରୁ କିଭଳି ଧର୍ମ ପରିବର୍ତ୍ତନକୁ ଏଡ଼ାଇ ଦେଇହେବ ତାହାର ଶିକ୍ଷା ଲାଭ କରିବାର ଆବଶ୍ୟକତା ରହିଛି।
କୋର୍ଟ କହିଛନ୍ତି ଆକବର-ଯୋଧାବାଈ ବିବାହ କରିଥିଲେ। ମାତ୍ର ଏଥିରେ ଧର୍ମ ପରିବର୍ତ୍ତନ ହୋଇ ନ ଥିଲା। ଉଭୟେ ପରସ୍ପରକୁ ସମ୍ମାନ କରୁଥିଲେ ଏବଂ ପରସ୍ପରର ଧାର୍ମିକ ଭାବନାକୁ ମଧ୍ୟ ସମ୍ମାନ କରୁଥିଲେ। ଉଭୟଙ୍କ ଦାମ୍ପତ୍ୟ ସମ୍ପର୍କରେ ଧର୍ମ ମଧ୍ୟ ଆସି ନ ଥିଲା। ଉତ୍ତରପ୍ରଦେଶର ଏଟା ଜିଲାର ବାସିନ୍ଦା ଜାଭେଦଙ୍କ ଜାମିନ ଆବେଦନ ମାମଲାର ଶୁଣାଣି ସମୟରେ କୋର୍ଟ ଏଭଳି କହିଛନ୍ତି।
ଈଶ୍ବରଙ୍କ ଉପରେ ବିଶ୍ୱାସ ଅବା ଆସ୍ଥା ପ୍ରକାଶ ପାଇଁ ସ୍ବତନ୍ତ୍ର ପୂଜା ବ୍ୟବସ୍ଥା ରହିବା ଜରୁରୀ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ସେହିପରି ବିବାହ କ୍ଷେତ୍ରରେ ବିବାହ କରୁଥିବା ଦୁଇଜଣ ସମାନ ଧର୍ମର ହୋଇଥିବା ମଧ୍ୟ ଅନାବଶ୍ୟକ। କେବଳ ବିବାହ ପାଇଁ ଧର୍ମ ପରିବର୍ତ୍ତନ ଦ୍ୱାରା କୌଣସି ନିର୍ଦ୍ଦିଷ୍ଟ ଧର୍ମ ଉପରେ ବିଶ୍ୱାସ ଅବା ଆସ୍ଥା ସୃଷ୍ଟି ହୋଇ ନ ଥାଏ।
ଏହି ନିଷ୍ପତ୍ତି ସର୍ବଦା ଚାପ, ଭୟ ଏବଂ ଲୋଭ ଯୋଗୁ ଗ୍ରହଣ କରାଯାଇଥାଏ। କେବଳ ବିବାହ ପାଇଁ ଧର୍ମ ପରିବର୍ତ୍ତନ ଭୁଲ ଏବଂ ଏହାର କୌଣସି ସାମ୍ବିଧାନିକ ବୈଧତା ମଧ୍ୟ ନାହିଁ। ବ୍ୟକ୍ତିଗତ ଲାଭ ପାଇଁ କରାଯାଇଥିବା ଧର୍ମ ପରିବର୍ତ୍ତନ ନିଷ୍ପତ୍ତି କେବଳ ବ୍ୟକ୍ତିର କ୍ଷତି କରେ ନାହିଁ ବରଂ ଏହା ଦେଶ ତଥା ସମାଜକୁ ମଧ୍ୟ କ୍ଷତି ପହଞ୍ଚାଏ । ଏହା ସମାଜ ପାଇଁ ବିପଜ୍ଜନକ ।

ଏହି ରାୟରେ ଦର୍ଶାଯାଇଛି ଯେ ଜୀବନ ସାଥୀ, ଧର୍ମ, ବିଶ୍ୱାସ ଏବଂ ଉପାସନା ଏହାକୁ ସମ୍ମାନ ଦେଇ, ଦାମ୍ପତ୍ୟ ସମ୍ପର୍କକୁ ସୁଦୃଢ଼ କରାଯାଇପାରିବ। ଖଣ୍ଡପୀଠ କହିଛନ୍ତି ଯେ, ସମ୍ବିଧାନ ସମସ୍ତଙ୍କୁ ସମ୍ମାନର ସହ ବଞ୍ଚିବାର ଅଧିକାର ଦେଇଥାଏ, ଲୋକମାନେ ସମ୍ମାନ ପାଇଁ ନିଜ ଘର ଛାଡିଥାନ୍ତି, ଅପମାନ ପାଇଁ ବେଳେବେଳେ ଧର୍ମ ପରିବର୍ତ୍ତନ କରନ୍ତି। ଧର୍ମର ଠିକାଦାରମାନଙ୍କୁ ଏନେଇ ନିଜକୁ ସଂସ୍କାର କରିନେବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି। ତେବେ ନାଗରିକଙ୍କ ଧର୍ମର ପରିବର୍ତ୍ତନ ଯୋଗୁଁ ଦେଶ ଦୁର୍ବଳ ହୋଇଯାଏ। ବିଭ୍ରାନ୍ତକାରୀ ଶକ୍ତି ଏହାର ଲାଭ ପାଆନ୍ତି, ଇତିହାସ ହେଉଛି ସାକ୍ଷୀ ଯେ ଆମେ ବିଭାଜିତ ହୋଇଥିଲୁ, ଦେଶ ଉପରେ ଆକ୍ରମଣ କରାଯାଇଥିଲା ଏବଂ ଆମେ ପରାଧୀନ ହୋଇଥିଲୁ ବୋଲି ଅଦାଲତ କହିଛନ୍ତି।

ଧର୍ମକୁ ଜୀବନଶୈଳୀ ଭାବରେ ମଧ୍ୟ କୋର୍ଟ ସ୍ବୀକାର କରିଛନ୍ତି। ଆସ୍ଥା ଏବଂ ବିଶ୍ୱାସକୁ ବନ୍ଧା ଯାଇପାରିବ ନାହିଁ। ଏଥିରେ ଭୟ ଏବଂ ଲୋଭର କୌଣସି ସ୍ଥାନ ନାହିଁ। କୋର୍ଟ କହିଛନ୍ତି ଯେ ବିବାହ ଏକ ପବିତ୍ର ସଂସ୍କାର। ନାଗରିକ ନିଜ ଇଛା ଅନୁସାରେ ଧର୍ମ ପରିବର୍ତ୍ତନ କରିବା ସହିତ ପସନ୍ଦର ବିବାହ କରିପାରିବେ। ଏହା ମଧ୍ୟ ସାମ୍ବିଧାନିକ ଅଧିକାର।

ସୂଚନାଯୋଗ୍ୟ, ଏହି ମାମଲାରେ ଅଭିଯୁକ୍ତ ଜାଭେଦ ଅନସାରୀଙ୍କ ବିରୋଧରେ ଅପହରଣ, ଷଡଯନ୍ତ୍ର ଏବଂ ଧର୍ମ ପରିବର୍ତ୍ତନ କରିଥିବା ଅଭିଯୋଗ ଆସିଥିଲା। ଉର୍ଦ୍ଦୁରେ ଲିଖିତ କାଗଜରେ ଜାଭେଦ ପୀଡିତାଙ୍କ ଠାରୁ ଦସ୍ତଖତ ନେଇଥିବା ଅଭିଯୋଗ ହୋଇଛି। ଜାଭେଦ ପୂର୍ବରୁ ବିବାହିତ ଥିବା କଥାକୁ ମଧ୍ୟ ପୀଡିତାଙ୍କଠାରୁ ଲୁଚାଇ ରଖିଥିଲେ। ମିଥ୍ୟା କହି ଧର୍ମ ପରିବର୍ତ୍ତନ କରିଥିଲେ।

ପୀଡିତା ଅଭିଯୋଗ କରିଥିଲେ ଯେ ୨୦୨୦ ନଭେମ୍ବର ୧୭ ଅପରାହ୍ନ ୫ରେ ଜଲେସର ବଜାରଠାରେ କିଛି ଲୋକ ତାଙ୍କୁ କାର୍‌ରେ ଅପହରଣ କରିଥିଲେ। ନଭେମ୍ବର ୧୮ରେ କଡ଼କଡ଼ଡୁମା କୋର୍ଟରେ ତାଙ୍କର ଧର୍ମ ପରିବର୍ତ୍ତନ କରାଯାଇଥିଲା। ଏହାପରେ ନଭେମ୍ବର ୨୮ରେ ତାଙ୍କ ବିବାହ କରାଯାଇଥିବା ପୀଡିତା ଅଭିଯୋଗ କରିଥିଲେ। ଜାଭେଦ କୋର୍ଟରେ ନିଜ ସପକ୍ଷରେ କହିଥିଲେ ଯେ ଉଭୟ ବୟସ୍କ ଏବଂ ଇଚ୍ଛାରେ ଧର୍ମ ପରିବର୍ତ୍ତନ କରିଛନ୍ତି। ଏହି ମାମଲାର ଶୁଣାଣି କରି କୋର୍ଟ ଅଭିଯୁକ୍ତଙ୍କ ଜାମିନ ଆବେଦନ ନାମଞ୍ଜୁର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଧାରରେ ମିଳିଥିବା କ୍ଷମତାରୁ ହଟାଇବା ଜାଣିଛୁ: ନେହା

ଭୁବନେଶ୍ୱର,୩୦ା୮(ସୁନିତ୍‌ ମିଶ୍ର): ଆମେ ଛାତ୍ର, ଯାହା ହାତରେ ଅସ୍ତ୍ରଶସ୍ତ୍ର, ଦିଲ୍ଲୀ ପୋଲିସର ଲାଠି, ପେଲେଟ ଗନ୍‌ କି ଟିଅର ଗ୍ୟାସ୍‌ ନାହିଁ। ତଥାପି ଆମର ସେହି ସାଧାରଣ…

ଭାରତରେ ମୁସଲମାନଙ୍କୁ ଚାହୁଁ ନ ଥିବା ଲୋକେ ହିନ୍ଦୁତ୍ୱ ବୁଝନ୍ତିନି, ଭାଗବତଙ୍କ ବଡ଼ ବୟାନ

ନ୍ୟୁୟର୍କ,୩୦ା୮: ହିନ୍ଦୁ ରାଷ୍ଟ୍ର ବିଚାରଧାରାରେ ମୁସଲମାନଙ୍କୁ ବାଦ୍‌ ଦିଆଯାଇ ନାହିଁ। ଭାରତରେ ମୁସଲମାନଙ୍କର ସ୍ଥାନ ନାହିଁ ବୋଲି ଯଦି କେହି ବିଶ୍ୱାସ କରୁଥାନ୍ତି, ତେବେ ସେ ହିନ୍ଦୁତ୍ୱକୁ…

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri