ସୈନ୍ୟବାହିନୀ ସହିତ ବିବାଦ: ନିଜ ଉପରକୁ ବିପଦ ଡାକିଛନ୍ତି ଇମ୍ରାନ…

ଇସଲାମାବାଦ, ୬।୯ : ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାକିସ୍ତାନର ନୂତନ ସେନାଧ୍ୟକ୍ଷଙ୍କ ନିଯୁକ୍ତି ସମ୍ପର୍କରେ ବିବୃତ୍ତି ଯୋଗୁ ବିବାଦ ଉପୁଜିଥିଲା। ରାଜନୈତିକ ସମୀକ୍ଷକଙ୍କ କହିବାନୁସାରେ, ଇମ୍ରାନ ଖାନ ପୂର୍ବରୁ କ୍ରୋଧିତ ଥିବା ସୈନ୍ୟବାହିନୀଙ୍କୁ ପୁଣି ଅଧିକ ଉତ୍ତେଜିତ କରି ନିଜ ଉପରକୁ ବିପଦକୁ ଡାକଆଣିଛନ୍ତି।

ସୋମବାର ଇମ୍ରାନ ଖାନଙ୍କ ବିବୃତ୍ତି ଉପରେ ସୈନ୍ୟ ବାହିନୀ ପକ୍ଷରୁ ଅତ୍ୟଧିକ ପ୍ରତିକ୍ରିୟା ପ୍ରକାଶ କରାଯାଇଛି। ଅପରପକ୍ଷରେ, ଶାହାବାଜ ସରିଫ ସରକାର ମଧ୍ୟ ଏହି ସ୍ଥିତିକୁ ହାତଛଡ଼ା ନକରି ଇମ୍ରାନ ଖାନଙ୍କ ଉପରେ ନଜର ରଖିବାକୁ ଏକ ନୂତନ ସୁଯୋଗ ପାଇଛନ୍ତି। ପୂର୍ବରୁ ଚାଲିଥିବା ଏବଂ ନୂତନ ମାମଲାରେ ଇମ୍ରାନ ଖାନଙ୍କ ବିରୋଧରେ ଶୀଘ୍ର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ଆଶଙ୍କା କରାଯାଉଛି। ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଅଭିଯୋଗ କରିଛନ୍ତି ଯେ ଇମ୍ରାନ ବର୍ତ୍ତମାନ ଘୃଣା ପ୍ରଚାର କରିବା ସହ ଅନୁଷ୍ଠାନଗୁଡ଼ିକୁ ବଦନାମ କରିବା ପାଇଁ ନିଜର ଅଭିଯାନ ଚଳାଇଛନ୍ତି।

ସୈନ୍ୟବାହିନୀର ଜନସମ୍ପର୍କ ବିଭାଗର ମୁଖପାତ୍ର କହିଛନ୍ତି ଯେ ଇମ୍ରାନ ଖାନଙ୍କ ସାମରିକ ବିରୋଧୀ ବିବୃତ୍ତି ଦ୍ୱାରା ପାକିସ୍ତାନର ସୈନ୍ୟଙ୍କୁ ମାନସିକ ଆଘାତ ଲାଗିଛି। ଜନସମ୍ପର୍କ ବିଭାଗ କହିଛି ଯେ ସେନାର ବରିଷ୍ଠ ନେତୃତ୍ୱଙ୍କୁ ଇମ୍ରାନ ବଦନାମ କରିବା ତଥା ଅବାଞ୍ଛିତ ବିବୃତ୍ତି ଦ୍ୱାରା ସୈନ୍ୟବାହିନୀ ଆଶ୍ଚର୍ଯ୍ୟ ହୋଇଯାଇଛି। ଏହା ଅତ୍ୟନ୍ତ ଦୁଃଖର ବିଷୟ ଯେ ଯେଉଁ ସମୟରେ ସୈନିକମାନେ ଲୋକଙ୍କ ସୁରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଉଛନ୍ତି, ସେତେବେଳେ ସେନାର ବରିଷ୍ଠ ନେତୃତ୍ୱଙ୍କ ବିଶ୍ୱସନୀୟତାକୁ କ୍ଷୁର୍ଣ୍ଣ କରିବାକୁ ଚେଷ୍ଟା କରାଯାଉଛି।

ରବିବାର ଫୈସଲାବାଦରେ ତାଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)ର ଏକ ସମାବେଶକୁ ସମ୍ବୋଧିତ କରିବାବେଳେ ଇମ୍ରାନ ଅଭିଯୋଗ କରିଥିଲେ ଯେ ବର୍ତ୍ତମାନର ସରକାର ତାଙ୍କ ପ୍ରିୟ ଅଧିକାରୀଙ୍କୁ ପରବର୍ତ୍ତୀ ସେନା ମୁଖ୍ୟ କରିବାକୁ ଚେଷ୍ଟା କରୁଛନ୍ତି। ସେ କହିଥିଲେ ଯେ ଏଭଳି ଉଦ୍ୟମ କରାଯାଉଛି କାରଣ ଯଦି ଜଣେ ଦେଶପ୍ରେମୀ ସେନା ମୁଖ୍ୟ ହୁଅନ୍ତି, ତେବେ ସେ ବର୍ତ୍ତମାନର ଶାସକ କର୍ତ୍ତୃପକ୍ଷଙ୍କୁ ବେଆଇନ ଭାବେ ହୋଇଥିବା ରୋଜଗାରର ହିସାବ ମାଗିବେ। ସୂଚନାଯୋଗ୍ୟ ଯେ ବର୍ତ୍ତମାନର ସେନା କର୍ମଚାରୀଙ୍କ ମୁଖ୍ୟ କମର ଜାଭେଦ ବାଜୱା ନଭେମ୍ବରରେ ଅବସର ନେବାକୁ ଯାଉଛନ୍ତି।

ଏହି ବିବୃତ୍ତି ପରେ ପାକିସ୍ତାନର ଇଲେକ୍ଟ୍ରୋନିକ ମିଡିଆ ରେଗୁଲେଟୋରୀ ଅଥରିଟି ଦେଶର ସମସ୍ତ ଟିଭି ଚ୍ୟାନେଲକୁ ନିର୍ଦ୍ଦେଶ ଦେଇଛି। ଏଭଳି ଭାଷଣର ପ୍ରସାରଣ ନ କରିବାକୁ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି। ଏହାପୂର୍ବରୁ ଇସଲାମାବାଦ ହାଇକୋର୍ଟ ମିଡିଆ ରେଗୁଲେଟୋରୀ ଅଥରିଟକୁ ଅବାଞ୍ଛିତ ତଥା ଆପତ୍ତିଜନକ ମତର ପ୍ରସାରଣ ବନ୍ଦ କରିବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଅଭିଯୋଗ କରିଛନ୍ତି ଯେ ଇମ୍ରାନ ଖାନ ଅରାଜକତା ବିସ୍ତାର କରିବା ଏବଂ ଦେଶକୁ ଦୁର୍ବଳ କରିବା ପାଇଁ ଏଜେଣ୍ଡା ଜାରି ରଖିଛନ୍ତି। ସେହିପରି ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ମହମ୍ମଦ ଆସିଫ କହିଛନ୍ତି ଯେ ବର୍ତ୍ତମାନ ଇମ୍ରାନ ଖାନଙ୍କ ବିରୋଧରେ ଦୀର୍ଘସ୍ଥାୟୀ ଆଇନଗତ ଯୁଦ୍ଧ ଆରମ୍ଭ ହେବ। ସେ କହିଛନ୍ତି ଯେ ସରକାରଙ୍କ ଆଇନ ବିଶେଷଜ୍ଞମାନେ ଏହାର ଅନୁସନ୍ଧାନ କରୁଛନ୍ତି ଏବଂ ସେମାନଙ୍କ ପରାମର୍ଶ ଅନୁଯାୟୀ ପଦକ୍ଷେପ ନିଆଯିବ।
ରାଜନୈତିକ ସମୀକ୍ଷକଙ୍କ କହିବାନୁସାରେ ଇମ୍ରାନ ଖାନଙ୍କ ସଦ୍ୟତମ ବିବୃତ୍ତିରେ ସେନା, ସରକାର ଏବଂ ନ୍ୟାୟପାଳିକା ଏକଜୁଟ ହୋଇ କଥାବାର୍ତ୍ତା କରୁଥିବା ଜଣାପଡିଛି। ଏହା ଇମ୍ରାନ ଖାନଙ୍କ ପାଇଁ ଏକ ବିପଦପୂର୍ଣ୍ଣ ସଙ୍କେତ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?