ଖରସ୍ରୋତାରୁ ଭଦ୍ରକକୁ ପାଣି ଦେବା ବିବାଦ: ଜିଆଇଜେଡ୍‌ର ଭିତରକନିକା ରିପୋର୍ଟକୁ ଉପେକ୍ଷା

କେନ୍ଦ୍ରାପଡ଼ା ଅଫିସ,୨୦।୮: କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡିହା ନିକଟ ଖରସ୍ରୋତା ନଦୀରୁ ଭଦ୍ରକ ଜିଲାର ୪ ବ୍ଲକ ଅଞ୍ଚଳକୁ ପାଣି ଦେବା ବିବାଦ ଆଇନଗତ କାର୍ଯ୍ୟାନୁଷ୍ଠାନ ଦିଗକୁ ଗତି କରୁଛି। କେନ୍ଦ୍ର ସରକାରଙ୍କ ପର୍ଯ୍ୟାବରଣ (ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ) ବିଭାଗ ଓ ଜିଆଇଜେଡ୍‌ (ଅନ୍ତର୍ଜାତୀୟ ସହଯୋଗ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଜର୍ମାନ ସଂସ୍ଥା) ଦ୍ୱାରା ଭିତରକନିକା ଉପରେ ହୋଇଥିବା ସଦ୍ୟତମ ସର୍ଭେ ରିପୋର୍ଟକୁ ଉପେକ୍ଷା କରାଯାଉଛି। ସେହିପରି ୨୦୨୦ ଡିସେମ୍ବର ୩ ଓ ୧୪ ତାରିଖରେ ଅନୁଷ୍ଠିତ ଭିତରକନିକା ଇକୋ ସେନ୍ସିଟିଭ ଜୋନ ମନିଟରିଂ କମିଟି ବୈଠକର ରିଜୋଲ୍ୟୁଶନ ଉପରେ ସଭ୍ୟ ଶ୍ରୀକାନ୍ତ ନାୟକ ପ୍ରଶ୍ନ ଉଠାଇ ଗତ ୧୦ ତାରିଖରୁ ଅନଶନରେ ଅଛନ୍ତି। ସେ କହିଛନ୍ତି , ଜୋନ ମନିଟରିଂ କମିଟିରେ ମୋଟ ୧୦ ଜଣ ସଭ୍ୟ ଥିଲେ ମଧ୍ୟ ମାତ୍ର ୬ ଜଣଙ୍କୁ ବୈଠକ ପାଇଁ ନୋଟିସ ହୋଇଛି। ନୋଟିସରେ ଜିଲା ମନିଟରିଂ କମିଟି ଉଲ୍ଲେଖ ରହିଛି। ତେବେ ଏହା ଭିତରକନିକା ଇକୋ ସେନ୍ସିଟିଭ ଜୋନ ମନିଟରିଂ କମିଟି ହୋଇଥିବା ବେଳେ ଏହି କମିଟିରେ କେନ୍ଦ୍ରାପଡ଼ା ସମେତ ଭଦ୍ରକ ଜିଲାର ସଭ୍ୟ ଅଛନ୍ତି। ଖରସ୍ରୋତା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପ୍ରାୟ ୪୦ ପ୍ରତିଶତ ପରେ ଏହି କମିଟିର ବୈଠକ ଡକା ଯାଇଛି। ଦୁଇଟି ବୈଠକର ରିଜୋଲ୍ୟୁଶନ ଗୋଟିଏରେ ସମାପ୍ତ କରାଯାଇଛି। ଏପରିକି କମିଟିର ସଦସ୍ୟ ନ ଥିବା ପଦାଧିକାରୀଙ୍କୁ ଦସ୍ତଖତ କରାଇ ରିଜୋଲ୍ୟୁଶନ ମଞ୍ଜୁରୀ କରାଯାଇଛି। ଯାହାକି ବେଆଇନ । ଏପରି ରିଜୋଲ୍ୟୁଶନରେ ହେଉଥିବା ପ୍ରକଳ୍ପକୁ ବନ୍ଦ କରାଯାଇ ଭିତରକନିକାର ଜୈବବିବିଧତାକୁ ନଷ୍ଟ ମୁଖରୁ ବଞ୍ଚାଇବା ପାଇଁ ବୈଷୟିକ ଟିମ୍‌ ଅନୁଧ୍ୟାନ କରନ୍ତୁ।
ଏ ନେଇ ସାମାଜିକ କର୍ମୀ ସଞ୍ଜୟ ବେହୁରା, ଅଧ୍ୟାପକ କ୍ଷିତୀଶ କୁମାର ସିଂହ ଓ ଡ. ପ୍ରଦୀପ କୁମାର ତରାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚଳାଇଥିବା କହିଛନ୍ତି। ୨୦୧୯ ଡିସେମ୍ବରରୁ କେନ୍ଦ୍ର ସରକାରଙ୍କ ପର୍ଯ୍ୟାବରଣ ବିଭାଗ ପକ୍ଷରୁ ଭାରତର ଜୈବବିବିଧତା ଓ ପରିବେଶ ସୁରକ୍ଷା ପାଇଁ ଆର୍ଦ୍ରଭୂମି ପରିଚାଳନା (ୱଟଲ୍ୟାଣ୍ଡ୍‌ସ ମ୍ୟାନେଜମେଣ୍ଟ ଫର୍‌ ବାଇଓ ଡାଇଭର୍‌ସିଟି ଆଣ୍ଡ କ୍ଲାଇମେଟ ପ୍ରୋଟେକ୍ସନ) ସର୍ଭେ ହୋଇଛି। ସର୍ଭେରେ ଭାରତର ହିମାଚଳପ୍ରଦେଶର ପଙ୍ଗ ଓ ରେଣୁକା, ଓଡ଼ିଶାର ଭିତରକନିକା, ତାମିଲନାଡୁର ଦି ପଏଣ୍ଟ କାଲିମାର ରାମସାର ସାଇଟକୁ ନିଆଯିବା ସହ ଚିଲିକା ଅଞ୍ଚଳକୁ ଏଥିରେ ସାମିଲ କରାଯାଇଛି। ଏହି ସର୍ଭେ ପାଇଁ ଜର୍ମାନ ଫେଡେରାଲ ମିନିଷ୍ଟ୍ରି ସହ ଇଣ୍ଟର ନ୍ୟାଶନାଲ କ୍ଲାଇମେଟ ଇନିସିଏଟିଭ (ଆଇକେଆଇ) ସହଯୋଗ କରୁଛି। ଭିତରକନିକା ରାମସାର ସାଇଟ ସର୍ଭେରେ ସାମିଲ ହୋଇଥିବା ଜିଆଇଜେଡ ବୈଜ୍ଞାନିକ ଭିତରକନିକାର ପରିବେଶ ପାଇଁ ମଧୁରଜଳ ଆବଶ୍ୟକତାକୁ ଅନୁଧ୍ୟାନ କରିଥିଲେ। ସମୁଦ୍ର ତଟ ଅଞ୍ଚଳ କ୍ଷୟ, ପର୍ଯ୍ୟାପ୍ତ ପରିମାଣର ଚିଙ୍ଗୁଡି ଘେରି ସହ ନଦୀର ଜଳସ୍ରୋତ କମୁଥିବା ନେଇ ସେମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେହିପରି ଏହି ଆର୍ଦ୍ରଭୂମିକୁ ଅଣମୌସୁମୀ ସମୟରେ ମାତ୍ର ୧୫ ପ୍ରତିଶତ ମଧୁର ଜଳ ପହଞ୍ଚୁଥିବା ନେଇ ରିସର୍ଚ୍ଚ ପେପରରେ ଦର୍ଶାଯାଇଛି। ଅପରପକ୍ଷରେ ଖରସ୍ରୋତା ନଦୀରେ ମେଗା ପାନୀୟ ଜଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ହାଇଦ୍ରାବାଦର ଠିକା ସଂସ୍ଥା ଦାୟିତ୍ୱ ନେଇଛି। ଏହି ସହରରେ ଥିବା ଆଇଆଇଟି ରିପୋର୍ଟକୁ ରିଜୋଲ୍ୟୁଶନରେ ଦର୍ଶାଇବା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରିପୋର୍ଟରେ ନିର୍ମାଣ କାର୍ଯ୍ୟ ସମୟରେ ପରିବେଶ ଉପରେ ଯେଭଳି ପ୍ରଭାବ ନ ପଡିବ ସେ ସମ୍ପର୍କରେ ତଥ୍ୟ ଉପସ୍ଥାପିତ କରାଯାଇଛି। ହେଲେ ଖରସ୍ରୋତାରୁ ପାଣି ଉଠାଇବା ପରେ ଭିତରକନିକା ଉପରେ କି ପ୍ରଭାବ ପଡିବ ସେ ସମ୍ପର୍କରେ କିଛି ଉଲ୍ଲେଖ କରାଯାଇନାହିଁ। ସେହିପରି ଓୟୁଏଟିର ଏକ ରିପୋର୍ଟକୁ ଜିଲା ପ୍ରଶାସନ ଦର୍ଶାଉଛି। ଜିଆଇଜେଡ୍‌ ପକ୍ଷରୁ ସର୍ଭେ ପାଇଁ ୬ ମାସ ସମୟ ନିଆଯାଇଥିଲା। ହେଲେ ୬୭୨ ବର୍ଗ କି.ମି. ଜାତୀୟ ଉଦ୍ୟାନକୁ ଦୁଇଦିନିଆ ଗସ୍ତରେ ଆସି ଓୟୁଏଟି ବିଶେଷଜ୍ଞ କମିଟି କିଭଳି ଭିତରକନିକାର ପରିବେଶ ଉପରେ ପ୍ରକଳ୍ପର ପ୍ରଭାବ ପଡିବନି ବୋଲି ରିପୋର୍ଟ ଦେଲା ତାହାକୁ ନେଇ ପ୍ରଶ୍ନ ଉଠାଯିବ। ଏଥିସହ ଇକୋ ସେନ୍ସିଟିଭ ଜୋନରେ ପ୍ରକଳ୍ପ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବାକୁ ପ୍ରସ୍ତୁତି ଚାଲିଥିବା ବୋଲି ସେମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ବସନ୍ତ କୁମାର ରାଉତ କହିଛନ୍ତି ଯେ, ପ୍ରକଳ୍ପ ସମ୍ପର୍କରେ ସମସ୍ତ ଆଇନଗତ ଦିଗର ତର୍ଜମା ଜିଲା ପ୍ରଶାସନ ପକ୍ଷରୁ କରାଯାଇଛି। ଏହା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଧୂଆଁଧାର ବ୍ୟାଟିଂ କରୁ କରୁ…

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ମ୍ୟାଚ୍ରେ ଭାରତ ପାଇଁ ପାଳି ଆରମ୍ଭ କରିଥିବା…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

ବରିଷ୍ଠ ନାଗରିକଙ୍କ ଯତ୍ନ ନେବା ଜରୁରୀ: ଆଶାବାଡ଼ି ପ୍ରଦାନ

ଦାରିଙ୍ଗବାଡ଼ି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହଠାରେ ଗୁରୁବାର ବ୍ଲକସ୍ତରୀୟ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଆଲିଶା…

ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ: ଖେଳିଗଲା ଉତ୍ସାହ

ଦାରିଙ୍ଗବାଡ଼ି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ତୁଡ଼ିକିବାଡ଼ି ଗ୍ରାମରେ ଚତୁର୍ଥ ବର୍ଷ ଗଜଲକ୍ଷ୍ମୀ ପୂଜା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଅବସରରେ…

ଅକ୍ଟୋବର ୪ରୁ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର, ଲିଟର ପିଛା….

ଭୁବନେଶ୍ୱର,୨।୧: ଅକ୍ଟୋବର ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର । ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେସନ୍ (ଓମ୍‌ଫେଡ୍) ପକ୍ଷରୁ ବିଭିନ୍ନ ପ୍ରକାର କ୍ଷୀରର…

କ୍ୟାନସରକୁ ହରାଇ ୧୦ ବର୍ଷ ପରେ ଦଳକୁ ଫେରିଲେ ଏହି କ୍ରିକେଟର୍‌: ଅଚାନକ ମିଳିଲା..

ସିଡନୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ବଡ଼ ପରିବର୍ତ୍ତନ ହୋଇଛି। ଟେଷ୍ଟିକୁଲାର କ୍ୟାନସର ଭଳି ଗୁରୁତର ରୋଗକୁ ପରାସ୍ତ କରି…

ଟିଏମ୍‌ସିର ଜବତ ବ୍ୟାଙ୍କ ଆକାଉଣ୍ଟ ମାମଲା, ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୦: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀର ପ୍ରାୟ ୮୦୪ କୋଟି ଟଙ୍କା ଥିବା ୪ଟି ଜବତ (ଡେବିଟ୍‌-ଫ୍ରିଜ) ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିବାକୁ ଅନୁମତି ଦେବା…

କାର୍ଯ୍ୟକାରୀ ହେଲା ଜନ୍ମ, ମୃତ୍ୟୁ ସଂଶୋଧନ ଆଇନ

ନୂଆଦିଲ୍ଲୀ,୨।୧୦: ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୬ ଗୁରୁବାରଠାରୁ ଦେଶରେ ଲାଗୁ ହୋଇଛି । ଏଥିରେ ନିର୍ଦ୍ଧାରିତ ସମୟସୀମା ପରେ ଜଣାଯାଇଥିବା ଜନ୍ମ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?