କରିଲୋପାଟଣା କଲେଜ ଅଧ୍ୟକ୍ଷ ଦାୟିତ୍ୱ ହସ୍ତାନ୍ତର ବିବାଦ: ରେକର୍ଡ ଯାଞ୍ଚ

ମାର୍ଶାଘାଇ,୩ା୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ମାର୍ଶାଘାଇ ବ୍ଲକ କରିଲୋପାଟଣା ମହାବିଦ୍ୟାଳୟରେ ଅଧ୍ୟକ୍ଷଙ୍କୁ ଦାୟିତ୍ୱ ହସ୍ତାନ୍ତର ନେଇ ବିବାଦ ଘଟଣାରେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା କେନ୍ଦ୍ରାପଡ଼ା ଉପ ଜିଲାପାଳ ଅରୁଣ ନାୟକ ବୁଧବାର ମହାବିଦ୍ୟାଳୟରେ ପହଞ୍ଚି ନଥିପତ୍ର ଯାଞ୍ଚ କରିଛନ୍ତି। ଜୁଲାଇ ୧୭ରେ ସରକାର କେତେକ କମ୍ପୋଜିଟ ମହାବିଦ୍ୟାଳୟ ଅଧ୍ୟକ୍ଷ ନିଯୁକ୍ତି ପାଇଁ ତାଲିକା ପ୍ରକାଶ କରିଥିଲେ। ତାଲିକା ମୁତାବକ ବାଲେଶ୍ୱର ଜିଲା ସୋରୋ ମହାବିଦ୍ୟାଳୟର ଡ଼.ସୁବ୍ରତ ନାୟକ କରିଲୋପାଟଣା ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ଜୁଲାଇ ୨୫ରେ ଯୋଗ ଦେଇଥିଲେ। ଦାୟିତ୍ୱରେ ଥିବା ଅଧ୍ୟକ୍ଷ ତାଙ୍କୁ କେତେକ ଫାଇଲ ସହିତ ଦାୟିତ୍ୱ ହସ୍ତାନ୍ତର କରିଥିଲେ ମଧ୍ୟ କ୍ୟାସ୍‌ବୁକ, ରିଜୋଲୁସନ ଖାତା ସମେତ ଆଉ କେତେକ ଜରୁରୀ କାଗଜପତ୍ର ହସ୍ତାନ୍ତର କରି ନ ଥିଲେ। ଅଧ୍ୟାପକ ଏବଂ କର୍ମଚାରୀଙ୍କ ଦରମା ଓ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଆର୍ଥିକ ପରିଚାଳନା ପାଇଁ କ୍ୟାସ୍‌ବୁକ୍‌ ଜରୁରୀ ହୋଇଥିବାରୁ ଏଗୁଡିକୁ ତୁରନ୍ତ ଦେବାକୁ ଜଣାଇବା ସତ୍ତ୍ୱେ ସେ ହସ୍ତାନ୍ତର କରି ନ ଥିଲେ। ଅପରପକ୍ଷେ ପୂର୍ବତନ ଅଧ୍ୟକ୍ଷ ନିଜକୁ ବରିଷ୍ଠତା ଭିତ୍ତିରେ ପ୍ରକୃତ ଅଧ୍ୟକ୍ଷ ବୋଲି ଘୋଷଣା କରିବା ସହିତ ସେ ହସ୍ତାନ୍ତର କରିଥିବା ସମସ୍ତ କାଗଜପତ୍ର ତାଙ୍କୁ ଫେରସ୍ତ କରିବାକୁ ନୂତନ ଅଧ୍ୟକ୍ଷଙ୍କୁ ପତ୍ର ଲେଖିଥିଲେ। ମହାବିଦ୍ୟାଳୟ ପରିସରରେ ଏଭଳି ଅସୁସ୍ଥ ବାତାବରଣ ସୃଷ୍ଟି ହେବା ଦେଖି ନୂତନ ଅଧ୍ୟକ୍ଷ ନାୟକ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା କେନ୍ଦ୍ରାପଡ଼ା ଉପଜିଲାପାଳ ଅରୁଣ ନାୟକଙ୍କୁ ଭେଟି ସମସ୍ତ ବିଷୟରେ ଅବଗତ କରିଥିଲେ। ବୁଧବାର ମହାବିଦ୍ୟାଳୟ ଗସ୍ତ କରି ନଥିପତ୍ର ଯାଞ୍ଚ କରିବା ସହିତ ସମସ୍ୟା ସମାଧାନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷା ବିଭାଗରେ ହଇଚଇ! ୧୨ ଛାତ୍ରୀଙ୍କୁ ବଳାତ୍କାର କଲେ ଶିକ୍ଷକ, ଭିଡିଓ ଭାଇରାଲ୍‌ ପରେ…

ପାଟନା,୩।୯: ବିହାରର ବକ୍ସର ଜିଲାରୁ ସାମ୍ନାକୁ ଆସିଛି ଏକ ସାଂଘାତିକ ଘଟଣା। ଡୁମରାଓ ପ୍ରଖଣ୍ଡର ଦୁଇଜଣ ଶିକ୍ଷକ ପ୍ରାୟ ୧୨ ଜଣ ନାବାଳିକା ଛାତ୍ରୀଙ୍କୁ ବଳାତ୍କାର ସହ…

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ହିତାଧିକାରୀଙ୍କୁ ମିଳିଲା ୨ ମାସର ଚାଉଳ, ବାକି ୩ ମାସକୁ ନେଇ…

ଅମରପାଲି,୩ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ବହଳପଦର ପଞ୍ଚାୟତରେ ନୂତନ ରାଶନ କାର୍ଡ ପାଇବା ସତ୍ତ୍ୱେ ହିତାଧିକାରୀମାନେ ୫ ମାସ ଧରି ଚାଉଳ ପାଉ ନ…

ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…

ପାଟନା,୩।୯: ବିହାରର ଔରଙ୍ଗାବାଦ ଜିଲା କୁଟୁମ୍ବା ଥାନା ଅଞ୍ଚଳରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ କରି…

ଚାକିରି ଛାଡ଼ିଲେ ବାୟୁସେନାର ଗ୍ରୁପ କ୍ୟାପ୍ଟେନ ଅଭିନନ୍ଦନ: ଏବେ କରୁଛନ୍ତି…

ନୂଆଦିଲ୍ଲୀ,୩।୯: ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପ୍ଟେନ ଅଭିନନ୍ଦନ ବର୍ଦ୍ଧମାନଙ୍କ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଅଭିନନ୍ଦନ ବାୟୁସେନାରୁ ତାଙ୍କ ସେବା ଛାଡି…

୫. ୮ କୋଟିଙ୍କୁ ମିଳିବ ରୋଜଗାର! ବାଇକ ଟ୍ୟାକ୍ସିକୁ ନେଇ ସବୁ ରାଜ୍ୟ ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଲେ ଗଡ଼କରୀ

ନୂଆଦିଲ୍ଲୀ,୩।୯: ଦେଶରେ ଟ୍ରାନ୍ସପୋର୍ଟ ବ୍ୟବସ୍ଥାକୁ ଆହୁରି ସହଜ ଓ ରୋଜଗାରମୁଖୀ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ଯୋଜନା ଉପରେ ଜୋର ଦେଉଛନ୍ତି। କେନ୍ଦ୍ରୀୟ ସଡ଼କ…

ମହାକାଳପଡ଼ାର ଏହି ସ୍ଥାନରେ ପ୍ରତିଷ୍ଠା ହେବ ଜାହାଜ ନିର୍ମାଣ କାରଖାନା, ଏମ୍‌ପି-ବିଧାୟକଙ୍କ ଉଦ୍ୟମକୁ ନେଇ…

ମହାକାଳପଡ଼ା,୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ସଭାଗୃହଠାରେ ଅଷ୍ଟମ ପଞ୍ଚାୟତ ସମିତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ମୀରାରାଣୀ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ…

ଘରୋଇ କଳହରୁ କରୁଣ ପରିଣତି: ସ୍ତ୍ରୀଙ୍କୁ ପ୍ରେଟୋଲ ଢାଳି ଜାଳିଦେଲେ ସ୍ବାମୀ

ପୁରୀ,୩।୯(ଅଜିତ କୁମାର ମହାନ୍ତି): ପୁରୀ ଜିଲା କୁମ୍ଭାରପଡା ଥାନା ଅଞ୍ଚଳରେ ପାରିବାରିକ କହଳକୁ ନେଇ ଏକ କରୁଣ ତଥା ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ସ୍ବାମୀସ୍ତ୍ରୀଙ୍କ ପବିତ୍ର…

ରୋହିତଙ୍କ ସନ୍ନ୍ୟାସକୁ ନେଇ ସାମ୍ନାକୁ ଆସିଲା ବଡ଼ ଖବର: ଚୟନକର୍ତ୍ତାମାନେ ଦେଇଥିଲେ ଏମିତି ସୂଚନା

ନୂଆଦିଲ୍ଲୀ,୩।୯: ଭାରତୀୟ କ୍ରିକେଟର ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କୁ ନେଇ ଏକ ବଡ଼ ଖୁଲାସା ସାମ୍ନାକୁ ଆସିଛି। ପ୍ରାୟ ଦୁଇ ମାସ ପୂର୍ବରୁ ରୋହିତଙ୍କ ସନ୍ନ୍ୟାସକୁ ନେଇ ଚର୍ଚ୍ଚା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri