ଶିକ୍ଷା ବିଭାଗରେ ହଇଚଇ! ୧୨ ଛାତ୍ରୀଙ୍କୁ ବଳାତ୍କାର କଲେ ଶିକ୍ଷକ, ଭିଡିଓ ଭାଇରାଲ୍‌ ପରେ…

ପାଟନା,୩।୯: ବିହାରର ବକ୍ସର ଜିଲାରୁ ସାମ୍ନାକୁ ଆସିଛି ଏକ ସାଂଘାତିକ ଘଟଣା। ଡୁମରାଓ ପ୍ରଖଣ୍ଡର ଦୁଇଜଣ ଶିକ୍ଷକ ପ୍ରାୟ ୧୨ ଜଣ ନାବାଳିକା ଛାତ୍ରୀଙ୍କୁ ବଳାତ୍କାର ସହ ସେମାନଙ୍କ ଭିଡିଓ ଭାଇରାଲ୍ କରିବା ନେଇ ଅଭିଯୋଗ ହୋଇଛି। ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଏହାକୁ ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ ଦୁଇ ଅଭିଯୁକ୍ତ ଶିକ୍ଷକଙ୍କୁ ଘେରି ମାଡ଼ ମାରିଥିବା ଜଣାପଡ଼ିଛି। ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।

ପରିବାର ପକ୍ଷରୁ ଦିଆଯାଇଥିବା ଅଭିଯୋଗ ଆଧାରରେ କୃଷ୍ଣ ବ୍ରହ୍ମ ଥାନା ପୋଲିସ ଦୁଇ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରିଛି। ନାବାଳିକାଙ୍କ ସହ ଜଡ଼ିତ ଥିବାରୁ POCSO ଆକ୍ଟ ସମେତ ଅନ୍ୟାନ୍ୟ ଗୁରୁତର ଧାରାରେ ମାମଲା ହୋଇଛି। ପୋଲିସ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି। ପ୍ରାୟ ତିନି ଦିନ ପୂର୍ବରୁ ଘଟଣା ସମ୍ପର୍କିତ ଭିଡିଓ ଭାଇରାଲ୍ ହେବା ପରେ ପରିବାର ଓ ସ୍ଥାନୀୟ ଲୋକ ଏହି ଘଟଣା ବିଷୟରେ ଜାଣିଥିଲେ ବୋଲି ଜଣାପଡ଼ିଛି।

ଅଭିଯୋଗ ଅନୁସାରେ, ଗତ କିଛି ମାସ ଧରି ଅଭିଯୁକ୍ତ ଶିକ୍ଷକମାନେ ଛାତ୍ରୀମାନଙ୍କୁ ଯୌନ ନିର୍ଯାତନା ଦେବା ସହ ଘଟଣାର ଭିଡିଓ ରେକର୍ଡ କରୁଥିଲେ। ଘଟଣା ଜଣାପଡ଼ିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲୋକମାନେ ସ୍କୁଲରେ ପହଞ୍ଚି ଦୁଇ ଶିକ୍ଷକଙ୍କୁ ଘେରି ଦେଇଥିଲେ ଏବଂ ସେମାନଙ୍କୁ ମାଡ଼ ମାରିଥିଲେ। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଅଭିଯୁକ୍ତଙ୍କୁ ନିଜ ହେପାଜତକୁ ନେଇଥିଲା। ଏହାପରେ ଆଇନ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଚାଲିଛି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଜିଲା ଶିକ୍ଷା ବିଭାଗ ଦୁଇ ଅଭିଯୁକ୍ତ ଶିକ୍ଷକଙ୍କୁ ସସ୍‌ପେଣ୍ଡ କରିଛି।

ବକ୍ସର ଏସ୍‌ପି ଶୁଭମ ଆର୍ଯ୍ୟ ଏବଂ ପ୍ରଭାରୀ ଡିଏସ୍‌ପି ସମୀର କୁମାର ସିଂହଙ୍କ ଅନୁଯାୟୀ, ଏହି ଘଟଣାରେ FIR ରୁଜୁ ହୋଇଛି। ଭାଇରାଲ୍ ଭିଡିଓ ଏବଂ ପରିବାର ସଦସ୍ୟଙ୍କ ବୟାନକୁ ଆଧାର କରି POCSO ଆକ୍ଟ ସମେତ ଗୁରୁତର ଧାରାରେ ମାମଲା ରୁଜୁ କରାଯାଇଛି। ପୋଲିସ ପକ୍ଷରୁ ମାମଲାର ତଦନ୍ତ ସହ ଅଭିଯୁକ୍ତଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲଦ ସିକକାଙ୍କ ଗିରଫ ପ୍ରତିବାଦରେ କଲ୍ୟାଣସିଂହପୁର ଥାନା ଘେରାଉ

କଲ୍ୟାଣସିଂହପୁର, ୧୧/୯ (ଦୀପକ କୁମାର ପରିଡ଼ା): ନିୟମଗିରି ସୁରକ୍ଷା ସମିତିର ଆବାହକ ତଥା ସଭାପତି ଲଦ ସିକକାଙ୍କୁ ପୋଲିସ ଗିରଫ କରିବା ଘଟଣାକୁ ନେଇ କଲ୍ୟାଣସିଂହପୁର ଅଞ୍ଚଳରେ…

ସମିତିସଭ୍ୟଙ୍କଠାରୁ ସୁନା ଚେନ୍‌ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ, ଆଜି ଅଭିଯୁକ୍ତଙ୍କୁ…

ଦିଗପହଣ୍ଡି,୧୧ା୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ସନ୍ଧ୍ୟାରେ ପାଟପୁର ଥାନା ପି. ରାମଚନ୍ଦ୍ରପୁର ଗ୍ରାମର ବଳରାମ ପ୍ରଧାନ ଓରଫ ବଳିଆଙ୍କୁ ଛିନତାଇ…

୨୦୨୭ରେ ଏହି ୪ ରାଶି ଉପରେ ଶନିଙ୍କ କୋପଦୃଷ୍ଟି! ମେଷ-ମୀନ ସମେତ ଏମାନଙ୍କ ବଢ଼ିବ ଅଡୁଆ, ପାଦେ ପାଦେ ବିପଦ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବ ଏବଂ ତାଙ୍କର ପ୍ରଭାବକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଧରାଯାଏ। ତାଙ୍କୁ କର୍ମଫଳଦାତା କୁହାଯାଏ ଏବଂ ତାଙ୍କର ସ୍ଥିତିର ପ୍ରଭାବ ବ୍ୟକ୍ତିର ବ୍ୟକ୍ତିଗତ ଜୀବନଠାରୁ…

ଗୋଆରୁ ଓଡ଼ିଆ ଶ୍ରମିକ ନିଖୋଜ, ଟ୍ରେନରେ ଗାଁ କୁ ଫେରୁଥିଲେ, ୧୨ ଦିନ ହେଲା ମିଳୁନି ପତ୍ତା

ଦିଗପହଣ୍ଡି,୧୧|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ନବରଙ୍ଗପୁର ଗାଁର ସୁରେଶ ଗୌଡ଼(୫୬) ଦାଦନ ଶ୍ରମିକ ଭାବେ ଗୋଆର ଏକ ଘରୋଇ ଷ୍ଟିଲ…

Pension: ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର! ୮ମ ବେତନ ଆୟୋଗରେ ବଢ଼ିବ ପେନସନ, ଜାଣନ୍ତୁ ପୁରା ହିସାବ…

ନୂଆଦିଲ୍ଲୀ,୧୧।୯: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କ ମଧ୍ୟରେ ଅଷ୍ଟମ ବେତନ କମିଶନ ସମ୍ବନ୍ଧୀୟ ଆଲୋଚନା ଜୋର୍ ଧରିଛି । ଦରମା ଓ ପେନସନ୍ ସମ୍ପର୍କିତ ନୂଆ…

ଗଣେଶ ପୂଜା ପାଇଁ ବାନ୍ଧୁଥିଲେ ତୋରଣ, ବିଦ୍ୟୁତ୍‌ ତାରରେ ଲାଗିଗଲେ ନାବାଳକ, ଆଉ ତା’ପରେ…

ହିଞ୍ଜିଳିକାଟୁ,୧୦।୯(ଦ୍ବିତୀକୃଷ୍ଣ ପଣ୍ଡା): ଗଣେଶ ପୂଜା ପାଇଁ ତୋରଣ ବନ୍ଧା ବେଳେ ବିଦ୍ୟୁତ୍‌ ଆଘାତରେ ଜଣେ ୧୬ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ…

ଆନନ୍ଦପୁରରେ ବ୍ୟାଙ୍କ ଧର୍ମଘଟ, ଏସ୍‌ବିଆଇ ସମ୍ମୁଖରେ ବିକ୍ଷୋଭ କରି…

ବଞ୍ଚୋ,୧୧ା୯(ପ୍ରଦୋଷ ବିଶ୍ୱାଳ): ୟୁନାଇଟେଡ୍‌ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସର ଆହ୍ବାନକ୍ରମେ ଶୁକ୍ରବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ପାଳିତ ହୋଇଛି। ଏହାର ପ୍ରଭାବ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ବ୍ୟାଙ୍କ…

ରୋଚକ ଘଟଣା: ଟିମ ଇଣ୍ଡିଆଠାରୁ ଛଡ଼ାଇ ନିଆଗଲା ଡ୍ରେସିଂ ରୁମ! ଆଫଗାନିସ୍ତାନ ସିରିଜରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧୧।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚର T20 ସିରିଜ ଆସନ୍ତା ସେପ୍ଟେମ୍ବର ୧୩ରୁ ଆରମ୍ଭ ହେବ। ସିରିଜର ସମସ୍ତ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Trending

ଛୁଟିଦିନ
ପିଲାଙ୍କ ଧରିତ୍ରୀ
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?