ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…

ପାଟନା,୩।୯: ବିହାରର ଔରଙ୍ଗାବାଦ ଜିଲା କୁଟୁମ୍ବା ଥାନା ଅଞ୍ଚଳରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ କରି କାର୍ ଭିତରେ ଗଣବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ପୀଡ଼ିତା ଜଣକ ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ପୋଲିସ ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ତୃତୀୟ ଅଭିଯୁକ୍ତକୁ ଧରିବା ପାଇଁ ଅଭିଯାନ ଜାରି ରଖିଛି । ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ଔରଙ୍ଗାବାଦ ସଦର ହସପିଟାଲରେ ଭର୍ତ୍ତି କରାଯାଇଛି ।

ପୀଡ଼ିତାଙ୍କ ବାପା ଜଣେ ଦିନମଜୁରିଆ। ଘଟଣା ଦିନ ବାପା କାମକୁ ଯାଇଥିଲେ ଏବଂ ମା’ ସାନଭାଇକୁ ନେଇ ଡାକ୍ତରଖାନା ଯାଇଥିଲେ। ନାବାଳିକା ଜଣକ ବିଗତ ୨-୩ ଦିନ ହେବ ଜ୍ଵରରେ ପୀଡ଼ିତ ଥିବାରୁ ଏକାକୀ କୁଟୁମ୍ବା ହସପିଟାଲକୁ ଯାଉଥିଲେ । ପୀଡ଼ିତାଙ୍କ କହିବା ଅନୁଯାୟୀ, ସେ ଚାଲି ଚାଲି ହସପିଟାଲ ଯାଉଥିବା ବେଳେ ଗାଁରୁ ପ୍ରାୟ ଗୋଟିଏ କିଲୋମିଟର ଦୂରରେ ପଛପଟୁ ଏକ କାର୍ ଆସିଥିଲା। କାର୍‌ରେ ୩ ଜଣ ଯୁବକ ଥିଲେ। ସେମାନେ ଗାଡ଼ି ରଖି କୁଆଡ଼େ ଯାଉଛୁ ବୋଲି ପଚାରିବାରୁ ସେ ଦେହ ଖରାପ ଥିବା ଓ ହସ୍ପିଟାଲ ଯାଉଥିବା କହିଥିଲେ। ଏହାପରେ ଅଭିଯୁକ୍ତମାନେ ତାଙ୍କୁ ଜବରଦସ୍ତ କାର୍ ଭିତରକୁ ଟାଣି ନେଇ ପାଟି ବନ୍ଦ କରିଦେଇଥିଲେ, ଯାହାଦ୍ୱାରା ସେ ଚିତ୍କାର କରିପାରିନଥିଲେ। ତାଙ୍କ ମୋବାଇଲ୍ ଫୋନ୍‌ଟିକୁ ମଧ୍ୟ ଛଡ଼ାଇ ନିଆଯାଇଥିଲା। ପୋଲିସର ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ପ୍ରାୟ ୩୫ କିଲୋମିଟର ଦୂର ଅମ୍ବା ବଜାର, ଏନ୍‌ଏଚ୍-୧୩୯ ଦେଇ ଶଙ୍କରପୁର ଆରଓବି ନିକଟସ୍ଥ ଧାୱା ଗାଁ ରାସ୍ତାକୁ ନେଇଯାଇ ସେଠାରେ ଗଣବଳାତ୍କାର ଓ ମାରପିଟ୍ କରିଥିଲେ। ଅଭିଯୁକ୍ତମାନେ ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରୁଥିବା ଶୁଣିବା ପରେ ନାବାଳିକା ଜଣକ ସେମାନଙ୍କୁ ଜୀବନ ଭିକ୍ଷା କରିଥିଲେ।

ଏହାପରେ ଅଭିଯୁକ୍ତମାନେ ତାଙ୍କୁ ଘରଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ଛାଡ଼ି ଫୋନ୍ ଫେରାଇ ଦେଇ ଫରାର ହୋଇଯାଇଥିଲେ। ପୀଡ଼ିତା ଜଣକ କୌଣସି ମତେ ପରିବାର ଲୋକଙ୍କୁ କଲ୍ କରି ଘରକୁ ଫେରି ସମସ୍ତ ଘଟଣା ଜଣାଇଥିଲେ। ସୋମବାର ଦିନ ପରିବାର ଲୋକଙ୍କ ସହ କୁଟୁମ୍ବା ଥାନାକୁ ଯାଇ ମାମଲା ରୁଜୁ କରାଯାଇଛି। ପରିବାର ଲୋକେ ପୋଲିସକୁ ଏକ ଅଡିଓ ରେକର୍ଡିଂ ମଧ୍ୟ ଦେଇଛନ୍ତି, ଯାହା ଗାଡ଼ି ଭିତରେ ରେକର୍ଡ ହୋଇଥିବା ଦାବି କରାଯାଉଛି। ଏଥିରେ ଭୋଜପୁରୀ ଗୀତ ବାଜିବା ସହ ଅଭିଯୁକ୍ତମାନେ ଅନ୍ୟ ଝିଅମାନଙ୍କୁ ଶିକାର କରିବା କଥା ଆଲୋଚନା କରୁଥିବା ଶୁଣାଯାଉଛି। SIT ଗଠନ, ୨ ଗିରଫଔରଙ୍ଗାବାଦ ଏସପି ଉପେନ୍ଦ୍ରନାଥ ବର୍ମାଙ୍କ ନିର୍ଦ୍ଦେଶକ୍ରମେ ଏସଡିପିଓ ସଦର-୧ ଆଦିତ୍ୟ କୁମାରଙ୍କ ନେତୃତ୍ୱରେ ଏକ SIT ଟିମ୍ ଗଠନ କରାଯାଇଛି। ପୋଲିସ ତୁରନ୍ତ ପଦକ୍ଷେପ ନେଇ ୩ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରିସାରିଛି। ଫରାର ଥିବା ତୃତୀୟ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?