Posted inଜାତୀୟ

କୁତବ୍‌ ମିନାର ନେଇ ବିବାଦ ଘନେଇଲା, ୨୭ ହିନ୍ଦୁ- ଜୈନ ମନ୍ଦିର ଅବଶେଷରେ ହୋଇଛି ନିର୍ମିତ…

ନୂଆଦିଲ୍ଲୀ, ୧୦।୫ : ଅଯୋଧ୍ୟା ପରେ କାଶୀ, ମଥୁରା, ତାଜମହଲ ଏବଂ ବର୍ତ୍ତମାନ ଦିଲ୍ଲୀର କୁତବ୍‌ ମିନାରକୁ ନେଇ ବିବାଦ ଘନେଇବାରେ ଲାଗିଛି। ହିନ୍ଦୁ ସଂଗଠନର ନେତାମାନେ ମଙ୍ଗଳବାର ମିନାରରେ ହନୁମାନ ଚଲିସା ପାଠ କରିବାକୁ ଘୋଷଣା କରିଥିଲେ। ତେବେ ଏହାପୂର୍ବରୁ ତାଙ୍କୁ ଗିରଫ କରାଯାଇଥିଲା। ବିକ୍ଷୋଭକାରୀମାନେ କୁତବ୍‌ ମିନାର ନାମ ବିଷ୍ଣୁ ସ୍ତମ୍ଭ ନାମରେ ପରିବର୍ତ୍ତନ କରିବାକୁ ଦାବି କରିଥିଲେ।

ଏହା ସହିତ କୁତବ୍‌ ମିନାର ବିଷୟରେ ଅନେକ ପ୍ରକାରର ଆଲୋଚନା ଆରମ୍ଭ ହୋଇଛି। ପ୍ରଶ୍ନ ଉଠୁଛି ଯେ ଏହା ପ୍ରକୃତରେ ହିନ୍ଦୁ ଏବଂ ଜୈନ ମନ୍ଦିରଗୁଡ଼ିକୁ ନଷ୍ଟ କରି ନିର୍ମିତ ହୋଇଛି କି? ଟାୱାର ଭିତରେ କଣ ଅଛି ? ପୁରୁଣା ମନ୍ଦିରଗୁଡ଼ିକର ଅବଶିଷ୍ଟାଂଶ ମିନାର କାନ୍ଥରେ ସ୍ପଷ୍ଟ ଦେଖାଯାଏ। ଏଥିରେ ହିନ୍ଦୁ ଦେବତାମାନଙ୍କର ମୂର୍ତ୍ତି ଏବଂ ମନ୍ଦିର ସ୍ଥାପତ୍ୟ ରହିଛି। ଏହା ମିନାର ପ୍ରାଙ୍ଗଣରେ ସ୍ପଷ୍ଟ ଭାବରେ ଦେଖାଯାଏ। ମିନାର ଭିତରେ ଭଗବାନ ଗଣେଶ ଏବଂ ବିଷ୍ଣୁଙ୍କର ଅନେକ ମୂର୍ତ୍ତି ଅଛି। କୁତବ୍‌ ମିନାର ପ୍ରବେଶ ଦ୍ୱାରରେ ଏକ ଲେଖା ଅଛି। ଏଥିରେ ବ୍ୟବହୃତ ସ୍ତମ୍ଭ ଏବଂ ଅନ୍ୟାନ୍ୟ ସାମଗ୍ରୀ ୨୭ ଟି ହିନ୍ଦୁ ଏବଂ ଜୈନ ମନ୍ଦିର ଭାଙ୍ଗିବା ଦ୍ୱାରା ହୋଇଥିବା ଦାକି କରାଯାଇଥାଏ। ବିବିସି ତିହାସିକ ପ୍ରଫେସର ଇରଫାନ ହବିବ ବିସିସିଆଇକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ଏଥିରେ କୌଣସି ସନ୍ଦେହ ନାହିଁ ଯେ ମିନାର ଭିତରେ ମନ୍ଦିରର ଅଂଶ ରହିଛି।

ଏହି ମନ୍ଦିରଗୁଡ଼ିକ ସେଠାରେ ଥିଲା କି ନାହିଁ, ସେଗୁଡ଼ିକ ସେଠାରେ କିମ୍ବା ନିକଟବର୍ତ୍ତୀ ସ୍ଥାନରେ ଥିଲା ସେନେଇ ଦୀର୍ଘ ସମୟ ଧରି ଆଲୋଚନା ହୋଇଆସୁଛି। ତେବେ ଐତିହାସିକ ବିଏମ ପାଣ୍ଡେଙ୍କର ଏନେଇ ଏକ ଭିନ୍ନ ମତ ରହିଛି। ସେ କୁତବ ମିନାର ଉପରେ ଏକ ପୁସ୍ତକ ଲେଖିଛନ୍ତି। ଏଥିରେ ସେ ଲେଖିଛନ୍ତି, ମୂଳ ମନ୍ଦିରଗୁଡ଼ିକ ଏଠାରେ ଥିଲା। ଯଦି ମସଜିଦର ପୂର୍ବ ପାର୍ଶ୍ୱରୁ ପ୍ରବେଶ କରାଯାଏ, ତେବେ ସେଠାରେ ଥିବା ସଂରଚନା ହେଉଛି ମୂଳ ଗଠନ। କେତେକ ମନ୍ଦିର ଅବଶେଷ ସ୍ତମ୍ଭ ନିର୍ମାଣରେ ବ୍ୟବହଅତ ହୋଇଛି। ପୂର୍ବତନ ରାଜ୍ୟସଭା ଏମ୍‌ ପି ତଥା ଭାଜପା ନେତା ତରୁଣ ବିଜୟ କୁତବ ମିନାରରେ ହିନ୍ଦୁ ଦେବତାଙ୍କ ମୂର୍ତ୍ତିର ଅବସ୍ଥା ସମ୍ପର୍କରେ ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ ଇଣ୍ଡିଆକୁ ଏକ ଚିଠି ଲେଖିଛନ୍ତି।

ସେ କୁତବ ମିନାର କମ୍ପ୍ଲେକ୍ସରେ ଭଗବାନ ଗଣେଶଙ୍କ ଓଲଟା ପ୍ରତିମୂର୍ତ୍ତି ଏବଂ ତାଙ୍କ ପ୍ରତିମାକୁ ଗୋଟିଏ ସ୍ଥାନରେ ଗୁମ୍ଫାରେ ବନ୍ଦ କରି ରଖିବା ବିଷୟରେ କହିଥିଲେ। ବିଜୟ କହିଛନ୍ତି ଯେ ହିନ୍ଦୁ ଭାବନା ଏହା ଦ୍ୱାରା ଅପମାନିତ ହେଉଛି। ଏହି ପ୍ରତିମୂର୍ତ୍ତିକୁ ଜାତୀୟ ସଂଗ୍ରହାଳୟରେ ରଖିବାକୁ ବିଜୟ ଦାବି କରିଛନ୍ତି। ଗତ ବର୍ଷ ଏହା ପୂର୍ବରୁ ଦିଲ୍ଲୀ କୋର୍ଟରେ ଏନେଇ ଏକ ପିଟିଶନ ଦାଖଲ କରାଯାଇଥିଲା। ୨୭ଟି ମନ୍ଦିରକୁ ଭାଙ୍ଗି ଏହି ମିନାରର ନବୀକରଣ କରାଯାଇଥିବା ଦାବି କରାଯାଇଥିଲା। ହିନ୍ଦୁ ଦେବତା ଭଗବାନ ବିଷ୍ଣୁ, ଜୈନ ତୀର୍ଥଙ୍କର ଭଗବାନ ଋଷଭଦେବ ଏବଂ ଅନ୍ୟମାନଙ୍କ ନାମରେ ଏହି ପିଟିଶନ ଦାଖଲ କରାଯାଇଥିଲା।

ସିଭିଲ ଜଜ ନେହା ଶର୍ମା ଏହି ପିଟିଶନର ଶୁଣାଣି କରି କହିଥିଲେ ଯେ ମୁଁ ସହମତ ଯେ ଅତୀତରେ ଅନେକ ଭୁଲ କରାଯାଇଛି, କିନ୍ତୁ ଏଭଳି ତ୍ରୁଟି ଆମର ବର୍ତ୍ତମାନ ଏବଂ ଭବିଷ୍ୟତର ଶାନ୍ତି ଭଙ୍ଗ କରିବାର କାରଣ ହୋଇପାରିବ ନାହିଁ। ଏହା ପରେ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ।

ହିନ୍ଦୁ ସଂଗଠନଗୁଡ଼ିକ ଏହାର ନାମ ପରିବର୍ତ୍ତନ କରି ବିଷ୍ଣୁ ସ୍ତମ୍ଭ କରିବାକୁ ଦାବି କରିଛନ୍ତି। କିଛି ଲୋକ ଏହି ମୂର୍ତ୍ତିଗୁଡ଼ିକୁ ପୂଜା କରିବାକୁ ଅନୁମତି ଲୋଡିଛନ୍ତି। ଏହି ଲୋକମାନେ ଦାବି କରନ୍ତି ଯେ ୨୦୦୪ ପୂର୍ବରୁ ଏଠାରେ ଥିବା ମୂର୍ତ୍ତିଗୁଡ଼ିକୁ ପୂଜା କରାଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଦେଇଥିବା ପ୍ରମାଣ କଲେ ରେଷ୍ଟୁରାଣ୍ଟରେ ମିଳିବ ଡିସକାଉଣ୍ଟ, ଫ୍ରିରେ ମିଳିବ ମଦ

ନୂଆଦିଲ୍ଲୀ,୨୫।୪: ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ ନିର୍ବାଚନ। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବାବେଳେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି। ତେବେ...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ପ୍ରଧାନମନ୍ତ୍ରୀ ମୋଦି

ଭୋପାଳ,୨୫।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋରେନାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ...

କାହିଁକି କେଜ୍‌ରିୱାଲଙ୍କୁ କରାଗଲା ଗିରଫ: ସୁପ୍ରିମକୋର୍ଟରେ କହିଲା ଇଡି

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ ସିଏମ ଅରବିନ୍ଦ କେଜ୍‌ରିୱାଲଙ୍କ ଆବେଦନକୁ ବିରୋଧ କରି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛି। ଦାଖଲ ହୋଇଥିବା ଆଫିଡେଭଟ୍‌ରେ...

ମୋଦିଙ୍କୁ ନିର୍ବାଚନ କମିଶନରଙ୍କ ପକ୍ଷରୁ କ୍ଲିନଚିଟ୍‌, ହିନ୍ଦୁ ଦେବୀଦେବତାଙ୍କ ନାମରେ ମାଗି ନାହାନ୍ତି ଭୋଟ୍‌

ନୂଆଦିଲ୍ଲୀ,୨୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିର୍ବାଚନ କମିଶନରଙ୍କ ଦ୍ୱାରା କ୍ଲିନଚିଟ୍‌। ମୋଦିଙ୍କ ନାମରେ ହିନ୍ଦୁ ଦେବୀଦେବତାଙ୍କ ନାଁରେ ଭୋଟ ମାଗୁଥିବା ଅଭିଯୋଗ ହୋଇଥିଲା। ଯାହାକୁ ଗୁରୁବାର...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ଯେବେ ମମତା ରାଗିଯାଇ ବାଜପେୟୀଙ୍କ ଟେବୁଲ ଉପରେ ରଖିଥିଲେ ମଣିଷ ଖପୁରୀ, କାରଣ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୫।୪: ରାଜନୀତିର ଚର୍ଚ୍ଚିତ ଚେହେରା ମମତା ବାନାର୍ଜୀ। ଯିଏ ଭାରତୀୟ ରାଜନୀତିର ନିଜ ରାଗ ଓ ଜିଦ ପାଇଁ ମଧ୍ୟ ଜଣାଶୁଣା। ଯଦି ଦିଦି କିଛି...

ଭାଜପାରେ ଯୋଗ ଦେବେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ

ନୂଆଦିଲ୍ଲୀ,୨୫।୪: ପଦ୍ମ ଧରିବେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ । ବିହାରର ଏହି ଚର୍ଚ୍ଚିତ ୟୁଟ୍ୟୁବର ଗୁରୁବାର ଭାରତୀୟ ଜନତା ପାର୍ଟିରେ ସାମିଲ ହେବେ ।...

ନିର୍ବାଚନ ଡ୍ୟୁଟି ଲାଗିବା ମାତ୍ରେ କର୍ମଚାରୀ ଅସୁସ୍ଥ ହେବା ସଂଖ୍ୟା ବୃଦ୍ଧି, ମିଛ ହେଲେ କାର୍ଯ୍ୟାନୁଷ୍ଠାନ

ଭୋଜପୁର,୨୫।୪: ବିହାରର ଭୋଜପୁରରେ ଲୋକ ସଭା ଓ ବିଧାନସଭା ଉପ ନିର୍ବାଚନ ପାଇଁ ଡ୍ୟୁଟି ଲାଗିବା ମାତ୍ରେ ସରକାରୀ କର୍ମଚାରୀ ବହୁ ସଂଖ୍ୟାରେ ଅସୁସ୍ଥ ହୋଇପଡିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri