Posted inଜାତୀୟ

କୁତବ୍‌ ମିନାର ନେଇ ବିବାଦ ଘନେଇଲା, ୨୭ ହିନ୍ଦୁ- ଜୈନ ମନ୍ଦିର ଅବଶେଷରେ ହୋଇଛି ନିର୍ମିତ…

ନୂଆଦିଲ୍ଲୀ, ୧୦।୫ : ଅଯୋଧ୍ୟା ପରେ କାଶୀ, ମଥୁରା, ତାଜମହଲ ଏବଂ ବର୍ତ୍ତମାନ ଦିଲ୍ଲୀର କୁତବ୍‌ ମିନାରକୁ ନେଇ ବିବାଦ ଘନେଇବାରେ ଲାଗିଛି। ହିନ୍ଦୁ ସଂଗଠନର ନେତାମାନେ ମଙ୍ଗଳବାର ମିନାରରେ ହନୁମାନ ଚଲିସା ପାଠ କରିବାକୁ ଘୋଷଣା କରିଥିଲେ। ତେବେ ଏହାପୂର୍ବରୁ ତାଙ୍କୁ ଗିରଫ କରାଯାଇଥିଲା। ବିକ୍ଷୋଭକାରୀମାନେ କୁତବ୍‌ ମିନାର ନାମ ବିଷ୍ଣୁ ସ୍ତମ୍ଭ ନାମରେ ପରିବର୍ତ୍ତନ କରିବାକୁ ଦାବି କରିଥିଲେ।

ଏହା ସହିତ କୁତବ୍‌ ମିନାର ବିଷୟରେ ଅନେକ ପ୍ରକାରର ଆଲୋଚନା ଆରମ୍ଭ ହୋଇଛି। ପ୍ରଶ୍ନ ଉଠୁଛି ଯେ ଏହା ପ୍ରକୃତରେ ହିନ୍ଦୁ ଏବଂ ଜୈନ ମନ୍ଦିରଗୁଡ଼ିକୁ ନଷ୍ଟ କରି ନିର୍ମିତ ହୋଇଛି କି? ଟାୱାର ଭିତରେ କଣ ଅଛି ? ପୁରୁଣା ମନ୍ଦିରଗୁଡ଼ିକର ଅବଶିଷ୍ଟାଂଶ ମିନାର କାନ୍ଥରେ ସ୍ପଷ୍ଟ ଦେଖାଯାଏ। ଏଥିରେ ହିନ୍ଦୁ ଦେବତାମାନଙ୍କର ମୂର୍ତ୍ତି ଏବଂ ମନ୍ଦିର ସ୍ଥାପତ୍ୟ ରହିଛି। ଏହା ମିନାର ପ୍ରାଙ୍ଗଣରେ ସ୍ପଷ୍ଟ ଭାବରେ ଦେଖାଯାଏ। ମିନାର ଭିତରେ ଭଗବାନ ଗଣେଶ ଏବଂ ବିଷ୍ଣୁଙ୍କର ଅନେକ ମୂର୍ତ୍ତି ଅଛି। କୁତବ୍‌ ମିନାର ପ୍ରବେଶ ଦ୍ୱାରରେ ଏକ ଲେଖା ଅଛି। ଏଥିରେ ବ୍ୟବହୃତ ସ୍ତମ୍ଭ ଏବଂ ଅନ୍ୟାନ୍ୟ ସାମଗ୍ରୀ ୨୭ ଟି ହିନ୍ଦୁ ଏବଂ ଜୈନ ମନ୍ଦିର ଭାଙ୍ଗିବା ଦ୍ୱାରା ହୋଇଥିବା ଦାକି କରାଯାଇଥାଏ। ବିବିସି ତିହାସିକ ପ୍ରଫେସର ଇରଫାନ ହବିବ ବିସିସିଆଇକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ଏଥିରେ କୌଣସି ସନ୍ଦେହ ନାହିଁ ଯେ ମିନାର ଭିତରେ ମନ୍ଦିରର ଅଂଶ ରହିଛି।

ଏହି ମନ୍ଦିରଗୁଡ଼ିକ ସେଠାରେ ଥିଲା କି ନାହିଁ, ସେଗୁଡ଼ିକ ସେଠାରେ କିମ୍ବା ନିକଟବର୍ତ୍ତୀ ସ୍ଥାନରେ ଥିଲା ସେନେଇ ଦୀର୍ଘ ସମୟ ଧରି ଆଲୋଚନା ହୋଇଆସୁଛି। ତେବେ ଐତିହାସିକ ବିଏମ ପାଣ୍ଡେଙ୍କର ଏନେଇ ଏକ ଭିନ୍ନ ମତ ରହିଛି। ସେ କୁତବ ମିନାର ଉପରେ ଏକ ପୁସ୍ତକ ଲେଖିଛନ୍ତି। ଏଥିରେ ସେ ଲେଖିଛନ୍ତି, ମୂଳ ମନ୍ଦିରଗୁଡ଼ିକ ଏଠାରେ ଥିଲା। ଯଦି ମସଜିଦର ପୂର୍ବ ପାର୍ଶ୍ୱରୁ ପ୍ରବେଶ କରାଯାଏ, ତେବେ ସେଠାରେ ଥିବା ସଂରଚନା ହେଉଛି ମୂଳ ଗଠନ। କେତେକ ମନ୍ଦିର ଅବଶେଷ ସ୍ତମ୍ଭ ନିର୍ମାଣରେ ବ୍ୟବହଅତ ହୋଇଛି। ପୂର୍ବତନ ରାଜ୍ୟସଭା ଏମ୍‌ ପି ତଥା ଭାଜପା ନେତା ତରୁଣ ବିଜୟ କୁତବ ମିନାରରେ ହିନ୍ଦୁ ଦେବତାଙ୍କ ମୂର୍ତ୍ତିର ଅବସ୍ଥା ସମ୍ପର୍କରେ ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ ଇଣ୍ଡିଆକୁ ଏକ ଚିଠି ଲେଖିଛନ୍ତି।

ସେ କୁତବ ମିନାର କମ୍ପ୍ଲେକ୍ସରେ ଭଗବାନ ଗଣେଶଙ୍କ ଓଲଟା ପ୍ରତିମୂର୍ତ୍ତି ଏବଂ ତାଙ୍କ ପ୍ରତିମାକୁ ଗୋଟିଏ ସ୍ଥାନରେ ଗୁମ୍ଫାରେ ବନ୍ଦ କରି ରଖିବା ବିଷୟରେ କହିଥିଲେ। ବିଜୟ କହିଛନ୍ତି ଯେ ହିନ୍ଦୁ ଭାବନା ଏହା ଦ୍ୱାରା ଅପମାନିତ ହେଉଛି। ଏହି ପ୍ରତିମୂର୍ତ୍ତିକୁ ଜାତୀୟ ସଂଗ୍ରହାଳୟରେ ରଖିବାକୁ ବିଜୟ ଦାବି କରିଛନ୍ତି। ଗତ ବର୍ଷ ଏହା ପୂର୍ବରୁ ଦିଲ୍ଲୀ କୋର୍ଟରେ ଏନେଇ ଏକ ପିଟିଶନ ଦାଖଲ କରାଯାଇଥିଲା। ୨୭ଟି ମନ୍ଦିରକୁ ଭାଙ୍ଗି ଏହି ମିନାରର ନବୀକରଣ କରାଯାଇଥିବା ଦାବି କରାଯାଇଥିଲା। ହିନ୍ଦୁ ଦେବତା ଭଗବାନ ବିଷ୍ଣୁ, ଜୈନ ତୀର୍ଥଙ୍କର ଭଗବାନ ଋଷଭଦେବ ଏବଂ ଅନ୍ୟମାନଙ୍କ ନାମରେ ଏହି ପିଟିଶନ ଦାଖଲ କରାଯାଇଥିଲା।

ସିଭିଲ ଜଜ ନେହା ଶର୍ମା ଏହି ପିଟିଶନର ଶୁଣାଣି କରି କହିଥିଲେ ଯେ ମୁଁ ସହମତ ଯେ ଅତୀତରେ ଅନେକ ଭୁଲ କରାଯାଇଛି, କିନ୍ତୁ ଏଭଳି ତ୍ରୁଟି ଆମର ବର୍ତ୍ତମାନ ଏବଂ ଭବିଷ୍ୟତର ଶାନ୍ତି ଭଙ୍ଗ କରିବାର କାରଣ ହୋଇପାରିବ ନାହିଁ। ଏହା ପରେ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ।

ହିନ୍ଦୁ ସଂଗଠନଗୁଡ଼ିକ ଏହାର ନାମ ପରିବର୍ତ୍ତନ କରି ବିଷ୍ଣୁ ସ୍ତମ୍ଭ କରିବାକୁ ଦାବି କରିଛନ୍ତି। କିଛି ଲୋକ ଏହି ମୂର୍ତ୍ତିଗୁଡ଼ିକୁ ପୂଜା କରିବାକୁ ଅନୁମତି ଲୋଡିଛନ୍ତି। ଏହି ଲୋକମାନେ ଦାବି କରନ୍ତି ଯେ ୨୦୦୪ ପୂର୍ବରୁ ଏଠାରେ ଥିବା ମୂର୍ତ୍ତିଗୁଡ଼ିକୁ ପୂଜା କରାଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?