କ୍ୟାନ୍‌ସର ହସ୍ପିଟାଲ ଜମିକୁ ନେଇ ବିିବାଦ

ଖୋର୍ଦ୍ଧା ଅଫିସ,୨୭। ୭:  ଖୋର୍ଦ୍ଧା ଜିଲା ଜଟଣୀ ଇନ୍‌ଫୋଭ୍ୟାଲିଠାରେ ଅତ୍ୟାଧୁନିକ କ୍ୟାନ୍‌ସର ହସ୍ପିଟାଲ ବାଗ୍‌ଚୀ-ଶ୍ରୀଶଙ୍କର କର୍କଟ କେନ୍ଦ୍ର ଓ ଗବେଷଣା ପ୍ରତିଷ୍ଠାନ ଏବଂ ବାଗଚୀ-କରୁଣାଶ୍ରୟ ଉପଶମ ସେବା କେନ୍ଦ୍ରର ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ଦୁଇ ପ୍ରତିଷ୍ଠାନ ନିର୍ମାଣ ଲାଗି ସରକାର ୪୦ଏକର ଜାଗା ଯୋଗାଇ ଦେଇଛନ୍ତି। ତେବେ ପଟ୍ଟା ପାଇଥିବା ସ୍ଥାନୀୟ ଲୋକଙ୍କ ଜାଗାରେ କ୍ୟାନ୍‌ସର ହସ୍ପିଟାଲ ନିର୍ମାଣ ହେଉଛି ବୋଲି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଅଭିଯୋଗ କରିଛନ୍ତି। ସୋମବାର ବିଧାୟକ ରାଉତରାୟଙ୍କ ନେତୃତ୍ୱରେ ମେଣ୍ଢାଶାଳ, ଯଁାଳା ଦକ୍ଷିଣ ମୁଣ୍ଡମୁହାଣ, ଉତ୍ତର ମୁଣ୍ଡମୁହାଣ, ହରିପୁର ଆଦିି ୪ ମୌଜାର ଶତାଧିକ ଗ୍ରାମବାସୀ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ ଅନୁଜ ଦାସ ପଟ୍ଟନାୟକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। କ୍ୟାନ୍‌ସର ହସ୍ପିଟାଲକୁ ବିରୋଧ ନାହିଁ। ଗରିବ ଲୋକଙ୍କ ଜମିରେ ହସ୍ପିଟାଲ ନିର୍ମାଣ କରାଗଲେ ବିରୋଧ କରାଯିବ ବୋଲି ରାଉତରାୟ କହିଛନ୍ତି।
ମୁତାବକ, ଗ୍ରାମାଞ୍ଚଳ ଦରିଦ୍ରତମ ପରିବାରଙ୍କୁ ଅର୍ଥନୈତିକ ପୁନର୍ବସତି ଯୋଜନା(ଇଆର୍‌ଆର୍‌ପି)ରେ ୧୯୮୦-୮୧ ମସିହାରେ ରାଜ୍ୟ ସରକାରଙ୍କ କୃଷି ଓ ସମବାୟ ବିଭାଗ ପତ୍ର ସଂଖ୍ୟା ୩୩୦୯୩/୨୧ା୮ା୮୧ ପ୍ରକାରେ ଜମି ଯୋଗାଇ ଦିଆଯାଇଥିଲା। ଇଆର୍‌ଆର୍‌ପି ଯୋଜନାରେ ପ୍ରମାଣପତ୍ର ମଧ୍ୟ ଦିଆଯାଇଛି। ସେବେଠାରୁ ଉକ୍ତ ସ୍ଥାନରେ ରହି ଜୀବନ ଜୀବିକା ନିର୍ବାହ କରୁଛନ୍ତି। ୨୦୦୮ରେ ଜଟଣୀ ତହସିଲ କାର୍ଯ୍ୟାଳୟ ପତ୍ରାଙ୍କ ନଂ. ୧୪/୦୮/୩୦ା୬ା ୨୦୦୮ରେ ଚଣ୍ଡିହତା (ହରିପୁର) ମୌଜାରେ ରହୁଥିବା ସର୍ବସାଧାରଣଙ୍କ ଜମିକୁ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଲିଜ୍‌ ସୂତ୍ରରେ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ୩୦ଦିନ ମଧ୍ୟରେ ଆପତ୍ତି ଅଭିଯୋଗ ଜଣାଇବା ଲାଗି ଇସ୍ତାହାର ବାହାର କରିଥିଲେ। ଜବାବରେ ୪୪ଜଣ ହିତାଧିକାରୀ ଲିଖିତ ଭାବେ ଜଣାଇଥିଲେ ଯେ, ପଟ୍ଟା ପାଇ ୧୯୮୩ ମସିହା ଠାରୁ ଏଠାରେ ରହି ଆସୁଛୁ। ଭୁବନେଶ୍ୱର ତହସିଲଦାରଙ୍କ ମିସ୍‌ କେସ ନଂ-୧ ଅର୍ଡର ୨୩ା୨ା୧୯୮୩ ଠାରୁ ପ୍ରଜାମାନଙ୍କୁ ଦଖଲ ଦିଆଯାଇଛି। ଏଥିସହ ଖୋର୍ଦ୍ଧା ଜିଲାପାଳଙ୍କ ଆଦେଶ ନଂ. ୧୩୯୨ ତା.୧୦ା୧୨ା୨୦୦୧ ଅନୁଯାୟୀ ଗଛ ପ୍ରତି ରାଜସ୍ବ ୫ଟଙ୍କା ହିସାବରେ ଖଜଣା ଦେଇ ଆସଛୁ। ସରକାରଙ୍କ ବନ୍ଦୋବସ୍ତ ବିଭାଗ ୨୦୦୧ ଠାରୁ ଚଣ୍ଡିହତା ମୌଜାରେ ସମସ୍ତ କାର୍ଯ୍ୟ ଶେଷ କରିଛନ୍ତି। ପ୍ରଜାମାନଙ୍କ ଉପସ୍ଥିିତିରେ ସରଜମିନ ତଦନ୍ତ କରି ନୂଆ ଖାତା, ପ୍ଲଟ, ଖତିଆନ, ଏରିଆ ଏବଂ ନକ୍ସା ମଧ୍ୟ ସଂଶୋଧନ କରି ହିତାଧିକାରୀ(ପ୍ରଜା)ଙ୍କ ନାମରେ ରେକର୍ଡ କରିଛନ୍ତି। ୪୪ଜଣ ହିତାଧିକାରୀ ଅତି ଦରିଦ୍ର, ଦଳିତ ଏବଂ ଆଦିବାସୀ ଶ୍ରେଣୀଭୁକ୍ତ। ଆମ୍ଭେମାନେ ଉକ୍ତ ଜମିରେ ପରିବାର ପୋଷଣ କରୁଛୁ। ଜଟଣୀ ତହସିଲଦାରଙ୍କ ଇସ୍ତାହାର ଜବାବରେ ଅଭିଯୋଗ କରିଥିଲୁ। ଇଆର୍‌ଆର୍‌ପିରେ ପାଇଥିବା ଜମିକୁ ସରକାର କ୍ୟାନ୍ସର ହସ୍ପିଟାଲ ପାଇଁ ହସ୍ତାନ୍ତର କରିଛନ୍ତି। କର୍କଟ ହସ୍ପିଟାଲ ନିର୍ମାଣ କରାଯାଉ, ଏଥିରେ ଆପତ୍ତିି ନାହିଁ। ସରକାର ଉପଯୁକ୍ତ ଥଇଥାନର ବ୍ୟବସ୍ଥା କରିବାକୁ ଦାବିରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସରିବ ବାଲିଯାତ୍ରା

ଐତିହାସିକ କଟକ ବାଲିଯାତ୍ରାର ମଙ୍ଗଳବାର ଥିଲା ଅଷ୍ଟମ ଦିନ। ବିଭିନ୍ନ ସ୍ଥାନରୁ ଆସିଥିବା ଲୋକମାନେ ବାଲିଯାତ୍ରାରେ ବିଭିନ୍ନ ଷ୍ଟଲ ବୁଲିବା ସହ ଚାଟ୍‌, ଗୁପ୍‌ଚୁପ୍‌, ଠୁଙ୍କାପୁରୀ...

ଛାତ୍ରୀଙ୍କ ଉପରକୁ କପି ଫିଙ୍ଗିଲେ ଶିକ୍ଷକ: ୨୫ ହଜାର ନ ଦେଲେ ଏମ୍‌ପି କରାଇଦେବାକୁ ଧମକ

ଲଙ୍ଗଳେଶ୍ୱର, ୮।୫(ଡି.ଏନ.ଏ.)-ପରୀକ୍ଷା କେନ୍ଦ୍ରରେ ଛାତ୍ରୀଛାତ୍ରଙ୍କୁ କପି ବାଣ୍ଟୁଥିବା ବେଳେ ଅଚାନକ ପରୀକ୍ଷା ନିରୀକ୍ଷକ ଆସିଯିବାରୁ ନିଜକୁ ବଞ୍ଚାଇବାକୁ ଯାଇ ଜଣେ ଛାତ୍ରୀଙ୍କ ଉପରକୁ ପରୀକ୍ଷାକେନ୍ଦ୍ର ଦାୟିତ୍ୱରେ...

ମୁନିଗୁଡ଼ା ଟିକରପଡ଼ା ବସ୍ତି ଅଞ୍ଚଳରେ ଡେଙ୍ଗୁ ଆତଙ୍କ: ୪୦ ଆକ୍ରାନ୍ତ ସୂଚନା

ମୁନିଗୁଡା,୧।୫(ଡି.ଏନ୍‌.ଏ.): ସାରା ରାଜ୍ୟରେ ଏବେ କରୋନା(କୋଭିଡ-୧୯)କୁ ଭୟର ମାହୋଲ। ଏପରିସ୍ଥଳେ ରାୟଗଡା ଜିଲା ମୁନିଗୁଡ଼ାର ଟିକରପଡ଼ା ବସ୍ତିରେ ଡେଙ୍ଗୁ ରିପୋର୍ଟ ପଜିଟିଭ୍‌ ଆସିବା ପରେ ମୁନିଗୁଡ଼ା...

ଆଦର୍ଶ ପଞ୍ଚାୟତଭାବେ ବାଲିବିଲି ପୁରସ୍କୃତ

ବରୀ, ୯ା୯(ସ୍ବ.ପ୍ର.)- ରାଜ୍ୟ ସରକାରଙ୍କ ପିଠା କାର୍ଯ୍ୟକ୍ରମ ଓ ଆମ ଗାଁ ଆମ ବିକାଶ ଯୋଜନାର ସଫଳତା ପାଇଁ ବରୀ ବ୍ଲକ ଅଧୀନ ବାଲିବିଲି ପଞ୍ଚାୟତକୁ...

ସ୍ପେନରେ ୨୪ ଘଣ୍ଟାରେ ୭,୦୨୬ ନୂଆ କରୋନା ସଂକ୍ରମିତ ଚିହ୍ନଟ

ମାଡ୍ରିଡ଼,୪।୪:ସ୍ପେନ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଶନିବାର ସୁଦ୍ଧା ସେଠାରେ ୭,୦୨୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଵା ସହ ୮୦୯ ଜଣଙ୍କ ମୃତ୍ୟୁ ହୋଇଛି।...

ଆଜି ରାଜ୍ୟରୁ ୯୮୩୩ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୧ା୧(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୯୮୩୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧,୮୭,୨୯୫ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ସଙ୍କୁଚିତ ହେବ ରୟାଲ ପଡିଆ

ସୋନପୁର,୨୫।୧୦(ନି.ପ୍ର.)-ସୁବର୍ଣ୍ଣପୁର ସହରର ବ୍ଲକ ଛକ ସ୍ଥିତ ଆଠ ଏକର ପରିମିତ ଅଞ୍ଚଳରେ ରହିଛି ରୟାଲ ପଡିଆ। ଏହି ସମତଳ ପଡିଆରେ ମୁଖ୍ୟମନ୍ତ୍ରୀଙ୍କ ସଭାଠାରୁ ଆରମ୍ଭ କରି,...

ଗୋମେଧ ରତ୍ନପଥର ଖଣ୍ଡି ଖଖନ ନେଇ ଜିଲା ପ୍ରଶାସନର ଜନଶୁଣାଣି: ଜୀବନ ଦେବୁ, ହେଲେ ଖଣ୍ଡି ଖୋଲିବାକୁ ଦେବୁ ନାହିଁ; ଘାଟପଡାବାସୀଙ୍କ ଚେତାବନୀ

କେସିଙ୍ଗା,୩୦।୮(ଡି.ଏନ.ଏ.)-କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କଶୃପଡା ଗ୍ରାମପଞ୍ଚାୟତସ୍ଥିତ ସିଙ୍ଗଝରଣ ଗ୍ରାମରେ ଗାର୍ନେଟ ମାଇନ୍‌ ପ୍ରସ୍ତାବିତ ଖଣି ଉତ୍ପାଦନ ପାଇଁ ରାଜ୍ୟ ପ୍ରଦୂର୍ଷଣ ନିୟନ୍ତ୍ରଣ ବୋର୍ଡ, ଆଞ୍ଚଳିକ...

Advertisement
Archives

Model This Week