Posted inଖେଳ

ଜିକ୍‌ସନଙ୍କ ପତାକା ସେଲିବ୍ରେଶନକୁ ନେଇ ବିବାଦ

ବେଙ୍ଗାଲୁରୁ, ୬ା୭(ପି.ଟି.): ଦୁଇ ମାସ ଧରି ମଣିପୁରରେ ଜାରି ରହିଥିବା ହିଂସାକାଣ୍ଡ ଶେଷରେ ଫୁଟବଲ ପଡିଆରେ ପହଞ୍ଚିଛି। ସାଫ୍‌ ଚାମ୍ପିୟନଶିପ୍‌ ଫାଇନାଲରେ ଭାରତୀୟ ଜାତୀୟ ଫୁଟବଲ ଦଳର ସଦସ୍ୟ ଜିକ୍‌ସନ ସିଂଙ୍କ ସେଲିବ୍ରେଶନକୁ ନେଇ ବିବାଦ ଦେଖାଦେଇଛି। ଫାଇନାଲରେ ଭାରତ ସଡନ୍‌ଡେଥ୍‌ରେ କୁଏଟ୍‌କୁ ପରାସ୍ତ କରିବା ପରେ ସମଗ୍ର ଦଳର ଖେଳାଳି ଜାତୀୟ ପତାକା ସହିତ ସେଲିବ୍ରେଶନ କରୁଥିବା ବେଳେ ଜିକ୍‌ସନ କିନ୍ତୁ ମେଇତେଇ ସମ୍ପ୍ରଦାୟର ପତାକାରେ ନଜର ଆସିଥିଲେ। ସାତ ରଙ୍ଗର ଏହି ପତାକାକୁ କାଙ୍ଗଲେଇପାକ୍‌ ବା ସାଲାଇ ଟାରେଟ ବୋଲି କୁହାଯାଏ। ପୁରାତନ ମଣିପୁରର ୭ ସମ୍ପ୍ରଦାୟକୁ ଏହି ୭ ରଙ୍ଗ ଦର୍ଶାଇଥାଏ। ଏହାକୁ ମେଇତେଇ ସମ୍ପ୍ରଦାୟ ବ୍ୟବହାର କରିଥାଏ। ତେବେ ଏହି ନର୍ଥ ଇଷ୍ଟ ରାଜ୍ୟରେ ଦୁଇ ମାସ ହେବ ହିଂସା ଲାଗି ରହିଛି। କୁକି ଓ ମେଇତେଇ କମ୍ୟୁନିଟି ମଧ୍ୟରେ ଏହି ଲଢେଇ ମେ ମାସରୁ ଲାଗି ରହିଥିବା ବେଳେ ରାଜ୍ୟ ଜଳୁଛି। କୁକି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ବର୍ଗରେ ସାମିଲ କରାଯାଇଥିବା ବେଳେ ମେଇତେଇ ମଧ୍ୟ ସାମନ ଦାବି କରୁଛି। ଏହାକୁ ନେଇ ରାଜ୍ୟରେ ହିଂସାକାଣ୍ଡ ବୃଦ୍ଧି ପାଇବାରେ ଲାଗିଛି। ସାଲାଇ ଟାରେଟ ସହିତ ସେଲିବ୍ରେଟ୍‌ କରିଥିବା ଜିକ୍‌ସନ୍‌ ସମାନ ପତାକା ପକାଇ ପଦକ ଗ୍ରହଣ କରିବାକୁ ମଧ୍ୟ ଯାଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ଭାରତୀୟ ଭାବରେ ଏକ ବିଶ୍ୱକପରେ ସ୍କୋର କରିଛନ୍ତି ଜିକ୍‌ସନ। ୨୨ ବର୍ଷୀୟ ଜିକ୍‌ସନ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପରେ ପ୍ରଥମେ ଭାରତ ପାଇଁ ଗୋଲ୍‌ ସ୍କୋର କରିଥିଲେ।
ଜିକ୍‌ସନଙ୍କ ସ୍ପଷ୍ଟୀକରଣ: ଜିକ୍‌ସନଙ୍କ ସେଲିବ୍ରେଶନ ପରେ ଏହାକୁ ନେଇ ସୋସିଆଲ ମିଡିଆରେ ବିବାଦ ଦେଖା ଦେଇଥିଲା। ଫଳରେ ଟୁଇଟରରେ ଜିକ୍‌ସନ ସ୍ପଷ୍ଟୀକରଣ ଦେଇଥିଲେ। ଏପରି ସେଲିବ୍ରେଶନ ଦ୍ୱାରା କାହାକୁ ଅପମାନିତ କରିବା ମୋର ଲକ୍ଷ୍ୟ ନ ଥିଲା ବୋଲି ସେ ସ୍ପଷ୍ଟ କରିଥିଲେ। ସାଫ୍‌ ଚାମ୍ପିୟନଶିପ୍‌ର ବିଜୟ ସମଗ୍ର ଭାରତୀୟଙ୍କ ପାଇଁ ଉତ୍ସର୍ଗୀକୃତ ବୋଲି ସେ କହିଥିଲେ। ମୋ ରାଜ୍ୟ ବିଗତ ଦୁଇ ମାସ ହେଲାଣି ଜଳୁଛି। ଶାନ୍ତିର ଅପିଲ୍‌ ପାଇଁ ମୁଁ ଏହି ସେଲିବ୍ରେଶନ କରିଥିଲି ବୋଲି ସେ କହିଛନ୍ତି। ମୋ ପରିବାର ସୁରକ୍ଷିତ ରହିଥିଲେ ମଧ୍ୟ ମୋ ରାଜ୍ୟର ଶହ ଶହ ଘର ଜଳୁଛି ତେଣୁ ଶାନ୍ତି ଫେରି ଆସିବା ଆବଶ୍ୟକ ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri