Advertisement
Posted inଜାତୀୟ

ସାଂସ୍କୃତିକ କାର୍ଯ୍ୟକ୍ରମ ନେଇ ବିବାଦ, ମୁଖ୍ୟମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ପାଇଁ କଂଗ୍ରେସର ଦାବି…

ଥିରୁଭାନନ୍ତପୁରମ୍‌,୧୦।୧ : କେରଳରେ ଏକ ସରକାରୀ ବିଦ୍ୟାଳୟରେ ଯୁବ ମହୋତ୍ସବର ଉଦଘାଟନ ଉତ୍ସବ ସମୟରେ ଆୟୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ନେଇ ରାଜନୀତି ଆରମ୍ଭ ହୋଇଛି। ମଙ୍ଗଳବାର ବିରୋଧୀ କଂଗ୍ରେସ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ ଏନେଇ କ୍ଷମା ପ୍ରାର୍ଥନା ମାଗନ୍ତୁ ବୋଲି ଦାବି କରିଛି। ଜାନୁଆରୀ ୩ ରେ ପାଞ୍ଚ ଦିନିଆ ଯୁବ ମହୋତ୍ସବର ଉଦଘାଟନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କେତେକ ଲୋକ ଅଭିଯୋଗ କରିଥିଲେ ଯେ ମୁସଲମାନ ସମ୍ପ୍ରଦାୟଙ୍କୁ ଏଥିରେ ଚରମପନ୍ଥୀ ଭାବରେ ଚିତ୍ରିତ କରାଯାଇଛି।

ତେବେ, ସିପିଆଇ (ଏମ) ଦୋହରାଇଛି ଯେ ଏହାର ଦଳ ଏବଂ ସରକାର କୌଣସି ନିର୍ଦ୍ଦିଷ୍ଟ ଧାର୍ମିକ ସମ୍ପ୍ରଦାୟ କିମ୍ବା ବିଶ୍ୱାସ ବିରୁଦ୍ଧରେ କିଛିି ଆଭିମୁଖ୍ୟ ଗ୍ରହଣ କରିବେ ନାହିଁ। ଅନ୍ୟପକ୍ଷରେ କଂଗ୍ରେସ କହିଛି ଯେ ଯୁବ ମହୋତ୍ସବରେ ହୋଇଥିବା ଭୁଲ ପାଇଁ ବାମ ସରକାର ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନୈତିକ ଦାୟିତ୍ୱ ରହିଛି। ସାଧାରଣ ଶିକ୍ଷା ମନ୍ତ୍ରୀ ଭି ସିଭାନକୁଟ୍ଟି ଘଟଣାର ତଦାରଖ କରାଯିବ ବୋଲି ଆଶ୍ୱାସନା ଦେଇ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିବା ଆର୍ଟ ଗ୍ରୁପକୁ ଆଗାମୀ ଉତ୍ସବରେ ସୁଯୋଗ ଦିଆଯିବ ନାହିଁ।

ଆର୍ଟ ଗ୍ରୁପ ପୂର୍ବରୁ କହିଥିଲା ଯେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଉପସ୍ଥାପନ କରିଥିବା ଆର୍ଟ ଗ୍ରୁପ କଳାକାରମାନଙ୍କୁ ଅଧିକ ସୁଯୋଗ ନ ଦେବା ପାଇଁ ପଦକ୍ଷେପ ନିଆଯିବ। ସିଭାନକୁଟ୍ଟି କହିଛନ୍ତି, ଏହିପରି ଚିତ୍ରଣ କିପରି ଘଟିଲା ତାହାର ତଦନ୍ତ କରାଯିବ। ପର୍ଯ୍ୟଟନ ମନ୍ତ୍ରୀ ପିଏ ମହମ୍ମଦ ରିୟାସ ପୂର୍ବରୁ ମଧ୍ୟ କହିଥିଲେ ଯେ ଆମ ଦେଶରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଚରମପନ୍ଥୀ ଭାବରେ ଚିତ୍ରଣ କରିବାକୁ ଚେଷ୍ଟା କରାଯାଇଛି।

ସଂଘ ପରିବାର ସହିତ ଏହି କାର୍ଯ୍ୟକ୍ରମର ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କ ର ସମ୍ପର୍କ ଅଛି କି ନାହିଁ ତାହା ଯାଞ୍ଚ କରାଯିବା ଉଚିତ। ଏହି ପ୍ରସଙ୍ଗକୁ ନେଇ ବହୁ ବୁଦ୍ଧିଜୀବୀଙ୍କ ପକ୍ଷରୁ ସମାଲୋଚନା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଏଠାରେ ମାର୍କ୍ସବାଦୀ ଦଳର ଜିଲା ୟୁନିଟ କହିଛି ଯେ ସେମାନେ ଏହି ମାମଲାକୁ ଗମ୍ଭୀରତାର ସହ ଦେଖୁଛନ୍ତି। ଏକ ବିବୃତ୍ତିରେ ସିପିଆଇ (ଏମ)ର କୋଝିକୋଡେ ଜିଲା ଶାଖା କହିଛି ଯେ ଏହି କାର୍ଯ୍ୟକ୍ରମରେ ଜଣେ ମୁସଲମାନ ବ୍ୟକ୍ତିଙ୍କୁ ଏଳି ଭାବରେ ଚିତ୍ରଣ କରିବା ଏଲଡିଏଫ ସରକାର ଏବଂ କେରଳର ସମାଜସେବୀଙ୍କ ଦୃଷ୍ଟିକୋଣର ବିରୋଧୀ। ଏହି ଘଟଣାର ତଦନ୍ତ ଆବଶ୍ୟକ। ପଦକ୍ଷେପ ନେବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି।

ସିପିଆଇ (ଏମ) ରାଜ୍ୟ ସଚିବ ଏମ.ଭି. ଗୋବିନ୍ଦ ମଙ୍ଗଳାବର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ ମାର୍କ୍ସବାଦୀ ଦଳ ଏବଂ ଏହାର ସରକାର କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ କିମ୍ବା ବିଶ୍ୱାସ ବିରୁଦ୍ଧରେ ଆଭିମୁଖ୍ୟ ଗ୍ରହଣ କରିବେ ନାହିଁ ଏବଂ ଏହାର ପ୍ରତିବାଦରେ କିଛି ପଦକ୍ଷେପଗ୍ରହଣ କରାଗଲେ ତାହାର ଯାଞ୍ଚ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୧୩୦ କୋଟି ଭାରତବାସୀଙ୍କ ଶୁଭକାମନା ଆଣିଛି, ଯବାନଙ୍କୁ କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୪।୧୧: ଆଲୋକର ପର୍ବ ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସୁରକ୍ଷା ବାହିନୀ ସହିତ ତାଙ୍କର ଦିୱାଲୀ...

ଆସାମ-ତ୍ରିପୁରାରେ ବନ୍ୟା ବିତ୍ପାତ: ୫୫ଲୋକଙ୍କ ମୃତ୍ୟୁ, ୧୯ଲକ୍ଷ ପ୍ରଭାବିତ

ଡିସପୁର/ଅଗରତାଲା,୧୮।୬: ଆସାମ ଓ ତ୍ରିପୁରାରେ ବନ୍ୟା ବିତ୍ପାତ ଦେଖାଦେଇଛି। ଏହି ବନ୍ୟା ବିତ୍ପାତ ଯୋଗୁ ଏପର୍ଯ୍ୟନ୍ତ ୫୫ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ...

ସି-୬୦ କମାଣ୍ଡୋଙ୍କୁ ସଫଳତା: ଗଡ଼ିଲା ୫ ମାଓବାଦୀଙ୍କ ମୁଣ୍ଡ

ଗଡ଼ଚିରୋଲି,୨୯।୩: ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲାର ଖେଡ଼ା ଅଞ୍ଚଳରେ ସି-୬୦ କମାଣ୍ଡୋଙ୍କୁ ସର୍ଚ୍ଚ ଅପରେଶନ୍‌ରେ ବଡ଼ ସଫଳତା ମିଳିଛି। ସ୍ଥାନୀୟ ଖୋବ୍ରା ମେଢ଼ା ଜଙ୍ଗଲରେ ମାଓବାଦୀମାନେ ସି-୬୦...

ଆମେରିକାକୁ ଟପିଲା ଭାରତ

ନୂଆଦିଲ୍ଲୀ,୨୮ା୬: କୋଭିଡ୍‌ ଟିକାକରଣରେ ଭାରତ ଆମେରିକାକୁ ଟପିଛି। ଭାରତରେ ମୋଟ ୩୨ କୋଟି ୩୬ ଲକ୍ଷ ୬୩ ହଜାର ୨୯୭ ଡୋଜ୍‌ ଦିଆ ଯାଇଥିବା ସ୍ବାସ୍ଥ୍ୟ...

ଏହି ଜିଲାରେ ୩ ଦିନ ପରେ ପାଳିତ ହେବ ସ୍ବାଧୀନତା ଦିବସ…

କୋଲକାତା,୧୫।୮: ଭାରତ ସାରା ଶନିବାର ସ୍ବାଧୀନତା ଦିବସ ପାଳିତ ହୋଇଛି। ତେବେ ପଶ୍ଚିମବଙ୍ଗର ନଦିଆ ଜିଲାରେ ୩ ଦିନ ପରେ ଅଗଷ୍ଟ ୧୫ ବଦଳରେ ଅଗଷ୍ଟ...

ଅନୁପସ୍ଥିତ ମନ୍ତ୍ରୀଙ୍କ ତାଲିକା ମାଗିଲେ ମୋଦି

ନୂଆଦିଲ୍ଲୀ,୧୬।୭: ଭାରତୀୟ ଜନତା ପାର୍ଟି(ଭାଜପା)ର ସଂସଦୀୟ ଦଳ ବୈଠକ ମଙ୍ଗଳବାର ସଂସଦର ଲାଇବ୍ରେରୀ ବିଲଡିଂରେ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ...

୯ ମାମଲା ରୁଜୁ କଲା ସିବିଆଇ

ନୂଆଦିଲ୍ଲୀ,୨୬।୮: ପଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସା ଘଟଣାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଗୁରୁବାର ୯ଟି ମାମଲା ରୁଜୁ କରିଛି। ସିବିଆଇର ୪ଟି ସ୍ବତନ୍ତ୍ର ୟୁନିଟ୍‌ ବିଭିନ୍ନ...

ମୋଦି ପୁଣି ହେବେ ପ୍ରଧାନମନ୍ତ୍ରୀ: ଖୁସିରେ ମାଗଣାରେ ବୁଟ୍‌ ପଲିସ୍‌ କଲେ ଲଣ୍ଡ୍ରି ମାଲିକ

ଇନ୍ଦୋର,୩୦।୫: ନୂଆ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦେଶର ଶାସନ ଡୋର ଧରୁଥିବାରୁ ମଧ୍ୟପ୍ରଦେଶ ଇନ୍ଦୋରର ରେଡିଶନ ଛକରେ ଜଣେ ଲଣ୍ଡ୍ରି ମାଲିକ ମାଗଣାରେ ବୁଟ୍‌...

Advertisement
Archives

Model This Week