ବାଲି ସଇରାତକୁ ନେଇ ବିବାଦ

ବାରିପଦା ଅଫିସ,୩୦ା୧: ମୟୂରଭଞ୍ଜ ଜିଲା ବଡ଼ସାହି ତହସିଲ ଅଧୀନ ଆରପଟା ବାଲି ସଇରାତକୁ ନେଇ ଦୁଇଗୋଷ୍ଠୀଙ୍କ ମଧ୍ୟରେ ବିବାଦ ପିଛା ଛାଡୁନାହିଁ। ଗୋଟିଏ ଗୋଷ୍ଠୀ ପକ୍ଷରୁ ଲିଜ୍‌ଧାରୀ ପ୍ରଦୀପ କୁମାର ବିନ୍ଧାଣୀଙ୍କୁ ତହସିଲ କାର୍ଯ୍ୟାଳୟରୁ ଉଠାଇ ନେଇ ମରଣାନ୍ତକ ଆକ୍ରମଣ କରାଯାଇଛି। ଏନେଇ ପ୍ରଦୀପଙ୍କ ସ୍ତ୍ରୀ ରଶ୍ମିତା ବିନ୍ଧାଣୀଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା (ନଂ.୩୦/୨୨) ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ବେଲପାଳ ଗ୍ରାମର ଅମୀର କୁମାର ନାୟକ, ସୁଶାନ୍ତ କୁମାର ନାୟକ, ରିଙ୍କୁ ନାୟକ ଓ ସପନ କୁମାର ଘୋଷ।
ଅନୁଯାୟୀ, ଶୁକ୍ରବାର ଅପରାହ୍ନରେ ପ୍ରଦୀପ ତହସିଲ କାର୍ଯ୍ୟାଳୟରେ ପହଞ୍ଚି କଥାବାର୍ତ୍ତା ହେଉଥିଲେ। ଏହି ସମୟରେ ଅଭିଯୁକ୍ତମାନେ ଆସି ତାଙ୍କୁ ବଳପୂର୍ବକ ଉଠାଇ ନେଇ ଏକ ବୋଲେରୋରେ ପଶ୍ଚିମବଙ୍ଗ ବୋହଡାଗୁଡା ଅଞ୍ଚଳକୁ ନେଇ ଯାଇଥିଲେ। ସେଠାରେ ତାଙ୍କୁ ମାଡ଼ ମାରିବା ସହ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ। ପ୍ରଦୀପଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କ ପାଖରେ ଥିବା ୩୦ ହଜାର ଟଙ୍କା, ସୁନାମୁଦି ଓ ଚେନ୍‌ ଛଡ଼ାଇ ନେଇଥିଲେ। ବନ୍ଧୁକ ମୁନରେ ଧମକ ଦେଇ ବାଲିଘାଟ ପର୍‌ମିଟ ଅନ୍ୟ ଗୋଷ୍ଠୀକୁ ନ ଦେବା ପାଇଁ ଲିଖିତ ଭାବେ ରାଜିନାମା କରାଇଛନ୍ତି। ଘଟଣା ପ୍ରଘଟ ହେବା ପରେ ପୋଲିସ ଅନୁସନ୍ଧାନ କରିବାରୁ ଅଭିଯୁକ୍ତମାନେ ତାଙ୍କୁ ସନ୍ଧ୍ୟାରେ ଛାଡ଼ି ଦେଇଥିଲେ। ଏହି ଘଟଣାକୁ କେନ୍ଦ୍ରକରି ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଥାନାରେ ଦୁଇଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ପୋଲିସ ଉପସ୍ଥିତିରେ ୫୦ରୁ ଅଧିକ ଲୋକ ଥାନାରେ ପାଟିତୁଣ୍ଡ କରିଥିଲେ ହେଁ ପୋଲିସର ନିରବତାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରିଥିଲା। ଅନ୍ୟପଟେ ଘଟଣାର ସତ୍ୟତା ନ ଥିବା ଅଭିଯୁକ୍ତମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ଧରୁଥିବା ବେଳେ ଗୋଡ଼ ଖସିଯିବାରୁ ପ୍ରଖର ସ୍ରୋତରେ ଭାସିଯାଇଥିଲେ, ଚାଲିଗଲା ଯୁବ ଅଧ୍ୟାପକଙ୍କ ଜୀବନ

ବୈଶିଙ୍ଗା,୧୫|୮(ରତନ ଦାଶ): ମୟୂରଭଞ୍ଜ ଓ ବାଲେଶ୍ଵର ଜିଲା ସୀମାନ୍ତ ବୁଢ଼ାବଳଙ୍ଗ ନଦୀର ଏକ ନାଳରେ ଶନିବାର ଦିନ ୧୦ଟା ସମୟରେ ମାଛ ଧରୁଥିବା ବେଳେ ପାଣିର ପ୍ରଖର…

ବୈଶିଙ୍ଗା-ରୁପ୍‌ସା ମୁଖ୍ୟ ରାସ୍ତାରେ ଚଳାଚଳ ବନ୍ଦ

ବୈଶିଙ୍ଗା,୧୩ା୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବୁଧବାରଠାରୁ ମୂଷଳ ଧାରାରେ ଲଘୁଚାପ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଜୀବନ…

ବିଡ଼ିଓର ପରିଚୟ କଲେ ଫୋନ୍‌, କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ଲୁଟିନେଲେ ଟଙ୍କା

ଉଦଳା, ୧୩।୮ (ସନ୍ତୋଷ ବାଛିନୀ): ନିଜକୁ ବିଡ଼ିଓର ପରିଚୟ ଦେଲେ ଆଉ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର…

ପ୍ରବଳ ବର୍ଷା: ଏହି ଜିଲାରେ ସମସ୍ତ ସ୍କୁଲ ବନ୍ଦ

ବାରିପଦା,୧୩।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ଗତ ରାତିରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଜାରି ରହିଥିବା ଭାରି ବର୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲାର ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri