Posted inଖେଳ

କୁସ୍ତି ମହାସଂଘ ଗଠନର ଦିନକ ନପୁରୁଣୁ ବିବାଦ

ନୂଆଦିଲ୍ଲୀ, ୨୩ା୧୨: ନୂଆ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ଗଠନ ହେବାର ଦିନକ ପରେ ସେଥିରେ ବିବାଦଦେଖାଦେଇଛି। ଜାତୀୟ ଜୁନିୟର ପ୍ରତିଯୋଗିତାକୁ ସ୍ଥଗିତ ରଖିବା ଲାଗି ଏହି କ୍ରୀଡ଼ା ପରିଷଦର ଜେନେରାଲ ସେକ୍ରେଟାରୀ ପ୍ରେମଚାନ୍ଦ ଲୋଚାବ ଦାବି କରିଛନ୍ତି। ପ୍ରତିଯୋଗିତାର ଦିନ ଧାର୍ଯ୍ୟ କରିବା ବେଳେ ସଭାପତି ନିୟମାବଳୀର ଅନୁସରଣ କରୁନାହାନ୍ତି।

୧୫ବର୍ଷରୁ କମ୍‌ ଓ ୨୦ ବର୍ଷରୁ କମ୍‌ ଜାତୀୟ ପ୍ରତିଯୋଗିତା ଡିସେମ୍ବର ୨୮ରୁ ୩୦ ଉତ୍ତରପ୍ରଦେଶର ଗୋଣ୍ଡାଠାରେ ହେବ ବୋଲି ନବଗଠିତ କୁସ୍ତି ମହାସଂଘର ସଭାପତି ସଞ୍ଜୟ ସିଂ ଘୋଷଣା କରିଥିଲେ। ବିଭିନ୍ନ ପଦବୀ ପାଇଁ ନିର୍ବାଚନ ହେବାର କିଛି ଘଣ୍ଟା ପରେ ଏକ ବୈଠକରେ ନବ ନିର୍ବାଚିତ ସଦସ୍ୟମାନେ ଏହି ନିଷ୍ପତ୍ତି ନେଇଛନ୍ତି। ବିପକ୍ଷ ଅନୀତା ଶେଓରାନ ଗୋଷ୍ଠୀ ତରଫରୁ ନିର୍ବାଚନ ଜିତିଥିବା ଆରଏସପିବି (ରେଲଓ୍ବେ ସ୍ପୋଟର୍‌ସ ପ୍ରମୋଶନ ବୋର୍ଡ)ର ପୂର୍ବତନ ସମ୍ପାଦକ ଲୋଚାବ ଏହି ବୈଠକରେ ଯୋଗ ଦେଇ ନ ଥିଲେ। ସମସ୍ତ ନିଷ୍ପତ୍ତି ଡବ୍ଲ୍ୟୁଏଫ୍‌ଆଇ ସେକ୍ରେଟାରୀ ଜେନେରାଲଙ୍କ ଜରିଆରେ ହେବା ଉଚିତ ବୋଲି ସେ କହିଛନ୍ତି। ଜବାବରେ ସଞ୍ଜୟ ସିଂ ତାଙ୍କ ନିଷ୍ପତ୍ତି ଯଥାର୍ଥ ବୋଲି କହିଛନ୍ତି।

ଜୁନିୟର କୁସ୍ତିଯୋଦ୍ଧାଙ୍କ ହିତ ଓ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହା କରାଯାଇଥିବା ସେ କହିଛନ୍ତି। ଡବ୍ଲ୍ୟୁଏଫ୍‌ଆଇ ସମ୍ବିଧାନର ବାଇ-ଲ’ ଅନୁସାରେ ସେ ନିଷ୍ପତ୍ତି ନେଇଛନ୍ତି। ସେକ୍ରେଟାରୀ ଜେନେରାଲ ତାହା ଗ୍ରହଣ କରିବାକୁ ବାଧ୍ୟ ବୋଲି ସେ କହିଛନ୍ତି। ଲୋଚାବ ଶୁକ୍ରବାର ଏହି ପ୍ରସଙ୍ଗରେ ସଞ୍ଜୟ ସିଂକ ନିକଟକୁ ଏକ ଚିଠିି ଲେଖିଥିଲେ। ଜାତୀୟ ଜୁନିୟର ପ୍ରତିଯୋଗିତା କାର୍ଯ୍ୟସୂଚୀରେ ପରିବର୍ତ୍ତନକୁ ନେଇ କିଛି ରାଜ୍ୟ ଆପତ୍ତି ଉଠାଇଛନ୍ତି। ଡବ୍ଲ୍ୟୁଏଫ୍‌ଆଇର ସମ୍ବିଧାନ ଅନୁସାରେ ୨୧ ତାରିଖରେ ନୂଆ କାର୍ଯ୍ୟନିର୍ବାହୀ ପରିଷଦ ଗଠନ ପରେ କାର୍ଯ୍ୟନିର୍ବାହୀ କମିଟିର ବୈଠକ ବସି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri