ଶ୍ରୀରାମ ନବମୀ ମହୋତ୍ସବ ନେଇ ତୁଟିଲାନି ବିବାଦ, ହାତ ଟେକିଦେଲେ …

କୋକସରା,୪ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରିଚଞ୍ଚରାଠାରେ ଥିବା ମଧୁ ମାଧବ ତୀର୍ଥକ୍ଷେତ୍ରରେ ୧୯୭୨ ମସିହାରୁ ଗୁଡହାଣ୍ଡି ଡୋକରୀଚଞ୍ଚରା ଉନ୍ନୟନ ସମିତି ଗଠନ ହୋଇଥିଲା। ଏଥିରେ କୋକସରା, ଜୟପାଟଣା ଓ ଜୁନାଗଡ ବ୍ଲକର ୩୦ରୁ ଊଦ୍ଧର୍‌ବ ଗାଁର ଶତାଧିକ ସଦସ୍ୟ ରହି ପ୍ରତିବର୍ଷ ଶ୍ରୀରାମ ନବମୀ ମହୋତ୍ସବ ସହିତ ବିଭିନ୍ନ ପର୍ବପର୍ବାଣୀ ପାଳନ କରିଆସୁଛନ୍ତି। ଧର୍ମଗଡ ଫରେଷ୍ଟ ରେଞ୍ଜ ଅଧୀନରେ ଥିବା ସାହାଜଖୋଲ ଜଙ୍ଗଲ ମଧ୍ୟରେ ଏହି ପର୍ଯ୍ୟଟନସ୍ଥଳୀ ରହିଥିବାରୁ ଜଙ୍ଗଲ ବିଭାଗ ଏହାର ବିଭିନ୍ନ ପ୍ରକାର ଉନ୍ନୟନ କାର୍ଯ୍ୟ ସମ୍ପାଦନ କରୁଛି। ହେଲେ ଜଙ୍ଗଲ ବିଭାଗୀୟ ଅଧିକାରୀ ଉନ୍ନୟନ ସମିତିର ବିନା ପରାମର୍ଶରେ ମନଇଚ୍ଛା କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ହୋଇଆସୁଛି। ଜଙ୍ଗଲ ବିଭାଗ ଓ ଉନ୍ନୟନ ସମିତି ମଧ୍ୟରେ ଏହାକୁ ନେଇ ବିବାଦ ଲାଗି ରହିଛି। ଡୋକରୀଚଞ୍ଚରା ପରିଚାଳନା ଦାୟିତ୍ୱରେ ଥିବା ଉନ୍ନୟନ ସମିତି ଓ ଡୁଡୁକାଠେଙ୍ଗା ପଞ୍ଚାୟତବାସୀଙ୍କ ମଧ୍ୟରେ ପରିଚାଳନାକୁ ନେଇ ବିଗତ ଦୁଇବର୍ଷ ହେଲା ବିବାଦ ଉପୁଜିଥିଲା। କ୍ରମାଗତ ଭାବେ ଅସନ୍ତୋଷ ବୃଦ୍ଧି ପାଇବା ସହ ଦୁଇ ପକ୍ଷ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଥିଲା। ତେବେ ଚଳିତ ବର୍ଷ ଶ୍ରୀରାମ ନବମୀ ମହୋତ୍ସବ ପାଳନ ପୂର୍ବରୁ ଉନ୍ନୟନ ସମିତିକୁ ବହିଷ୍କାର ଦାବିରେ ଡୁଡୁକାଠେଙ୍ଗା ପଞ୍ଚାୟତବାସୀ ବୁଧବାର ଡୋକରିଚଞ୍ଚରାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ହୋହଲ୍ଲା କରି ପୁରାତନ କମିଟିକୁ ବହିଷ୍କାର ଦାବି କରିଥିଲେ। ଏ ନେଇ ଉନ୍ନୟନ କମିଟି ପକ୍ଷରୁ ଆମପାଣି ଥାନାରେ ଅଭିଯୋଗ ପରେ ଥାନା ପକ୍ଷରୁ ଜିଲା ପ୍ରଶାସନକୁ ଅବଗତ କରାଇଥିଲେ। ଗୁରୁବାର ଧର୍ମଗଡ଼ ଉପଜିଲାପାଳ ଧିମାନ ଚକମାଙ୍କ ନେତୃତ୍ୱରେ ଆମପାଣି ଥାନାରେ ଦୁଇପକ୍ଷର କର୍ମକର୍ତ୍ତାଙ୍କୁ ନେଇ ଏକ ଶାନ୍ତି କମିଟି ବୈଠକ ନେଇ ଆଲୋଚନା ହୋଇଥିଲା। ହେଲେ ଇକୋ ଟୁରିଜମ ଗ୍ରୁପ୍‌ ସଦସ୍ୟମାନେ କୌଣସି ମତେ ରାଜି ହୋଇ ନ ଥିଲେ। ଆଲୋଚନା ବିଫଳ ହେବାରୁ ପ୍ରଶାସନିକ ଅଧିକାରୀମାନେ ବିଳମ୍ବିତ ରାତିରେ ଫେରି ଯାଇଛନ୍ତି। ତେବେ ଶ୍ରୀରାମ ନବମୀ ମହୋତ୍ସବକୁ ମାତ୍ର ୨ ଦିନ ରହିଥିବା ବେଳେ ପୁରାତନ କମିଟି ପକ୍ଷରୁ ସଭାପତି ଭଦ୍ରେଶ୍ୱର ପାତ୍ରଙ୍କ ନେତୃତ୍ୱରେ କର୍ମକର୍ତ୍ତାମାନେ ଶୁକ୍ରବାର ଉପଜିଲାପାଳ ଧିମାନ ଚକମାଙ୍କ କାର୍ଯ୍ୟାଳୟରେ ପହଞ୍ଚି ଚଳିତ ବର୍ଷ ଶ୍ରୀରାମ ନବମୀ ମହୋତ୍ସବକୁ ପ୍ରଶାସନର ଦାୟିତ୍ୱରେ ନିର୍ବାହ କରିବାକୁ ଅନୁରୋଧ କରିଥିଲେ। ଅନ୍ୟପକ୍ଷରେ ଇକୋ ଟୁରିଜମ ଗ୍ରୁପ ପକ୍ଷରୁ ଶ୍ରୀରାମ ନବମୀ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ମିଳିଛି। ଆଗକୁ ପ୍ରଶାସନ କି ପଦକ୍ଷେପ ଗ୍ରହଣ କରି ଏହାର ସମାଧାନ କରୁଛି ତାହାକୁ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?