Posted inଜାତୀୟ

ମହିଳା ଆୟୋଗ ସଦସ୍ୟଙ୍କ ବିବାଦୀୟ ମନ୍ତବ୍ୟ: ଝିଅମାନଙ୍କୁ ମୋବାଇଲ୍‌ ଦେବା ଉଚିତ୍‌ ନୁହେଁ

ଆଲିଗଡ,୧୦।୬: ଉତ୍ତରପ୍ରଦେଶର ରାଜ୍ୟ ମହିଳା ଆୟୋଗର ସଦସ୍ୟ ମୀନା କୁମାରୀ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ପବ୍ଲିକ ୱାର୍କର୍ସ ଗେଷ୍ଟ ହାଉସରେ ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ଅଭିଯୋଗ ଶୁଣିବାବେଳେ ଗଣମାଧ୍ୟମ ଆଗରେ ଝିଅମାନଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ଲଗାତାର ଝିଅମାନଙ୍କ ସହିତ ଘଟୁଥିବା ଘଟଣାଗୁଡ଼ିକ ପାଇଁ ମୋବାଇଲରେ କଥାବାର୍ତ୍ତା କରିବା ଏବଂ ଝିଅମାନଙ୍କର ମା’ ଏବଂ ପରିବାର ଦାୟୀ ବୋଲି କହିଛନ୍ତି। ମୀନା କୁମାରୀ କହିଛନ୍ତି ଯେ, ସମାଜରେ ଏଭଳି ମାମଲା ବନ୍ଦ ହେଉନାହିଁ। ତେଣୁ ପରିବାର ଲୋକେ ନିଜ ଝିଅ କୁଆଡେ ଯାଉଛି, ସେ କ’ଣ କରୁଛି, ସେ କେଉଁ ପୁଅ ସହିତ ବୁଲୁଛି କି କଥାବାର୍ତ୍ତା କରୁଛି, ତା’ ମୋବାଇଲକୁ ମଧ୍ୟ ଦେଖିବାକୁ ପଡିବ। ଝିଅମାନେ ଘଣ୍ଟା ଘଣ୍ଟା ଧରି ମୋବାଇଲରେ କଥାବାର୍ତ୍ତା କରନ୍ତି। ପରିସ୍ଥିତି ଏପରି ହୁଏ ଯେ, ସେ ଯେଉଁ ପୁଅ ସହ କଥା ହେଉଛନ୍ତି ସେ ତାଙ୍କ ସହ ଘର ଛାଡି ପଳାନ୍ତି। ପରେ ଝିଅମାନଙ୍କ ସହ ବିଭିନ୍ନ ଘଟଣା ଘଟେ। ତେଣୁ ମୋର ନିବେଦନ ହେଉଛି ପରିବାର ସଦସ୍ୟମାନେ ନିଜ ଝିଅମାନଙ୍କୁ ମୋବାଇଲ ଦେବା ଉଚିତ୍‌ ନୁହେଁ, ଯଦି ସେମାନେ ଦେଉଛନ୍ତି, ତେବେ ସେମାନଙ୍କ ଉପରେ ନଜର ରଖନ୍ତୁ। ସର୍ବପ୍ରଥମେ, ମୁଁ ସେହି ମା’ମାନଙ୍କୁ ସେମାନଙ୍କର ଝିଅମାନଙ୍କର ଯତ୍ନ ନେବାକୁ କହୁଛି, ଯେଉଁ ମା’ଙ୍କ ଅସାବଧାନତା ହେତୁ ଏହି ସବୁ ଘଟେ ।


Enter your email to get our daily news in your inbox.

All Right Reserved By Dharitri.Com

ଜେଟଲୀଙ୍କୁ ଭେଟିବାକୁ ଏମ୍ସ ଯିବେ ଆଡଭାନୀ

ନୂଆଦିଲ୍ଲୀ,୧୯।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ୍‌ ସାଇନସେସ୍‌(ଏମ୍ସ)ରେ ଚିକିତ୍ସା ଚାଲିଛି। ଏବେ ସେ Extracorporeal membrane oxygenation...

ଗୋଆ ନିର୍ବାଚନ: ୧୦-୧୫ ଆସନରେ ନିର୍ବାଚନ ଲଢିବ ଶିବସେନା, ଏନ୍‌ସିପି ସହ କରିବ ମେଣ୍ଟ

ମୁମ୍ବାଇ,୧୬ ।୧: ଗୋଆ ବିଧାନସଭା ନିର୍ବାଚନରେ ଶିବସେନା ଓ ଏନ୍‌ସିପି ଏକାଠି ମିଶି ନିର୍ବାଚନ ଲଢିବେ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ୧୮...

ଗିରଫ ପରେ ସୀମା କହିଲେ, ମୋ ନାଁରେ ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟା

ରାଞ୍ଚି,୩୧।୮: ଝାଡଖଣ୍ଡର ପୂର୍ବତନ ଆଇଏସ ଅଫିସରଙ୍କ ସ୍ତ୍ରୀ ତଥା ଭାଜପାରୁ ନିଲମ୍ବିତ ହୋଇଥିବା ସୀମା ପାତ୍ରଙ୍କୁ ବୁଧବାର ରାଞ୍ଚି ପୋଲିସ ଗିରଫ କରିଛି। ୮ ବର୍ଷ...

ପ୍ରତି ୪ ଜଣଙ୍କ ମଧ୍ୟରୁ ଜଣେ ଭାରତୀୟଙ୍କୁ ଘାରିଛି ଚାକିରି ଚାଲିଯିବାର ଭୟ

ନୂଆଦିଲ୍ଲୀ,୨୫।୧: ସମଗ୍ର ବିଶ୍ୱରେ ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡିକରେ ଚାକିରି ଛଟେଇ ଚାଲିଛି। ଏହି କମ୍ପାନୀଗୁଡିକ ଶହ ଶହ କର୍ମଚାରୀଙ୍କୁ ଚାକିରିରୁ ବିଦା କରୁଛନ୍ତି। ପ୍ରତି...

ଇଡବ୍ଲୁଏସ୍‌ ମାମଲାର ରାୟ ସଂରକ୍ଷିତ…

ନୂଆଦିଲ୍ଲୀ, ୨୭।୯ : ଆର୍ଥିକ ସ୍ଥିତିକୁ ଆଧାର କରି ଉଚ୍ଚଶିକ୍ଷା ତଥା ନିଯୁକ୍ତି ପ୍ରସଙ୍ଗରେ ଅଥନୈତିକ ଦୁର୍ବଳ ବର୍ଗ(ଇଡବ୍ଲୁଏସ୍‌)ଙ୍କ ପାଇଁ ସଂରକ୍ଷଣର ସାମ୍ବିଧାନିକ ବୈଧତା ସମ୍ବନ୍ଧୀୟ...

ଏୟାର ଇଣ୍ଡିଆର ଦିଲ୍ଲୀ-ଲୁଧିଆନା ବିମାନ ଯାତ୍ରୀ କରୋନା ପଜିଟିଭ୍‌: କ୍ୱାରାଣ୍ଟାଇନ୍‌ରେ ୩୬ ଯାତ୍ରୀ-୪ କର୍ମଚାରୀ

ନୂଆଦିଲ୍ଲୀ,୨୭।୫: ଦିଲ୍ଲୀ-ଲୁଧିଆନା ଏୟାର ଇଣ୍ଡିଆ ବିମାନର ଜଣେ ଯାତ୍ରୀଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ରିପୋର୍ଟ ମିଳିବା ପରେ ଯାତ୍ରୀ ଜଣଙ୍କ ଯାତ୍ରା...

ରିଚା ଚଢ଼ାଙ୍କ ଟୁଇଟକୁ ନେଇ ପ୍ରତିକ୍ରିୟା ରଖିଲେ ଅକ୍ଷୟ

ମୁମ୍ବାଇ,୨୪।୧୧: ବଲିଉଡ୍‌ ଅଭିନେତ୍ରୀ ରିଚା ଚଢ଼ାଙ୍କ ଏକ ବିବାଦୀୟ ଟୁଇଟକୁ ନେଇ ଏବେ ବିବାଦ ବଢ଼ିବାରେ ଲାଗିଛି। ଭାରତୀୟ ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର...

ଚିନ୍ତା ବଢାଇଲାଣି ମଙ୍କିପକ୍ସ: ଡବ୍ଲୁଏଚ୍‌ଓ ପକ୍ଷରୁ ସତର୍କତା ଜାରି

ନୂଆଦିଲ୍ଲୀ, ୨୮।୫: ସାରା ବିଶ୍ୱରେ ଏବେ ଚିନ୍ତା ବଢାଉଛି ମଙ୍କିପକ୍ସ ଭାଇରସ। ବର୍ତ୍ତମାନ ସୁଦ୍ଧା ଏହି ମାମଲା ୨୦ରୁ ଅଧିକ ଦେଶରେ ବ୍ୟାପିସାରିଲାଣି। ପ୍ରାୟ ୨୦୦...

Advertisement
Archives

Model This Week