Posted inଜାତୀୟ

ମହିଳା ଆୟୋଗ ସଦସ୍ୟଙ୍କ ବିବାଦୀୟ ମନ୍ତବ୍ୟ: ଝିଅମାନଙ୍କୁ ମୋବାଇଲ୍‌ ଦେବା ଉଚିତ୍‌ ନୁହେଁ

ଆଲିଗଡ,୧୦।୬: ଉତ୍ତରପ୍ରଦେଶର ରାଜ୍ୟ ମହିଳା ଆୟୋଗର ସଦସ୍ୟ ମୀନା କୁମାରୀ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ପବ୍ଲିକ ୱାର୍କର୍ସ ଗେଷ୍ଟ ହାଉସରେ ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ଅଭିଯୋଗ ଶୁଣିବାବେଳେ ଗଣମାଧ୍ୟମ ଆଗରେ ଝିଅମାନଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ଲଗାତାର ଝିଅମାନଙ୍କ ସହିତ ଘଟୁଥିବା ଘଟଣାଗୁଡ଼ିକ ପାଇଁ ମୋବାଇଲରେ କଥାବାର୍ତ୍ତା କରିବା ଏବଂ ଝିଅମାନଙ୍କର ମା’ ଏବଂ ପରିବାର ଦାୟୀ ବୋଲି କହିଛନ୍ତି। ମୀନା କୁମାରୀ କହିଛନ୍ତି ଯେ, ସମାଜରେ ଏଭଳି ମାମଲା ବନ୍ଦ ହେଉନାହିଁ। ତେଣୁ ପରିବାର ଲୋକେ ନିଜ ଝିଅ କୁଆଡେ ଯାଉଛି, ସେ କ’ଣ କରୁଛି, ସେ କେଉଁ ପୁଅ ସହିତ ବୁଲୁଛି କି କଥାବାର୍ତ୍ତା କରୁଛି, ତା’ ମୋବାଇଲକୁ ମଧ୍ୟ ଦେଖିବାକୁ ପଡିବ। ଝିଅମାନେ ଘଣ୍ଟା ଘଣ୍ଟା ଧରି ମୋବାଇଲରେ କଥାବାର୍ତ୍ତା କରନ୍ତି। ପରିସ୍ଥିତି ଏପରି ହୁଏ ଯେ, ସେ ଯେଉଁ ପୁଅ ସହ କଥା ହେଉଛନ୍ତି ସେ ତାଙ୍କ ସହ ଘର ଛାଡି ପଳାନ୍ତି। ପରେ ଝିଅମାନଙ୍କ ସହ ବିଭିନ୍ନ ଘଟଣା ଘଟେ। ତେଣୁ ମୋର ନିବେଦନ ହେଉଛି ପରିବାର ସଦସ୍ୟମାନେ ନିଜ ଝିଅମାନଙ୍କୁ ମୋବାଇଲ ଦେବା ଉଚିତ୍‌ ନୁହେଁ, ଯଦି ସେମାନେ ଦେଉଛନ୍ତି, ତେବେ ସେମାନଙ୍କ ଉପରେ ନଜର ରଖନ୍ତୁ। ସର୍ବପ୍ରଥମେ, ମୁଁ ସେହି ମା’ମାନଙ୍କୁ ସେମାନଙ୍କର ଝିଅମାନଙ୍କର ଯତ୍ନ ନେବାକୁ କହୁଛି, ଯେଉଁ ମା’ଙ୍କ ଅସାବଧାନତା ହେତୁ ଏହି ସବୁ ଘଟେ ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଏକ ଲାଇଭ୍ ଇଭେଣ୍ଟରେ ରୁବିଓଙ୍କୁ ଫୋନ କଲେ ଟ୍ରମ୍ପ, କହିଲେ I Love ମୋଦି

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି । ରବିବାର ଦିନ ମାର୍କୋ ରୁବିଓ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତରେ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

ବଲାଙ୍ଗୀରରୁ ବରଗଡ଼କୁ ହେଉଥିଲା କଫସିରପ ଚାଲାଣ, ୭୩୩ ବୋତଲ ଜବତ କଲା ଗାଇସିଲେଟ୍‌ ପୋଲିସ

ବରଗଡ଼/ଗାଇସିଲେଟ୍‌,୨୪।୫(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ):  ବରଗଡ଼ ଜିଲା ପୋଲିସ ନିଶା କାରବାର ଧରପଗଡ଼ ଅଭିଯାନକୁ ଜୋରଦାର୍‌ କରିଛି । ଶନିବାର ଜିଲାର ଗାଇସିଲେଟ୍‌ ଥାନା ପୋଲିସ ୭୩୩ ବୋତଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri