ପ୍ରାପ୍ୟ ନ ପାଇ ବ୍ଲକ ସମ୍ମୁଖରେ ଠିକାଦାରଙ୍କ ଧାରଣା

ନିଶ୍ଚିନ୍ତକୋଇଲି,୧୩ା୨(ଅଶୋକ ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକରେ ଦୀର୍ଘଦିନ ହେବ ଅଚଳାବସ୍ଥା ଦେଖିବାକୁ ମିଳିଛି। କେଉଁଠି କାମ ହେଉନି ତ ଆଉ କେଉଁଠାରେ କାମ ହୋଇ ବିଲ୍‌ ମିଳୁନି। ବହୁ ପଞ୍ଚାୟତରେ ପୂର୍ବ ବିଲ୍‌ ଉପରେ ରୋକ ଲଗାଯାଇଛି। ଏପରି କି ବିଧାୟକଙ୍କୁ ନ ଭେଟିଲେ ବିଲ ମିଳିବନି ବୋଲି ଖୋଲା ଖୋଲି ବିଭାଗୀୟ ଯନ୍ତ୍ରୀ ପରାମର୍ଶ ଦେଉଛନ୍ତି। ବ୍ଲକ ପ୍ରଶାସନର ଏଭଳି ପଦକ୍ଷେପ ପାଇଁ ବହୁ ଠିକାଦାର ପ୍ରାପ୍ୟ ପାଇଁ ହଟହଟା ହେଉଛନ୍ତି। ବ୍ଲକ ଅଧୀନ ନେମାଳ ପଞ୍ଚାୟତର ଜଣେ କର୍କଟରେ ପୀଡିତ ଠିକାଦାର ୮ ମାସ ତଳୁ କାମ କରି ପ୍ରାପ୍ୟ ନ ପାଇବାରୁ ବୁଧବାର ବ୍ଲକ ପରିସରରେ ପରିବାର ସହ ଧାରଣା ଦେଇଥିଲେ। ତାଙ୍କ ସହ ପଞ୍ଚାୟତର ବୁଦ୍ଧିଜୀବୀ ଓ ନେତୃତ୍ୱମାନେ ପ୍ରଶାସନର ଏଭଳି ପଦକ୍ଷେପ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ତେବେ ବିଡିଓ ଠିକା କାମ ଯନ୍ତ୍ରୀଙ୍କ ନାମରେ ଅଛି, ତଦନ୍ତ ପରେ ପ୍ରାପ୍ୟ ଦିଆଯିବ ବୋଲି କହିଥିବାବେଳେ ସହକାରୀ ଯନ୍ତ୍ରୀ ବିଧାୟକଙ୍କୁ ଭେଟନ୍ତୁ ବୋଲି ପରାମର୍ଶ ଦେଇଥିବା ଧାରଣାରେ ସହଯୋଗ କରୁଥିବା ପ୍ରମୋଦ କୁମାର ନାୟକ କହିଛନ୍ତି।
ବ୍ଲକ ଅଧୀନ ନେମାଳ ପଞ୍ଚାୟତର ଏକ କମ୍ୟୁନିଟ୍‌ ଗୃହ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସହାୟତା ଯୋଜନାରେ ୪ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲା। ବିଭାଗୀୟ ଯନ୍ତ୍ରୀଙ୍କ ନାମରେ ଏହାର କାର୍ଯ୍ୟାଦେଶ ଥିଲା କିନ୍ତୁ କାମ ସୁବାସ ଲେଙ୍କାଙ୍କ ସମେତ ୩ଜଣ ସମ୍ପାଦନ କରିଥିଲେ। କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ନିର୍ବାଚନ ପରେ ସରକାର ବଦଳିବାରେ ଉକ୍ତ କାର୍ଯ୍ୟର ବିଲ୍‌ ଉପରେ ରୋକ ଲଗାଯାଇଥିଲା। ଇତି ମଧ୍ୟରେ ସୁବାସ କର୍କଟରେ ପୀଡିତ ହୋଇ ଚିକିତ୍ସା ପାଇଁ ସର୍ବସ୍ବ ହରାଇ ସାରିଛନ୍ତି। ତେବେ ଅଧିକ ଚିକିତ୍ସା ପାଇଁ ଅର୍ଥ ଆବଶ୍ୟକ ପଡୁଥିବା ବେଳେ ନିଜ ପ୍ରାପ୍ୟ ପାଇବାକୁ ବାରମ୍ବାର ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ବ୍ଲକ ପ୍ରଶାସନ ପକ୍ଷରୁ ନାସ୍ତିବାଣୀ ଶୁଣିବାକୁ ମିଳିଥିଲା। ଆର୍ଥତ୍କ ଚାପରେ ତାଙ୍କର ବ୍ରେନଷ୍ଟ୍ରୋକ ହୋଇଥିବା ସହଯୋଗୀ ପ୍ରକାଶ କହିଛନ୍ତି। ବୁଧବାର ସୁବାସଙ୍କ ସହ ସ୍ତ୍ରୀ ବ୍ଲକ ପରିସରରେ ଧାରଣା ଦେଇଥିଲେ। ତାଙ୍କ ସହ ନେମାଳର ପୂର୍ବତନ ଜିଲାପରିଷଦ ସଭ୍ୟ ଅଚ୍ୟୁତାନନ୍ଦ ଦାସ, ବିଜେଡି କାର୍ଯ୍ୟକାରୀ ସଭାପତି ପ୍ରମୋଦ କୁମାର ନାୟକଙ୍କ ସମେତ ବହୁ ବୁଦ୍ଧିଜୀବୀ ଧାରଣାରେ ସାମିଲ ହୋଇଥିଲେ। ମାହାଙ୍ଗା ବିଧାୟକଙ୍କ ବ୍ଲକରେ ସମୀକ୍ଷା ବୈଠକ ରହିଥିଲା। ସେ ବୈଠକକୁ ଆସିବା ସମୟରେ ଧାରଣାରେ ବସିଥିବା ସୁବାସ ଓ ତାଙ୍କ ସ୍ତ୍ରୀଙ୍କୁ ତଦନ୍ତ ପରେ ପ୍ରାପ୍ୟ ମିଳିବାର ପ୍ରତିଶ୍ରୁତି ଦେଇଥିଲେ। ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏ ସମ୍ପର୍କରେ ବିଡିଓ ଦ୍ୟୁବେନ୍ଦୁ ଦାଶ କହିଛନ୍ତି, ତଦନ୍ତ ପରେ ପ୍ରାପ୍ୟ ପ୍ରଦାନ କରାଯିବ। ପ୍ରମୋଦ ନାୟକ କହିଛନ୍ତି, ୮ମାସ ତଳେ କାମ କରି ପ୍ରାପ୍ୟ ନ ପାଇ ବାରମ୍ବାର ବ୍ଲକ ଦୌଡି ଥିଲେ। ତାଙ୍କୁ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଧାୟକଙ୍କୁ ଦେଖା କରିବାକୁ ପରାମର୍ଶ ଦେଇଥିଲେ। ତେବେ କାମ କରି ପ୍ରାପ୍ୟ ନ ପାଇବାରୁ ସେ ହଟହଟା ହେଉଛନ୍ତି। ତାଙ୍କ ସ୍ତ୍ରୀ ରଶ୍ମିତା କହିଛନ୍ତି, ସ୍ବାମୀ କାମ କରିବାକୁ ୪ ଲକ୍ଷ ଟଙ୍କା ଧାରଉଧାର କରିଥିଲେ। ଏବେ ସେ ରୋଗ ଶଯ୍ୟାରେ। ଚିକିତ୍ସା ପାଇଁ ଅର୍ଥ ନାହିଁ। ମାହାଙ୍ଗା ବିଧାୟକ ଦେଇଥିବା ପ୍ରତିଶ୍ରୁତି କେବେ ପୂରଣ ହେବ ତାହାକୁ ଅପେକ୍ଷା କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?