ପିଏମ୍‌ଜିଏସ୍‌ୱାଇ କାମକୁ ଠିକାଦାରଙ୍କ ଅନାଗ୍ରହ

ଯାଜପୁର ଅଫିସ,୨୬ା୯: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ମାଓବାଦୀମାନେ ଦୀର୍ଘଦିନ ହେଲା ସକ୍ରିୟ ରହିଛନ୍ତି। ବିଭିନ୍ନ ସମୟରେ ବଡ଼ ହିଂସା ଘଟାଇ ଭୟର ବାତାବରଣ ସୃଷ୍ଟି କରୁଛନ୍ତି। ଏଭଳିସ୍ଥିତିରେ ଉଭୟ ରାଜ୍ୟର ସରକାର ସୀମାନ୍ତ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ) ରାସ୍ତା ନିର୍ମାଣ ନେଇ ଚିନ୍ତାରେ ପଡ଼ିଛନ୍ତି। ଛତିଶଗଡ ସରକାର ଓଡ଼ିଶା ସୀମାନ୍ତ କୁକର-ଅମାମୋରା-ଚିଣ୍ଡୋଲା ରାସ୍ତା ଏବଂ ଶିବନାରାୟଣପୁର-ପଣ୍ଡ୍ରିପାଣି-ସିକାସେର ରାସ୍ତା ନିର୍ମାଣ କରିବାକୁ ଟେଣ୍ଡର ଆହ୍ବାନ କରିଛନ୍ତି। ଏଥିପାଇଁ ୨୪ ଥର ଟେଣ୍ଡର ଡକାଯାଇଥିଲେ ହେଁ କୌଣସି ଠିକାଦାର ଭାଗ ନେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। ଓଡ଼ିଶାର ଠିକାଦାରମାନେ ମଧ୍ୟ ମୁହଁ ମୋଡ଼ି ଦେଇଛନ୍ତି। ଏନେଇ ଛତିଶଗଡ଼ର ମୁଖ୍ୟ ଶାସନ ସଚିବ ଅମିତାବ ଜୈନ ୧୩ା୭ା୨୦୨୨ରେ ଓଡ଼ିଶା ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ରଙ୍କୁ ପତ୍ର ଲେଖି ଅନୁରୋଧ କରିଥିଲେ। ଉକ୍ତ ପତ୍ରରେ ସଚିବ ଜୈନ ଦର୍ଶାଇଛନ୍ତି ଯେ, କୁକର-ଅମାମୋରା ରାସ୍ତା ନିର୍ମାଣ ପାଇଁ ମଞ୍ଜୁର ହୋଇସାରିଛି ଏବଂ ସ୍ଥାନୀୟ ପୋଲିସ ଅଧିକାରୀ ରାସ୍ତା ନିର୍ମାଣ ପାଇଁ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ୨୪ ଥର ପଦକ୍ଷେପ ନିଆଯାଇଥିଲେ ହେଁ କୌଣସି ଠିକାଦାର ଏହି ରାସ୍ତା ନିର୍ମାଣ କରିବାକୁ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଉନାହାନ୍ତି। ତେଣୁ ଛତିଶଗଡ଼ ସରକାର ଉପରୋକ୍ତ ରାସ୍ତା କାର୍ଯ୍ୟକୁ ଭାଗ ଭାଗ କରି ପୁଣି ଟେଣ୍ଡର ଆହ୍ବାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେଣୁ ଏଥିରେ ଭାଗନେବାକୁ ଓଡ଼ିଶା ଠିକାଦାରମାନଙ୍କୁ ଉତ୍ସାହିତ କରିବା ପାଇଁ ସେ ଅନୁରୋଧ କରିଛନ୍ତି। ସେହିପରି ଶିବନାରାୟଣପୁର- ପଣ୍ଡ୍ରିପାଣି ରାସ୍ତା ନିର୍ମାଣ କରିବାକୁ ବଜେଟ ଜରିଆରେ ମଞ୍ଜୁର ହେବ। ତେଣୁ ଉଭୟ ସରକାରଙ୍କ ପୋଲିସ ମଧ୍ୟରେ ସମନ୍ବୟ ରକ୍ଷା କରି ଏହି କାର୍ଯ୍ୟ ପାଇଁ ସୁରକ୍ଷା ଯୋଗାଇ ଦେବାର ଆବଶ୍ୟକତା ରହିଛି ବୋଲି ଉକ୍ତ ପତ୍ରରେ ଦର୍ଶାଯାଇଛି। ଏହାକୁ ଭିତ୍ତିକରି ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୪ା୯ା୨୦୨୨ରେ ଛତିଶଗଡ଼ ସରକାରଙ୍କ ପିଏମ୍‌ଜିଏସ୍‌ୱାଇ ରାସ୍ତା ନିର୍ମାଣ କାର୍ଯ୍ୟରେ ଭାଗନେବା ନିମନ୍ତେ ରାଜ୍ୟ ଠିକାଦାରମାନଙ୍କୁ ଉତ୍ସାହିତ କରିବାକୁ ଗ୍ରାମ୍ୟ ନିର୍ମାଣ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ପ୍ରକଳ୍ପକୁ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,(ବ୍ୟୁରୋ)/ଜୟପୁର, ୧୬ା୪(ନି.ପ୍ର.): ମାଓବାଦୀ ଗଡ଼ ଭାବେ ପରିଚିତ କୋରାପୁଟ ଜିଲାର ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର...

ଲାଞ୍ଚ ନେଇ ଥାନା ଅଧିକାରୀ ଗିରଫ

ଢେଙ୍କାନାଳ ଅଫିସ,୨୬।୨: ଢେଙ୍କାନାଳ ଜିଲା ନିହଲପ୍ରସାଦ ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା ଶୁକ୍ରବାର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଯୌତୁକ ଜନିତ ନିର୍ଯାତନା ମାମଲାରେ ୩୦୭...

କେନ୍ଦୁପତ୍ର ଗୋଛା କାଟିବା ବେଳେ ମାଡ଼ି ଆସିିଲା ମୃତ୍ୟୁ

ନାକଟିଦେଉଳ, ୬ା୩: ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ବାଟଗାଁ ଫରେଷ୍ଟ ସେକ୍ସନର ବସାଲୋଇ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ...

ଜଙ୍ଗଲରେ ବନ୍ଦୀ ୩୦ ହଜାର ଗ୍ରାମବାସୀ

ଢେଙ୍କାନାଳ ଅଫିସ୍‌/ଗଁଦିଆ, ୧୭ା୧୨: ଅଭୟାରଣ୍ୟ ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା ଦ୍ୱାହି ଦେଇ ବନ ବିଭାଗ ବନ୍ଦ କରିଦେଇଛି ସବୁଦିନିଆ ଜଙ୍ଗଲ ରାସ୍ତା। ଫଳରେ ଜଙ୍ଗଲ ତଳି...

ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଜେଲ,ଦିନକ ପରେ ଝିଅ ବାହାଘର

ବ୍ରହ୍ମପୁର ଅଫିସ,୨୨ା୨:ଦିନକ ପରେ ଅର୍ଥାତ୍‌ ଆସନ୍ତା ବୁଧବାର ଝିଅ ବାହାଘର ନିର୍ଦ୍ଧାରିତ ହୋଇଛି। ଅନ୍ୟପଟେ ତାଙ୍କ ବାପା ଅନ୍ୟ ଜଣେ ମହିଳାଙ୍କୁ ବଳାତ୍କାର କରିବା ଅଭିଯୋଗରେ...

ହିଙ୍ଗୁଳାଙ୍କ ହୁଣ୍ଡିରୁ ମିଳିଲା ୩.୬୨ ଲକ୍ଷ

ତାଳଚେର, ୩ା୨(ନି.ପ୍ର.) ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଗୋପାଳପ୍ରସାଦସ୍ଥିତ ପୀଠରେ ଥିବା ହୁଣ୍ଡିଗୁଡିକୁ ଶନିବାର ଖୋଲା ଯାଇଥିଲା। ଟ୍ରଷ୍ଟବୋର୍ଡ ସଦସ୍ୟ ମୁରଲୀଧର ସାହୁ, ସନ୍ତୋଷ କୁମାର...

କେନ୍ଦୁପତ୍ର ବିକ୍ରି କରିପାରୁନାହାନ୍ତି ୧୧ ଗାଁର ଗ୍ରାମବାସୀ

ମାଲକାନଗିରି,୨୦।୪ (ଡି.ଏନ୍‌.ଏ.)- ମାଲକାନଗିରି ଜିଲାରେ ଗତ ୪ ଦିନ ହେଲା ବନ ବିଭାଗ (କେନ୍ଦୁପତ୍ର) ଏବଂ କେତେକ ଘରୋଇ ସଂସ୍ଥା ଜିଲାର ବିଭିନ୍ନ ଫଡିରେ କେନ୍ଦୁପତ୍ର...

ନିଜ ସର୍ଭିସ ରାଇଫଲରୁ ଗୁଳି ଚଳାଇ ଜୀବନ ହାରିଲେ ଯବାନ

ନୂଆପଡ଼ା ଅଫିସ,୧୭ା୧: ନିଜ ସର୍ଭିସ ରାଇଫଲରୁ ଗୁଳି ଚଳାଇ ଜୀବନ ହାରିଛନ୍ତି ଜଣେ ଯବାନ। ଏପରି ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲା କୋମନା ଥାନା...

Advertisement
Archives

Model This Week