ପିଏମ୍‌ଜିଏସ୍‌ୱାଇ କାମକୁ ଠିକାଦାରଙ୍କ ଅନାଗ୍ରହ

ଯାଜପୁର ଅଫିସ,୨୬ା୯: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ମାଓବାଦୀମାନେ ଦୀର୍ଘଦିନ ହେଲା ସକ୍ରିୟ ରହିଛନ୍ତି। ବିଭିନ୍ନ ସମୟରେ ବଡ଼ ହିଂସା ଘଟାଇ ଭୟର ବାତାବରଣ ସୃଷ୍ଟି କରୁଛନ୍ତି। ଏଭଳିସ୍ଥିତିରେ ଉଭୟ ରାଜ୍ୟର ସରକାର ସୀମାନ୍ତ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ) ରାସ୍ତା ନିର୍ମାଣ ନେଇ ଚିନ୍ତାରେ ପଡ଼ିଛନ୍ତି। ଛତିଶଗଡ ସରକାର ଓଡ଼ିଶା ସୀମାନ୍ତ କୁକର-ଅମାମୋରା-ଚିଣ୍ଡୋଲା ରାସ୍ତା ଏବଂ ଶିବନାରାୟଣପୁର-ପଣ୍ଡ୍ରିପାଣି-ସିକାସେର ରାସ୍ତା ନିର୍ମାଣ କରିବାକୁ ଟେଣ୍ଡର ଆହ୍ବାନ କରିଛନ୍ତି। ଏଥିପାଇଁ ୨୪ ଥର ଟେଣ୍ଡର ଡକାଯାଇଥିଲେ ହେଁ କୌଣସି ଠିକାଦାର ଭାଗ ନେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। ଓଡ଼ିଶାର ଠିକାଦାରମାନେ ମଧ୍ୟ ମୁହଁ ମୋଡ଼ି ଦେଇଛନ୍ତି। ଏନେଇ ଛତିଶଗଡ଼ର ମୁଖ୍ୟ ଶାସନ ସଚିବ ଅମିତାବ ଜୈନ ୧୩ା୭ା୨୦୨୨ରେ ଓଡ଼ିଶା ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ରଙ୍କୁ ପତ୍ର ଲେଖି ଅନୁରୋଧ କରିଥିଲେ। ଉକ୍ତ ପତ୍ରରେ ସଚିବ ଜୈନ ଦର୍ଶାଇଛନ୍ତି ଯେ, କୁକର-ଅମାମୋରା ରାସ୍ତା ନିର୍ମାଣ ପାଇଁ ମଞ୍ଜୁର ହୋଇସାରିଛି ଏବଂ ସ୍ଥାନୀୟ ପୋଲିସ ଅଧିକାରୀ ରାସ୍ତା ନିର୍ମାଣ ପାଇଁ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ୨୪ ଥର ପଦକ୍ଷେପ ନିଆଯାଇଥିଲେ ହେଁ କୌଣସି ଠିକାଦାର ଏହି ରାସ୍ତା ନିର୍ମାଣ କରିବାକୁ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଉନାହାନ୍ତି। ତେଣୁ ଛତିଶଗଡ଼ ସରକାର ଉପରୋକ୍ତ ରାସ୍ତା କାର୍ଯ୍ୟକୁ ଭାଗ ଭାଗ କରି ପୁଣି ଟେଣ୍ଡର ଆହ୍ବାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେଣୁ ଏଥିରେ ଭାଗନେବାକୁ ଓଡ଼ିଶା ଠିକାଦାରମାନଙ୍କୁ ଉତ୍ସାହିତ କରିବା ପାଇଁ ସେ ଅନୁରୋଧ କରିଛନ୍ତି। ସେହିପରି ଶିବନାରାୟଣପୁର- ପଣ୍ଡ୍ରିପାଣି ରାସ୍ତା ନିର୍ମାଣ କରିବାକୁ ବଜେଟ ଜରିଆରେ ମଞ୍ଜୁର ହେବ। ତେଣୁ ଉଭୟ ସରକାରଙ୍କ ପୋଲିସ ମଧ୍ୟରେ ସମନ୍ବୟ ରକ୍ଷା କରି ଏହି କାର୍ଯ୍ୟ ପାଇଁ ସୁରକ୍ଷା ଯୋଗାଇ ଦେବାର ଆବଶ୍ୟକତା ରହିଛି ବୋଲି ଉକ୍ତ ପତ୍ରରେ ଦର୍ଶାଯାଇଛି। ଏହାକୁ ଭିତ୍ତିକରି ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୪ା୯ା୨୦୨୨ରେ ଛତିଶଗଡ଼ ସରକାରଙ୍କ ପିଏମ୍‌ଜିଏସ୍‌ୱାଇ ରାସ୍ତା ନିର୍ମାଣ କାର୍ଯ୍ୟରେ ଭାଗନେବା ନିମନ୍ତେ ରାଜ୍ୟ ଠିକାଦାରମାନଙ୍କୁ ଉତ୍ସାହିତ କରିବାକୁ ଗ୍ରାମ୍ୟ ନିର୍ମାଣ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?