ଠିକାଦାର ଓ ଯନ୍ତ୍ରୀ ମଧୁଚଦ୍ରିକା: ବେଲଘର ଠାରେ ପୂର୍ତ୍ତ ବିଭାଗର ନିମ୍ନ ମାନର ଗାର୍ଡୱାଲ ନିର୍ମାଣ

ବାଲିଗୁଡ଼ା,୨୭ା୭: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକର ମାତୃଗାଁ ଠାରୁ ବେଲଘର ୨୭ କିଲୋମିଟର ଓ ବେଲଘର ଠାରୁ ଝିରିପାଣି ୧୧ କିଲୋମିଟର ରାସ୍ତା ବାଲିଗୁଡ଼ା ପୂର୍ତ୍ତ ବିଭାଗ ବିଭାଜନ ଅଧୀନରେ ରହିଛି। ଏହି ରାସ୍ତାରେ ବିଭାଗ ପକ୍ଷରୁ କରାଯାଉ ଥିବା ବିଭିନ୍ନ କାମ ଅତ୍ୟନ୍ତ ନିମ୍ନ ମାନର ନିର୍ମାଣ କାର୍ଯ୍ୟ କରାଯାଉଥିବା ସ୍ଥାନୀୟ ଲୋକ ପ୍ରତିନିଧି ମାନେ ଅଭିଯୋଗ କରିଛନ୍ତି।

ବେଲଘର ବ୍ରିଜ ନିକଟରୁ ମେଡ଼ିକାଲ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ଵ ରେ କଂକ୍ରିଟ ଗାର୍ଡ ୱାଲ ନିର୍ମାଣ ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ ବରାଦ କରାଯାଇଛି। ଏଥିରେ କ୍ରଶର ମେଟାଲ ସହ ଭଲ ବାଲି ଓ ସିମେଣ୍ଟ ବ୍ୟବହାର ପାଇଁ ଚୁକ୍ତି ନାମା ଠିକାଦାର କରିଥିବା ବେଳେ ଅତ୍ୟନ୍ତ ନିମ୍ନ ମାନର ମେଟାଲ ଓ ବାଲି ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି। ରାସ୍ତା ପାର୍ଶ୍ବରେ ନାଳ କଡରେ ପଡିଥିବା ସାନ ସାନ ଗେଟିକୁ ଆଣି ମେଟେଲ ଭାବେ ଠିକାଦାର ବ୍ୟବହାର କରୁଛନ୍ତି। ଠିକାଦାର ଓ ଯନ୍ତ୍ରୀ ଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଥିବା କୁହାଯାଉଛି।

ଏହି ରାସ୍ତାର ରକ୍ଷଣବେକ୍ଷଣ ପାଇଁ ଏଠାରେ ଗୋଟିଏ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ରହିବା କଥା କିନ୍ତୁ ତାହା ଖାଲି ପଡ଼ିଛି। ଯାହାରି ଫଳରେ ବାଲିଗୁଡ଼ାର ପୂର୍ତ୍ତ ବିଭାଗ ଯନ୍ତ୍ରୀ ପ୍ରଶାନ୍ତ କୁମାର ବେହେରା ସେହି କାର୍ଯ୍ୟ ତଦାରଖ କରୁଛନ୍ତି। ଉକ୍ତ ଗାର୍ଡ ୱାଲ ନିମ୍ନ ମାନର ନିର୍ମାଣ ସମ୍ପର୍କରେ ସ୍ଥାନୀୟ ଲୋକ ପ୍ରତିନିଧି ମାନେ ନିର୍ବାହୀ ଅଧିକ୍ଷଣ ଯନ୍ତ୍ରୀ ସନ୍ତୋଷ କୁମାର ପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ଏହା ଉପରେ ଦୃଷ୍ଟି ଦେବେ ବୋଲି କହିଛନ୍ତି। ଏହା ସହ ଉକ୍ତ ରାସ୍ତାରେ ବର୍ଷା ଦିନେ ପାହାଡ଼ ର ମାଟି ଅତଡ଼ା ଖସି ରାସ୍ତାରେ ପଡ଼ୁଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ଦେଖୁନଥିବାରୁ ଲୋକେ ଯାତାୟାତ ରେ ସମସ୍ୟା ସୃଷ୍ଟି ହେଉଥିବା ଅଞ୍ଚଳ ବାସୀ ଘଞ୍ଚ ଜଙ୍ଗଲ ମଧ୍ୟରେ ଏହି ଘାଟି ରାସ୍ତା ଟିଏ ରହିଥିବା ବେଳେ ବର୍ଷା ଦିନେ ବେଳେ ଅଙ୍କା ବଙ୍କା ରାସ୍ତାର ଉଭୟ ପାର୍ଶ୍ବରେ କୌଣସି ସୂଚକ ନଥିବାରୁ ଦୁର୍ଘଟଣା ବୃଦ୍ଧି ପାଉଛି।

ତେବେ କେବେ ପୂର୍ତ୍ତ ବିଭାଗ ଅଞ୍ଚଳ ବାସୀଙ୍କ ଅଭିଯୋଗ ଶୁଣୁଛନ୍ତି ଓ ଏହାର ତଦାରଖ କରୁଛନ୍ତି ତାହା ଅଞ୍ଚଳ ବାସୀ ଅପେକ୍ଷା କରିଛନ୍ତି। ଯଦି ନିମ୍ନମାନର କାର୍ଯ୍ୟକୁ ବନ୍ଦ କରାନଯାଇ ତାହାକୁ କାଢି ନୂତନ ଓ ଭଲ ମେଟାଲ ବ୍ୟବହାର ନ କରନ୍ତି ଏହାର ସମ୍ପୂର୍ଣ୍ଣ ଫୋଟ ଓ ତଥ୍ୟ ସହ ପୂର୍ତ୍ତ ବିଭାଗ ମନ୍ତ୍ରୀଙ୍କୁ ସାକ୍ଷାତ କରି ଅଭିଯୋଗ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ‘ତେହେଲକା’ ସମ୍ପାଦକ: ହାଇକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୬।୮: ୨୦୧୩ ମସିହାର ବହୁଚର୍ଚ୍ଚିତ ବଳାତ୍କାର ମାମଲା ସମ୍ପର୍କରେ ପୂର୍ବତନ ‘ତେହେଲକା’ ସମ୍ପାଦକ ତରୁଣ ତେଜପାଲଙ୍କ ପାଇଁ ଏକ ବଡ଼ ଝଟକା ଲାଗିଛି। ବମ୍ବେ ହାଇକୋର୍ଟର ଗୋଆ…

Gen Zଙ୍କୁ ବଡ଼ ଉପହାର ଦେଲେ ବିଜୟ, କଲେ ବଡ଼ ଘୋଷଣା: ମିଳିବ…

ଚେନ୍ନାଇ,୬।୮: ତାମିଲନାଡୁରେ ଟିଭିକେ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ରଥମ ବଜେଟ ବିଧାନସଭାରେ ଉପସ୍ଥାପନ କରିଛି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱାଧୀନ ଏହି ନୂଆ…

ପୁଣି ହଜାର ହଜାର ଟଙ୍କା ବଢିଲା ସୁନା ଦର: ରୁପା ମୂଲ୍ୟରେ ମଧ୍ୟ…

ନୂଆଦିଲ୍ଲୀ,୬।୮: ପୁଣି ବଢିଲା ସୁନା ଦର। ଗତକାଲି ତୁଳନାରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୨,୮୯୦ ବୃଦ୍ଧି ପାଇଛି। ରୁପା ମୂଲ୍ୟରେ ମଧ୍ୟ ଏକ…

ଭାରତର ଏମିତି ଏକ ଗାଁ: ୫ ଦିନ ବିନା ପୋଷାକରେ ରୁହନ୍ତି ମହିଳା, ରହସ୍ୟ ଜାଣି ହେବେ ତାଜୁବ

ପୃଥିବୀ ବହୁତ ବିଶାଳ ଏବଂ ଏହାର ପ୍ରତ୍ୟେକ କୋଣରେ ଲୋକମାନଙ୍କର ନିଜସ୍ବ ପରମ୍ପରା ଓ ରୀତିନୀତି ରହିଛି। କେତେକ ପରମ୍ପରା ଆମ ପାଖପାଖି ସାଧାରଣ ଲାଗେ, ଆଉ…

Gen-Zଙ୍କ ପାଇଁ RSS ନେଲା ବଡ଼ ପଦକ୍ଷେପ: ଆଗକୁ…

ନୂଆଦିଲ୍ଲୀ,୫।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ମୁଖ୍ୟ ମୋହନ ଭାଗବତ ସଂଗଠନର ଶତବାର୍ଷିକୀ ବର୍ଷ ପାଳନ ପାଇଁ ଆମେରିକା ଏବଂ କାନାଡା ଗସ୍ତ କରିବେ। ଅଗଷ୍ଟ ୨୯ରେ…

ହଠାତ୍‌ ଟାୟାର ହେଲା ବ୍ଲାଷ୍ଟ, ଘାଟିରେ ଓଲଟି ପଡିଲା ଲୁହା ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ…

ମୋହନା,୬।୮ ( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ବ୍ଲକ ଖାରିଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୀମଦଳି ଘାଟିରେ ଏକ ଲୁହା ବୋଝେଇ ଟ୍ରକ୍‌ ଭାରସାମ୍ୟ…

ଆନ୍ଦୋଳନ ପରେ ନୂଆ ରଣନୀତି, ଅଭିଜିତ ଦୀପକେଙ୍କ ଘରେ CJPର ମାରାଥନ ବୈଠକ: ହେବ ବଡ଼ ଘୋଷଣା

ନୂଆଦିଲ୍ଲୀ, ୬।୮: ଦେଶବ୍ୟାପୀ କଥିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌କୁ ବିରୋଧ କରି ଦିଲ୍ଲୀର ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନ ସମୟରେ ପ୍ରମୁଖ ସ୍ବର ଭାବେ ଉଭା ହୋଇଥିବା କକରୋଚ…

ତେଲ, ଡାଲିରୁ କ୍ଷୀର ଓ ଚିନି ପର୍ଯ୍ୟନ୍ତ, ରାଶନର ୯୯% ସାମଗ୍ରୀ ମହଙ୍ଗା; ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ, ୬।୮: ୨୦୨୬ ବର୍ଷର ଆରମ୍ଭ ଜୋରଦାର ଭାବେ ହୋଇଥିଲା। କିନ୍ତୁ ଦ୍ୱିତୀୟ ମାସରେ ବିଶ୍ୱରେ ଏଭଳି ଅସ୍ଥିର ପରିସ୍ଥିତି ସୃଷ୍ଟି ହେଲା, ଯାହାର ପ୍ରଭାବ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri