ମନନଶୀଳ ଔପନ୍ୟାସିକା

ଅନୁରାଧା ରଏ

ମାଇଶ୍‌କିନଙ୍କୁ ସେତେବେଳେ ୯ ବର୍ଷ ବୟସ ଯେତେବେଳେ ତାଙ୍କ ମା’ ତାଙ୍କୁ ଛାଡ଼ି ପଳାଇଥିଲେ। ପିତା ଭାରତର ଏକ କାଳ୍ପନିକ ସହର ‘ମୁନ୍‌ତାଜିର’ରେ ଜଣେ ଗୁପ୍ତଚର ଭାବେ କାର୍ଯ୍ୟ କରନ୍ତି ଓ ସେ ମଧ୍ୟ ପୁଅଠୁ ଅଲଗା ରହିଛନ୍ତି। ମାଇଶ୍‌କିନ ଏକୁଟିଆ ଜୀବନ ବିତାଉଥିବା ବେଳେ ସର୍ବଦା ମା’ଙ୍କଠାରୁ ଚିଠି ଆଶା କରିବା ସହ ତାଙ୍କ ଫେରିବା ବାଟକୁ ଚାହିଁ ରହିଥିଲେ। ଏମିତି ଦେଖୁଦେଖୁ ତାଙ୍କୁ ୬୦ ବର୍ଷ ବୟସ ହୋଇଯାଇଛି। ୯ ବର୍ଷ ବାଳକର ବୃଦ୍ଧ ଭର୍ସନରେ ମଧ୍ୟ ସର୍ବଦା ସ୍ଥିର ଓ ଶାନ୍ତ ରୂପ ପ୍ରକଟିତ ହୋଇଛି। ନିଃସଙ୍ଗ ଜୀବନରେ ଗଛ ତାଙ୍କ ସାଥୀ ଭାବେ ଦଣ୍ଡାୟମାନ ହୋଇଛି। ଦିନେ ତାଙ୍କ ପାଖକୁ ଏକ ମୋଟା ଲଫାପା ଆସିଛି। ସେଥିରେ କ’ଣ ଲେଖାଥିବ ସେ ଭାବିବାକୁ ଯାଇ ତାହାକୁ ଖୋଲିପାରୁ ନାହାନ୍ତି କି ଫୋପାଡ଼ିପାରୁ ନାହାନ୍ତି। ଏହା ପରିବର୍ତ୍ତେ ସେ ସେଥିରେ ଦେଖିବାକୁ ପାଉଛନ୍ତି ତାଙ୍କ ମା’ଙ୍କ ପିଲାବେଳ ଓ ନିଜର ଛୁଆବେଳର ଜୀବନ। ମା’ ଗାୟତ୍ରୀ ଜୀବନରେ ନେଇଥିବା ପଦକ୍ଷେପ ତାଙ୍କୁ ଆନ୍ଦୋଳିତ କରିଛି। ଗାୟତ୍ରୀ ଥିଲେ ଜଣେ କଳାକାର ତଥା ନୃତ୍ୟାଙ୍ଗନା। ସ୍ବାମୀ ତାଙ୍କ କାର୍ଯ୍ୟକୁ କଳଙ୍କମୟ କହି ଗାଳି ଦେଉଥିଲେ। ୧୯୩୦ ଯାଏ ଅତି କଷ୍ଟରେ ସେ ସ୍ବାମୀଙ୍କ ସହ ରହିପାରିଥିଲେ। ମାତା ଓ ପିତାଙ୍କ ଅଶାନ୍ତ ଜୀବନ ମାଇଶ୍‌କିନଙ୍କ ଉପରେ ଗଭୀର ଭାବେ ପଡ଼ିଥିଲା। ହେଲେ ସେ ତାହାର କାରଣ ଅନ୍ୟତ୍ର ଖୋଜିଚାଲିଛନ୍ତି। ମହିଳାଙ୍କ ଇଚ୍ଛା ଓ ସେମାନଙ୍କଠାରୁ ବିଶ୍ୱ କରୁଥିବା ପ୍ରତ୍ୟାଶା ମଧ୍ୟରେ ଯେଉଁ ଉତ୍ତେଜନା ସୃଷ୍ଟି ହେଉଛି ତାହାକୁ ସାହିତ୍ୟ ମାଧ୍ୟମରେ ମାଇଶ୍‌କିନ ସନ୍ଦର୍ଶନ କରୁଛନ୍ତି। ଅନ୍ୟପକ୍ଷରେ ମାଇଶ୍‌କିନଙ୍କ ପିତାଙ୍କ ବ୍ରିଟିଶ ସାମ୍ରାଜ୍ୟ ବିରୋଧୀ କାର୍ଯ୍ୟକଳାପରେ ଔପନ୍ୟାସିକା ପ୍ରଭାବିତ ହେଉ ନ ଥିବା ବେଳେ ଜଣେ ପୁରୁଷ ନିଜ ଘରେ ଅତ୍ୟାଚାରୀ ଭାବେ ବ୍ୟବହାର ପ୍ରଦର୍ଶନ କରି ସେ କିଭଳି ସ୍ବାଧୀନତା ଆଶାୟୀ ପାଲଟିଛନ୍ତି ତାହାକୁ ଦର୍ଶାଇଛନ୍ତି। ସାଧାରଣରେ ଉତ୍ତମ କାର୍ଯ୍ୟ ଲାଗି ପୁରୁଷଙ୍କୁ ସମ୍ମାନ ମିଳୁଥିବା ବେଳେ ସେ ଘରେ କରୁଥିବା ଜଘନ୍ୟ କାଣ୍ଡକୁ ବିଶ୍ୱ କ୍ଷମା ଦେଇଦେଉଛି। ଜଣେ ଗୁପ୍ତଚର ଭାବେ ଦେଶ ପାଇଁ ଜୀବନ ଲଗାଉଥିବାରୁ ଜାତୀୟ ରାଜନୀତି କିଭଳି ଲିଙ୍ଗଗତ ରାଜନୀତି ଊର୍ଦ୍ଧ୍ୱକୁ ଚାଲିଯାଉଛି, ତାହାକୁ ‘ଅଲ୍‌ ଦି ଲାଇଭ୍‌ସ ଉଇ ନେଭର ଲିଭ୍‌ଡ’ ଉପନ୍ୟାସରେ ବର୍ଣ୍ଣନା କରାଯାଇଛି। ଏଥିରେ ଉକ୍ତ ମହିଳା କିଭଳି ତାଙ୍କ ପିଲାଦିନ ରବୀନ୍ଦ୍ରନାଥ ଟାଗୋରଙ୍କ ଆଇଡିଆ ଦ୍ୱାରା ପ୍ରଭାବିତ ହୋଇ ଏକ ମୁକ୍ତ ଭାବନା ସୃଷ୍ଟି କରିବା ଲାଗି ସବୁକିଛି ତ୍ୟାଗ କରୁଛନ୍ତି, ତାହାକୁ ଔପନ୍ୟାସିକା ବର୍ଣ୍ଣନା କରି ସାହିତ୍ୟରେ ଚହଳ ପକାଇଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ଓ ଭାରତୀୟ ସ୍ବାଧୀନତା ସଂଗ୍ରାମ ସମୟର କଥାବସ୍ତୁ ସହ କାଳ୍ପନିକ ଚରିତ୍ରକୁ ଔପନ୍ୟାସିକା ଅନୁରାଧା ରଏ ମିଶ୍ରଣ କରି ‘ଅଲ୍‌ ଦି ଲାଇଭ୍‌ସ ଉଇ ନେଭର ଲିଭ୍‌ଡ’କୁ ପୁସ୍ତକ ଆକାରରେ ପାଠକଙ୍କୁ ଭେଟି ଦେଇଛନ୍ତି। ସମ୍ଭବତଃ ଇଂଲିଶ ସାହିତ୍ୟରେ ଭାରତୀୟ ଲେଖିକା ଭାବେ ସେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଛନ୍ତି। ଏହି ଉପନ୍ୟାସ ବିଚାରକମଣ୍ଡଳୀକୁ ଅଭିଭୂତ କରିଥିବାରୁ ସେ ୨୦୨୨ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି।
ଅନୁରାଧା ୧୯୬୭ରେ କୋଲକାତାରେ ଜନ୍ମଗ୍ରହଣ କରିଥିଲେ। ପିତା ଥିଲେ ଭୂତତ୍ତ୍ୱବିତ୍‌। ସେଥିପାଇଁ ସିକ୍କିମ୍‌, ଓଡ଼ିଶା ଓ ବିହାର ସମେତ ଦେଶର ବିଭିନ୍ନ ରାଜ୍ୟରେ ତାଙ୍କ ପରିବାର ରହିବାର ସୁଯୋଗ ପାଇଥିଲା। ଅନୁରାଧା କୋଲକାତାରୁ ପଢ଼ା ଶେଷ କରିବା ପରେ କେମ୍ବ୍ରିଜ୍‌ରୁ ଉଚ୍ଚଶିକ୍ଷା ଲାଭ କରିଥିଲେ। ତେବେ ଯେତେବେଳେ ତାଙ୍କୁ ପାଞ୍ଚବର୍ଷ ବୟସ ହୋଇଥିଲା ମା’ ତାଙ୍କୁ ନୋଟ୍‌ବୁକ୍‌ ଦେଇଥିଲେ ଗପ ଲେଖିବା ପାଇଁ। ସେ ସେଥିରେ ଭୁଲ୍‌ ବନାନଯୁକ୍ତ ମନକୁ ଆସିଲା ଭଳି କଥାଗୁଡ଼ା ଗାରଉଥିଲେ ବୋଲି କହନ୍ତି। ତେବେ ଏକ ଦୈନିକ ଇଂଲିଶ ଖବରକାଗଜରେ ତାଙ୍କ ପ୍ରଥମ ଗପ ପ୍ରକାଶ ପାଇବା ସହ ପାରିଶ୍ରମିକ ମିଳିଲା ବେଳକୁ ବୟସ ପହଞ୍ଚତ୍ଥିଲା ୧୪ରେ। ତା’ ପରେ ସେ ଲେଖାରେ ଗଭୀର ମନୋନିବେଶ କଲେ। ଲେଖକୀୟ ଅଭିଜ୍ଞତାକୁ ନେଇ ସେ କହନ୍ତି-ଯେତେବେଳେ ତାଙ୍କ ମନକୁ ନୂଆ ଆଇଡିଆ ଆସେ ତାହାକୁ ତତ୍‌କ୍ଷଣାତ୍‌ ସେ ଖାତାରେ ଟିପି ଦିଅନ୍ତି। ପରେ ତାହା ବଦଳିଚାଲେ। ସମୟ ଏମିତି ଆସେ ଲେଖା ଚୂଡ଼ାନ୍ତ ପର୍ଯ୍ୟାୟକୁ ଉନ୍ନୀତ ହେଲା ବେଳକୁ ପ୍ରଥମ ଡ୍ରାଫ୍ଟ ସହ ତାହାର ସାଦୃଶ୍ୟ କମ୍‌ ରହିଥାଏ। ଭାରତୀୟ ଔପନ୍ୟାସିକା, ସାମ୍ବାଦିକା ତଥା ସମ୍ପାଦକ ଭାବେ ବିଜ୍ଞମଣ୍ଡଳୀରେ ପରିଚୟ ହାସଲ କରିଥିବା ଅନୁରାଧାଙ୍କ ପ୍ରଥମ ଉପନ୍ୟାସ ‘ଆନ୍‌ ଆଟ୍‌ଲାସ ଅଫ୍‌ ଇମ୍ପସିବଲ ଲଙ୍ଗିଙ୍ଗ୍‌’ ୨୦୦୮ରେ ପ୍ରକାଶ ପାଇଥିଲା। ଏଥିସହିତ ୨୦୧୧ରେ ‘ଦି ଫୋଲ୍‌ଡେଡ୍‌ ଆର୍ଥ’, ୨୦୧୫ରେ ‘ସ୍ଲିପିଙ୍ଗ୍‌ ଅନ୍‌ ଜୁପିଟର’, ୨୦୧୮ରେ ‘ଅଲ୍‌ ଦି ଲାଇଭ୍‌ସ ଉଇ ନେଭର ଲିଭ୍‌ଡ’ ଏବଂ ୨୦୨୧ରେ ‘ଦି ଆର୍ଥସ୍ପାଇନର’ ଅନୁରାଧାଙ୍କ ପାଞ୍ଚଟି ଉପନ୍ୟାସ ପାଠକଙ୍କୁ ନୂଆ କଥାବସ୍ତୁ ଭେଟି ଦେବାରେ ସଫଳ ହୋଇଛି। ସେଥିପାଇଁ ଭାରତର ବିଭିନ୍ନ ଖବରକାଗଜ, ପ୍ରକାଶନୀ ସଂସ୍ଥାଠାରୁ ଆରମ୍ଭ କରି ଡିଏସ୍‌ସି ପ୍ରାଇଜ୍‌ ଫର୍‌ ସାଉଥ୍‌ ଏସିଆନ୍‌ ଲିଟରେଚର ଯାଏ ଅନ୍ତର୍ଜାତୀୟ ପୁରସ୍କାର ପାଇଛନ୍ତି। କିନ୍ତୁ ଗୋଟେ ବହି ଲେଖି ସାରିବା ପରେ ଆଉ ଗୋଟେ ଆଇଡିଆ ପାଇଗଲେ ସେ ଅଧିକ ଆନନ୍ଦିତ ହୋଇଥାଆନ୍ତି ବୋଲି କହିଥାଆନ୍ତି। ଏବେ ସେ ଉତ୍ତରାଖଣ୍ଡର ରାଣୀଖେତାରେ ସ୍ବାମୀ ରୁକୁନ୍‌ ଆଡ୍‌ଭାନୀଙ୍କ ସହ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri