ମାୟାଘେରରେ କଳା

ବ୍ରଜମୋହନ ମିଶ୍ର

ସଭାଟିଏ- ରାଜନୈତିକ ଅବା ଆଲୋଚନାଚକ୍ର ହେଉ ଅବା ବୈଜ୍ଞାନିକ ହେଉ କିମ୍ବା ଧାର୍ମିକ ହେଉ ସରିଗଲେ ମଞ୍ଚ ଉପରୁ ଅତିଥିମାନେ ବିଦାୟ ନେବା ଅବସରରେ ସଭାର ଉଦ୍ୟୋକ୍ତା ଘୋଷଣା କରନ୍ତି ଯେ ଏବେ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ସେଇ ସୂତ୍ରେ ସଙ୍ଗୀତ ଓ ନୃତ୍ୟର ଆୟୋଜନ କରାଯାଇଥାଏ। ସେଇଟି ନ ଥିଲେ ସଭାଟି ସତେଅବା ଉଜୁଡ଼ିଗଲା ବୋଲି ଜାଣ! ପୂର୍ବରୁ ଚାଲିଥିବା ଗରମାଗରମ ସଭା, ତା’ର ଚେହେରା, ଚାହାଣି, ଚମକ ଯେମିତି ହରେଇଦେଲା! ସଭା ସ୍ଥଳଟା ତା’ପରେ ଭାରି ଅଣପୁରୁଷା, ଅଣପୁରୁଷା ଲାଗେ; ଉପସ୍ଥିତ ଜନତା ଏପରି ଅପରାଧ ପାଇଁ ସଭାର ଉଦ୍ୟୋକ୍ତାମାନଙ୍କୁ ବହେ ବୋଲିବାଣୀ କ୍ଷେପିଦିଅନ୍ତି, ବେଳେବେଳେ ବି ସେମାନଙ୍କୁ ବିଧା ଗୋଇଠାରେ ଅସମ୍ଭାଳ କରିପକାନ୍ତି। ବିଚରା ଉଦ୍ୟୋକ୍ତା ଆପଣାକୁ ଅତ୍ୟନ୍ତ ଅର୍ଭକ ମନେକରି ତଳମୁହଁା ହୋଇ ରହନ୍ତି। ପକ୍ଷାନ୍ତରେ ସଭା ପରେ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ ଥିଲେ ସଭା ଉଠପଡ଼ ହୁଏ। ଖାଲି ମନୋରଞ୍ଜନ ହୁଏନାହିଁ ଜନତା ସେମାନଙ୍କ ଭିନ୍ନ ଏକ ତୁରୀୟ ଅବସ୍ଥାକୁ ଚାଲିଯାଆନ୍ତି। ଭାବ ସମାଧି ଜାଗାରେ ସେମାନଙ୍କ ଭିତରେ ଭୋଗ ସମାଧିଜନିତ ଏକ ଅସାଧାରଣ ଅବସ୍ଥା ସୃଷ୍ଟିହୁଏ। ଜନତା ଦୁଲ୍‌ମାଦଲ ହୁଏ, ଅନେକ ଶ୍ରାବ୍ୟ ଅଶ୍ରାବ୍ୟ ଶବ୍ଦ କରି ସେଇ ପରିବେଶଟିକୁ କିମ୍ଭୁତ କମାକାର କରିଦିଏ।
ଏଇ ସମକାଳୀନ ସହଜ ସଭ୍ୟ ସୁନ୍ଦର କଳାମତ୍କ ଦୃଶ୍ୟଟି କଥା ବିଚାରକୁ ନେଲେ, ସତରେ ନୃତ୍ୟ ଏବଂ ସଙ୍ଗୀତ କ’ଣ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ କି ବୋଲି ମନରେ ପ୍ରଶ୍ନଟିଏ ତରଙ୍ଗାୟିତ ହୋଇଯାଏ। ସଙ୍ଗୀତ ହେଉ କି ନୃତ୍ୟ, ଚିତ୍ରକଳା ହେଉ କି ଅଭିନୟ- ଏ ସବୁ କ’ଣ ମଣିଷର ମନ ପାଇଁ ସୃଷ୍ଟି ହୋଇଥିଲେ? ଗୀତଟିଏ ଗାଇ ଦେଇ ଗାୟକ, ନାଚଟିଏ ନାଚି ଦେଇ ନର୍ତ୍ତକ, ଶ୍ରୋତା ବା ଦର୍ଶକକୁ କ’ଣ ଦେଇଥାନ୍ତି? ସୂର୍ଯ୍ୟାସ୍ତର ଛବି, ଝରଣାର ଜଳଧାରା, ସାଗରର ଅସରା ନୃତ୍ୟ, ସମନ୍ବିତ ଅପାସୋରା ସଙ୍ଗୀତ ଇତ୍ୟାଦି ପ୍ରାକୃତିକ ଦୃଶ୍ୟରାଜି କ’ଣ କେବଳ ମଣିଷର ମନଟା ମୋହିବାକୁ ଅଭିପ୍ରେତ ନା ସତରେ ସେ ସବୁ ଏହା କରିଥାନ୍ତି? ପୁଣି ଏ ମନୋରଞ୍ଜନର ମାନେ କ’ଣ ? ମନଟି କାହିଁକି ରଞ୍ଜିତ ଅବା ରଙ୍ଗିନ୍‌ ହେବାକୁ ଚାହେଁ? ବାସ୍ତବରେ ମନରେ ଧର୍ମ ହିଁ ତାହା। ମନ ତ ସବୁବେଳେ ନିଜକୁ ରଞ୍ଜିତ କରି ରଖିବାକୁ ସକ୍‌ସକ୍‌ ହେଉଥାଏ। ସେଇଥି ପାଇଁ ତ ତାହା ଭାରି ଚଞ୍ଚଳ। ଯେତେ ରଞ୍ଜକ ଚିଜ ପାଇଲେ ବି, ନିରନ୍ତର ରଞ୍ଜିତ ହେଉଥିଲେ ବି ଏ ମନ ତଥାପି ଅଶାନ୍ତ। ଜୀବନ ନାଟକରେ ମନ ହେଉଛି ଏକ ଅତୃପ୍ତ ଅଶରୀରୀ ଯେ ଯାବତୀୟ ଭୌତିକ କାଣ୍ଡ ଘଟାଇବାରେ ଅକୃପଣ। ଏ ସଂସାରର ତଥା ସମଷ୍ଟି ଜୀବନର ସବୁ ବିପର୍ଯ୍ୟୟ ମୂଳରେ ମନର ବେପରୁଆ, ରଞ୍ଜନଲାଳସୀ ଭୋଗୀ, ସଙ୍କୁଚିତ ସ୍ଥିତି ରହିଛି। ଯଦି କଳାର ଚରମ ଲକ୍ଷ୍ୟ ହୁଏ ଆମତ୍ସଂସ୍କୃତି, ତାହାହେଲେ ଆମେ ନୃତ୍ୟ ତଥା ସଙ୍ଗୀତ କଳାକୁ କିପରି ଏକ ଏକ ମାମୁଲି, ପାର୍ଥତ୍ବତାରେ ନିଉଛୁଣା କରିଦେବା? ଜନତାର ମନୋରଞ୍ଜନ କରିବାର ଅର୍ଥ ଜନତା ଭିତରେ ଅନବରତ ଭୋଗାକାଂକ୍ଷୀ ମନଟିକୁ ଅଧିକ ଭୋଜ୍ୟ ଯୋଗାଇଦେବା। ସେପରି ହେଲେ ଜନତା ଭାରି ଉଚ୍ଚାଟିତ ହେବ, ନୃତ୍ୟର ଅନ୍ତର ଅପେକ୍ଷା ବାହାରଟାକୁ ବେଶି ହିଁ ଇଛିବ, ସଙ୍ଗୀତର ଭାବ ଅପେକ୍ଷା ଗାୟକର ଭଙ୍ଗୀରେ ସେ ଉତ୍ତେଜିତ ହେବ। ପ୍ରସାରଣ ନ ଚାହିଁ ସଙ୍କୋଚନରେ ବେଶ୍‌ ଆମତ୍ତୁଷ୍ଟି ଲାଭ କରିବ। ଫଳରେ କଳାର ଦର୍ଶନ ସହ ତା’ର ଆମତ୍ଦର୍ଶନ-ଯୋଗାରୂଢ଼ ହୋଇପାରିବ ନାହିଁ। ଜନତା କେବଳ ଶରୀରଧାରୀ ସତ୍ତା ବୋଲି ପରିଗଣିତ ହେବ।
ଯେଉଁ ସ୍ତରକୁ ଆଜିର ସଭ୍ୟତା କଳାମାନକୁ ଖସାଇ ଆଣିଛି, ସେଥିରୁ ନୃତ୍ୟ ଓ ସଙ୍ଗୀତର ନିସ୍ତାର ନାହିଁ। ସବୁଆଡ଼େ କେବଳ ମନର ତୁଷ୍ଟୀକରଣ। ଜନତାର ମନ କିଣି ଭୋଟ ପାଇବା ନିଶାରେ ନେତା ଯେପରି ରାଜନୈତିକ ନିର୍ବାଚନୀ ସଭାରେ ଅବା ଅତ୍ୟଧିକ ଅର୍ଥ ସଂଗ୍ରହ ପାଇଁ ସିନେମା ନିର୍ମାତା ଯେପରି କଦର୍ଯ୍ୟ ଭାବରେ ନର୍ତ୍ତକୀ ତଥା ଗାୟକମାନଙ୍କୁ ବ୍ୟବହାର କରୁଛନ୍ତି ତା’ ମୂଳରେ ଏହି ମନୋରଞ୍ଜନ ତତ୍ତ୍ୱଟି ବେଶ୍‌ ସକ୍ରିୟ। ଜନତାର ମନକୁ ସୁହାଇଲା ଭଳି ଦୃଶ୍ୟମାନ ପ୍ରସ୍ତୁତ କରାଯାଉଛି। ହେଲେ ଜନତାର ବି ଆମତ୍ା ଅଛି, ତା’ର ବି ଲକ୍ଷ୍ୟ ଅଛି। କିନ୍ତୁ ତା’ର ଆମେତ୍ାପଯୋଗୀ ସାଧନ ତା’ ନିକଟରେ ପହଞ୍ଚାଇ ଦିଆଯାଉନାହିଁ। ତାର ‘ଆବଶ୍ୟକତା’ ପରିବର୍ତ୍ତେ ତାର ‘ଇଚ୍ଛା’ ପୂରଣ ପାଇଁ ଯଥେଷ୍ଟ ଉପାଦାନ ଖୁବ୍‌ ଚତୁରତାର ସହ ନିର୍ମାଣ କରାଯାଉଛି। ‘ଆବଶ୍ୟକତା’ ଏବଂ ‘ଇଚ୍ଛା’ ଏକା କଥା ନୁହେଁ। ପ୍ରଥମଟି ମଣିଷର ଅନୁକୂଳ ହୋଇଥିବା ବେଳେ ଦ୍ୱିତୀୟଟି ଆଦୌ ତାହା ନୁହେଁ। ‘ଆବଶ୍ୟକତା’ ଆଦୌ ବାହ୍ୟ ନୁହଁ କିନ୍ତୁ ‘ଇଚ୍ଛା’ଟି ବାହ୍ୟ (ଅର୍ଥାତ୍‌ ତାହା ଅତିରିକ୍ତକୁ ଲୋଡ଼ିଥାଏ)। ମଣିଷ ମନ କିଣିବା ପାଇଁ ତାର ‘ଇଚ୍ଛା’(କାମନା)କୁ ଉତ୍ତେଜିତ କରିବାକୁ ସଙ୍କୁଚିତ ମଣିଷର ହୀନ ପ୍ରୟାସଟିର ଫଳ ହିଁ କଳାମାନଙ୍କର ଆମତ୍ଶକ୍ତି ଉପରେ ପ୍ରଚଣ୍ଡ ଅବିବେକୀ ଆକ୍ରମଣ ରୂପରେ ପ୍ରକାଶିତ ହୋଇଥାଏ। ଏତାଦୃଶ ବୀଭତ୍ସତା ଉଭୟ କଳା ତଥା ମଣିଷକୁ କକ୍ଷଚ୍ୟୁତ କରି ଲକ୍ଷ୍ୟଭ୍ରଷ୍ଟ କରାଇଥାନ୍ତି। ନୃତ୍ୟରତା ନର୍ତ୍ତକୀ ବିଶୁଦ୍ଧ କଳା ପରିବେଷଣ କରୁଥିଲେ ବି ଏହି ସୌଦାଗରୀ ମନୋବୃତ୍ତିର ଶିକାର ହେବା ଫଳରେ ସେମାନେ ନୃତ୍ୟର ଦର୍ଶନ ସମ୍ବନ୍ଧରେ ସେପରି ଗୁରୁତ୍ୱ ପ୍ରଦାନ କରି ନ ଥାନ୍ତି। ଚିତ୍ରକର ଏବଂ ସଙ୍ଗୀତଗାନକାରୀଙ୍କ ଅବସ୍ଥା ବି ଅନୁରୂପ ଭାବରେ ବିକୃତ। ସେମାନେ କଳା ପରିବେଷଣ କରନ୍ତି ନିଜ ‘ଇଚ୍ଛା’ ମାଧ୍ୟମରେ ଜନତାର ‘ଇଚ୍ଛା’ ପରିପୂରଣ କରିବା ପାଇଁ। ଜନତା ନୃତ୍ୟ ଦେଖି ଯେପରି ସାମୟିକ ଉଷ୍ମତା ଲାଭ କରିବେ ତାହା ହିଁ ଥାଏ ତାଙ୍କର ଉଦ୍ଦେଶ୍ୟ। ଏହା ମୂଳରେ ଥାଏ ସେମାନଙ୍କର ଭୋଗବାଦିତା, ଯାହା ସେମାନଙ୍କୁ ଅନ୍ତଃ ସ୍ତରରେ ଖଣ୍ଡିତ ତେଣୁ ବିକୃତ ତେଣୁ ଅତ୍ୟନ୍ତ ପିପାସୀ କରି ରଖିଥାଏ। ନୃତ୍ୟ ଏକ ସାତ୍ତ୍ୱିକ କର୍ମଯୋଗ, ଭାବଯୋଗ ତଥା ସମାଧିଯୋଗ। ଏହା ଶରୀରରେ ଯେତେ ହୁଏ, ତା’ଠାରୁ ଅଧିକ ହୁଏ ଭାବରେ, ଯାହା ନର୍ତ୍ତକ ବା ନର୍ତ୍ତକୀକୁ ସମାଧିସ୍ଥ କରିପାରେ। ଅସାଧାରଣ ଶକ୍ତିସମ୍ପନ୍ନ ଏହି କଳା ମଣିଷକୁ ମୋକ୍ଷ ପ୍ରଦାନ କରିପାରେ (ଯେକୌଣସି କଳା ମଧ୍ୟ ଏହି ଶକ୍ତିସମ୍ପନ୍ନ, କିନ୍ତୁ ନୃତ୍ୟ ଓ ସଙ୍ଗୀତରେ ଏହା ପ୍ରଭୂତ)। ଏହି କ୍ରାନ୍ତିକାରୀ ପ୍ରଭାବ ଯୋଗୁ ନୃତ୍ୟ ସଦୃଶ ଦୃଶ୍ୟକଳା ବ୍ୟକ୍ତି ତଥା ସମାଜର ଚେତନାରେ ଅଭୂତପୂର୍ବ ସୂର୍ଯ୍ୟୋଦୟ ଆଣିପାରନ୍ତା। ଫଳରେ ମାନବ ସଭ୍ୟତା ଅଧିକ ସଂସ୍କୃତିସମ୍ପନ୍ନ ହୋଇପାରନ୍ତା। ମଣିଷ ଏକ ଅଭିନବ ପ୍ରାଣଶକ୍ତି ନେଇ କେଉଁ ଏକ ଦିବ୍ୟ ମିଳନର ପ୍ରୟାସୀ ହୋଇପାରନ୍ତା। ଜୀବନର ଯାବତୀୟ ଆଭ୍ୟନ୍ତରୀଣ ଅତ୍ୟାଚାରକୁ ସାମାନ୍ୟତମ ସ୍ବାଗତ ନ ଜଣାଇ ବରଂ ସେସବୁର ଯଥାଯଥ ନିର୍ବାପନ ପାଇଁ ସେ ସତତ ଚେଷ୍ଟିତ ହୁଅନ୍ତା। ତା’ର ଏହି ମହନୀୟ ସାଧନା ତାକୁ ଯଥାର୍ଥରେ ଶକ୍ତିସମ୍ପନ୍ନ, ଜ୍ଞାନମଣ୍ଡିତ ତଥା ବିତ୍ତଶାଳୀ କରିପାରନ୍ତା।
ଆମ ସମୟରେ ବଜାର ଅର୍ଥନୀତିର ପ୍ରାଦୁର୍ଭାବ ଏପରି ହୋଇଛି ଯେ ତାହା ଭାଷାରେ ପ୍ରକାଶ କରିହେବ ନାହିଁ। ଦ୍ରବ୍ୟମାନ, କର୍ମମାନ, କେତେ ପଣ୍ୟ ହେବାକୁ ସମର୍ଥ- ଏହି ନ୍ୟାୟରେ ବ୍ୟକ୍ତି, ସମଷ୍ଟି, ଉପତ୍ାଦନ, ଉପତ୍ାଦକ, କଳା, କଳାକାର, ସମାଜ ଓ ସଭ୍ୟତା ସବୁର ମାନ ନିର୍ଦ୍ଧାରଣ କରାଯାଉଛି, ଯାହା ଅତ୍ୟନ୍ତ ଭୟାନକ। ଯଦି ନୃତ୍ୟକୁ ବଜାର ଅର୍ଥନୀତି ଅନୁକୂଳ ପଣ୍ୟରେ ପରିଣତ କରିଦିଆଯାଏ (ଯାହା ଏବେ ହୋଇଛି), ତାହା ହେଲେ ତାହା ତା’ର ସ୍ବଧର୍ମ ହରାଏ। ଏବେ ନୃତ୍ୟକୁ ସେହି ଲକ୍ଷ୍ୟରେ ମନୋରଞ୍ଜନଧର୍ମୀ କରିବାରେ ଏତେ ବ୍ୟାକୁଳତା, ଏତେ ପ୍ରଚଣ୍ଡ ଅଭୀପ୍ସା। ଶୋଚନାର କଥା କଳାକାରମାନେ ମଧ୍ୟ ଏଇ ଦୁର୍ବିନୀତ ଶକ୍ତିର ବଶ୍ୟତା ସ୍ବୀକାର କରିବାକୁ ଆଦୌ କୃପଣ ନୁହନ୍ତି। ଅଧିକନ୍ତୁ ସତେଯେପରି ସେମାନେ ତା’ର ବାହକ ହେବାକୁ ଗୋଡ଼ଟେକି ବସିଛନ୍ତି! ଫଳରେ ସେମାନେ ନୃତ୍ୟଶିଳ୍ପୀ ହୋଇଥିଲେ ଅବା ସଙ୍ଗୀତଜ୍ଞ ହୋଇ ଖୁବ୍‌ ମନୋରଞ୍ଜକ କଳା ପରିବେଷଣ କରି ଜନତାକୁ ତୁଷ୍ଟ କରି ଆପଣାକୁ ତୁଷ୍ଟ କରୁଥିଲେ ହେଁ ପ୍ରକୃତରେ ସେମାନେ ଆପଣାକୁ, ଜନତାକୁ ଓ କଳାକୁ କାମନାର କାଦମ୍ବରୀ ପିଆଉଥାନ୍ତି।
ଭଦ୍ରକ, ମୋ: ୮୦୧୮୦୮୭୮୩୧


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?