ମାୟାଘେରରେ କଳା

ବ୍ରଜମୋହନ ମିଶ୍ର

ସଭାଟିଏ- ରାଜନୈତିକ ଅବା ଆଲୋଚନାଚକ୍ର ହେଉ ଅବା ବୈଜ୍ଞାନିକ ହେଉ କିମ୍ବା ଧାର୍ମିକ ହେଉ ସରିଗଲେ ମଞ୍ଚ ଉପରୁ ଅତିଥିମାନେ ବିଦାୟ ନେବା ଅବସରରେ ସଭାର ଉଦ୍ୟୋକ୍ତା ଘୋଷଣା କରନ୍ତି ଯେ ଏବେ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ସେଇ ସୂତ୍ରେ ସଙ୍ଗୀତ ଓ ନୃତ୍ୟର ଆୟୋଜନ କରାଯାଇଥାଏ। ସେଇଟି ନ ଥିଲେ ସଭାଟି ସତେଅବା ଉଜୁଡ଼ିଗଲା ବୋଲି ଜାଣ! ପୂର୍ବରୁ ଚାଲିଥିବା ଗରମାଗରମ ସଭା, ତା’ର ଚେହେରା, ଚାହାଣି, ଚମକ ଯେମିତି ହରେଇଦେଲା! ସଭା ସ୍ଥଳଟା ତା’ପରେ ଭାରି ଅଣପୁରୁଷା, ଅଣପୁରୁଷା ଲାଗେ; ଉପସ୍ଥିତ ଜନତା ଏପରି ଅପରାଧ ପାଇଁ ସଭାର ଉଦ୍ୟୋକ୍ତାମାନଙ୍କୁ ବହେ ବୋଲିବାଣୀ କ୍ଷେପିଦିଅନ୍ତି, ବେଳେବେଳେ ବି ସେମାନଙ୍କୁ ବିଧା ଗୋଇଠାରେ ଅସମ୍ଭାଳ କରିପକାନ୍ତି। ବିଚରା ଉଦ୍ୟୋକ୍ତା ଆପଣାକୁ ଅତ୍ୟନ୍ତ ଅର୍ଭକ ମନେକରି ତଳମୁହଁା ହୋଇ ରହନ୍ତି। ପକ୍ଷାନ୍ତରେ ସଭା ପରେ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ ଥିଲେ ସଭା ଉଠପଡ଼ ହୁଏ। ଖାଲି ମନୋରଞ୍ଜନ ହୁଏନାହିଁ ଜନତା ସେମାନଙ୍କ ଭିନ୍ନ ଏକ ତୁରୀୟ ଅବସ୍ଥାକୁ ଚାଲିଯାଆନ୍ତି। ଭାବ ସମାଧି ଜାଗାରେ ସେମାନଙ୍କ ଭିତରେ ଭୋଗ ସମାଧିଜନିତ ଏକ ଅସାଧାରଣ ଅବସ୍ଥା ସୃଷ୍ଟିହୁଏ। ଜନତା ଦୁଲ୍‌ମାଦଲ ହୁଏ, ଅନେକ ଶ୍ରାବ୍ୟ ଅଶ୍ରାବ୍ୟ ଶବ୍ଦ କରି ସେଇ ପରିବେଶଟିକୁ କିମ୍ଭୁତ କମାକାର କରିଦିଏ।
ଏଇ ସମକାଳୀନ ସହଜ ସଭ୍ୟ ସୁନ୍ଦର କଳାମତ୍କ ଦୃଶ୍ୟଟି କଥା ବିଚାରକୁ ନେଲେ, ସତରେ ନୃତ୍ୟ ଏବଂ ସଙ୍ଗୀତ କ’ଣ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ କି ବୋଲି ମନରେ ପ୍ରଶ୍ନଟିଏ ତରଙ୍ଗାୟିତ ହୋଇଯାଏ। ସଙ୍ଗୀତ ହେଉ କି ନୃତ୍ୟ, ଚିତ୍ରକଳା ହେଉ କି ଅଭିନୟ- ଏ ସବୁ କ’ଣ ମଣିଷର ମନ ପାଇଁ ସୃଷ୍ଟି ହୋଇଥିଲେ? ଗୀତଟିଏ ଗାଇ ଦେଇ ଗାୟକ, ନାଚଟିଏ ନାଚି ଦେଇ ନର୍ତ୍ତକ, ଶ୍ରୋତା ବା ଦର୍ଶକକୁ କ’ଣ ଦେଇଥାନ୍ତି? ସୂର୍ଯ୍ୟାସ୍ତର ଛବି, ଝରଣାର ଜଳଧାରା, ସାଗରର ଅସରା ନୃତ୍ୟ, ସମନ୍ବିତ ଅପାସୋରା ସଙ୍ଗୀତ ଇତ୍ୟାଦି ପ୍ରାକୃତିକ ଦୃଶ୍ୟରାଜି କ’ଣ କେବଳ ମଣିଷର ମନଟା ମୋହିବାକୁ ଅଭିପ୍ରେତ ନା ସତରେ ସେ ସବୁ ଏହା କରିଥାନ୍ତି? ପୁଣି ଏ ମନୋରଞ୍ଜନର ମାନେ କ’ଣ ? ମନଟି କାହିଁକି ରଞ୍ଜିତ ଅବା ରଙ୍ଗିନ୍‌ ହେବାକୁ ଚାହେଁ? ବାସ୍ତବରେ ମନରେ ଧର୍ମ ହିଁ ତାହା। ମନ ତ ସବୁବେଳେ ନିଜକୁ ରଞ୍ଜିତ କରି ରଖିବାକୁ ସକ୍‌ସକ୍‌ ହେଉଥାଏ। ସେଇଥି ପାଇଁ ତ ତାହା ଭାରି ଚଞ୍ଚଳ। ଯେତେ ରଞ୍ଜକ ଚିଜ ପାଇଲେ ବି, ନିରନ୍ତର ରଞ୍ଜିତ ହେଉଥିଲେ ବି ଏ ମନ ତଥାପି ଅଶାନ୍ତ। ଜୀବନ ନାଟକରେ ମନ ହେଉଛି ଏକ ଅତୃପ୍ତ ଅଶରୀରୀ ଯେ ଯାବତୀୟ ଭୌତିକ କାଣ୍ଡ ଘଟାଇବାରେ ଅକୃପଣ। ଏ ସଂସାରର ତଥା ସମଷ୍ଟି ଜୀବନର ସବୁ ବିପର୍ଯ୍ୟୟ ମୂଳରେ ମନର ବେପରୁଆ, ରଞ୍ଜନଲାଳସୀ ଭୋଗୀ, ସଙ୍କୁଚିତ ସ୍ଥିତି ରହିଛି। ଯଦି କଳାର ଚରମ ଲକ୍ଷ୍ୟ ହୁଏ ଆମତ୍ସଂସ୍କୃତି, ତାହାହେଲେ ଆମେ ନୃତ୍ୟ ତଥା ସଙ୍ଗୀତ କଳାକୁ କିପରି ଏକ ଏକ ମାମୁଲି, ପାର୍ଥତ୍ବତାରେ ନିଉଛୁଣା କରିଦେବା? ଜନତାର ମନୋରଞ୍ଜନ କରିବାର ଅର୍ଥ ଜନତା ଭିତରେ ଅନବରତ ଭୋଗାକାଂକ୍ଷୀ ମନଟିକୁ ଅଧିକ ଭୋଜ୍ୟ ଯୋଗାଇଦେବା। ସେପରି ହେଲେ ଜନତା ଭାରି ଉଚ୍ଚାଟିତ ହେବ, ନୃତ୍ୟର ଅନ୍ତର ଅପେକ୍ଷା ବାହାରଟାକୁ ବେଶି ହିଁ ଇଛିବ, ସଙ୍ଗୀତର ଭାବ ଅପେକ୍ଷା ଗାୟକର ଭଙ୍ଗୀରେ ସେ ଉତ୍ତେଜିତ ହେବ। ପ୍ରସାରଣ ନ ଚାହିଁ ସଙ୍କୋଚନରେ ବେଶ୍‌ ଆମତ୍ତୁଷ୍ଟି ଲାଭ କରିବ। ଫଳରେ କଳାର ଦର୍ଶନ ସହ ତା’ର ଆମତ୍ଦର୍ଶନ-ଯୋଗାରୂଢ଼ ହୋଇପାରିବ ନାହିଁ। ଜନତା କେବଳ ଶରୀରଧାରୀ ସତ୍ତା ବୋଲି ପରିଗଣିତ ହେବ।
ଯେଉଁ ସ୍ତରକୁ ଆଜିର ସଭ୍ୟତା କଳାମାନକୁ ଖସାଇ ଆଣିଛି, ସେଥିରୁ ନୃତ୍ୟ ଓ ସଙ୍ଗୀତର ନିସ୍ତାର ନାହିଁ। ସବୁଆଡ଼େ କେବଳ ମନର ତୁଷ୍ଟୀକରଣ। ଜନତାର ମନ କିଣି ଭୋଟ ପାଇବା ନିଶାରେ ନେତା ଯେପରି ରାଜନୈତିକ ନିର୍ବାଚନୀ ସଭାରେ ଅବା ଅତ୍ୟଧିକ ଅର୍ଥ ସଂଗ୍ରହ ପାଇଁ ସିନେମା ନିର୍ମାତା ଯେପରି କଦର୍ଯ୍ୟ ଭାବରେ ନର୍ତ୍ତକୀ ତଥା ଗାୟକମାନଙ୍କୁ ବ୍ୟବହାର କରୁଛନ୍ତି ତା’ ମୂଳରେ ଏହି ମନୋରଞ୍ଜନ ତତ୍ତ୍ୱଟି ବେଶ୍‌ ସକ୍ରିୟ। ଜନତାର ମନକୁ ସୁହାଇଲା ଭଳି ଦୃଶ୍ୟମାନ ପ୍ରସ୍ତୁତ କରାଯାଉଛି। ହେଲେ ଜନତାର ବି ଆମତ୍ା ଅଛି, ତା’ର ବି ଲକ୍ଷ୍ୟ ଅଛି। କିନ୍ତୁ ତା’ର ଆମେତ୍ାପଯୋଗୀ ସାଧନ ତା’ ନିକଟରେ ପହଞ୍ଚାଇ ଦିଆଯାଉନାହିଁ। ତାର ‘ଆବଶ୍ୟକତା’ ପରିବର୍ତ୍ତେ ତାର ‘ଇଚ୍ଛା’ ପୂରଣ ପାଇଁ ଯଥେଷ୍ଟ ଉପାଦାନ ଖୁବ୍‌ ଚତୁରତାର ସହ ନିର୍ମାଣ କରାଯାଉଛି। ‘ଆବଶ୍ୟକତା’ ଏବଂ ‘ଇଚ୍ଛା’ ଏକା କଥା ନୁହେଁ। ପ୍ରଥମଟି ମଣିଷର ଅନୁକୂଳ ହୋଇଥିବା ବେଳେ ଦ୍ୱିତୀୟଟି ଆଦୌ ତାହା ନୁହେଁ। ‘ଆବଶ୍ୟକତା’ ଆଦୌ ବାହ୍ୟ ନୁହଁ କିନ୍ତୁ ‘ଇଚ୍ଛା’ଟି ବାହ୍ୟ (ଅର୍ଥାତ୍‌ ତାହା ଅତିରିକ୍ତକୁ ଲୋଡ଼ିଥାଏ)। ମଣିଷ ମନ କିଣିବା ପାଇଁ ତାର ‘ଇଚ୍ଛା’(କାମନା)କୁ ଉତ୍ତେଜିତ କରିବାକୁ ସଙ୍କୁଚିତ ମଣିଷର ହୀନ ପ୍ରୟାସଟିର ଫଳ ହିଁ କଳାମାନଙ୍କର ଆମତ୍ଶକ୍ତି ଉପରେ ପ୍ରଚଣ୍ଡ ଅବିବେକୀ ଆକ୍ରମଣ ରୂପରେ ପ୍ରକାଶିତ ହୋଇଥାଏ। ଏତାଦୃଶ ବୀଭତ୍ସତା ଉଭୟ କଳା ତଥା ମଣିଷକୁ କକ୍ଷଚ୍ୟୁତ କରି ଲକ୍ଷ୍ୟଭ୍ରଷ୍ଟ କରାଇଥାନ୍ତି। ନୃତ୍ୟରତା ନର୍ତ୍ତକୀ ବିଶୁଦ୍ଧ କଳା ପରିବେଷଣ କରୁଥିଲେ ବି ଏହି ସୌଦାଗରୀ ମନୋବୃତ୍ତିର ଶିକାର ହେବା ଫଳରେ ସେମାନେ ନୃତ୍ୟର ଦର୍ଶନ ସମ୍ବନ୍ଧରେ ସେପରି ଗୁରୁତ୍ୱ ପ୍ରଦାନ କରି ନ ଥାନ୍ତି। ଚିତ୍ରକର ଏବଂ ସଙ୍ଗୀତଗାନକାରୀଙ୍କ ଅବସ୍ଥା ବି ଅନୁରୂପ ଭାବରେ ବିକୃତ। ସେମାନେ କଳା ପରିବେଷଣ କରନ୍ତି ନିଜ ‘ଇଚ୍ଛା’ ମାଧ୍ୟମରେ ଜନତାର ‘ଇଚ୍ଛା’ ପରିପୂରଣ କରିବା ପାଇଁ। ଜନତା ନୃତ୍ୟ ଦେଖି ଯେପରି ସାମୟିକ ଉଷ୍ମତା ଲାଭ କରିବେ ତାହା ହିଁ ଥାଏ ତାଙ୍କର ଉଦ୍ଦେଶ୍ୟ। ଏହା ମୂଳରେ ଥାଏ ସେମାନଙ୍କର ଭୋଗବାଦିତା, ଯାହା ସେମାନଙ୍କୁ ଅନ୍ତଃ ସ୍ତରରେ ଖଣ୍ଡିତ ତେଣୁ ବିକୃତ ତେଣୁ ଅତ୍ୟନ୍ତ ପିପାସୀ କରି ରଖିଥାଏ। ନୃତ୍ୟ ଏକ ସାତ୍ତ୍ୱିକ କର୍ମଯୋଗ, ଭାବଯୋଗ ତଥା ସମାଧିଯୋଗ। ଏହା ଶରୀରରେ ଯେତେ ହୁଏ, ତା’ଠାରୁ ଅଧିକ ହୁଏ ଭାବରେ, ଯାହା ନର୍ତ୍ତକ ବା ନର୍ତ୍ତକୀକୁ ସମାଧିସ୍ଥ କରିପାରେ। ଅସାଧାରଣ ଶକ୍ତିସମ୍ପନ୍ନ ଏହି କଳା ମଣିଷକୁ ମୋକ୍ଷ ପ୍ରଦାନ କରିପାରେ (ଯେକୌଣସି କଳା ମଧ୍ୟ ଏହି ଶକ୍ତିସମ୍ପନ୍ନ, କିନ୍ତୁ ନୃତ୍ୟ ଓ ସଙ୍ଗୀତରେ ଏହା ପ୍ରଭୂତ)। ଏହି କ୍ରାନ୍ତିକାରୀ ପ୍ରଭାବ ଯୋଗୁ ନୃତ୍ୟ ସଦୃଶ ଦୃଶ୍ୟକଳା ବ୍ୟକ୍ତି ତଥା ସମାଜର ଚେତନାରେ ଅଭୂତପୂର୍ବ ସୂର୍ଯ୍ୟୋଦୟ ଆଣିପାରନ୍ତା। ଫଳରେ ମାନବ ସଭ୍ୟତା ଅଧିକ ସଂସ୍କୃତିସମ୍ପନ୍ନ ହୋଇପାରନ୍ତା। ମଣିଷ ଏକ ଅଭିନବ ପ୍ରାଣଶକ୍ତି ନେଇ କେଉଁ ଏକ ଦିବ୍ୟ ମିଳନର ପ୍ରୟାସୀ ହୋଇପାରନ୍ତା। ଜୀବନର ଯାବତୀୟ ଆଭ୍ୟନ୍ତରୀଣ ଅତ୍ୟାଚାରକୁ ସାମାନ୍ୟତମ ସ୍ବାଗତ ନ ଜଣାଇ ବରଂ ସେସବୁର ଯଥାଯଥ ନିର୍ବାପନ ପାଇଁ ସେ ସତତ ଚେଷ୍ଟିତ ହୁଅନ୍ତା। ତା’ର ଏହି ମହନୀୟ ସାଧନା ତାକୁ ଯଥାର୍ଥରେ ଶକ୍ତିସମ୍ପନ୍ନ, ଜ୍ଞାନମଣ୍ଡିତ ତଥା ବିତ୍ତଶାଳୀ କରିପାରନ୍ତା।
ଆମ ସମୟରେ ବଜାର ଅର୍ଥନୀତିର ପ୍ରାଦୁର୍ଭାବ ଏପରି ହୋଇଛି ଯେ ତାହା ଭାଷାରେ ପ୍ରକାଶ କରିହେବ ନାହିଁ। ଦ୍ରବ୍ୟମାନ, କର୍ମମାନ, କେତେ ପଣ୍ୟ ହେବାକୁ ସମର୍ଥ- ଏହି ନ୍ୟାୟରେ ବ୍ୟକ୍ତି, ସମଷ୍ଟି, ଉପତ୍ାଦନ, ଉପତ୍ାଦକ, କଳା, କଳାକାର, ସମାଜ ଓ ସଭ୍ୟତା ସବୁର ମାନ ନିର୍ଦ୍ଧାରଣ କରାଯାଉଛି, ଯାହା ଅତ୍ୟନ୍ତ ଭୟାନକ। ଯଦି ନୃତ୍ୟକୁ ବଜାର ଅର୍ଥନୀତି ଅନୁକୂଳ ପଣ୍ୟରେ ପରିଣତ କରିଦିଆଯାଏ (ଯାହା ଏବେ ହୋଇଛି), ତାହା ହେଲେ ତାହା ତା’ର ସ୍ବଧର୍ମ ହରାଏ। ଏବେ ନୃତ୍ୟକୁ ସେହି ଲକ୍ଷ୍ୟରେ ମନୋରଞ୍ଜନଧର୍ମୀ କରିବାରେ ଏତେ ବ୍ୟାକୁଳତା, ଏତେ ପ୍ରଚଣ୍ଡ ଅଭୀପ୍ସା। ଶୋଚନାର କଥା କଳାକାରମାନେ ମଧ୍ୟ ଏଇ ଦୁର୍ବିନୀତ ଶକ୍ତିର ବଶ୍ୟତା ସ୍ବୀକାର କରିବାକୁ ଆଦୌ କୃପଣ ନୁହନ୍ତି। ଅଧିକନ୍ତୁ ସତେଯେପରି ସେମାନେ ତା’ର ବାହକ ହେବାକୁ ଗୋଡ଼ଟେକି ବସିଛନ୍ତି! ଫଳରେ ସେମାନେ ନୃତ୍ୟଶିଳ୍ପୀ ହୋଇଥିଲେ ଅବା ସଙ୍ଗୀତଜ୍ଞ ହୋଇ ଖୁବ୍‌ ମନୋରଞ୍ଜକ କଳା ପରିବେଷଣ କରି ଜନତାକୁ ତୁଷ୍ଟ କରି ଆପଣାକୁ ତୁଷ୍ଟ କରୁଥିଲେ ହେଁ ପ୍ରକୃତରେ ସେମାନେ ଆପଣାକୁ, ଜନତାକୁ ଓ କଳାକୁ କାମନାର କାଦମ୍ବରୀ ପିଆଉଥାନ୍ତି।
ଭଦ୍ରକ, ମୋ: ୮୦୧୮୦୮୭୮୩୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri