ଏଇ ଭାରତରେ

ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଜଣେ ମହିଳା ଶ୍ମଶାନର ବିକାଶ ପାଇଁ କାମ କରିବା କିଛି କମ୍‌ କଥା ନୁହେଁ। ଏଭଳି କାର୍ଯ୍ୟ କରୁଛନ୍ତି ଚେନ୍ନାଇର ଏସ୍ଥର ଶାନ୍ତି। ଚେନ୍ନାଇର ସବୁଠୁ ବଡ଼ ଶ୍ମଶାନ ଓଟେରିରେ ସେ ୨୦୧୪ରୁ କାମ କରୁଛନ୍ତି। ଶାନ୍ତିଙ୍କୁ ୪୪ ବର୍ଷ। ସେ ପ୍ରଥମେ ଏକ ଏନ୍‌ଜିଓରେ କାମ କରୁଥିଲେ ଓ ତାଙ୍କୁ ଶ୍ମଶାନ ପରିଚାଳନା ଦାୟିତ୍ୱ ପ୍ରଦାନ କରାଯାଇଥିଲା ୨୦୦୯ରେ। ସେ ଏହାକୁ ସାଦରେ ଗ୍ରହଣ କରିଥିଲେ। ପରେ ସେ ଏନ୍‌ଜିଓ କର୍ମକର୍ତ୍ତାଙ୍କ ସହ ବିଭିନ୍ନ ଶ୍ମଶାନର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିବା ସମୟରେ ଓଟେରି ଶ୍ମଶାନର ଦୁରବସ୍ଥା ଦେଖି ତାହାକୁ ସୁଧାରିବା ଲାଗି ଆଗେଇ ଆସିଥିଲେ। ନିଶା ଓ ଚୋରା କାରବାରର ଏକ ସ୍ଥାନ ପାଲଟିଥିବା ଏହିି ଶ୍ମଶାନକୁ ସେ ଯେତେବେଳେ ପରିବର୍ତ୍ତନ କରିବାକୁ ଆଗେଇ ଆସିଲେ, ବହୁ ଧମକ ଚମକ ଦିଆଯାଇଥିଲା ତାଙ୍କୁ। ଜୀବନରୁ ମାରିଦେବାକୁ ଧମକ ବି ଦିଆଯାଇଥିଲା। ଏସବୁକୁ ଖାତିର ନ କରି ଶାନ୍ତି ଏବେ ଓଟେରିକୁ ଏକ ସୁନ୍ଦର ଶ୍ମଶାନ ଭାବେ ଗଢ଼ିଛନ୍ତି। ଏହିି କାର୍ଯ୍ୟ ପାଇଁ ସେ ମାସକୁ ୧୫,୦୦୦ ଟଙ୍କା ଦରମା ପାଇ ପରିବାର ପ୍ରତିପୋଷଣ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୀରବ ଆକ୍ରମଣ

କାଳସ୍ରୋତର ଅନବରତ ପ୍ରବାହରେ ଓଡ଼ିଶାର ସାମାଜିକ-ଆର୍ଥିକ-ସାଂସ୍କୃତିକ ସଂରଚନା ଆଜି ଏକ ଭୟାବହ, ଦୁରାରୋଗ୍ୟ ଦୁର୍ବିପାକର ସମ୍ମୁଖୀନ – ତାହା ହେଉଛି ଜବରଦଖଲ । ଏହା କେବଳ ଏକ…

କ୍ଷମତା ଓ ଅହଂ

ଭାରତରେ ପାଞ୍ଚ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହୁଏ। କେହି କେହି ଜିତନ୍ତି ଓ କେହି କେହି ପରାଜିତ ହୁଅନ୍ତି। ବେଳେବେଳେ ବିଭିନ୍ନ କାରଣରୁ ଅନେକ ଯୋଗ୍ୟ…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଏଇ ଭାରତରେ

ତେଲଙ୍ଗାନାରେ ‘ମିନି ବ୍ରାଜିଲ’ ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି କା ମିନି ବ୍ରାଜିଲ ହେଉଛି ସିକନ୍ଦରାବାଦର ଭାଲ୍ଲୁର ନଗର। ଏଭଳି ନାମକରଣର କାରଣ…

ହାରିଯାଇଥିବା ଲୋକ

ବାରମ୍ବାର ବିଫଳ ହେଉଥିବା ପାଣ୍ଡବଙ୍କ ସହ କିନ୍ତୁ ଶ୍ରୀକୃଷ୍ଣ ସାଥ୍‌ ଦେଇଥିଲେ। ଯୁଦ୍ଧରେ ଭବିଷ୍ୟତର ପରାଜୟକୁ ଦେଖୁଥିବା କର୍ଣ୍ଣ ମୃତ୍ୟୁକୁ ସ୍ବାଗତ କଲେ। ହେଲେ ନିଜର ସାଥୀ…

ମମଦାନୀଙ୍କ ଦୃଷ୍ଟିକୋଣ

ଫ୍ରାନ୍ସିସ୍‌ ଫୁକୁୟାମାଙ୍କ ୧୯୯୦ ଦଶକର ‘ଇତିହାସର ସମାପ୍ତି’ ସିଦ୍ଧାନ୍ତ ଉଦାରବାଦୀ-ଗଣତାନ୍ତ୍ରିକ ପାଶ୍ଚାତ୍ୟ ଜଗତକୁ ଏକାଠି ବାନ୍ଧି ରଖିଥିଲା। ତାଙ୍କର ଯୁକ୍ତି ଥିଲା, ପାଶ୍ଚାତ୍ୟ ଉଦାରବାଦୀ-ଗଣତାନ୍ତ୍ରିକ କଲ୍ୟାଣକାରୀ ପୁଞ୍ଜିବାଦ…

ପାଠ୍ୟପୁସ୍ତକ ରାଜନୀତି

ଗୋଟିଏ ସ୍କୁଲ ବନ୍ଦ ହେଲେ ସେହି ଅଞ୍ଚଳର ପିଲାଙ୍କ ଭବିଷ୍ୟତ ନଷ୍ଟ ହୁଏ। କିନ୍ତୁ ଗୋଟିଏ ବର୍ଷର ପାଠ୍ୟପୁସ୍ତକ ନଷ୍ଟ ହେଲେ ସେହି ରାଜ୍ୟର ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ…

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri