କଣ୍ଟେନର ଡିପୋରେ ଅଗ୍ନିକାଣ୍ଡ: ୧୬ ମୃତ, ୪୫୦ରୁ ଅଧିକ ଆହତ

ଢାକା,୫ା୬: ଦକ୍ଷିଣ-ପୂର୍ବ ବାଂଲାଦେଶର ଏକ ଆଭ୍ୟନ୍ତରୀଣ କଣ୍ଟେନର ଡିପୋରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛ। ଏଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୫୦ରୁ ଅଧିକ ଲୋକ ଆହତ ହୋଇଥିବା ଅଧିକାରୀମାନେ ରବିବାର ଏହି ସୂଚନା ଦେଇଛନ୍ତି। ସେମାନେ କହିଛନ୍ତି, ବନ୍ଦର ସହର ଚିଟାଗଙ୍ଗଠାରୁ ୪୦ କିଲୋମିଟର ଦୂରରେ ଥିବା ସୀତାକୁଣ୍ଡୁରେ ଏକ ଡିପୋରେ ଶନିବାର ନିଆଁ ଲାଗିଥିଲା। ଅଗ୍ନିଶମ ବିଭାଗର ଅଧିକାରୀ ଫାରୁକ ହୁସେନ ସିକ୍‌ଦାର ରବିବାର ସକାଳେ କହିଛନ୍ତି, ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି।

ସ୍ଥାନୀୟ ବାସିନ୍ଦା କହିଛନ୍ତି, ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ନିକଟସ୍ଥ ଘରଗୁଡ଼ିକର ଝରକା ଭାଙ୍ଗି ଯାଇଛି। ଚିଟାଗଙ୍ଗ ସିଭିଲ ସର୍ଜନ ମହମ୍ମଦ ଇଲିୟାସ ହୁସେନ କହିଛନ୍ତି, ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ବଢ଼ିପାରେ। ଆହତଙ୍କ ମଧ୍ୟରେ ଅଗ୍ନିଶମ କର୍ମଚାରୀ ଏବଂ ପୋଲିସ କର୍ମଚାରୀ ଅଛନ୍ତି ବୋଲି ସେ କହିଛନ୍ତି। ପରିସ୍ଥିତିର ମୁକାବିଲା ପାଇଁ ସେ ଜିଲାର ସମସ୍ତ ଡାକ୍ତରଙ୍କୁ ଅନୁରୋଧ କରିବା ସହ ଜରୁରିକାଳୀନ ରକ୍ତଦାନ ପାଇଁ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଲିବାବା ଗ୍ରୁପର ଅଧ୍ୟକ୍ଷ ପଦରୁ ଅବସର ନେଲେ ଜ୍ୟାକ୍‌ ମା

ସାଂଘାଇ,୧୦।୯: ବିଶ୍ବର ଅନ୍ୟତମ ପ୍ରମୁଖ ଇ-କମର୍ସ କମ୍ପାନୀ ଆଲିବାବା ଗ୍ରୁପ ହୋଲ୍ଡିଂ ଲିମିଟେଡର ମୁଖ୍ୟ ତଥା ଚୀନର ବିଶିଷ୍ଟ ପୁଞ୍ଜିପତି ଜ୍ୟାକ ମା’ ନିଜ ୫୫ତମ...

‘ୟୁକ୍ରେନ ଯୁଦ୍ଧରୁ ପ୍ରୋତ୍ସାହିତ ହୋଇ ଚାଇନା ଭାରତ ଉପରେ କରିପାରେ ଆକ୍ରମଣ’

ନ୍ୟୁୟର୍କ,୬।୩: ଆମେରିକାର ପୂର୍ବତନ ପ୍ରତିରକ୍ଷା ସଚିବ ଜିମ ମ୍ୟାଟିସ ଏକ ବଡ଼ ଖୁଲାସା କରିଛନ୍ତି। ୟୁକ୍ରେନ ଯୁଦ୍ଧ ଦ୍ୱାରା ଉତ୍ସାହିତ ହୋଇ ଚାଇନା ମଧ୍ୟ ଭାରତ...

ଚାଇନା ବିମାନ ଦୁର୍ଘଟଣା: ସମସ୍ତ ୧୩୨ ଯାତ୍ରୀ ମୃତ, ୧୨୦ଜଣଙ୍କର ମିଳିଛି ପରିଚୟ

ବେଜିଂ,୨୭ ।୩: ମାର୍ଚ୍ଚ ୨୧ରେ ଚାଇନାର ଗ୍ୱାଂଗଝୁ ନିକଟ ଗୁଆଂକ୍ସି ସହର ପାଖରେ ଚାଇନା ଇଷ୍ଟର୍ଣ୍ଣ ୭୩୭-୮୦୦ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହି...

ଚାଇନାକୁ ଘେରିବା ପାଇଁ ‘ଅକସ୍‌’

ଓ୍ବାଶିଂଟନ/ଲଣ୍ଡନ,୧୭ା୯ସେପ୍ଟେମ୍ବର ୧୦ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ତାଙ୍କ ଚାଇନା ପ୍ରତିପକ୍ଷ ଶି ଜିନ୍‌ପିଙ୍ଗ୍‌ଙ୍କ ସହ ଫୋନ୍‌ରେ ଆଫଗାନିସ୍ତାନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଦୁଇ ନେତାଙ୍କ...

ରାତାରାତି ଲକ୍ଷପତି ହୋଇଗଲେ ୪ ଭିକାରି, ଜାଣନ୍ତୁ କିପରି

ପ୍ୟାରିସ,୧୦ା୧୦: ଫ୍ରାନ୍ସର ଲଟେରି ସଂଚାଳକ ଏଫ୍‌ଡିଜେ କହିଛନ୍ତି, ଭିକରେ ମିଳିଥିବା ଲଟେରି ଟିକେଟ ୪ ଭିକାରିଙ୍କୁ ରାତାରାତି ଲକ୍ଷପତି କରିଦେଇଛି। ପ୍ରତ୍ୟେକ ଭିକାରିଙ୍କୁ ୫୦ ହଜାର...

ରାଜ କପୁର, ଦିଲ୍ଲିପ କୁମାରଙ୍କ ପୈତୃକ ଘର କିଣିବେ ପାକିସ୍ତାନ ସରକାର

ଇସଲାମାବାଦ,୨୮ ।୯: ପାକିସ୍ତାନର ଖେବର-ପଖତନୱା ଅଞ୍ଚଳରେ ଐତିହାସିକ ସ୍ମାରକର ସଂରକ୍ଷଣ କରିବାକୁ ଯାଇ ସରକାର ଏବେ ବଲିଉଡ୍‌ର ନାମୀ କଳାକାର ଅଭିନେତା ରାଜ କପୁର ଓ...

ଏଲିଅନ୍‌ ଆତଙ୍କ: ଆମେରିକା ନୌବାହିନୀ ଯୁଦ୍ଧପୋତ ଉପରେ ଉଡ଼ିବୁଲିଲା ୧୪ ୟୁଏଫ୍‌ଓ…

ଓ୍ବାଶିଂଟନ,୩୦।୫: ଏଲିଅନ୍‌ଙ୍କୁ ନେଇ ଆମେରିକାର ଡେଲି ମେଲ୍‌ ଡଟ୍‌ କମ୍‌ରେ ଫିଲ୍ମ ମେକର ଜେରେମି କୋରଓ୍ବେଲଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ୪୬ ସେକେଣ୍ଡର ଏକ ଭିଡ଼ିଓ...

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ରୋକିବାରେ ଅସଫଳ ପାକିସ୍ତାନ: ଆମେରିକା ରିପୋର୍ଟ

ଓ୍ବାଶିଂଟନ,୨।୧୧: ପାକିସ୍ତାନ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ରୋକିବାରେ ଅସଫଳ ହୋଇଛି। ଏନେଇ ଆମେରିକା ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ଆମେରିକା ବହିର୍ବ୍ୟାପାର ବିଭାଗ ଦ୍ୱାରା...

Advertisement
Archives

Model This Week