Posted inଜାତୀୟ

ଜମି ପାଇଁ ଅଟକି ରହିଛି ୧୭ ଜବାହର ନବୋଦୟ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ…

ନୂଆଦିଲ୍ଲୀ, ୨।୮: ଆବଶ୍ୟକ ଜମି ନ ମିଳିବାରୁ ୧୭ ଜବାହର ନବୋଦୟ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଅଟକି ରହିଛି। ଲୋକ ସଭାରେ ସୋମବାର କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକ ସଭାରେ ରତନ ସିଂ ମାଗନ ସିଂ ରାଠୋରଙ୍କର ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି। ଜବାହର ନବୋଦୟ ବିଦ୍ୟାଳୟ(ଜେଏନ୍‌ଭି) ପାଇଁ ସ୍ଥାୟୀ କୋଠା ନିର୍ମାଣ ଏକ ଦୀର୍ଘକାଳୀନ ପ୍ରକ୍ରିୟା ଏବଂ ସମ୍ପୃକ୍ତ ରାଜ୍ୟ ସରକାରଙ୍କଠାରୁ ଜମି ନ ମିଳିବା କାରଣରୁ ଏସବୁ ବିଦ୍ୟାଳୟର ନିର୍ମାଣ ହୋଇ ପାରିନାହିଁ। ନବୋଦୟ ବିଦ୍ୟାଳୟ ଯୋଜନା ଅନ୍ତର୍ଗତ ଦେଶର ପ୍ରତ୍ୟେକ ଜିଲାରେ ଗୋଟିଏ ଜବାହର ନବୋଦୟ ବିଦ୍ୟାଳୟ ଖୋଲିବାକୁ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ,ଏପର୍ଯ୍ୟନ୍ତ ୬୬୧ ଜବାହର ନବୋଦୟ ବିଦ୍ୟାଳୟକୁୁ ଅନୁମତି ଦିଆଯାଇଛି। ସେଥିମଧ୍ୟରୁ ୫୮୦ ବିଦ୍ୟାଳୟ ସ୍ଥାୟୀ କ୍ୟାମ୍ପସରେ କାର୍ଯ୍ୟ କରୁଛି। ନିର୍ମାଣ ହୋଇ ପାରି ନ ଥିବା ୧୭ ନବୋଦୟ ବିଦ୍ୟାଳୟ ମଧ୍ୟରୁ ଅରୁଣାଚଳ ପ୍ରଦେଶରେ ଗୋଟିଏ, ଆସାମରେ ଗୋଟିଏ, ବିହାରରେ ଗୋଟିଏ, ଛତିଶଗଡରେ କୋଟିଏ, ଦିଲ୍ଲୀରେ ୭ଟି, ଜାମ୍ମୁ କାଶ୍ମୀରରେ ୨ଟି, ଝାଡ଼ଖଣ୍ଡରେ ଗୋଟିଏ ଏବଂ ପଶ୍ଚିମ ବଙ୍ଗରେ ୩ଟି ରହିଛି। ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ ଜବାହର ନବୋଦୟ ବିଦ୍ୟାଳୟ ପାଇଁ ସ୍ଥାୟୀ କ୍ୟାମ୍ପସ ନିର୍ମାଣ ଏକ ନିରନ୍ତର ପ୍ରକ୍ରିୟା। ଏହା ପାଇଁ ଆବଶ୍ୟକ ଜମି ମାଗଣାରେ ଯୋଗାଇବା ପାଇଁ ସମ୍ପୃକ୍ତ ରାଜ୍ୟ ସରକାର ଅବା କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସନର ସହମତି ଉପରେ ନିର୍ଭର କରେ।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଚ୍ଛେଦ ୩୭୦ ହଟାଯିବା ପରେ କଶ୍ମୀରରେ ୮୪ଥର ହୋଇଛି ଅନୁପ୍ରବେଶ ଉଦ୍ୟମ: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୦।୧୨: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ପ୍ରଥମ ଥର ସରକାର ସଂସଦରେ ଏହାର ସ୍ଥିତିକୁ ନେଇ ଆଲୋଚନା କରିଛନ୍ତି। ଅଗଷ୍ଟଠାରୁ ଏବେ ପର୍ଯ୍ୟନ୍ତ କଶ୍ମୀରରେ...

ପ୍ରତିରକ୍ଷା ମନ୍ତ୍ରଣାଳୟର ସମୀକ୍ଷା ରିପୋର୍ଟ-ଏଲଏସି. ଏଲଓସି ଉପରେ ସେନାର କଡା ନଜର, ପ୍ରସ୍ତୁତି ବି ସମ୍ପୂର୍ଣ୍ଣ

ନୂଆଦିଲ୍ଲୀ,୧୮ ।୧୨: ପ୍ରତିରକ୍ଷା ମନ୍ତ୍ରଣାଳୟ ଚାଇନା ଓ ଏହାର ସହଯୋଗୀ ପାକିସ୍ତାନର ସ୍ପଷ୍ଟ ସନ୍ଦର୍ଭ ଦେଇ କହିଛି ଭାରତୀୟ ସେନା ଆଧୁନିକିକରଣ ଓ ଶତ୍ରୁଙ୍କ ଆକ୍ରମଣକୁ...

ଜେଲରେ ଅନୀଲଙ୍କ ବିତିବ ଦୀପାବଳି

ମୁମ୍ବାଇ,୨୧।୧୦: ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନୀଲ ଦେଖମୁଖଙ୍କୁ ମିଳିଲାନି ଆଶ୍ୱସ୍ତି। ମୁମ୍ବାଇର ସ୍ବତନ୍ତ୍ର ସିବିଆଇ କୋର୍ଟ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଜାମିନ ଆବେଦନକୁ ଶୁକ୍ରବାର...

ଏପ୍ରିଲରୁ ହଟିବ ୯ ଲକ୍ଷ ସରକାରୀ ଗାଡ଼ି

ନୂଆଦିଲ୍ଲୀ,୩୧।୧: କେନ୍ଦ୍ର ଓ ରାଜ୍ୟ ସରକାର, ପରିବହନ ନିଗମ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକରେ ରହିଥିବା ୧୫ ବର୍ଷରୁ ଊର୍ଦ୍ଧ୍ୱ ପୁରୁଣା ୯ ଲକ୍ଷରୁ ଅଧିକ ଗାଡ଼ି...

ଫ୍ରାନ୍ସ୍‌-ସୌଦି-ବାହାରିନ୍‌ ଗସ୍ତରେ ମୋଦି: ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବେ

ନୂଆଦିଲ୍ଲୀ,୨୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଫ୍ରାନ୍ସ୍‌-ସୌଦି-ବାହାରିନ୍‌ ଗସ୍ତରେ ଯାଇଛନ୍ତି। ସେ ପ୍ରଥମେ ଫ୍ରାନ୍ସ ଗସ୍ତ କରିବେ। ଏହା ପରେ ସୌଦି ଏବଂ ବାହାରିନ୍‌ ଗସ୍ତରେ...

ଦିଗ୍‌ବିଜୟ-ପି.ସି ଶର୍ମା ସମେତ ୩୦ଜଣଙ୍କ ବିରୋଧରେ ମାମଲା ରୁଜୁ

ଭୋପାଳ,୧୧।୬: କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ ଓ ପି.ସି ଶର୍ମାଙ୍କ ସମେତ ୩୦ଜଣଙ୍କ ବିରୋଧରେ ମାମଲା ରୁଜୁ। ସରକାରଙ୍କ ଆଦେଶକୁ ଉଲ୍ଲଂଘନ ଓ ରାଲି ବାହାର...

ବଜ୍ରପାତରେ ଓଡ଼ିଶାରେ ସର୍ବାଧିକ ମୃତ୍ୟୁ

ନୂଆଦିଲ୍ଲୀ,୧୫।୧(ପି.ଟି.): ବର୍ଷ ୨୦୨୧ରେ ବନ୍ୟା, ସାମୁଦ୍ରିକ ବାତ୍ୟା, ପ୍ରବଳ ବର୍ଷା, ଭୂସ୍ଖଳନ, ବଜ୍ରପାତ ଆଦି ଭୀଷଣ ପାଗ ଯୋଗୁ ୧,୭୫୦ ଲୋକଙ୍କ ଜୀବନ ଯାଇଛି। ମହାରାଷ୍ଟ୍ରରେ...

ମେହବୁବାଙ୍କ ଅଟକକୁ ନେଇ ଜମ୍ମୁ-କଶ୍ମୀର ପ୍ରଶାସନକୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ,୨୭ା୨(ଆଇଏଏନ୍‌ଏସ୍‌): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା ମୁଫ୍‌ତିଙ୍କ ଅଟକକୁ ନେଇ ସୁପ୍ରିମକୋର୍ଟ ବୁଧବାର ଜମ୍ମୁ-କଶ୍ମୀର ପ୍ରଶାସନକୁ ନୋଟିସ ଜାରି କରିଛନ୍ତି। ସାଧାରଣ ନିରାପତ୍ତା...

Advertisement
Archives

Model This Week